ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଠି ଏକ ନିର୍ଜୀବରୁ ସର୍ଜିବକୁ ଦେଖିବାକୁ ମିଳୁଛି। ଫଟୋରେ ଏକ କଂକ୍ରିଟ୍ ରାସ୍ତା ମଝିରୁ ଗଛଟିଏ ଉଠିଥିବା ଦେଖିବାକୁ ମିଳିଛି। ସେହିପରି ଅନ୍ୟଏକ ସ୍ଥାନରେ ଲୁହା ତାଲା ମଧ୍ୟରୁ ଗଛଟିଏ ସୁନ୍ଦର କରି ଉପରକୁ ଆସିଛି। ଫଟୋଟିକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟପଶନ୍ରେ ଲେଖିଛନ୍ତି ଜୀବନ ସର୍ବଦା ନିଜର ପଥ ଖୋଜେ। ଏହା ଭାଇରାଲ ହେବାରେ ଲାଗିଛି।
Life always finds its own way💕
Shared. pic.twitter.com/bjLYHf9cvQ— Susanta Nanda IFS (@susantananda3) January 29, 2021