Posted inଜାତୀୟ

ଛାପିଲାନି ଚାଇନା ସରକାରଙ୍କ ମୁଖପତ୍ର

ନୂଆଦିଲ୍ଲୀ, ୧୪।୮:କଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ପ୍ରତିନିଧିଙ୍କ ସାକ୍ଷାତ୍‌କାରକୁ ବେଜିଂରେ ଥିବା ଭାରତୀୟ ଦୂତାବାସ ଖଣ୍ଡନ କରିଥିବାବେଳେ ଏହାକୁ ଚାଇନା ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଛାପିବାକୁ ମନା କରିଦେଇଛି। ଚାଇନାରେ ଥିବା ପାକିସ୍ତାନୀ ରାଷ୍ଟ୍ରଦୂତ ମୋଇନ୍‌ ଉଲ୍‌ ହକ୍‌ କଶ୍ମୀର ପ୍ରସଙ୍ଗରେ ଦେଇଥିବା ସାକ୍ଷାତ୍‌କାରକୁ ଗତ ୬ ତାରିଖରେ ଗ୍ଲୋବାଲ ଟାଇମ୍ସ ପ୍ରକାଶ କରିଥିଲା। ଭାରତୀୟ ପ୍ରତିପକ୍ଷ ଏହା ବିରୋଧରେ ପ୍ରତିବାଦ ପଠାଇଥିଲେ। ତେବେ ଏହାକୁ ଛାପିବା ପାଇଁ ଗ୍ଲୋବାଲ ଟାଇମ୍ସ ମନା କରିଦେଇଛି।
ପ୍ରତିବାଦରେ ଭାରତୀୟ ଦୂତାବାସ କହିଥିଲା, ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବର୍ଷକ ମଧ୍ୟରେ ଜମ୍ମୁ-କଶ୍ମୀରରେ ଘଟିଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ରାଷ୍ଟ୍ରଦୂତ ହକ୍‌ଙ୍କ ବିଭ୍ରାନ୍ତିକର ତଥ୍ୟ ଲୁଚାଇପାରିବ ନାହିଁ। ୩୭୦ ଉଚ୍ଛେଦ ପାଇଁ ଗତବର୍ଷ ଅଗଷ୍ଟ ୫ରେ ଭାରତ ସରକାର ଐତିହାସିକ ନିଷ୍ପତ୍ତି ନେଇଥିଲେ। ଏହା ପରେ ସେଠାରେ ଅନେକ ସକାରାତ୍ମକ କେନ୍ଦ୍ରୀୟ ଆଇନ ଲାଗୁ କରାଯାଇଛି ଏବଂ ପରିବର୍ତ୍ତନର ପ୍ରମାଣ ସମଗ୍ର ଜମ୍ମୁ-କଶ୍ମୀରରେ ଦେଖାଯାଇଛି। ସେଠାରେ ନୂତନ ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସହ ସୁଯୋଗ ସୃଷ୍ଟି ହୋଇଛି ବୋଲି ଭାରତୀୟ ମିଶନ ପକ୍ଷରୁ କୁହାଯାଇଛି। ସେଠାରେ ୫୦ ନୂଆ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଛି, ଯାହାକି ୭୦ ବର୍ଷରେ ସର୍ବାଧିକ ଯୋଗଦାନ। ୫ ଲକ୍ଷ କଶ୍ମୀର ଛାତ୍ରୀଛାତ୍ର ସରକାରୀ ଛାତ୍ରବୃତ୍ତି ଯୋଜନାର ସୁବିଧା ପାଉଛନ୍ତି।
ସୀମାପାର ଆତଙ୍କବାଦ ପ୍ରସଙ୍ଗରେ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଜମ୍ମୁ-କଶ୍ମୀରରେ ଶାନ୍ତି, ସ୍ଥିରତା ଓ ବିକାଶ ଆଣିବା ପାଇଁ ଭାରତର ଉଦ୍ୟମ ଚଳାଇଛି। ଏହା ପାକିସ୍ତାନ ନୀତିର ପ୍ରତିକୂଳରେ ଯାଉଛି। ଉକ୍ତ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି ଲକ୍ଷ୍ୟରେ ସୀମାପାର ଆତଙ୍କବାଦକୁ ପାକିସ୍ତାନ ପ୍ରୋତ୍ସାହିତ କରୁଛି। ଚଳିତ ବର୍ଷ ପ୍ରଥମ ୭ ମାସରେ ପାକିସ୍ତାନ ପକ୍ଷରୁ ୩,୦୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀ ଅନୁପ୍ରବେଶକୁ ସହାୟତା କରିବା ପାଇଁ ପାକ୍‌ ସେନା ଏଭଳି ଅସ୍ତ୍ରବିରତି କରୁଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଭାରତ ସରକାରଙ୍କ କାର୍ଯ୍ୟର ପରିହାସପୂର୍ଣ୍ଣ ଚରିତ୍ର ଚିତ୍ରଣ କରିବା ପୂର୍ବରୁ ରାଷ୍ଟ୍ରଦୂତ ହକ୍‌ ନିଜ ଶାସନକୁ ଦର୍ପଣ ଦେଖାଇ ପାକିସ୍ତାନ ସରକାରଙ୍କ କାର୍ଯ୍ୟଶୈଳୀକୁ ପ୍ରତିଫଳିତ କରିପାରିଥାନ୍ତେ ବୋଲି ଭାରତର ପ୍ରତିବାଦ ପତ୍ରରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?