କୋଭିଡ୍‌ ଗାଇଡ୍‌ଲାଇନରେ ଚାଲିଗଲା ଜୀବନ

କଟକ ଅଫିସ,୧୧।୧୦: କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏପଟେ କିନ୍ତୁ ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିଗିଡିବାରେ ଲାଗିଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଆଳରେ ହସ୍ପିଟାଲଗୁଡ଼ିକରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରୁଥିବାରୁ କାହିଁକେତେ ଜୀବନ ଚାଲିଯାଉଛି। ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଏସ୍‌ସିବି ମେଡିକାଲରେ ଏମିତି ଆଉଏକ ଘଟଣା ଘଟିଛି। ୧୦ଦିନ ଧରି ଆଇସିୟୁ ବେଡ୍‌କୁ ଅପେକ୍ଷା କରି ଜଣେ ଗୁରୁତର ମହିଳା ରୋଗୀ ଶନିବାର ଆଖି ବୁଜିଛନ୍ତି। ମୃତ ମହିଳା ଜଣକ ହେଲେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତର ଶ୍ୱେତପଦ୍ମା ନାୟକ। ହସ୍ପିଟାଲରେ ଆଇସିୟୁ ବେଡ୍‌ ଖାଲିଥିଲେ ମଧ୍ୟ ଅବହେଳା ପାଇଁ ଶ୍ୱେତପଦ୍ମାଙ୍କ ଜୀବନ ଚାଲିଗଲା ବୋଲି ପରିବାର ଲୋକେ କହିଛନ୍ତି।
ଶ୍ୱେତପଦ୍ମା କୀଟନାଶକ ପିଇଦେବାରୁ ଗତ ୧ ତାରିଖରେ ପରିବାର ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେହିଦିନ ପୂର୍ବାହ୍ନ ୧୦ଟାରେ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। କରୋନା ଗାଇଡ୍‌ଲାଇନ ଆଧାରରେ କାଜୁଆଲଟିରେ ତାଙ୍କର ରାପିଡ୍‌ ଆଣ୍ଟିଜେନ ଟେଷ୍ଟ କରାଇବା ସହ ଚିକିତ୍ସା ଆରମ୍ଭ ହୋଇଥିଲା। ରିପୋର୍ଟ ନେଗେଟିଭ ଆସିବାରୁ ମେଡିସିନ ବିଭାଗ ଅଧୀନ ଟ୍ରମା ୱାର୍ଡରେ ରଖି ଚିକିତ୍ସା କରାଯାଇଥିଲା। ଆଇସିୟୁରେ ରଖି ଚିକିତ୍ସା କରିବାକୁ ଅନୁମୋଦନ ମିଳିଥିଲା। ହେଲେ ଆର୍‌ଟିପିସିଆର୍‌ ଟେଷ୍ଟ୍‌ ପରେ ହିଁ ଆଇସିୟୁକୁ ନିଆଯିବ ବୋଲି ଡାକ୍ତର ଓ ଦାୟିତ୍ୱରେ ରହୁଥିବା ନର୍ସମାନେ କହୁଥିଲେ ମଧ୍ୟ ସ୍ବାବ୍‌ ସଂଗ୍ରହ କରାଯାଇ ନ ଥିଲା। ଶ୍ୱେତପଦ୍ମା ସେମିତି ବେଡ୍‌ରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନ ଥିଲେ। ଶୁକ୍ରବାର ବିଳମ୍ବିତ ରାତିରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାକୁ ଲାଗିଲା। ପରିବାର ଲୋକେ ବାରମ୍ବାର ଡାକ୍ତରଙ୍କୁ ସାକ୍ଷାତ କରି ନେହୁରା ହୋଇଥିଲେ। କିନ୍ତୁ ଆର୍‌ପିଟିସିଆର୍‌ ପରୀକ୍ଷା ହୋଇ ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ପାରି ନ ଥିଲା। ଏହାପରେ ତରବରିଆ ଭାବେ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ରିପୋର୍ଟ ଆସିବା ପରେ ହିଁ ଆଇସିୟୁରେ ଭର୍ତ୍ତି କରାଯିବ ବୋଲି ଡାକ୍ତର କହିଥିଲେ। ସେପଟେ ରୋଗୀଙ୍କୁ କେବଳ ଅକ୍ସିଜେନ୍‌ ଦିଆଯାଇ ଥିଲେ ମଧ୍ୟ ସ୍ବାବ୍‌ ସଂଗ୍ରହ ପାଇଁ ଅନ୍ୟ ଚିକିତ୍ସା ଅଟକି ରହିଥିଲା। ଫଳରେ ଦୀର୍ଘ ସମୟ ଧରି ଛଟପଟ ହେବା ପରେ ଶ୍ୱେତପଦ୍ମାଙ୍କ ଶରୀର ନିସ୍ତେଜ ହୋଇଯାଇଥିଲା। ଏପରି କି ମୃତ ଘୋଷଣା ପରେ ବି ହସ୍ପିଟାଲ ପକ୍ଷରୁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାରେ ବିଳମ୍ବ ହୋଇଥିଲା। ଫଳରେ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ସକାଳକୁ ଅପେକ୍ଷା କରିଥିବା ତାଙ୍କ ପୁତୁରା ନିଗମାନନ୍ଦ ନାୟକ ଅଭିଯୋଗ କରିଛନ୍ତି ା
ଏସ୍‌ସିବି ଅଧୀକ୍ଷକ ଡା.ଅନ୍ନଦା ପ୍ରସାଦ ପଟ୍ଟନାୟକ କୁହନ୍ତି, ଆଇସିୟୁ ବେଡ୍‌ ପାଇଁ ଆର୍‌ଟିପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ। ତଥାପି ଜରୁରିକାଳୀନ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଆଇସୋଲେଶନଯୁକ୍ତ ଆଇସିୟୁର ବ୍ୟବସ୍ଥା ଅଛି ା ଚିକିତ୍ସା କରୁଥିବା ଡାକ୍ତର ଏ ବାବଦରେ ଉପଯୁକ୍ତ ନିଷ୍ପତ୍ତି ନେବା କଥା। ସମ୍ପୃକ୍ତ ରୋଗୀଙ୍କ ପାଇଁ କ’ଣ ଆବଶ୍ୟକ ଥିଲା ନ ଜାଣି କିଛି କହିବାଟା ଠିକ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri