ମହିମାନନ୍ଦଙ୍କୁ ‘ଲାଇଫ୍‌ଟାଇମ ଆଚିଭମେଣ୍ଟ ଆୱାର୍ଡ-୨୦୨୩’

ଭୁବନେଶ୍ୱର,୨୭।୨: ଦୀର୍ଘ ୪ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଭାରତୀୟ ଶିପିଂ ଓ ସାମୁଦ୍ରିକ ଶିଳ୍ପ ଏବଂ ଓଡ଼ିଶାର ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିଜ୍ଞ ଶିଳ୍ପପତି ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ନିକଟରେ ସମ୍ମାନଜନକ ‘ଲାଇଫ୍‌ଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩’ ପ୍ରଦାନ କରାଯାଇଛି। ବିଶେଷକରି ଏକ୍‌ଜିମ ଇଣ୍ଡିଆ ଶିପିଂ ଟାଇମ୍ସ ଦ୍ୱାରା କୋଲକାତାର ଦ ଲଳିତ ଗ୍ରେଟ୍‌ ଇଷ୍ଟର୍ନଠାରେ ଆୟୋଜିତ ଇଷ୍ଟର୍ନ ଷ୍ଟାର୍‌ ଆୱାର୍ଡସ-୨୦୨୩ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ‘ଇଷ୍ଟ କୋଷ୍ଟ ମାରିଟାଇମ ଫୋରମ-୨୦୨୩’ର ୮ମ ସଂସ୍କରଣରେ ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପୂର୍ବତନ ସଚିବ ଗୋପାଳ କ୍ରିଷ୍ଣାଙ୍କ ଦ୍ୱାରା ଏହି ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଅପରପକ୍ଷରେ ଓଏସ୍‌ଏଲ୍‌ ଗ୍ରୁପ୍‌ ବର୍ଷ ୨୦୨୩ ପାଇଁ ପୁଣିଥରେ ଷ୍ଟିଭେଡର୍ସ କମ୍ପାନୀ ଅଫ୍‌ ଦ ଇୟର ପୁରସ୍କାର ହାସଲ କରିଛି। ଏହି ପରିପ୍ରେକ୍ଷୀରେ ଓଏସ୍‌ଏଲ୍‌ ଗ୍ରୁପ୍‌ର ନିର୍ଦ୍ଦେଶକ ଚନ୍ଦନ ମିଶ୍ର ଏବଂ ଟିମ୍‌ ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଏସ୍‌ଏଲ୍‌ ଗ୍ରୁପ୍‌ର ଅନେକ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ଓଏସ୍‌ଏଲ୍‌ର ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ର କହିଛନ୍ତି, ମୁଁ ହୃଦୟପୂର୍ଣ୍ଣ ସହକାରେ ଉକ୍ତ ପୁରସ୍କାରକୁ ମୋ ସହକର୍ମୀ, କର୍ମଚାରୀ, ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଉତ୍ସର୍ଗ କରୁଛି। ସେମାନଙ୍କ କଠିନ ପରିଶ୍ରମ, ସମର୍ପଣ, ନିଷ୍ଠା ଏବଂ ସର୍ବୋପରି ସଂଗଠନର ସ୍ବାର୍ଥ ପାଇଁ ସମସ୍ତ ବ୍ୟକ୍ତିଗତ ଉତ୍ସର୍ଗ ଲାଗି ହିଁ ଏହା ସମ୍ଭବ ହୋଇପାରିଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ମହିମା ମିଶ୍ର ନାମରେ ମହିମାନନ୍ଦ ମିଶ୍ର ସର୍ବତ୍ର ପରିଚିତ। ସୂଚନାଯୋଗ୍ୟ,ଗତ ବର୍ଷ ମଧ୍ୟ କୋଲକାତାଠାରେ ଆୟୋଜିତ ‘ଇଷ୍ଟ କୋଷ୍ଟ ମାରିଟାଇମ ଫୋରମ-୨୦୨୨’ର ୭ମ ସଂସ୍କରଣରେ ଓଏସ୍‌ଏଲ୍‌କୁ ‘ବର୍ଷର ସର୍ବଶ୍ରେଷ୍ଠ ଲଜିଷ୍ଟିକ୍‌ କମ୍ପାନୀ’ ଏବଂ ‘ବର୍ଷର ସର୍ବଶ୍ରେଷ୍ଠ ଷ୍ଟିଭେଡର୍ସ କମ୍ପାନୀ’ ଭାବେ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାମ ମନ୍ଦିର ଟ୍ରଷ୍ଟିରେ ବଡ଼ ହଲଚଲ: ମହାସଚିବଙ୍କ ସମେତ ୨ଜଣଙ୍କ ଇସ୍ତଫା

ଲକ୍ଷ୍ନୌ,୨୬।୬: ରାମ ମନ୍ଦିର ଦାନ ଚୋରି ମାମଲାର SIT ତଦନ୍ତ ପରେ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ…

ଫ୍ଲାଟ୍ ଲୋଭରେ ଭଉଣୀଙ୍କୁ ଖଣ୍ଡଖଣ୍ଡ କଲେ ଭାଇ, ଶବକୁ ଟଏଲେଟ୍‌ରେ ଫ୍ଲଶ୍ କରିବା ବେଳେ….

ମସ୍କୋ,୨୬।୬: ମସ୍କୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ତିନି କୋଠରୀ ବିଶିଷ୍ଟ ଫ୍ଲାଟ ପାଇବା ପାଇଁ ଜଣେ ଭାଇ ଭଗାରି ପାଲଟିଗଲେ। ପ୍ରଥମେ, ସେ…

ଠିକ୍‌ ୪ଟା ବାଜିଲେ କାହିଁକି ହୁଏ ବର୍ଷା? ରହସ୍ୟ ଜାଣି ଚମକି ପଡିଲେ ବୈଜ୍ଞାନିକ

ବିଶ୍ୱ ଅନେକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ପାଣିପାଗ ଘଟଣା ଦେଖିଥାଏ, କିନ୍ତୁ ବିଷୁବ ରେଖା ନିକଟରେ ଘଟୁଥିବା ଏକ ଘଟଣା ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଉଭୟଙ୍କୁ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: PNG କନେକ୍ସନ ନେଲେ ବି ମିଳିବ LPG, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ: ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର,୨୬।୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri