ଆଇନ ଊର୍ଦ୍ଧ୍ୱରେ ଆଜୀବନ ରାଷ୍ଟ୍ରପତି

ମସ୍କୋ,୨୨ା୧୧:୬୮ ବର୍ଷୀୟ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୦୦ ମସିହାରୁ କ୍ଷମତାର ଶୀର୍ଷରେ ରହିଛନ୍ତି। କେତେବେଳେ ପ୍ରଧାନମନ୍ତ୍ରୀ ତ ପୁଣି କେବେ ରାଷ୍ଟ୍ରପତି ପଦ ଅଳଙ୍କୃତ କରି କ୍ଷମତାର ଭରପୂର ଉପଯୋଗ କରିଛନ୍ତି। ପୁଟିନଙ୍କ ଦୁଇ ଝିଅ ଅଛନ୍ତି। ସେ ଉଭୟଙ୍କ ମଧ୍ୟରୁ କାହାକୁ ନିଜର ରାଜନୈତିକ ଉତ୍ତରାଧିକାରୀ ବାଛି ନାହାନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୪ରେ ଶେଷ ହେବ। ସମ୍ବିଧାନ ସଂଶୋଧନ ଅନୁସାରେ ପୁଟିନ ଚାହିଁଲେ ୨୦୨୪ ପରେ ମଧ୍ୟ ଆହୁରି ଦୁଇପାଳି ଅର୍ଥାତ୍‌ ୧୨ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ରହିପାରିବେ। ଏହି ସୁରକ୍ଷାମତ୍କ ବିଲ୍‌ ଆସିବା ସହ ପୁଟିନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ପୁଟିନଙ୍କ ସମାଲୋକଚକ ଆଲେକ୍ସି ନଓ୍ବେଲନି କହିଛନ୍ତି, ପୁଟିନଙ୍କୁ ଏବେ ସୁରକ୍ଷାମତ୍କ ବିଧେୟକ କାହିଁକି ଆବଶ୍ୟକ ହେଲା? ଅନ୍ୟ ଏକ ଟୁଇଟ୍‌ରେ ସେ ପ୍ରଶ୍ନ କରିଛନ୍ତି, କ’ଣ ଏକଚ୍ଛତ୍ରବାଦୀ ଯେବେ ଇଚ୍ଛା କରିବେ ପଦ ଛାଡ଼ିପାରିବେ? ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷା କବଚ କୁହାଯାଉଥିବା ଏହି ବିଲ୍‌ ହେଉଛି ସମ୍ବିଧାନ ସଂଶୋଧନର ଏକ ଅଂଶବିଶେଷ, ଯାହାକୁ ଗତ ଜୁଲାଇରେ ଏକ ଜନମତ ସଂଗ୍ରହରେ ସହମତି ମିଳିଥିଲା। ପୁଟିନଙ୍କ ସମର୍ଥକମାନେ ଉଭୟ ସଦନରେ ସଂଖ୍ୟାଗରିଷ୍ଠ ହୋଇଥିତ୍ବାରୁ ବିଲ୍‌ ଆଇନରେ ପରିଣତ ହେବାରେ କୌଣସି ଅସୁବିଧା ନାହିଁ। ଡୁମାରେ ଉକ୍ତ ବିଲ୍‌କୁ ୩ ଥର ଅଣାଯିବା ବ୍ୟବସ୍ଥା ରହିଛି। ମଙ୍ଗଳବାର ଏହାକୁ ପ୍ରଥମ ଥର ପାରିତ କରାଯାଇଥିବାବେଳେ ଆଗକୁ ଆଉ ଦୁଇଥର ପଢ଼ାଯିବ। ବିଲ୍‌ ଆଗତ ବେଳେ ବାମପନ୍ଥୀ ସାଂସଦମାନଙ୍କ ୩୭ ଭୋଟ ଏହା ବିରୋଧରେ ପଡ଼ିଥିଲା। ତେବେ ସଦନରେ ପୁଟିନଙ୍କ ସମର୍ଥକ ଦଳ ୟୁନାଇଟେଡ୍‌ ରୁଷିଆ ପାର୍ଟିର ବହୁମତ ଥିବାରୁ ଏହା ସହଜରେ ଗୃହୀତ ହୋଇଯାଇଥିଲା। ବିଲ୍‌କୁ ଖୁବ୍‌ଶୀଘ୍ର ଉଚ୍ଚ ସଦନ ଫେଡେରେଶନ କାଉନ୍‌ସିଲକୁ ପଠାଯିବ। ପରେ ଏହା ଉପରେ ଶେଷ ମୋହର ପୁଟିନ ନିଜେ ଦେବେ। ବିଧେୟକ ପ୍ରସ୍ତୁତକାରୀଙ୍କ ମଧ୍ୟରେ ଥିବା ସାଂସଦ ପାଓ୍ବେଲ କ୍ରିଶ୍‌ନିକୋଭ୍‌ କହିଛନ୍ତି, ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେବା, ଯାହାକି ରାଷ୍ଟ୍ର ଓ ସମାଜ ପାଇଁ ମହତ୍ତ୍ୱପୂର୍ଣ୍ଣ।
ପ୍ରକାଶ ଯେ, ଚଳିତବର୍ଷ ଜୁଲାଇରେ ସାମ୍ବିଧାନିକ ପରିବର୍ତ୍ତନ ପାଇଁ ସପ୍ତାହେ ଧରି କରାଯାଇଥିବା ଜନମତ ସଂଗ୍ରହ ଅନୁଯାୟୀ ପୁଟିନ ୨୦୨୪ ପରେ ୬-୬ ବର୍ଷର ଦୁଇଟି କାର୍ଯ୍ୟକାଳ ଅର୍ଥାତ୍‌ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିପାରିବେ। ବିରୋଧୀ ସଦ୍ୟ ଜନମତ ପରିଣାମକୁ ବିରୋଧ କରିଛନ୍ତି। ସେମାନଙ୍କ ମତରେ ପୁଟିନ ଆଜୀବନ ରାଷ୍ଟ୍ରପତି ରହିବାକୁ ଚାହୁଁଛନ୍ତି। ଅନ୍ୟପକ୍ଷେ ରାଷ୍ଟ୍ରପତି ପୁଟିନ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ବିଲ୍‌ରେ କ’ଣ ଅଛି?
ନୂଆ ସୁରକ୍ଷାମତ୍କ ବିଲ୍‌ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ଓ ତାଙ୍କ ପରିବାରର ସଦସ୍ୟ ସମସ୍ତ ପ୍ରକାର ପୋଲିସ ତଦନ୍ତ ବା ଜେରା ପରିସର ବାହାରେ ରହିବେ। ଏହାସହ ତାଙ୍କ ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତ କରାଯାଇ ପାରିବ ନାହିଁ। କୌଣସି ଅସ୍ବାଭାବିକ ପରିସ୍ଥିତିରେ ଘଟାଯାଇଥିବା ସଙ୍ଗିନ ଅପରାଧ ବା ଦେଶଦ୍ରୋହ ମାମଲାକୁ ଛାଡ଼ିଦେଲେ ପୂର୍ବତନ ରାଷ୍ଟ୍ରପତି ଓ ତାଙ୍କ ପରିବାର ବିରୋଧରେ ଆଜୀବନ କୌଣସି ମାମଲା ଚାଲିପାରିବ ନାହିଁ। ବର୍ତ୍ତମାନ ରୁଷିଆରେ ଜଣେ ମାତ୍ର ପୂର୍ବତନ ରାଷ୍ଟ୍ରପତି ଜୀବିତ ଅଛନ୍ତି। ସେ ହେଉଛନ୍ତି ଡିମିତ୍ରି ମେଡ୍‌ଭେଦେବ। ନିକଟରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିବା ମେଡ୍‌ଭେଦେବ ପୁଟିନଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା। ତେବେ ସୋଭିଏଟ୍‌ର ପ୍ରାକ୍ତନ ରାଷ୍ଟ୍ରପତି ମିଖାଏଲ୍‌ ଗୋର୍ବାଚୋଭଙ୍କୁ ଏହି ଛାଡ଼ ବା ସୁବିଧା ମିଳିବ ନାହିଁ। କାରଣ ସେ ରୁଷିଆ ରାଷ୍ଟ୍ରପତି ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri