ଚାରିଘରିଆବାସୀଙ୍କ ଥଇଥାନ ମାମଲା: ଆଶା, ଆଶଙ୍କାରେ ବିତୁଛି ଜୀବନ

କେନ୍ଦ୍ରାପଡ଼ା ଅଫିସ,୫।୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଚାରିଘରିଆ ଗ୍ରାମବାସୀ ସ୍ଥାନାନ୍ତରକୁ ନେଇ ଚିନ୍ତାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ବନାଞ୍ଚଳରୁ ହଟିଯିବା ପାଇଁ ସେମାନଙ୍କୁ ବାରମ୍ବାର ନୋଟିସ ହେଉଛି। ସେମାନଙ୍କ ଥଇଥାନ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ ହୋଇ ନ ଥିବାବେଳେ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅପରପକ୍ଷେ ସମୁଦ୍ର ତଟାଞ୍ଚଳ କ୍ଷୟ ପାଇଁ ରାଜନଗର ବ୍ଲକ ଅଧୀନ ସାତଭାୟାବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର ପାଇଁ ସରକାର ଯେଉଁ ସର୍ତ୍ତାବଳୀ ଲାଗୁ କରିଛନ୍ତି ସେହି ସର୍ତ୍ତରେ ଥଇଥାନ କରାଯାଉ ବୋଲି ଗ୍ରାମବାସୀ ଦାବି କରି ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି।
ଚାରିଘରିଆବାସୀଙ୍କୁ ବଗପାଟିଆରେ ଥଇଥାନ କରିବା ପାଇଁ ଗତ ଦଶନ୍ଧି ଧରି ଆନ୍ଦୋଳନ ଜାରି ରହିଛି। ତେବେ ନିକଟରେ ପାଇଥିବା ସ୍ଥାନାନ୍ତର ନୋଟିସ ସେମାନଙ୍କ ନିଦ ହଜାଇଛି ବୋଲି ଗ୍ରାମର ସନ୍ତୋଷ କୁମାର ସରକାର କହିଛନ୍ତି। ସେ କହିଛନ୍ତି, ଭିତରକନିକା ବନାଞ୍ଚଳ ଜାତୀୟ ଉଦ୍ୟାନ ଘୋଷଣା ହେବାର ବହୁ ପୂର୍ବରୁ ସେମାନଙ୍କ ପୂର୍ବପୁରୁଷ ସେଠାରେ ରହି ଆସିଛନ୍ତି।
୧୯୭୧ ବାତ୍ୟା ପରେ ଚାରୋଟି ପରିବାର ଏଠାରେ ଘର କରିଥିଲେ।
ଏଥିପାଇଁ ଗ୍ରାମକୁ ଚାରିଘରିଆସାହି କୁହାଯାଉଥିବା ବେଳେ ବର୍ତ୍ତମାନ ଘର ସଂଖ୍ୟା ୭୦ରୁ ଊର୍ଦ୍ଧ୍ୱ ହେଲାଣି। କେନ୍ଦ୍ର ସରକାର ୧୯୭୫ରେ ଭିତରକନିକାକୁ ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳ ଓ ୧୯୯୮ରେ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଛନ୍ତି। ତେବେ ଏଠାରେ ତିନି ପୁରୁଷ ଧରି ରହିଆସିଥିବା ବେଳେ ଥଇଥାନ ବ୍ୟବସ୍ଥା ହୋଇ ନ ଥିବାରୁ ଚିନ୍ତାରେ ଅଛନ୍ତି। ଗ୍ରାମର ରେଶମୀ ଦାସ କହିଛନ୍ତି, ଏହି ଗ୍ରାମରେ ରହିବା ଆମ ପାଇଁ ବିପଦପୂର୍ଣ୍ଣ ହୋଇଛି। ଗ୍ରାମ ନିକଟରେ ବନ ବିଭାଗ ପକ୍ଷରୁ ନାଳ ଖୋଳାଯାଇଛି। ଏହି ନାଳରେ ପ୍ରତିଦିନ କୁମ୍ଭୀର ଆତଯାତ ହେଉଛନ୍ତି। ବିଭିନ୍ନ ସମୟରେ ପାଳିଥିବା ପଶୁପକ୍ଷୀ ଓ ଗ୍ରାମବାସୀ କୁମ୍ଭୀର ଓ ବନ୍ୟ ହିଂସ୍ରଜନ୍ତୁଙ୍କ ଆକ୍ରମଣର ଶିକାର ହେଉଛନ୍ତି। ଗ୍ରାମବାସୀ ଏଠାରୁ ଉଠିଯିବା ପାଇଁ ଚାହୁଁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଉ ନ ଥିବା କହି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମର ସୁକୁମାର ଦାସ କହିଛନ୍ତି, ଗ୍ରାମବାସୀଙ୍କ ନିକଟରେ ଭୋଟର କାର୍ଡ, ବିପିଏଲ କାର୍ଡ ଆଦି ଅଛି। ମହାକାଳପଡ଼ା ବ୍ଲକର କେତେକ ଅଧିବାସୀଙ୍କୁ ପଟ୍ଟା ଯୋଗାଇ ଦିଆଯାଉଛି। ଆମ ଗ୍ରାମବାସୀଙ୍କୁ ଥଇଥାନ ଯୋଜନାରେ ସାମିଲ କରି ବଗପାଟିଆରେ ସ୍ଥାନ ଚିହ୍ନଟ ଓ ଅନୁଦାନ ଯୋଗାଇଦେଲେ ତୁରନ୍ତ ଗ୍ରାମରୁ ସ୍ଥାନାନ୍ତର ହୋଇଯିବୁ। ଏ ନେଇ ବାରମ୍ବାର ଆନ୍ଦୋଳନ ଓ ଅନଶନ ହୋଇଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ର କହିଛନ୍ତି, ବଗପାଟିଆକୁ ଚାରିଘରିଆ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଛି। ଏଠିକାର ପ୍ରକୃତ ଅଧିବାସୀଙ୍କ ଚିହ୍ନଟ ପରେ ଏହାକୁ ତ୍ୱରାନ୍ବିତ କରାଯିବ। ଗୋଟିଏ ପରିବାରରେ ଏକାଧିକ ବ୍ୟକ୍ତି ଏହି ଜମି ହାତେଇବାକୁ ଚେଷ୍ଟା ଚଳାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri