ହାତମୁଠାରେ ଜୀବନ

ଦ୍ୱିତୀ ଚନ୍ଦ୍ର ସାହୁ

 

ସାମାନ୍ୟ ହାତ ପାପୁଲି। ତା’ ଭିତରେ ଜୀବନକୁ ବାନ୍ଧି ରଖିହେବ ତ ! ଏ ହାତ ପାପୁଲି ଛୋଟ ହେଲେ ବି ଭାରି କରାମତି। ଏ ଧନୀକୁ ଗରିବ କରିପାରେ। ରଙ୍କିକୁ ଧନୀ କରିପାରେ। ଏ ହାତର କରାମତି ଭାରି ବିସ୍ମୟ। ବୁଝିହୁଏନା କିଛି। ଯେ ବୁଝେ ସେ ଖୋଜେ। ସେ ହାତକୁ ନିଜ ବାଗରେ ପରିଚାଳିତ କରେ। ପାପୁଲି ଦେହରେ ଥିବା ଅଙ୍କାବଙ୍କା ରେଖାସବୁ ତା’ର କାଳେ ଭାଗ୍ୟ। କିନ୍ତୁ କେହି କେହି ଏହି ଭାଗ୍ୟକୁ ବଦଳେଇବାର କ୍ଷମତା ରଖନ୍ତି ବୋଲି ଦାବି କରନ୍ତି। ପରିଶ୍ରମ ବଳରେ ହୁଏତ ଭାଗ୍ୟ ବି ବଦଳିଯାଏ ଅନେକ ସମୟରେ। ଜୀବନ ପରୀକ୍ଷା ନେଇଥାଏ ପ୍ରତିଥର। ପ୍ରତିକ୍ଷଣ ଜୀବନ ପରୀକ୍ଷାରେ ସମ୍ମୁଖୀନ ହୋଇଥାଏ ମଣିଷ। ଏଇ ପରୀକ୍ଷା ହିଁ ମଣିଷକୁ ମଜଭୁତ କରେ। ମନୋବଳକୁ ଦୃଢ଼ କରେ। ଆଗକୁ ବଢ଼ିବାକୁ ଶକ୍ତି, ସାମର୍ଥ୍ୟ ଓ ରାହା ଦେଖାଏ। କିନ୍ତୁ ଅନେକ ସମୟରେ ମଣିଷ ଜୀବନର ଅର୍ଥକୁ ବୁଝିପାରେନି। ଜୀବନର ଅର୍ଥକୁ କଦର୍ଥ କରିବସେ। ନିଜ ଚଲାପଥକୁ କଣ୍ଟକିତ କରିପକାଏ। ଜୀବନ ସୁନେଲି ସ୍ବପ୍ନ ଦେଖାଏ। ବାହୁରେ ଦୁଇଟି ଡେଣା ଲଗାଏ। ଉଡ଼ିବାକୁ ପ୍ରାଥମିକ ବଳ ଯୋଗାଏ। ଉଡ଼ାଣ ନିଜ ପାଖରେ ଥାଏ। କେତେ ଦୂର ଉଡ଼ିବାକୁ ହେବ ନିଜକୁ ନିଜେ ପ୍ରସ୍ତୁତ କରିବାକୁ ହୁଏ। ଏମିତି ଉଡ଼ାଣ କରିବା ଉଚିତ ନୁହେଁ, ଯେଉଁଠି ନିଜ ପାଦ ତଳର ମାଟି ସବୁବେଳେ ସ୍ପଷ୍ଟ ଦେଖାଯାଉଥିବ। ସମୟ ଅସମୟରେ ନିଜକୁ ନିଜେ ଥୟ କରି ପୁନଶ୍ଚ ଠିଆ ହେବାର ଅବକାଶ ନିଜ ପାଖରେ ରଖିବା ଉଚିତ।
ଏବେ ମଣିଷ ଜୀବନ ସହ ଧୁମ୍‌ କୁସ୍ତି କରି ଚାଲିଛି। ଜୀବନଠାରୁ ଜିତି ଆଗେଇବାକୁ ଭାରି ଇଚ୍ଛା ମଣିଷର। ସେଥିପାଇଁ ସେ ଅସୁମାରି ସ୍ବପ୍ନ ଦେଖେ। ପାର୍ଥିବ ସୁଖ ପଛରେ ଦୌଡ଼ିବା ଆରମ୍ଭ କରେ। ସେ ଦୌଡିବାର ଶେଷ ନାହିଁ। ଦୌଡିବାର ବେଗ ବଢ଼େ ସିନା କେଉଁଠି କିଛି ସମୟ ଅଟକିବାର ନାଁ ନାହିଁ। କିନ୍ତୁ ଶେଷରେ ଛଅ ହାତ ଚାଖଣ୍ଡେ ଜାଗା ଭିତରେ ନିଜକୁ ସୀମିତ ରଖେ। ଅଧିକ ସ୍ଥାନ ତା’ର ଲୋଡ଼ା ପଡ଼େନି। ଏକଥା ବୁଝିପାରେନି ବୋଲି ଜୀବନସାରା ପ୍ରତିଯୋଗିତା କରେ ଅନ୍ୟ ସହ। ପ୍ରାଚୁର୍ଯ୍ୟ ଭିତରେ ଅବଦମିତ ଦୁଃଖକୁ ଘୋଡ଼େଇବାକୁ ଚେଷ୍ଟା କରେ। ସୁଖ ଭଳି ଦେଖା ଯାଉଥିବା ଭୋଗର ଅସୁମାରି ଉପାଦାନ ସମୂହ ଭିତରେ ଦୁଃଖ ସବୁ ଆଖିମିଟିକା ମାରେ। ନିଜ ଛଡା ଅନେକେ ହୁଏତ ଏହାକୁ ଦେଖିପାରନ୍ତିନି କି ବୁଝିପାରନ୍ତିନି। ଅନ୍ତରଜ୍ୱାଳାକୁ ବି ଫେଡି କହିହୁଏନି। ଜୀବନକୁ ହାତମୁଠାରେ ରଖିବାର ଦୁର୍ବାର କାମନା ଭିତରେ ଜୀବନ ହାତମୁଠାରୁ ଅପସରିଯାଏ। ତେଣୁ ଛୋଟ ଛୋଟ ସ୍ବପ୍ନକୁ ପୂରଣ କରି ଜୀବନକୁ ଆଗେଇ ନେଲେ ଜୀବନ ନିଜ ଶୈଳୀରେ ଆଗକୁ ବଢ଼ିବାକୁ ହେବ। ଗୋଟିଏ ପରେ ଗୋଟିଏ ଶିଡି ଦେଇ ଆଗକୁ ବଢିଲେ ଉପରକୁ ଉଠିବା ସହଜ ହେବ। ଜୀବନ ଏମିତି ଜିଇବାକୁ ହେବ ଯେଉଁଠି ବେଶି କିଛି ପାଇବାର ଲୋଭ ନ ଥିବ କି ଅନେକ କିଛି ହରାଇବାର ଗ୍ଳାନି ନ ଥିବ।
ଛୋଟ ଛୋଟ ଖୁସିକୁ ସାଉଁଟି ଜୀବନକୁ ଉପଭୋଗ କରିବାକୁ ହେବ। ଏସବୁ ସମାହାର ଜୀବନକୁ ରସସିକ୍ତ କରାଇବ। ଜୀବନର ପ୍ରକୃତ ଅର୍ଥକୁ ଅନୁଭବ କରିବାର ପର୍ଯ୍ୟାପ୍ତ ଅବସର ଦେବ। ସଦ୍ୟ ଖୁସିରେ ଆନନ୍ଦିତ ହେବା ଅବଶ୍ୟ। ଜୀବନ ଗୋଟାପଣେ ସହଜ ଓ ସରଳ। ଆମ ମନ ଓ ଆଗ୍ରହ ଏହାକୁ ଜଟିଳ ଓ କୁଟିଳ କରିଦିଏ। ଏକଥା ବି ସତ ଜୀବନ କେବେ ବି ବିନା ମୂଲ୍ୟ ଓ ବିନା ପରିଶ୍ରମରେ କିଛି ଦିଏନି। ଏପରିକି ଶ୍ୱାସପ୍ରଶ୍ୱାସରେ କିଛି ନେବାକୁ ହେଲେ କିଛି ଛାଡିବାକୁ ପଡ଼େ ଆମକୁ। ନିଜର ସୁସଂହତ ଜୀବନ ଶୈଳୀ, ଆସ୍ଥା, ଦୃଢ଼ ବିଶ୍ୱାସ ଓ ଅମୂଲ୍ୟ କର୍ମ ଜୀବନରେ ପ୍ରତିଫଳିତ ହୋଇଥାଏ। ଯେମିତି ମଣିଷ କରେ ସେମିତି ଜୀବନ ଫଳ ଦେଇଦିଏ। ହୁଏତ ବିଳମ୍ବ ହୋଇପାରେ କିନ୍ତୁ ଅବଶ୍ୟ ପ୍ରାପ୍ତି ଦିଏ। ଦୁନିଆକୁ ଦେଖି ନିଜ ଜୀବନକୁ ଯିଏ ବଦଳେଇବାକୁ ଚେଷ୍ଟା କରେ ସେ କଷ୍ଟ ପାଇବା ସ୍ବାଭାବିକ। ନିଜ ପାଇଁ ନିଜେ ବଦଳି ଗଲେ ଜୀବନ ବି ଦୁନିଆ ପାଇଁ ଆପଣାଛାଏ ବଦଳିଯିବ। ତେଣୁ ମନକୁ ଯେତେ ଶୂନ୍ୟ ରଖିହେବ ଜୀବନ ସେତିକି ମୂଲ୍ୟବାନ ହୋଇପାରିବ। ମନକୁ ଶୂନ୍ୟ ରଖିବାକୁ ହେଲେ ଜୀବନରେ ଅସମ୍ଭବ କାମନା ଓ ପ୍ରାପ୍ତିଠାରୁ ଦୂରେଇ ରଖିବାକୁ ହେବ। ତେବେ ଯାଇ ହାତମୁଠାରେ ଜୀବନ ରହିବ। ଜୀବନ ଚିର ସବୁଜ, ସୁନ୍ଦର ଓ ସରସ ହୋଇପାରିବ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ:୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri