ପାଟନାଳି ବନ୍ଧକୁ କାଟି ମାଟି ଉଠାଣ

ପଟ୍ଟାମୁଣ୍ଡାଇ,୧୮ା୩(ସ୍ବ.ପ୍ର.): ନ୍ୟାଶନାଲ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି) ସ୍ଥାନୀୟ ମାଳିପୁର ଛକ ନିକଟ ଡାମପୁର-ଉଦୟପୁର କାଣିନଦୀ ପାଟନାଳୀ ବନ୍ଧ ଓ ଜମିରୁ ମାଟି ନ ଖୋଳିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କେତେଜଣ ବ୍ୟକ୍ତି ଜେସିବି ଲଗାଇ ମାଟି ଖୋଳୁଛନ୍ତି। ସେହି ମାଟିକୁ ହାଇଓ୍ବାରେ ଅନ୍ୟତ୍ର ଚାଲାଣ କରୁଛନ୍ତି। ପ୍ରଶାସନ ଏ ସଂକ୍ରାନ୍ତରେ ଅବଗତ ଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ମାଳିପୁର, ଉଦୟପୁର, ବାଲିପାଟଣା ଓ ଖୋର୍ଦ୍ଧା ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି। ହେଲେ ମାଟି ଉଠାଣ କରୁଥିବା ବ୍ୟକ୍ତିମାନେ ପ୍ରଭାବଶାଳୀ ହୋଇଥିବାରୁ ଗ୍ରାମବାସୀ ଭୟରେ ମୁହଁ ଖୋଲୁ ନାହାନ୍ତି। ଏ ସଂକ୍ରାନ୍ତରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
ସୂଚନାଯୋଗ୍ୟ, ଏହି ମାଟି ମାଫିଆମାନେ ଅଳଭା ନିକଟ ବ୍ରାହ୍ମଣୀ ନଦୀପଠାରୁ ମାଟି ଉଠାଣ କରୁଥିଲେ। ଏନ୍‌ଜିଟିର କଡା ନିର୍ଦ୍ଦେଶ ପରେ ପଟ୍ଟାମୁଣ୍ଡାଇ ତହସିଲଦାର ସେଠାରୁ ମାଟି ଉଠାଣ ବନ୍ଦ କରିଥିଲେ। ଏହି ଘଟଣାରେ ତହସିଲଦାର ଗୋଟିଏ ଗାଡ଼ି ଜବତ କରି ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଏବେ ଉଦୟପୁର-ମାଳିପୁର କାଣୀ ପାଟନାଳୀ ବନ୍ଧ ଓ ଜମିକୁ କାଟି ବେଆଇନ ଭାବେ ମାଟି ଉଠାଣ ଚାଲିଛି। ପାରାଦୀପ ଭୂତମୁଣ୍ଡାଇ ଅଞ୍ଚଳର ଜଣେ ମାଟି ମାଫିଆ ସରକାରୀ ନୀତି ନିୟମ ଓ ଏନ୍‌ଜିଟି ନିର୍ଦ୍ଦେଶକୁ ଅବମାନନା କରି ମାଟି ଉଠାଣ କରୁଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଶତାଧିକ ଟ୍ରିପ୍‌ ମାଟି ଚାଲାଣ ହେଉଛି। ଫଳରେ ସମ୍ପୃକ୍ତ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ତହସିଲଦାର ମାଟି ଉଠାଣ ନ ରୋକିଲେ ଉଦୟପୁର, ଡାମରପୁର ସମେତ ୫ ମୌଜାର ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲୀପ କୁମାର ସେଠୀ କହିଛନ୍ତି, ଉଦୟପୁର-ଡାମରପୁର କାଣୀ ପାଟନାଳି କଡ଼ରୁ ମାଟି ଉଠାଣ ହେଉଥିବା ମୁଁ ଜାଣିଛି। ଖୁବ୍‌ଶୀଘ୍ର ମାଟି ଉଠାଣ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ମଙ୍ଗଳବାର ପଟ୍ଟାମୁଣ୍ଡାଇ ତହସିଲଦାର ଓ ଜଳସଂପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଖୋଳା ଯାଉଥିବା କାଣୀ ପାଟନାଳି ବନ୍ଧ ଓ ଜମି ବୁଲି ଦେଖିଥିଲେ। ପୂର୍ବରୁ ଏ ସଂକ୍ରାନ୍ତରେ ସୂଚନା ପାଇ ମାଟି ମାଫିଆ ଜେସିବି, ହାଇୱ୍ବା ଓ ଟ୍ରକ ସେଠାରୁ ନେଇ ଯାଇଥିଲେ। ହେଲେ ବୁଧବାରଠାରୁ ପୁଣି ଥରେ ମାଟିଖୋଳା ଆରମ୍ଭ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?