ସଂଖ୍ୟାରେ ମିଛ

ଏକ ଦେଶ ପାଇଁ ଆଭ୍ୟନ୍ତରୀଣ ନିରାପତ୍ତା ଅଧିକ ଗୁରୁତ୍ୱ ବହନ କରିବା କଥା। ଯଦି ଦେଶ ଭିତରେ ହିଂସା ଘଟେ ତାହା ନାଗରିକଙ୍କ ପାଇଁ ବାହ୍ୟ ଆକ୍ରମଣଠାରୁ ଅଧିକ ବିପଦ ସୃଷ୍ଟି କରେ। ଛତିଶଗଡ଼ ବିଜାପୁର ଜିଲାରେ ୩ ଏପ୍ରିଲରେ ମାଓବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୫ ଯବାନଙ୍କ ମୃତ୍ୟୁ ଘଟିଥିବା ଘୋଷଣା କରାଯାଇଥିଲା। ୪ ଏପ୍ରିଲରେ ନିରାପତ୍ତା ବାହିନୀର ୨୨ ଯବାନଙ୍କ ପ୍ରାଣ ଯିବା ସହ ୩୨ ଜଣ ଆହତ ହୋଇଛନ୍ତି ଏବଂ କେତେ ଜଣ ନିଖୋଜ ହୋଇଥିବା ଖବର ପ୍ରକାଶ ପାଇଛି। ସରକାରୀ ଭାବେ ଯେଉଁ ସଂଖ୍ୟା ଘୋଷଣା କରାଯାଇଛି, ତାହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଏହା ଜଣାଶୁଣା ଯେ, ଭାରତରେ କୌଣସି ବିପର୍ଯ୍ୟୟ, ଦୁର୍ଘଟଣା ବା ବଡ଼ ଧରଣର ହିଂସା ଘଟିଲେ ସତ୍ୟ ତଥ୍ୟ ଦିଆଯାଇ ନ ଥାଏ। କାରଣ ସତ ସଂଖ୍ୟା ପ୍ରକାଶ ପାଇଗଲେ ସରକାର ଓ ପ୍ରଶାସନ ଅପାରଗ ବୋଲି ଚିତ୍ରିତ ହୋଇ ନିନ୍ଦିତ ହେବେ ବୋଲି ଭୟ ରହିଆସିଛି। କିନ୍ତୁ ଯେଉଁ ଅଞ୍ଚଳରେ ଏସବୁ ଘଟେ ସେଠାକାର ବାସିନ୍ଦା ବା ପ୍ରତ୍ୟକ୍ଷଦର୍ଶୀ ସତ୍ୟ ଜାଣିପାରିଥାଆନ୍ତି।
ବିଜାପୁରରେ ଅସଂଖ୍ୟ ମାଓବାଦୀ ସୁରକ୍ଷାକର୍ମୀଙ୍କୁ ଚାରିପଟୁ ଘେରି ଆକ୍ରମଣ କରିବା ନୂଆ ନୁହେଁ। ଅତୀତରେ ଦେଶର ବିଭିନ୍ନ ପ୍ରାନ୍ତରେ ଯେତେବେଳେ ବହୁସଂଖ୍ୟକ ଯବାନଙ୍କୁ ଏଭଳି ହତ୍ୟା କରାଯାଇଛି, ସେହି ସମାନ ପ୍ରକାର କୌଶଳ ମାଓବାଦୀମାନେ ପ୍ରୟୋଗ କରିଛନ୍ତି। ମନେପଡ଼େ ୨୦୧୦ ଏପ୍ରିଲ ୬ରେ ଛତିଶଗଡ଼ର ଦାନ୍ତଓ୍ବୋଡାରେ ୭୬ ଜଣ ଯବାନଙ୍କୁ ମାଓବାଦୀଙ୍କ ହତ୍ୟା ଘଟଣା। ସେତେବେଳେ କୁହାଯାଇଥିଲା ଯେ, ନିରାପତ୍ତା ବାହିନୀର ଯବାନମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଅନୁସରଣ କରି ନ ଥିଲେ। ଦୀର୍ଘ ୧୦ ବର୍ଷ ପରେ ମଧ୍ୟ ଏ ଦେଶର ଯବାନ ସେଭଳି ସତର୍କ ଓ ଜାଗତିଆର ହୋଇପାରି ନ ଥିବାରୁ ସଶସ୍ତ୍ର ସେନାକୁ କ୍ଷତି ପହଞ୍ଚିଛି।
ଭାରତରେ ମାଓବାଦୀମାନେ ପୁଣି ସକ୍ରିୟ ହେବା ସଙ୍କେତ ଦେଉଛି ଯେ, କେନ୍ଦ୍ରୀୟ ନେତୃତ୍ୱ ଦେଶର ନିରାପତ୍ତା ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ମାଓବାଦୀ ସଙ୍ଗଠନ ଦୁର୍ବଳ ହୋଇପଡ଼ିଥିବା ସଂକ୍ରାନ୍ତ କିଛି ରିପୋର୍ଟ ନିକଟ ଅତୀତରେ ପ୍ରକାଶ ପାଇବା ପରେ ସରକାର ଧରିନେଲେ ଯେ, ସେମାନଙ୍କ ସଂଖ୍ୟା କମିଯାଇଛି। କିନ୍ତୁ ଏହି ପ୍ରଚାର ଖୋଦ୍‌ ମାଓବାଦୀ ସଙ୍ଗଠନ ଦ୍ୱାରା ପ୍ରସାରିତ ହୋଇଥାଇପାରେ। ଏହାର ସତ୍ୟାସତ୍ୟ ଜାଣିବାରେ ସରକାର କୌଣସି ଅନୁସନ୍ଧାନ କରିଥିବାର ପ୍ରମାଣ ନାହିଁ। ହୁଏତ ଆଭ୍ୟନ୍ତରୀଣ ଗୋଇନ୍ଦା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ବିଫଳତା ଯୋଗୁ କେନ୍ଦ୍ର ସରକାର ପାଖରେ ତଥ୍ୟ ପହଞ୍ଚତ୍ପାରୁ ନାହିଁ। ସେଥିପାଇଁ ଉପର ମହଲର ଦାୟିତ୍ୱହୀନତାରୁ ସାଧାରଣ ଯବାନଙ୍କ ପ୍ରାଣହାନି ଘଟୁଛି। ସେହିପରି ମାଓବାଦୀ ସଙ୍ଗଠନ ଦୁର୍ବଳ ହୋଇଥିବା ପ୍ରଚାରକୁ ଦେଖି ସମ୍ଭବତଃ ସରକାର ସେହି ଆଡ଼େ ଦୃଷ୍ଟି ଦେଲେ ନାହିଁ। କିନ୍ତୁ ଯେତେବେଳେ ମାଓବାଦୀ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ଘଟିଲା ତତ୍ପରତା ଦେଖାଉଛନ୍ତି। ଏବେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ସେଥିଲାଗି ସିଆର୍‌ପିଏଫ୍‌ ଭଳି ଅର୍ଦ୍ଧସାମରିକ ବାହିନୀକୁ ସେହିସବୁ ରାଜ୍ୟରେ ଅଧିକ ମୁତୟନ କରାଯାଇଛି। ଦେଶର ନେତୃତ୍ୱ ନିର୍ବାଚନ ପ୍ରଚାରରେ ବିହ୍ବଳ ହୋଇଯାଇଥିବାରୁ ମାଓବାଦୀମାନେ ଏହି ଦୁର୍ବଳତାର ସୁଯୋଗ ହୁଏତ ନେଇଥାଇପାରନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପ୍ରମୁଖ ଦାୟିତ୍ୱ ହେଉଛି ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ସୁଦୃଢ଼ କରିବା, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଶାସନକୁ ସୁଗମ କରିବା ଲାଗି ପଦକ୍ଷେପ ନେବା ଏବଂ ବିପର୍ଯ୍ୟୟ ପରିଚାଳନା କରିବା। ଆଜିର ସ୍ଥିତି ଦେଖିଲେ କେବଳ ଭୋଟ୍‌ ରାଜନୀତି କରି ନିର୍ବାଚନ ଜିତିବା ବ୍ୟତୀତ ମୌଳିକ ପ୍ରଶାସନିକ କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ଗୋଇନ୍ଦା କ୍ଷେତ୍ର ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଇଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେବାକୁ କାହାରି ସମୟ ନ ଥିଲା ଭଳି ମନେହେଉଛି। ଭାଷଣରେ ବଡ଼ବଡ଼ କଥା କୁହାଯାଉଛି ଯେ, ଭାରତୀୟ ସେନା ବାହ୍ୟ ଶତ୍ରୁଙ୍କ ମୁକାବିଲା ପାଇଁ ଯଥେଷ୍ଟ ଶକ୍ତିଶାଳୀ ଅଛି। ଅଥଚ ଯେତେବେଳେ ବାସ୍ତବ ଯୁଦ୍ଧ ବା ସେଭଳି ସ୍ଥିତି ଉପୁଜୁଛି ସେତେବେଳେ ଅନେକ ଯବାନ ଶହୀଦ ଭାବେ ଗଣା ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି, ଦେଶର ନେତୃତ୍ୱ ଏହାର ସେନାକୁ ଶୃଙ୍ଖଳିତ ତଥା ଆକ୍ରମଣାତ୍ମକ ଭାବେ ଗଢ଼ି ତୋଳୁ ନାହିଁ। କେବଳ ପୂର୍ବ ସ୍ଥିତିକୁ ଦୋଷ ଦେଇ ଏବେକାର ଶାସକମାନେ ନିଜ ଦାୟିତ୍ୱହୀନତାର ପରିଚୟ ଦେଉଛନ୍ତି। ମିଳିଥିବା ଖବର ଅନୁଯାୟୀ, ଏପ୍ରିଲ ୩ରେ ହୋଇଥିବା ଆକ୍ରମଣ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କର୍ମକର୍ତ୍ତାଙ୍କୁ ସବୁ ଖବର ମିଳିଥିଲା। କିନ୍ତୁ ମଧ୍ୟରାତ୍ର ପର୍ଯ୍ୟନ୍ତ କୁହାଗଲା ଯେ, କେବଳ ୫ ଯବାନ ମରିଛନ୍ତି। ଏଭଳି ଗୌଣ କରି ପରିସ୍ଥିତିକୁ ଦର୍ଶାଇବା ପଛରେ ଏକ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କହିହେବ। ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ଲାଗିପଡ଼ିଥିବା ହେତୁ ବିନା ଅନୁମତିରେ ଅଧିକ ସଂଖ୍ୟକ ମୃତକ ବୋଲି କହିବାର ସତ୍‌ସାହସ କାହାର ରହିଲା ନାହିଁ। ଅର୍ଥାତ୍‌ ଆରମ୍ଭରେ ଏହି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଜାଣିଶୁଣି ଦେଶବାସୀଙ୍କୁ ମିଛ କହିଲା। ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ସତ୍ୟ କହୁଛନ୍ତି ବୋଲି ଦାବି କରୁଥିଲେ ମଧ୍ୟ ବିଶ୍ୱାସଯୋଗ୍ୟ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?