ବନ୍ୟା ପ୍ରପୀଡ଼ିତଙ୍କ ଜୀବନ ଦୁର୍ବିଷହ

ଅମ୍ବାଭୋନା,୨୦ା୮(ଡି.ଏନ.ଏ): ଛତିଶଗଡ଼ ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ରାୟପୁର ସ୍ଥିତ ଗାଁଗରେଲ ଡ୍ୟାମ୍‌ରୁ ମହାନଦୀକୁ ଅଧିକ ଜଳ ନିଷ୍କାସନ, ଶାଖା ନଦୀ ଗୁଡ଼ିକରେ ଅଧିକ ଜଳ ପ୍ରବେଶ କରିବାରୁ ମହାନଦୀ ଫୁଲି ଉଠି ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡ଼ିକୁ ୭ଦିନ ହେଲା ଜଳମଗ୍ନ କରି ରଖିଛି। ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣିରେ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଚିଖିଲି ସମେତ ବେନିଆଁପାଲି, ବରଙ୍ଗାକୋଟ, ଅନ୍ତରାଡ଼ି, ଘୁଘୁରାପାଲି ଆଦି ଗ୍ରାମରେ ୫୦୦ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ଚିଖିଲି ଗ୍ରାମରେ ୬ଫୁଟ୍‌ର ବନ୍ୟାଜଳ ପଶି ଆସି ଘରଦ୍ୱାର, ଡଙ୍ଗା, ଜାଲ, ଜାଳେଣି, ପାଲଗଦା ଆଦି ଭସାଇ ନେଇଛି। ବନ୍ଧ, ଗାଡ଼ିଆରେ ମତ୍ସ୍ୟଚାଷୀମାନେ କରିଥିବା ମାଛ ଚାଷ ବନ୍ୟାଜଳରେ ଧୋଇ ହୋଇଯାଇଛି। ଫଳରେ ବନ୍ୟା ପ୍ରପୀଡ଼ିତଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡ଼ିଛି। ବାରମ୍ବାର ଏଭଳି ବନ୍ୟାସ୍ଥିତି ଯୋଗୁ ଅଞ୍ଚଳର ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ୧୯୬୧, ୧୯୮୦, ୨୦୦୩, ୨୦୦୮, ୨୦୧୪, ୨୦୧୭, ୨୦୨୦, ୨୦୨୧, ୨୦୨୨ ମସିହା ବନ୍ୟାରେ ଚାଷୀଙ୍କ ଚାଷଜମି ସମେତ ଘରଦ୍ୱାର ଆଦି ଉଜୁଡ଼ିଛି। ଜଳସ୍ତର କମିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ସେହିପରି ପୁଣି ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ବନ୍ୟା ଆଶଙ୍କାର ପୁନରାବୃତ୍ତି ଟଳିନାହିଁ। ଏବେ ମଧ୍ୟ ଉପରୋକ୍ତ ଗ୍ରାମବାସୀ ବନ୍ୟା ଆଶଙ୍କାରେ ରହିଛନ୍ତି। ବନ୍ୟାରେ ଉକ୍ତ ଅଞ୍ଚଳର ୩୭୯ ବିପନ୍ନଙ୍କୁ ଗଣ୍ଠିଆପାଲି ଆଶ୍ରୟସ୍ଥଳୀକୁ ଅଣାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା। ତେବେ ବନ୍ୟାଜଳ କମିବାରୁ ୭ଦିନ ପରେ ବିପନ୍ନମାନେ ନିଜ ଘରକୁ ଫେରିଛନ୍ତି। ସେମାନେ ଭଙ୍ଗାଘର, ଗୁହାଳ ସଜାଡ଼ିବାରେ ଲାଗିଛନ୍ତି। ସେହିପରି ଘରେ ସଂରକ୍ଷିତ ଧାନ, ଗହମ, ଚାଉଳ ଓଦା ହୋଇଯାଇଥିବାରୁ ଲୋକେ ଚିନ୍ତିତ ହୋଇ ପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ଯାହା କିଛି ସହାୟତା ମିଳିଛି, ତାହା ସମୁଦ୍ରକୁ ଶଙ୍ଖେ ବୋଲି ବନ୍ୟା ପ୍ରପୀଡ଼ିତ ଲୋକେ କହିଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମକୁ ରିଲିଫ୍‌ ସାମଗ୍ରୀ ପଠାଇଛନ୍ତି। ମାତ୍ର ବନ୍ୟା ଯେଭଳି ଭାବେ ଗ୍ରାମବାସୀଙ୍କ ଜୀବିକାକୁ ଉଜାଡ଼ି ଦେଇଛି, ତୁରନ୍ତ ସେମାନଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ବିପନ୍ନଙ୍କ ପାଇଁ ‘ଆପାଦ ମିତ୍ର’

ଯାଜପୁର ଅଫିସ,୧୫ା୧୧:ସରକାରୀ ସହାୟତା ପହଞ୍ଚିବା ପୂର୍ବରୁ ବନ୍ୟା ବିପନ୍ନଙ୍କୁ ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ (କମ୍ୟୁନିଟି ଲେବୁଲ ଭଲେଣ୍ଟିୟର) ତୁରନ୍ତ ସହଯୋଗ କରିବେ। ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ...

୪୯୧ ପାନୀୟ ଜଳ ପ୍ରକଳ୍ପରୁ ୨୭୨ ଅଚଳ

ନୟାଗଡ଼ ଅଫିସ,୯।୫: ନୟାଗଡ଼ ଜିଲାରେ ପାନୀୟ ଜଳ ପ୍ରକଳ୍ପ କାହିଁକି ଫେଲ୍‌ ହେଉଛି ତା’ର କାରଣ ଖୋଜାଯାଉନି। ପ୍ରକଳ୍ପ ପରେ ପ୍ରକଳ୍ପ କରାଯାଇ ସରକାରୀ ଅନୁଦାନକୁ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ଥାନାରେ ମାମଲା

ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍‌.ଏ.)- ରାଜ୍ୟ ସରକାର କରୋନାକୁ ନେଇ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହାକୁ ଅବମାନନା କରିବା ଅଭିଯୋଗରେ ଜଣେ ବିଦେଶ ଫେରନ୍ତା ଯୁବକଙ୍କ ବିରୋଧରେ ହିଞ୍ଜିଳିକାଟୁ ତହସିଲଦାର...

ସାହାରପଡ଼ା ଅଞ୍ଚଳର ଟିକ୍‌ଟକ୍‌ ଭିଡିଓ କଳାକାରଙ୍କ ଓଡ଼ିଆ ସିନେମାରେ ପ୍ରବେଶ

ପାଟଣା, ୧।୮(ସ୍ବ.ପ୍ର.)-ଟିକ୍‌ଟିକ୍‌ କେତେକ କ୍ଷେତ୍ରରେ ଲୋକଙ୍କୁ ବଦନାମ କରିଥିବାବେଳେ କେତେକଙ୍କ ପାଇଁ ଖୁସିର ସମାହାର ଆଣିଦେଇଛି। ତେବେ ସବୁର ବ୍ୟବହାର ଜାଣିଲେ ହେଲା। ଭଲ କାମ...

ରାୟଗଡ଼ାରୁ ୧୨ କରୋନା ଯୋଦ୍ଧା ସମେତ ୬୮ ପଜିଟିଭ ଚିହ୍ନଟ, ୪୮ ଘଣ୍ଟା ଟାଉନ ଥାନା ସିଲ୍‌

ରାୟଗଡା ଅଫିସ, ୨୭।୭: ରାୟଗଡ଼ା ଜିଲାରୁ ସୋମବାର ୬୮ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଏଥିରେ ରହିଛନ୍ତି ୧୨ ଜଣ କରୋନା ଯୋଦ୍ଧା।...

ଗିରଫ ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର

ଜଗତସିଂହପୁର ଅଫିସ/ଭୁବନେଶ୍ୱର(ବ୍ୟୁରୋ),୨୮।୧୨: ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ରାଜସ୍ବ ବିଭାଗରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଚିତ୍ତରଞ୍ଜନ ପିଳା ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି...

୧୪ ଦିନରେ ଗଲାଣି ୬୩୫୪.୭୪୨ ଟନ୍‌ ଅକ୍ସିଜେନ୍‌

କଟକ ଅଫିସ,୭।୫: କରୋନା ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ସାରା ଦେଶକୁ ମେଡିକାଲ ଅକ୍ସିଜେନ୍‌ ଯୋଗାଇଛି ଓଡ଼ିଶା।...

ସାନଭାଇ ଆତ୍ମହତ୍ୟା କରୁଥିବା ଦେଖି ମଧ୍ୟ ବଞ୍ଚାଇ ପାରିଲେନି ବଡ଼ଭାଇ

ଯୋଡ଼ା,୭।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ଶାସ୍ତ୍ରୀନଗରର ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ପୋଲିସ ସୂତ୍ରରୁ ପ୍ରକାଶ,...

Advertisement
Archives

Model This Week