ଆଇନ ଊର୍ଦ୍ଧ୍ୱରେ ଆଜୀବନ ରାଷ୍ଟ୍ରପତି

ମସ୍କୋ,୨୨ା୧୧:୬୮ ବର୍ଷୀୟ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୦୦ ମସିହାରୁ କ୍ଷମତାର ଶୀର୍ଷରେ ରହିଛନ୍ତି। କେତେବେଳେ ପ୍ରଧାନମନ୍ତ୍ରୀ ତ ପୁଣି କେବେ ରାଷ୍ଟ୍ରପତି ପଦ ଅଳଙ୍କୃତ କରି କ୍ଷମତାର ଭରପୂର ଉପଯୋଗ କରିଛନ୍ତି। ପୁଟିନଙ୍କ ଦୁଇ ଝିଅ ଅଛନ୍ତି। ସେ ଉଭୟଙ୍କ ମଧ୍ୟରୁ କାହାକୁ ନିଜର ରାଜନୈତିକ ଉତ୍ତରାଧିକାରୀ ବାଛି ନାହାନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୪ରେ ଶେଷ ହେବ। ସମ୍ବିଧାନ ସଂଶୋଧନ ଅନୁସାରେ ପୁଟିନ ଚାହିଁଲେ ୨୦୨୪ ପରେ ମଧ୍ୟ ଆହୁରି ଦୁଇପାଳି ଅର୍ଥାତ୍‌ ୧୨ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ରହିପାରିବେ। ଏହି ସୁରକ୍ଷାମତ୍କ ବିଲ୍‌ ଆସିବା ସହ ପୁଟିନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ପୁଟିନଙ୍କ ସମାଲୋକଚକ ଆଲେକ୍ସି ନଓ୍ବେଲନି କହିଛନ୍ତି, ପୁଟିନଙ୍କୁ ଏବେ ସୁରକ୍ଷାମତ୍କ ବିଧେୟକ କାହିଁକି ଆବଶ୍ୟକ ହେଲା? ଅନ୍ୟ ଏକ ଟୁଇଟ୍‌ରେ ସେ ପ୍ରଶ୍ନ କରିଛନ୍ତି, କ’ଣ ଏକଚ୍ଛତ୍ରବାଦୀ ଯେବେ ଇଚ୍ଛା କରିବେ ପଦ ଛାଡ଼ିପାରିବେ? ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷା କବଚ କୁହାଯାଉଥିବା ଏହି ବିଲ୍‌ ହେଉଛି ସମ୍ବିଧାନ ସଂଶୋଧନର ଏକ ଅଂଶବିଶେଷ, ଯାହାକୁ ଗତ ଜୁଲାଇରେ ଏକ ଜନମତ ସଂଗ୍ରହରେ ସହମତି ମିଳିଥିଲା। ପୁଟିନଙ୍କ ସମର୍ଥକମାନେ ଉଭୟ ସଦନରେ ସଂଖ୍ୟାଗରିଷ୍ଠ ହୋଇଥିତ୍ବାରୁ ବିଲ୍‌ ଆଇନରେ ପରିଣତ ହେବାରେ କୌଣସି ଅସୁବିଧା ନାହିଁ। ଡୁମାରେ ଉକ୍ତ ବିଲ୍‌କୁ ୩ ଥର ଅଣାଯିବା ବ୍ୟବସ୍ଥା ରହିଛି। ମଙ୍ଗଳବାର ଏହାକୁ ପ୍ରଥମ ଥର ପାରିତ କରାଯାଇଥିବାବେଳେ ଆଗକୁ ଆଉ ଦୁଇଥର ପଢ଼ାଯିବ। ବିଲ୍‌ ଆଗତ ବେଳେ ବାମପନ୍ଥୀ ସାଂସଦମାନଙ୍କ ୩୭ ଭୋଟ ଏହା ବିରୋଧରେ ପଡ଼ିଥିଲା। ତେବେ ସଦନରେ ପୁଟିନଙ୍କ ସମର୍ଥକ ଦଳ ୟୁନାଇଟେଡ୍‌ ରୁଷିଆ ପାର୍ଟିର ବହୁମତ ଥିବାରୁ ଏହା ସହଜରେ ଗୃହୀତ ହୋଇଯାଇଥିଲା। ବିଲ୍‌କୁ ଖୁବ୍‌ଶୀଘ୍ର ଉଚ୍ଚ ସଦନ ଫେଡେରେଶନ କାଉନ୍‌ସିଲକୁ ପଠାଯିବ। ପରେ ଏହା ଉପରେ ଶେଷ ମୋହର ପୁଟିନ ନିଜେ ଦେବେ। ବିଧେୟକ ପ୍ରସ୍ତୁତକାରୀଙ୍କ ମଧ୍ୟରେ ଥିବା ସାଂସଦ ପାଓ୍ବେଲ କ୍ରିଶ୍‌ନିକୋଭ୍‌ କହିଛନ୍ତି, ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେବା, ଯାହାକି ରାଷ୍ଟ୍ର ଓ ସମାଜ ପାଇଁ ମହତ୍ତ୍ୱପୂର୍ଣ୍ଣ।
ପ୍ରକାଶ ଯେ, ଚଳିତବର୍ଷ ଜୁଲାଇରେ ସାମ୍ବିଧାନିକ ପରିବର୍ତ୍ତନ ପାଇଁ ସପ୍ତାହେ ଧରି କରାଯାଇଥିବା ଜନମତ ସଂଗ୍ରହ ଅନୁଯାୟୀ ପୁଟିନ ୨୦୨୪ ପରେ ୬-୬ ବର୍ଷର ଦୁଇଟି କାର୍ଯ୍ୟକାଳ ଅର୍ଥାତ୍‌ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିପାରିବେ। ବିରୋଧୀ ସଦ୍ୟ ଜନମତ ପରିଣାମକୁ ବିରୋଧ କରିଛନ୍ତି। ସେମାନଙ୍କ ମତରେ ପୁଟିନ ଆଜୀବନ ରାଷ୍ଟ୍ରପତି ରହିବାକୁ ଚାହୁଁଛନ୍ତି। ଅନ୍ୟପକ୍ଷେ ରାଷ୍ଟ୍ରପତି ପୁଟିନ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ବିଲ୍‌ରେ କ’ଣ ଅଛି?
ନୂଆ ସୁରକ୍ଷାମତ୍କ ବିଲ୍‌ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ଓ ତାଙ୍କ ପରିବାରର ସଦସ୍ୟ ସମସ୍ତ ପ୍ରକାର ପୋଲିସ ତଦନ୍ତ ବା ଜେରା ପରିସର ବାହାରେ ରହିବେ। ଏହାସହ ତାଙ୍କ ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତ କରାଯାଇ ପାରିବ ନାହିଁ। କୌଣସି ଅସ୍ବାଭାବିକ ପରିସ୍ଥିତିରେ ଘଟାଯାଇଥିବା ସଙ୍ଗିନ ଅପରାଧ ବା ଦେଶଦ୍ରୋହ ମାମଲାକୁ ଛାଡ଼ିଦେଲେ ପୂର୍ବତନ ରାଷ୍ଟ୍ରପତି ଓ ତାଙ୍କ ପରିବାର ବିରୋଧରେ ଆଜୀବନ କୌଣସି ମାମଲା ଚାଲିପାରିବ ନାହିଁ। ବର୍ତ୍ତମାନ ରୁଷିଆରେ ଜଣେ ମାତ୍ର ପୂର୍ବତନ ରାଷ୍ଟ୍ରପତି ଜୀବିତ ଅଛନ୍ତି। ସେ ହେଉଛନ୍ତି ଡିମିତ୍ରି ମେଡ୍‌ଭେଦେବ। ନିକଟରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିବା ମେଡ୍‌ଭେଦେବ ପୁଟିନଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା। ତେବେ ସୋଭିଏଟ୍‌ର ପ୍ରାକ୍ତନ ରାଷ୍ଟ୍ରପତି ମିଖାଏଲ୍‌ ଗୋର୍ବାଚୋଭଙ୍କୁ ଏହି ଛାଡ଼ ବା ସୁବିଧା ମିଳିବ ନାହିଁ। କାରଣ ସେ ରୁଷିଆ ରାଷ୍ଟ୍ରପତି ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?