ପୁରୀରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ପ୍ରସ୍ତାବ

ଭୁବନେଶ୍ୱର,୨୯। ୧୦(ବ୍ୟୁରୋ): ପୁରୀକୁ ଆସୁଥିବା ଅଣହିନ୍ଦୁ ଓ ବିଦେଶୀଙ୍କୁ ଶ୍ରୀମନ୍ଦିରର ଇତିହାସ, ପ୍ରତିଷ୍ଠା, ଜଗନ୍ନାଥ ସଂସ୍କୃତିର ମହତ୍ତ୍ବ ବିଷୟରେ ଅବଗତ କରିବା ଲାଗି ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ)। ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ.କେ. ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପ୍ରସ୍ତାବରେ ଦର୍ଶାଇଛନ୍ତି ଯେ, ଅଣହିନ୍ଦୁ ଓ ବିଦେଶୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ନାହିଁ। ତେଣୁ ପୁରୀରେ ଏକ ସ୍ବତନ୍ତ୍ର ଅଡିଟୋରିୟମ୍‌ ନିର୍ମାଣ କରି ସେଠାରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ ମାଧ୍ୟମରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଦର୍ଶନ କରାଯାଇପାରିବ। କେବଳ ଅଣହିନ୍ଦୁ ଓ ବିଦେଶୀ ନୁହନ୍ତି, ରାଜ୍ୟ ତଥା ଦେଶର ବହୁ ଯୁବପିିଢି ଶ୍ରୀମନ୍ଦିରର ଇତିହାସ ଓ ସୃଷ୍ଟି ସମ୍ପର୍କରେ ଅନଭିଜ୍ଞ ଅଛନ୍ତି। ଏଭଳି ଅଡିଟୋରିୟମ୍‌ ନିର୍ମାଣ କରାଗଲେ ସେମାନେ ମଧ୍ୟ ଏ ସମ୍ପର୍କରେ ଜାଣିପାରିବେ। ଏଠାରେ ୩ଟି ଭିଡିଓ ଫିଲ୍ମ ମଧ୍ୟ ପ୍ରଦର୍ଶିତ କରାଯାଇପାରିବ। ବଡ଼ଦାଣ୍ଡରେ ହେବାକୁ ଥିବା ଲାଇବ୍ରେରୀ କିମ୍ବା ଧ୍ୟାନ କେନ୍ଦ୍ର ନିକଟରେ ଏହି ଅଡିଟୋରିୟମ୍‌ ହେଲେ ବହୁ ଉପାଦେୟ ହୋଇପାରିବ। ପୁରୀରେ ଏବେ ଚାଲିଥିବା ଭିତ୍ତିଭୂମି ନିର୍ମାଣ ସମୟରେ ଏହି ଦିଗକୁ ଦୃଷ୍ଟି ଦେବାକୁ ଏଚ୍‌ଆର୍‌ଏଓ ଅନୁରୋଧ କରିଛି। ଏହା ସହ ମନ୍ଦିରର ଦୈନିକ ନୀତିକାନ୍ତିକୁ ନେଇ ଏକ ସ୍ବତନ୍ତ୍ର ଟିଭି ଚ୍ୟାନେଲ୍‌ ପ୍ରସ୍ତୁତ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏପରି ଏକ ଅତ୍ୟାଧୁନିକ ଅଡିଟୋରିୟମ ଓ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ ନିଶ୍ଚିତ ଭାବେ ବିଶ୍ବବ୍ୟାପୀ ଜଗନ୍ନାଥପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିପାରିବ। ଏହି ଭିତ୍ତିଭୂମି ରାଜ୍ୟ ଏବଂ ବାହାରର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିପାରିବ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…

NEET ପରୀକ୍ଷା ଦେବା ପାଇଁ ମଦ୍ୟପାନ କରି ଆସି ସିଟରେ ବସିଗଲେ ପ୍ରାର୍ଥୀ, ହେଲେ କିପରି? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୩୧।୮: ତେଲଙ୍ଗାନାର ରଙ୍ଗା ରେଡ୍ଡି ଜିଲାରେ NEET-PG ପରୀକ୍ଷା ଦେଉଥିବା ପ୍ରାର୍ଥୀ ମହମ୍ମଦ ରିଜୱାନ ମଦ୍ୟପାନ କରି ପରୀକ୍ଷାସ୍ଥଳରେ ପହଞ୍ଚିଥିଲେ। ସେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି…

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri