ସଂଖ୍ୟାରେ ମିଛ

ଏକ ଦେଶ ପାଇଁ ଆଭ୍ୟନ୍ତରୀଣ ନିରାପତ୍ତା ଅଧିକ ଗୁରୁତ୍ୱ ବହନ କରିବା କଥା। ଯଦି ଦେଶ ଭିତରେ ହିଂସା ଘଟେ ତାହା ନାଗରିକଙ୍କ ପାଇଁ ବାହ୍ୟ ଆକ୍ରମଣଠାରୁ ଅଧିକ ବିପଦ ସୃଷ୍ଟି କରେ। ଛତିଶଗଡ଼ ବିଜାପୁର ଜିଲାରେ ୩ ଏପ୍ରିଲରେ ମାଓବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୫ ଯବାନଙ୍କ ମୃତ୍ୟୁ ଘଟିଥିବା ଘୋଷଣା କରାଯାଇଥିଲା। ୪ ଏପ୍ରିଲରେ ନିରାପତ୍ତା ବାହିନୀର ୨୨ ଯବାନଙ୍କ ପ୍ରାଣ ଯିବା ସହ ୩୨ ଜଣ ଆହତ ହୋଇଛନ୍ତି ଏବଂ କେତେ ଜଣ ନିଖୋଜ ହୋଇଥିବା ଖବର ପ୍ରକାଶ ପାଇଛି। ସରକାରୀ ଭାବେ ଯେଉଁ ସଂଖ୍ୟା ଘୋଷଣା କରାଯାଇଛି, ତାହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଏହା ଜଣାଶୁଣା ଯେ, ଭାରତରେ କୌଣସି ବିପର୍ଯ୍ୟୟ, ଦୁର୍ଘଟଣା ବା ବଡ଼ ଧରଣର ହିଂସା ଘଟିଲେ ସତ୍ୟ ତଥ୍ୟ ଦିଆଯାଇ ନ ଥାଏ। କାରଣ ସତ ସଂଖ୍ୟା ପ୍ରକାଶ ପାଇଗଲେ ସରକାର ଓ ପ୍ରଶାସନ ଅପାରଗ ବୋଲି ଚିତ୍ରିତ ହୋଇ ନିନ୍ଦିତ ହେବେ ବୋଲି ଭୟ ରହିଆସିଛି। କିନ୍ତୁ ଯେଉଁ ଅଞ୍ଚଳରେ ଏସବୁ ଘଟେ ସେଠାକାର ବାସିନ୍ଦା ବା ପ୍ରତ୍ୟକ୍ଷଦର୍ଶୀ ସତ୍ୟ ଜାଣିପାରିଥାଆନ୍ତି।
ବିଜାପୁରରେ ଅସଂଖ୍ୟ ମାଓବାଦୀ ସୁରକ୍ଷାକର୍ମୀଙ୍କୁ ଚାରିପଟୁ ଘେରି ଆକ୍ରମଣ କରିବା ନୂଆ ନୁହେଁ। ଅତୀତରେ ଦେଶର ବିଭିନ୍ନ ପ୍ରାନ୍ତରେ ଯେତେବେଳେ ବହୁସଂଖ୍ୟକ ଯବାନଙ୍କୁ ଏଭଳି ହତ୍ୟା କରାଯାଇଛି, ସେହି ସମାନ ପ୍ରକାର କୌଶଳ ମାଓବାଦୀମାନେ ପ୍ରୟୋଗ କରିଛନ୍ତି। ମନେପଡ଼େ ୨୦୧୦ ଏପ୍ରିଲ ୬ରେ ଛତିଶଗଡ଼ର ଦାନ୍ତଓ୍ବୋଡାରେ ୭୬ ଜଣ ଯବାନଙ୍କୁ ମାଓବାଦୀଙ୍କ ହତ୍ୟା ଘଟଣା। ସେତେବେଳେ କୁହାଯାଇଥିଲା ଯେ, ନିରାପତ୍ତା ବାହିନୀର ଯବାନମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଅନୁସରଣ କରି ନ ଥିଲେ। ଦୀର୍ଘ ୧୦ ବର୍ଷ ପରେ ମଧ୍ୟ ଏ ଦେଶର ଯବାନ ସେଭଳି ସତର୍କ ଓ ଜାଗତିଆର ହୋଇପାରି ନ ଥିବାରୁ ସଶସ୍ତ୍ର ସେନାକୁ କ୍ଷତି ପହଞ୍ଚିଛି।
ଭାରତରେ ମାଓବାଦୀମାନେ ପୁଣି ସକ୍ରିୟ ହେବା ସଙ୍କେତ ଦେଉଛି ଯେ, କେନ୍ଦ୍ରୀୟ ନେତୃତ୍ୱ ଦେଶର ନିରାପତ୍ତା ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ମାଓବାଦୀ ସଙ୍ଗଠନ ଦୁର୍ବଳ ହୋଇପଡ଼ିଥିବା ସଂକ୍ରାନ୍ତ କିଛି ରିପୋର୍ଟ ନିକଟ ଅତୀତରେ ପ୍ରକାଶ ପାଇବା ପରେ ସରକାର ଧରିନେଲେ ଯେ, ସେମାନଙ୍କ ସଂଖ୍ୟା କମିଯାଇଛି। କିନ୍ତୁ ଏହି ପ୍ରଚାର ଖୋଦ୍‌ ମାଓବାଦୀ ସଙ୍ଗଠନ ଦ୍ୱାରା ପ୍ରସାରିତ ହୋଇଥାଇପାରେ। ଏହାର ସତ୍ୟାସତ୍ୟ ଜାଣିବାରେ ସରକାର କୌଣସି ଅନୁସନ୍ଧାନ କରିଥିବାର ପ୍ରମାଣ ନାହିଁ। ହୁଏତ ଆଭ୍ୟନ୍ତରୀଣ ଗୋଇନ୍ଦା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ବିଫଳତା ଯୋଗୁ କେନ୍ଦ୍ର ସରକାର ପାଖରେ ତଥ୍ୟ ପହଞ୍ଚତ୍ପାରୁ ନାହିଁ। ସେଥିପାଇଁ ଉପର ମହଲର ଦାୟିତ୍ୱହୀନତାରୁ ସାଧାରଣ ଯବାନଙ୍କ ପ୍ରାଣହାନି ଘଟୁଛି। ସେହିପରି ମାଓବାଦୀ ସଙ୍ଗଠନ ଦୁର୍ବଳ ହୋଇଥିବା ପ୍ରଚାରକୁ ଦେଖି ସମ୍ଭବତଃ ସରକାର ସେହି ଆଡ଼େ ଦୃଷ୍ଟି ଦେଲେ ନାହିଁ। କିନ୍ତୁ ଯେତେବେଳେ ମାଓବାଦୀ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ଘଟିଲା ତତ୍ପରତା ଦେଖାଉଛନ୍ତି। ଏବେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ସେଥିଲାଗି ସିଆର୍‌ପିଏଫ୍‌ ଭଳି ଅର୍ଦ୍ଧସାମରିକ ବାହିନୀକୁ ସେହିସବୁ ରାଜ୍ୟରେ ଅଧିକ ମୁତୟନ କରାଯାଇଛି। ଦେଶର ନେତୃତ୍ୱ ନିର୍ବାଚନ ପ୍ରଚାରରେ ବିହ୍ବଳ ହୋଇଯାଇଥିବାରୁ ମାଓବାଦୀମାନେ ଏହି ଦୁର୍ବଳତାର ସୁଯୋଗ ହୁଏତ ନେଇଥାଇପାରନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପ୍ରମୁଖ ଦାୟିତ୍ୱ ହେଉଛି ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ସୁଦୃଢ଼ କରିବା, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଶାସନକୁ ସୁଗମ କରିବା ଲାଗି ପଦକ୍ଷେପ ନେବା ଏବଂ ବିପର୍ଯ୍ୟୟ ପରିଚାଳନା କରିବା। ଆଜିର ସ୍ଥିତି ଦେଖିଲେ କେବଳ ଭୋଟ୍‌ ରାଜନୀତି କରି ନିର୍ବାଚନ ଜିତିବା ବ୍ୟତୀତ ମୌଳିକ ପ୍ରଶାସନିକ କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ଗୋଇନ୍ଦା କ୍ଷେତ୍ର ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଇଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେବାକୁ କାହାରି ସମୟ ନ ଥିଲା ଭଳି ମନେହେଉଛି। ଭାଷଣରେ ବଡ଼ବଡ଼ କଥା କୁହାଯାଉଛି ଯେ, ଭାରତୀୟ ସେନା ବାହ୍ୟ ଶତ୍ରୁଙ୍କ ମୁକାବିଲା ପାଇଁ ଯଥେଷ୍ଟ ଶକ୍ତିଶାଳୀ ଅଛି। ଅଥଚ ଯେତେବେଳେ ବାସ୍ତବ ଯୁଦ୍ଧ ବା ସେଭଳି ସ୍ଥିତି ଉପୁଜୁଛି ସେତେବେଳେ ଅନେକ ଯବାନ ଶହୀଦ ଭାବେ ଗଣା ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି, ଦେଶର ନେତୃତ୍ୱ ଏହାର ସେନାକୁ ଶୃଙ୍ଖଳିତ ତଥା ଆକ୍ରମଣାତ୍ମକ ଭାବେ ଗଢ଼ି ତୋଳୁ ନାହିଁ। କେବଳ ପୂର୍ବ ସ୍ଥିତିକୁ ଦୋଷ ଦେଇ ଏବେକାର ଶାସକମାନେ ନିଜ ଦାୟିତ୍ୱହୀନତାର ପରିଚୟ ଦେଉଛନ୍ତି। ମିଳିଥିବା ଖବର ଅନୁଯାୟୀ, ଏପ୍ରିଲ ୩ରେ ହୋଇଥିବା ଆକ୍ରମଣ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କର୍ମକର୍ତ୍ତାଙ୍କୁ ସବୁ ଖବର ମିଳିଥିଲା। କିନ୍ତୁ ମଧ୍ୟରାତ୍ର ପର୍ଯ୍ୟନ୍ତ କୁହାଗଲା ଯେ, କେବଳ ୫ ଯବାନ ମରିଛନ୍ତି। ଏଭଳି ଗୌଣ କରି ପରିସ୍ଥିତିକୁ ଦର୍ଶାଇବା ପଛରେ ଏକ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କହିହେବ। ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ଲାଗିପଡ଼ିଥିବା ହେତୁ ବିନା ଅନୁମତିରେ ଅଧିକ ସଂଖ୍ୟକ ମୃତକ ବୋଲି କହିବାର ସତ୍‌ସାହସ କାହାର ରହିଲା ନାହିଁ। ଅର୍ଥାତ୍‌ ଆରମ୍ଭରେ ଏହି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଜାଣିଶୁଣି ଦେଶବାସୀଙ୍କୁ ମିଛ କହିଲା। ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ସତ୍ୟ କହୁଛନ୍ତି ବୋଲି ଦାବି କରୁଥିଲେ ମଧ୍ୟ ବିଶ୍ୱାସଯୋଗ୍ୟ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri