ଚାରିଘରିଆବାସୀଙ୍କ ଥଇଥାନ ମାମଲା: ଆଶା, ଆଶଙ୍କାରେ ବିତୁଛି ଜୀବନ

କେନ୍ଦ୍ରାପଡ଼ା ଅଫିସ,୫।୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଚାରିଘରିଆ ଗ୍ରାମବାସୀ ସ୍ଥାନାନ୍ତରକୁ ନେଇ ଚିନ୍ତାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ବନାଞ୍ଚଳରୁ ହଟିଯିବା ପାଇଁ ସେମାନଙ୍କୁ ବାରମ୍ବାର ନୋଟିସ ହେଉଛି। ସେମାନଙ୍କ ଥଇଥାନ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ ହୋଇ ନ ଥିବାବେଳେ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅପରପକ୍ଷେ ସମୁଦ୍ର ତଟାଞ୍ଚଳ କ୍ଷୟ ପାଇଁ ରାଜନଗର ବ୍ଲକ ଅଧୀନ ସାତଭାୟାବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର ପାଇଁ ସରକାର ଯେଉଁ ସର୍ତ୍ତାବଳୀ ଲାଗୁ କରିଛନ୍ତି ସେହି ସର୍ତ୍ତରେ ଥଇଥାନ କରାଯାଉ ବୋଲି ଗ୍ରାମବାସୀ ଦାବି କରି ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି।
ଚାରିଘରିଆବାସୀଙ୍କୁ ବଗପାଟିଆରେ ଥଇଥାନ କରିବା ପାଇଁ ଗତ ଦଶନ୍ଧି ଧରି ଆନ୍ଦୋଳନ ଜାରି ରହିଛି। ତେବେ ନିକଟରେ ପାଇଥିବା ସ୍ଥାନାନ୍ତର ନୋଟିସ ସେମାନଙ୍କ ନିଦ ହଜାଇଛି ବୋଲି ଗ୍ରାମର ସନ୍ତୋଷ କୁମାର ସରକାର କହିଛନ୍ତି। ସେ କହିଛନ୍ତି, ଭିତରକନିକା ବନାଞ୍ଚଳ ଜାତୀୟ ଉଦ୍ୟାନ ଘୋଷଣା ହେବାର ବହୁ ପୂର୍ବରୁ ସେମାନଙ୍କ ପୂର୍ବପୁରୁଷ ସେଠାରେ ରହି ଆସିଛନ୍ତି।
୧୯୭୧ ବାତ୍ୟା ପରେ ଚାରୋଟି ପରିବାର ଏଠାରେ ଘର କରିଥିଲେ।
ଏଥିପାଇଁ ଗ୍ରାମକୁ ଚାରିଘରିଆସାହି କୁହାଯାଉଥିବା ବେଳେ ବର୍ତ୍ତମାନ ଘର ସଂଖ୍ୟା ୭୦ରୁ ଊର୍ଦ୍ଧ୍ୱ ହେଲାଣି। କେନ୍ଦ୍ର ସରକାର ୧୯୭୫ରେ ଭିତରକନିକାକୁ ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳ ଓ ୧୯୯୮ରେ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଛନ୍ତି। ତେବେ ଏଠାରେ ତିନି ପୁରୁଷ ଧରି ରହିଆସିଥିବା ବେଳେ ଥଇଥାନ ବ୍ୟବସ୍ଥା ହୋଇ ନ ଥିବାରୁ ଚିନ୍ତାରେ ଅଛନ୍ତି। ଗ୍ରାମର ରେଶମୀ ଦାସ କହିଛନ୍ତି, ଏହି ଗ୍ରାମରେ ରହିବା ଆମ ପାଇଁ ବିପଦପୂର୍ଣ୍ଣ ହୋଇଛି। ଗ୍ରାମ ନିକଟରେ ବନ ବିଭାଗ ପକ୍ଷରୁ ନାଳ ଖୋଳାଯାଇଛି। ଏହି ନାଳରେ ପ୍ରତିଦିନ କୁମ୍ଭୀର ଆତଯାତ ହେଉଛନ୍ତି। ବିଭିନ୍ନ ସମୟରେ ପାଳିଥିବା ପଶୁପକ୍ଷୀ ଓ ଗ୍ରାମବାସୀ କୁମ୍ଭୀର ଓ ବନ୍ୟ ହିଂସ୍ରଜନ୍ତୁଙ୍କ ଆକ୍ରମଣର ଶିକାର ହେଉଛନ୍ତି। ଗ୍ରାମବାସୀ ଏଠାରୁ ଉଠିଯିବା ପାଇଁ ଚାହୁଁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଉ ନ ଥିବା କହି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମର ସୁକୁମାର ଦାସ କହିଛନ୍ତି, ଗ୍ରାମବାସୀଙ୍କ ନିକଟରେ ଭୋଟର କାର୍ଡ, ବିପିଏଲ କାର୍ଡ ଆଦି ଅଛି। ମହାକାଳପଡ଼ା ବ୍ଲକର କେତେକ ଅଧିବାସୀଙ୍କୁ ପଟ୍ଟା ଯୋଗାଇ ଦିଆଯାଉଛି। ଆମ ଗ୍ରାମବାସୀଙ୍କୁ ଥଇଥାନ ଯୋଜନାରେ ସାମିଲ କରି ବଗପାଟିଆରେ ସ୍ଥାନ ଚିହ୍ନଟ ଓ ଅନୁଦାନ ଯୋଗାଇଦେଲେ ତୁରନ୍ତ ଗ୍ରାମରୁ ସ୍ଥାନାନ୍ତର ହୋଇଯିବୁ। ଏ ନେଇ ବାରମ୍ବାର ଆନ୍ଦୋଳନ ଓ ଅନଶନ ହୋଇଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ର କହିଛନ୍ତି, ବଗପାଟିଆକୁ ଚାରିଘରିଆ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଛି। ଏଠିକାର ପ୍ରକୃତ ଅଧିବାସୀଙ୍କ ଚିହ୍ନଟ ପରେ ଏହାକୁ ତ୍ୱରାନ୍ବିତ କରାଯିବ। ଗୋଟିଏ ପରିବାରରେ ଏକାଧିକ ବ୍ୟକ୍ତି ଏହି ଜମି ହାତେଇବାକୁ ଚେଷ୍ଟା ଚଳାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri