କୋଭିଡ୍‌ ଗାଇଡ୍‌ଲାଇନରେ ଚାଲିଗଲା ଜୀବନ

କଟକ ଅଫିସ,୧୧।୧୦: କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏପଟେ କିନ୍ତୁ ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିଗିଡିବାରେ ଲାଗିଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଆଳରେ ହସ୍ପିଟାଲଗୁଡ଼ିକରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରୁଥିବାରୁ କାହିଁକେତେ ଜୀବନ ଚାଲିଯାଉଛି। ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଏସ୍‌ସିବି ମେଡିକାଲରେ ଏମିତି ଆଉଏକ ଘଟଣା ଘଟିଛି। ୧୦ଦିନ ଧରି ଆଇସିୟୁ ବେଡ୍‌କୁ ଅପେକ୍ଷା କରି ଜଣେ ଗୁରୁତର ମହିଳା ରୋଗୀ ଶନିବାର ଆଖି ବୁଜିଛନ୍ତି। ମୃତ ମହିଳା ଜଣକ ହେଲେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତର ଶ୍ୱେତପଦ୍ମା ନାୟକ। ହସ୍ପିଟାଲରେ ଆଇସିୟୁ ବେଡ୍‌ ଖାଲିଥିଲେ ମଧ୍ୟ ଅବହେଳା ପାଇଁ ଶ୍ୱେତପଦ୍ମାଙ୍କ ଜୀବନ ଚାଲିଗଲା ବୋଲି ପରିବାର ଲୋକେ କହିଛନ୍ତି।
ଶ୍ୱେତପଦ୍ମା କୀଟନାଶକ ପିଇଦେବାରୁ ଗତ ୧ ତାରିଖରେ ପରିବାର ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେହିଦିନ ପୂର୍ବାହ୍ନ ୧୦ଟାରେ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। କରୋନା ଗାଇଡ୍‌ଲାଇନ ଆଧାରରେ କାଜୁଆଲଟିରେ ତାଙ୍କର ରାପିଡ୍‌ ଆଣ୍ଟିଜେନ ଟେଷ୍ଟ କରାଇବା ସହ ଚିକିତ୍ସା ଆରମ୍ଭ ହୋଇଥିଲା। ରିପୋର୍ଟ ନେଗେଟିଭ ଆସିବାରୁ ମେଡିସିନ ବିଭାଗ ଅଧୀନ ଟ୍ରମା ୱାର୍ଡରେ ରଖି ଚିକିତ୍ସା କରାଯାଇଥିଲା। ଆଇସିୟୁରେ ରଖି ଚିକିତ୍ସା କରିବାକୁ ଅନୁମୋଦନ ମିଳିଥିଲା। ହେଲେ ଆର୍‌ଟିପିସିଆର୍‌ ଟେଷ୍ଟ୍‌ ପରେ ହିଁ ଆଇସିୟୁକୁ ନିଆଯିବ ବୋଲି ଡାକ୍ତର ଓ ଦାୟିତ୍ୱରେ ରହୁଥିବା ନର୍ସମାନେ କହୁଥିଲେ ମଧ୍ୟ ସ୍ବାବ୍‌ ସଂଗ୍ରହ କରାଯାଇ ନ ଥିଲା। ଶ୍ୱେତପଦ୍ମା ସେମିତି ବେଡ୍‌ରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନ ଥିଲେ। ଶୁକ୍ରବାର ବିଳମ୍ବିତ ରାତିରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାକୁ ଲାଗିଲା। ପରିବାର ଲୋକେ ବାରମ୍ବାର ଡାକ୍ତରଙ୍କୁ ସାକ୍ଷାତ କରି ନେହୁରା ହୋଇଥିଲେ। କିନ୍ତୁ ଆର୍‌ପିଟିସିଆର୍‌ ପରୀକ୍ଷା ହୋଇ ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ପାରି ନ ଥିଲା। ଏହାପରେ ତରବରିଆ ଭାବେ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ରିପୋର୍ଟ ଆସିବା ପରେ ହିଁ ଆଇସିୟୁରେ ଭର୍ତ୍ତି କରାଯିବ ବୋଲି ଡାକ୍ତର କହିଥିଲେ। ସେପଟେ ରୋଗୀଙ୍କୁ କେବଳ ଅକ୍ସିଜେନ୍‌ ଦିଆଯାଇ ଥିଲେ ମଧ୍ୟ ସ୍ବାବ୍‌ ସଂଗ୍ରହ ପାଇଁ ଅନ୍ୟ ଚିକିତ୍ସା ଅଟକି ରହିଥିଲା। ଫଳରେ ଦୀର୍ଘ ସମୟ ଧରି ଛଟପଟ ହେବା ପରେ ଶ୍ୱେତପଦ୍ମାଙ୍କ ଶରୀର ନିସ୍ତେଜ ହୋଇଯାଇଥିଲା। ଏପରି କି ମୃତ ଘୋଷଣା ପରେ ବି ହସ୍ପିଟାଲ ପକ୍ଷରୁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାରେ ବିଳମ୍ବ ହୋଇଥିଲା। ଫଳରେ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ସକାଳକୁ ଅପେକ୍ଷା କରିଥିବା ତାଙ୍କ ପୁତୁରା ନିଗମାନନ୍ଦ ନାୟକ ଅଭିଯୋଗ କରିଛନ୍ତି ା
ଏସ୍‌ସିବି ଅଧୀକ୍ଷକ ଡା.ଅନ୍ନଦା ପ୍ରସାଦ ପଟ୍ଟନାୟକ କୁହନ୍ତି, ଆଇସିୟୁ ବେଡ୍‌ ପାଇଁ ଆର୍‌ଟିପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ। ତଥାପି ଜରୁରିକାଳୀନ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଆଇସୋଲେଶନଯୁକ୍ତ ଆଇସିୟୁର ବ୍ୟବସ୍ଥା ଅଛି ା ଚିକିତ୍ସା କରୁଥିବା ଡାକ୍ତର ଏ ବାବଦରେ ଉପଯୁକ୍ତ ନିଷ୍ପତ୍ତି ନେବା କଥା। ସମ୍ପୃକ୍ତ ରୋଗୀଙ୍କ ପାଇଁ କ’ଣ ଆବଶ୍ୟକ ଥିଲା ନ ଜାଣି କିଛି କହିବାଟା ଠିକ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri