ଜୀବନ ପାଣିଫୋଟକା

ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ନିବେଶକୁ ଉତ୍ସାହିତ କରାଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଉପତ୍ାଦନର ପ୍ରମୁଖ ଭୂମିକାରେ ଥିବା ଶ୍ରମିକମାନଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଏବଂ ଅର୍ଥିକ ଦିଗକୁ ଅଣଦେଖା କରାଯିବାର ଖବର ସାମ୍ନାକୁ ଆସୁଛି। ବିଶେଷକରି ନିୟମିତ ବ୍ୟବଧାନରେ ବିଭିନ୍ନ ଶିଳ୍ପକେନ୍ଦ୍ରରେ ଦୁର୍ଘଟଣା ଯୋଗୁ ଶ୍ରମିକ ମୃତାହତ ହେବା ଚିନ୍ତାର ବିଷୟ। ୨୦୨୧ରେ ରାଉରକେଲା ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ୪ ଜଣ ଶ୍ରମିକଙ୍କ ମୃତ୍ୟୁ, ୨୦୨୩ରେ ସୁନ୍ଦରଗଡ଼ର ଶୁଭ ଇସ୍ପାତ ପ୍ରାଇଭେଟ୍‌ ଲିମିଟେଡ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଓ ୨ ଆହତ ହେବା ପ୍ରାୟ ସମସ୍ତଙ୍କର ମନେଅଛି। ଚଳିତ ସପ୍ତାହ ଅର୍ଥାତ୍‌ ୨୪ ଜୁନ ୨୦୨୪ରେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଝାଡ଼ବନ୍ଧ ଗ୍ରାମରେ ଥିବା ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍‌ କାରଖାନାର ମେକାନିକାଲ ଷ୍ଟ୍ରକ୍‌ଚର ଭୁଶୁଡ଼ି ୨ ଶ୍ରମିକଙ୍କର ମୃତ୍ୟୁ ହେବା ସହ ୨ ଗୁରୁତର ଆହତ ହୋଇଛନ୍ତି। ଓଡ଼ିିଶା ବିଧାନସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୨ ମଧ୍ୟରେ ବିଭିନ୍ନ କଳକାରଖାନା ଦୁର୍ଘଟଣାରେ ୧୩୭ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୧୩୨ ଜଣ ଆହତ ହୋଇଥିଲେ। କେନ୍ଦ୍ର ସରକାରଙ୍କ ତଥ୍ୟ ଦର୍ଶାଏ, କାରଖାନା ଦୁର୍ଘଟଣାରେ ଭାରତରେ ଦିନକୁ ହାରାହାରି ୩ ଜଣଙ୍କର ମୃତ୍ୟୁ ହେଉଛି। ଦେଖିବାକୁ ଗଲେ ରାଜ୍ୟରେ ବିଭିନ୍ନ କଳକାରଖାନା ସମେତ କ୍ରଶର, ପଥର ଖାଦାନ, ଖଣି ଖନନ, ନିର୍ମାଣ, ଇଟାଭାଟି ଭଳି ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକମାନେ ଦୁର୍ଘଟଣାରେ ମୃତାହତ ହେଉଛନ୍ତି।
ଏଭଳି ଦୁର୍ଘଟଣା ପଛରେ ଅନେକ କାରଣ ରହିଛି। ଶ୍ରମିକମାନେ ନିଜ ସୁରକ୍ଷା ପାଇଁ ଯତ୍ନବାନ ନୁହନ୍ତି। ଭାରତରେ ଏହା ଏକ ଚିରାଚରିତ ସମସ୍ୟା। ମଣିଷ ଜୀବନର କୌଣସି ମୂଲ୍ୟ ଏହି ଦେଶରେ ପୂର୍ବରୁ ନ ଥିଲା କି ଆଜି ମଧ୍ୟ ନାହିଁ। ଉଦାହରଣ ସ୍ବରୂପ ଜୁନ ୧୭ ତାରିଖରେ କାଞ୍ଚନଜଙ୍ଗା ରେଳ ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ସେମାନଙ୍କ ବିଷୟରେ କୌଣସି ତଥ୍ୟ ଦେଶବାସୀ ଜାଣିନାହାନ୍ତି। ଅର୍ଥାତ୍‌ ସେହି ସବୁ ମୃତ ଯାତ୍ରୀଙ୍କ ଜୀବନର କୌଣସି ମୂଲ୍ୟ ଥିଲା ଭଳି ଏ ଜାତି ଭାବେ ନାହିଁ। ଯେଉଁ ପରିବାରର ବ୍ୟକ୍ତି ମୃତ୍ୟୁର ସମ୍ମୁଖୀନ ହୁଏ, କେବଳ ସେହି ପରିବାର ସେଥିପାଇଁ ବ୍ୟସ୍ତ ହୁଏ। କିନ୍ତୁ ଯେହେତୁ ସାମାଜିକ ସ୍ତରରେ ଏହିସବୁ ଦୁର୍ଘଟଣା ପ୍ରତି କେବେହେଲେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଏନାହିଁ, ସେଥିପାଇଁ ସରକାର ମଧ୍ୟ ଦୀର୍ଘମିଆଦୀ ସମାଧାନ ଖୋଜିବା ଲାଗି ଚିନ୍ତା କରେ ନାହିଁ। ଭାବିବାକୁ ଗଲେ କାଞ୍ଚନଜଙ୍ଗା ଏକ୍ସପ୍ରେସ, ବାହାନଗା ଟ୍ରେନ ଦୁର୍ଘଟଣା ଭଳି ବିରାଟକାୟ ଦୁର୍ଘଟଣା ଏବଂ ଅନେକଙ୍କ ମୃତ୍ୟୁଠାରୁ ଆରମ୍ଭ କରି ପ୍ରତ୍ୟେକ ଦିନ ଭାରତର ବିଭିନ୍ନ କଳକାରଖାନାରେ ସୁସ୍ଥସବଳ ଲୋକଙ୍କର ଅକାଳ ବିୟୋଗ ଘଟିବାରେ ଲାଗିଛି। ଯେଉଁମାନେ ମୂଲ ଲାଗି ରୋଜଗାର କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ତାଙ୍କ ପଛରେ ଥିବା ଗୋଟିଏ ପରିବାରର ଦାୟିତ୍ୱ ବହନ କରୁଥିବେ। ସେହି ରୋଜଗାର କରୁଥିବା ବ୍ୟକ୍ତିର ମୃତ୍ୟୁପରେ ତାଙ୍କର ପରିବାର ତଳିତଳାନ୍ତ ହୋଇଯାଇଥାଆନ୍ତି। ସାଧାରଣ ଭାରତୀୟଙ୍କ ଚରିତ୍ର ହେଉଛି ସମସ୍ୟା ନିଜ ମୁଣ୍ଡ ଉପରେ ପଡ଼ି ନ ଥିବା ହେତୁ ସେହି ସମସ୍ୟା କାହାରି ଆଖିକୁ ଦେଖାଯାଏ ନାହିଁ। ତେଣୁ ଇସ୍ପାତ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କଠାରୁ ଆରମ୍ଭ କରି ବଡ଼ ଅଟ୍ଟାଳିକା ନିର୍ମାଣ କରୁଥିବା ମିସ୍ତ୍ରିର ଜୀବନ ପାଣିଫୋଟକା ଭଳି। ସକାଳୁ ଜଳଖିଆ ଖାଇ ଘରୁ ବାହାରିଲାବେଳକୁ ଜଣା ନଥାଏ ସନ୍ଧ୍ୟାରେ ପୁନର୍ବାର ଘରକୁ ଫେରିବେ କି ନାହିଁ। ଏଭଳି ପ୍ରଚ୍ଛଦପଟରେ ସୁଧାର ଆଣିବାକୁ ହେଲେ କେବଳ ଆଇନ ପ୍ରଣୟନ ଯଥେଷ୍ଟ ହେବ ନାହିଁ। ଯେଉଁସବୁ ସରକାରୀ ସଂସ୍ଥାକୁ ଶ୍ରମିକ ସୁରକ୍ଷା ସମ୍ପନ୍ଧୀୟ ଦାୟିତ୍ୱ ଦିଆଯାଇଛି, ତାହାର ତଳତଳିଆ କର୍ମଚାରୀମାନେ ଅଳ୍ପ କିଛି ଅର୍ଥ ହାସଲ କରି ବଡ଼ ବିପଦ ପ୍ରତି ଦୁଆର ଖୋଲି ଦେଇଥାଆନ୍ତି। ଯେଉଁ ପର୍ଯ୍ୟନ୍ତ ଦୁର୍ଘଟଣା ଘଟି ନ ଥାଏ, ସେ ପର୍ଯ୍ୟନ୍ତ ସବୁକିଛି ସୁରୁଖୁରୁରେ ଚାଲିଥାଏ। ସେହିସବୁ କନିଷ୍ଠ ସରକାରୀ କର୍ମଚାରୀମାନେ ଭଲ ଦୁଇ ପଇସା ମଧ୍ୟ ରୋଜଗାର କରିଚାଲିଥାନ୍ତି। ଯେତେବେଳେ ଦୁର୍ଘଟଣା ଘଟେ, ସେତେବେଳେ ମାନ୍ଦା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ଯାହାର କୌଣସି ପ୍ରଭାବ ପଡ଼େନାହିଁ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ପରିସ୍ଥିତିରେ ପରିବର୍ତ୍ତନ ଆସେନାହିଁ। ଏଥିସହିତ ଯୋଡ଼ି ହୋଇଯାଏ ଶ୍ରମିକ ଜୀବନର ବେପରୁଆ ଆଭିମୁଖ୍ୟ। ସଡ଼କ, ରେଳ ଏବଂ ଶିଳ୍ପ ଦୁର୍ଘଟଣାରୁ ଆରମ୍ଭ କରି ଟ୍ୟୁବ୍‌ଓ୍ବେଲ ଭିତରେ ପିଲା ପଡ଼ିଯିବା ଭଳି ଅସ୍ବାଭାବିକ ଦୁର୍ଘଟଣା କେବଳ ଭାରତରେ ଅଧିକ ପରିମାଣରେ ଘଟିଥାଏ। ସେଥିପାଇଁ ଯାହା ପୂର୍ବରୁ ଉଲ୍ଲେଖ କରାଯାଇଛି ତାହା ଦୋହରାଯାଇପାରେ ଯେ, କେବଳ ଆଇନ ନୁହେଁ, ମଣିଷ ଜୀବନର ମୂଲ୍ୟକୁ ସମ୍ମାନ ଦେଇ ସବୁ ସ୍ତରରେ ଯଦି ଆଭିମୁଖ୍ୟର ପରିବର୍ତ୍ତନ ଘଟିବ, ତେବେ ଅନେକ ଦୁର୍ଘଟଣାରୁ ବଞ୍ଚତ୍ବା ସମ୍ଭବପର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?