Posted inଜାତୀୟ

ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛି ପ୍ରଯୁକ୍ତି ବିଦ୍ୟା, ଗାଁ ଲୋକେ କରୁଛନ୍ତି ଡିଜିଟାଲ ପେମେଣ୍ଟ…

ନୂଆଦିଲ୍ଲୀ, ୨୪।୪ : ଦେଶରେ ଡିଜିଟାଲୀକରଣ ଜାରି ରହିଛି। ଏହା ଦ୍ୱାରା ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି। ପ୍ରଯୁକ୍ତି ବିଦ୍ୟାର ବିକାଶ ଦ୍ୱାରା ଗାଁ ଲୋକେ ଏବେ ଡିଜିଟାଲ ପେମେଣ୍ଟ କରୁଛନ୍ତି ବୋଲଇ ୮୮ତମ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଏକ ନୂତନ ସଂଗ୍ରହାଳୟ ପାଇଛି। ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ସୂଚନା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରୁ ପ୍ରାପ୍ତ ହେଉଛି। ଏହା ଇତିହାସ ବିଷୟରେ ଲୋକଙ୍କ ଆଗ୍ରହକୁ ବଢ଼ାଇ ଦେଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟେକ୍ନୋଲୋଜିର ଶକ୍ତି କିପରି ସାଧାରଣ ଲୋକଙ୍କ ଜୀବନକୁ ବଦଳାଉଛି, ଆମେ ଏହାକୁ ଆମ ଚାରିପାଖରେ ଦେଖୁଛେ।

ଗତ କିଛି ବର୍ଷ ମଧ୍ୟରେ, ଭୀମ୍‌ ୟୁପିଆଇ ଶୀଘ୍ର ଆମର ଅର୍ଥନୀତି ଏବଂ ଅଭ୍ୟାସର ଏକ ଅଂଶ ବିଶେଷ ହୋଇପାରିଛି। ବର୍ତ୍ତମାନ ଛୋଟ ସହର ଏବଂ ଅଧିକାଂଶ ଗ୍ରାମରେ ମଧ୍ୟ ଲୋକମାନେ ୟୁପିଆଇ ମାଧ୍ୟମରେ କାରବାର କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଳର ଉପଲବ୍ଧତା ଏବଂ ଜଳର ଅଭାବ, ସେମାନେ ଯେକୌଣସି ଦେଶର ଅଗ୍ରଗତି ଏବଂ ଗତି ନିର୍ଣ୍ଣୟ କରିଥାଏ। ମନ କି ବାତ୍‌ କାର୍ଯ୍ୟକ୍ରମରେ ପରିଷ୍କାର ପରିଚ୍ଛନ୍ନତା ସହିତ ବାରମ୍ବାର ଜଳ ସଂରକ୍ଷଣ ବିଷୟରେ ଚର୍ଚ୍ଚା ହୋଇଛି। ଜଳ ସହିତ ଜଡିତ ପ୍ରତ୍ୟେକ ପ୍ରୟାସ ଆମର ଆସନ୍ତାକାଲି ସହିତ ଯୋଡ଼ି ହୋଇ ରହିଛି। ଜଳ ସଂରକ୍ଷଣ କରିବା ଏହା ସମଗ୍ର ସମାଜର ଦାୟିତ୍ୱ। ଏଥିପାଇଁ ବିଭିନ୍ନ ସମାଜ, ଶତାବ୍ଦୀ ଧରି ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ବାମୀତ୍ୱ ଯୋଜନା ଗ୍ରାମବାସୀଙ୍କୁ ଆତ୍ମର୍ନିଭରଶୀଳ କରି ଏକ ବଡ ପରିବର୍ତ୍ତନ ଆଣିଛି। ଏହା ଦ୍ୱାରା ସମ୍ପତ୍ତି ବିବାଦକୁ ହ୍ରାସ କରି ଗରିବଙ୍କ ଅଧିକାର ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଏହି ଯୋଜନା ଅନ୍ତର୍ଗତ ପ୍ରାୟ ୩୨ ହଜାର ଗାଁରେ ୪୨ ଲକ୍ଷରୁ ଅଧିକ ସମ୍ପତ୍ତିର ପରିଚୟ ପତ୍ର ଲୋକଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ବାମୀତ୍ୱ ଯୋଜନା ହେଉଛି ବିକାଶର ନୂତନ ମନ୍ତ୍ର, ଯାହା ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଗ୍ରାମାଞ୍ଚଳର ଲୋକଙ୍କ ବିଶ୍ୱାସ ହାସଲ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri