ବେକାର ଯାଇନି ଜୀବନ

ଓ୍ବାଶିଂଟନ,୧୫ା୪: ୧୯୭୭ ଫେବୃୟାରୀ ୨୦ରେ ଜର୍ମାନୀର ଅଗ୍ସବର୍ଗରେ କ୍ରିଷ୍ଟିନ୍‌ ଡେନାଇସ୍‌ ସ୍ମାର୍ଟଙ୍କ ଜନ୍ମ। ବଞ୍ଚତ୍ଥିଲେ ଏବେ ତାଙ୍କୁ ୪୪ ବର୍ଷ ହୋଇଥାଆନ୍ତା। ହେଲେ ୨୫ ବର୍ଷ ତଳେ ଆମେରିକାର କାଲିଫର୍ନିଆରେ ରହସ୍ୟମୟ ଭାବେ ହଠାତ୍‌ ନିଖୋଜ ହୋଇଯାଇଥିଲେ ଷ୍ଟକ୍‌ଟନର ଏଇ ୧୯ ବର୍ଷୀୟା ଛାତ୍ରୀ। ସ୍ମାର୍ଟଙ୍କୁ ଉଦ୍ଧାର କିମ୍ବା ତାଙ୍କ ମୃତଦେହ ଠାବ କରାଯାଇପାରି ନାହିଁ। ହତ୍ୟା ଅଭିଯୋଗରେ ଏତେ ବର୍ଷ ପରେ ଦୁଇ ବାପପୁଅଙ୍କୁ ଗିରଫ କରିଛି କାଲିଫର୍ନିଆ ପୋଲିସ। ପାଉଲ୍‌ ଫ୍ଲୋରେସ୍‌(୪୪)ଙ୍କୁ ହତ୍ୟା ଓ ତାଙ୍କ ବାପା ରୁବେନ୍‌ ଫ୍ଲୋରେସ୍‌(୮୦)ଙ୍କୁ ଏହି ଅପରାଧରେ ସହଯୋଗ କରିବା ଅଭିଯୋଗରେ ଗିରଫ କରାଯାଇଥିବା ମଙ୍ଗଳବାର ତଦନ୍ତକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।
୨୦୦୨ ମେ ୨୫ରେ ସ୍ମାର୍ଟଙ୍କ ନିଖୋଜ ଘଟଣାକୁ ୬ ବର୍ଷ ପୂରିଥିବାବେଳେ ପୋଲିସ ତାଙ୍କୁ ଆଇନତଃ ମୃତ ଘୋଷଣା କରିଥିଲା। ସାନ୍‌ ଲୁଇସ୍‌ ଓବିସ୍ପୋ କାଉଣ୍ଟି କର୍ତ୍ତପକ୍ଷ (ଶେରିଫ୍‌) ଇଆନ୍‌ ପାର୍କିନ୍‌ସନ୍‌ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ୧୯୯୬ ମେ’ ୨୫ ରାତି ୨ଟାରେ ଆମେରିକୀୟ ଲାଇଫ୍‌ ଗାର୍ଡ କ୍ରିଷ୍ଟିନ୍‌ ସ୍ମାର୍ଟଙ୍କୁ ଶେଷ ଥର ପାଇଁ ଦେଖାଯାଇଥିଲା ଯେତେବେଳେ ସେ ଏକ ଅଫ୍‌-କ୍ୟାମ୍ପସ୍‌ ବାର୍ଥଡେ ପାର୍ଟରୁ ନିଜ ଡୋର୍ମିଟୋରିକୁ ଫେରୁଥିଲେ। ସାଙ୍ଗରେ ଥିଲେ ପାଉଲ୍‌ ଫ୍ଲୋରେସ୍‌ ଓ ତାଙ୍କ ଅନ୍ୟ ୨ ସହପାଠୀ। ସ୍ମାର୍ଟ କାଲିଫର୍ନିଆ ପଲିଟେକ୍ନିକ୍‌ ଷ୍ଟେଟ୍‌ ୟୁନିଭିର୍ସଟି ଛାତ୍ରାବାସରେ ରହିବାକୁ ପସନ୍ଦ କରୁ ନ ଥିଲେ। ଫଳରେ ଫ୍ଲୋରେସ୍‌ ଏଥିରୁ ଫାଇଦା ନେବାକୁ ଉଦ୍ୟମ କରିଥିଲେ। ସ୍ମାର୍ଟ ଏକ ଅଘୋଷିତ ଛୁଟିରେ ଥିବାବେଳେ ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଫୋରେସ୍‌ ପରିବାରର ଦୁଇଟି ସ୍ଥାନରେ ପୋଲିସ ଛାନ୍‌ଭିନ୍‌ କରିବାରୁ ହତ୍ୟାର ପ୍ରମାଣ ମିଳିଛି ବୋଲି ଏହି ବହୁଚର୍ଚ୍ଚିତ ନିଖୋଜ ହେବା ମାମଲାର ତଦନ୍ତ କରୁଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଫ୍ଳୋରେସ୍‌ ଓ ତାଙ୍କ ପରିବାର ସଦସ୍ୟଙ୍କ ଫୋନ୍‌କୁ ଟ୍ରାକ୍‌ କରିବା ପରେ ପ୍ରମାଣ ମିଳିଥିବା ସେମାନେ କହିଛନ୍ତି। ନିର୍ଦ୍ଦିଷ୍ଟ ଭାବେ କି ପ୍ରମାଣ ହାତରେ ଲାଗିଛି ସେନେଇ ମୁହଁ ଖୋଲି ନାହାନ୍ତି। କିନ୍ତୁ ଦଶନ୍ଧି ଧରି ତାଙ୍କୁ ଉଦ୍ଧାର କରିବା ପାଇଁ ୧୯୯୬ରୁ ୨୦୦୭ ପର୍ଯ୍ୟନ୍ତ ଚାଲିଥିବା ଉଦ୍ୟମ ସଫଳ ହୋଇ ନ ଥିବାରୁ ସେ କେମିତି ହଠାତ୍‌ ଉଭାନ ହୋଇଗଲେ ସେନେଇ ତଦନ୍ତକାରୀମାନେ କେବଳ କଳ୍ପନାଜଳ୍ପନା ପ୍ରକାଶ କରୁଛନ୍ତି। ପୋଲିସ ଏବେ ତାଙ୍କ ମୃତଦେହ ଖୋଜିବା ପାଇଁ ତନାଘନା ଚଳାଇବ ବୋଲି ଜୋର୍‌ ଦେଇ କହିଛି। ସ୍ମାର୍ଟଙ୍କ ପରିବାର ପକ୍ଷରୁ ଏକ ବିବୃତିରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ‘ତିକ୍ତମଧୁର’ ଅଭିହିତ କରାଯାଇଛି। ସ୍ମାର୍ଟଙ୍କ ପ୍ରିୟ ଆମତ୍ା ଆମ ହୃଦୟରେ ସବୁବେଳେ ରହିଛି। ତାଙ୍କ ବିନା ଆମର ଆଲିଙ୍ଗନ, ହସଖୁସି ସବୁକିଛି ଉଭେଇଯାଇଛି ବୋଲି ପରିବାର ପକ୍ଷରୁ କୁହାଯାଇଛି। ଝିଅ ନିଖୋଜ ହେବା ପରେ ପରିବାର ଲୋକେ ପାଉଲ ଫ୍ଲୋରେସ୍‌ଙ୍କ ବିରୋଧରେ ୪୦ ନିୟୁତ ଡଲାରର ଏକ ମାମଲା ଦାଏର କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?