ଅଙ୍କୁଶ ଲାଗୁ

ମଣିପୁର ହିଂସାକୁ ପାଖାପାଖି ବର୍ଷେ ହେବାକୁ ଯାଉଛି। ଏହା ପଛରେ ସେଠାକାର ହାଇକୋର୍ଟଙ୍କ ନିଷ୍ପତ୍ତି ଥିଲା ଅନ୍ୟତମ କାରଣ। ୨୭ ମାର୍ଚ୍ଚ ୨୦୨୩ରେ ମଣିପୁର ହାଇକୋର୍ଟ ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍‌ଟି) ମାନ୍ୟତା ଦିଆଯିବା ନିମନ୍ତେ ରାଜ୍ୟ ସରକାରଙ୍କୁ ବିଚାର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସରକାର ସେହି ରାୟକୁ କାର୍ଯ୍ୟକାରୀ କରାଇବାକୁ ଚେଷ୍ଟା କରିବାରୁ ହିଂସା ଜନ୍ମ ନେଇଥିଲା। ଏଥିରେ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ମହିଳାଙ୍କୁ ବଳାତ୍କାର କରାଯିବା ପରେ ଏବେ ସେହି ହାଇକୋର୍ଟ ପୂର୍ବ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି।
ଇମ୍ଫାଲ ଉପତ୍ୟକାରେ ରହୁଥିବା ମେଇତିମାନେ ସମୁଦାୟ ଜନସଂଖ୍ୟାର ୫୩ ଭାଗ। ଅନ୍ୟପକ୍ଷରେ ପାହାଡ଼ିଆ ଜିଲାରେ କୁକି, ନାଗା ଓ ଅନ୍ୟ ତଫସିଲଭୁକ୍ତ ଜନଜାତିର ଲୋକଙ୍କ ସଂଖ୍ୟା ଦେଖିଲେ ପ୍ରାୟ ୪୦ ପ୍ରତିଶତ। ମେଇତିମାନେ ଅପେକ୍ଷାକୃତ ସ୍ବଚ୍ଛଳ ବର୍ଗର ହୋଇଥିବା ବେଳେ ବିଶେଷକରି କୁକିମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ହାଇକୋର୍ଟ ମେଇତିମାନଙ୍କୁ ଏସ୍‌ଟି ସମ୍ପ୍ରଦାୟରେ ସାମିଲ ନେଇ ରାୟ ଦେବା ପରେ ନିଜ ଅଧିକାରରୁ ବଞ୍ଚତ୍ତ ହେବା ଭୟରେ କୁକିମାନେ ତାହାର ପ୍ରତିବାଦ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବ୍ୟାପକ ସଂଘର୍ଷ ଘଟିଥିଲା। ଏବେ ହାଇକୋର୍ଟ ପୂର୍ବ ନିର୍ଦ୍ଦେଶକୁ ରଦ୍ଦ କରିଥିବାରୁ କୁକିମାନେ ଏହାକୁ ସ୍ବାଗତ କରିଥିବା ବେଳେ ମେଇତିମାନେ ଏସ୍‌ଟି ମାନ୍ୟତା ପାଇଁ ସଂଗ୍ରାମ କରିବେ ବୋଲି କହିଛନ୍ତି। ଏବେ ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତି ରଦ୍ଦର ବେଳାକୁ ଦେଖିଲେ ଭିନ୍ନ ଚିତ୍ର ଦର୍ଶାଉଛି। କାରଣ ଆଉ କିଛି ମାସ ପରେ ଦେଶ ସାଧାରଣ ନିର୍ବାଚନ ଦେଖିବାକୁ ଯାଉଛି।
୨୨ ଫେବୃଆରୀ ୨୦୨୪ରେ ଜଷ୍ଟିସ୍‌ ଗୋଲମେଇ ଗୈଫୁଲଶିଲ୍ଲୁଙ୍କ ଜଣିକିଆ ଖଣ୍ଡପୀଠ ଏକ ରିଭ୍ୟୁ ପିଟିଶନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶନାମାକୁ ରଦ୍ଦ କରିଦେଇଛନ୍ତି। ଗତବର୍ଷର ରାୟ ଭୁଲ୍‌ ଥିଲା ବୋଲି ହାଇକୋର୍ଟ ସ୍ବୀକାର କରିବା ସହ ଏହା ଆଇନର ଭୁଲ ତର୍ଜମା ବୋଲି କହିଛନ୍ତି। କୌତୂହଳର କଥା ଯେ, ୨୦୨୩ ମାର୍ଚ୍ଚ ୨୭ରେ ମଣିପୁର ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ଜଷ୍ଟିସ୍‌ ଏମ୍‌. ଭି. ମୁରଲୀଧରନ୍‌ଙ୍କ ଜଣିକିଆ ଖଣ୍ଡପୀଠ ମେଇତିଙ୍କୁ ଏସ୍‌ଟି ମାନ୍ୟତା ଦେବା ସଂକ୍ରାନ୍ତରେ ବିଚାର କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୋଟେ ଜାତି କିମ୍ବା ସମ୍ପ୍ରଦାୟର ମାମଲା ସଂକ୍ରାନ୍ତ ବିଚାର କାହିଁକି ଜଣିକିଆ ଖଣ୍ଡପୀଠରେ କରାଯାଇଥାଏ, ତାହା ବୁଝିବା କଷ୍ଟକର। ଆଜିର ଭାରତରେ ସବୁ ସାମାଜିକ ସମସ୍ୟା ଅତି ସହଜରେ ରାଜନୈତିକ ରୂପ ଧାରଣ କରିଯାଉଛି। ସେଭଳି ସ୍ଥିତିରେ ନ୍ୟାୟପାଳିକାର ଦାୟିତ୍ୱ ବଢ଼ୁଥିବା ବେଳେ ବିଚାରପତିମାନଙ୍କ ଦକ୍ଷତା ଓ ନିରପେକ୍ଷତା ବୃଦ୍ଧି କରାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ।
ଉଦାହରଣସ୍ବରୂପ ନିକଟରେ ସୁପ୍ରିମ୍‌କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରି ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଇଲେକ୍ଟୋରାଲ୍‌ ବଣ୍ଡ୍‌ ବ୍ୟବସ୍ଥାକୁ ଅସାମ୍ବିଧାନିକ ଏବଂ ବେଆଇନ ବୋଲି ଦର୍ଶାଇଥିଲେ। ତତ୍‌ସହିତ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସଂଗ୍ରହ କରୁଥିବା ଏକମାତ୍ର ବ୍ୟାଙ୍କ-ଷ୍ଟେଟ୍‌ ବ୍ୟାଙ୍କ-କୁ ଅର୍ଥଦାତାଙ୍କ ସଂକ୍ରାନ୍ତରେ ତଥ୍ୟ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ସରକାରଙ୍କ ଉଦ୍ଦେଶ୍ୟ ଥିଲା ଏହି ଅର୍ଥଦାତାମାନଙ୍କ ନାମ ଗୋପନୀୟ ରହିବ। ଏହି ଇଲେକ୍ଟୋରାଲ୍‌ ବଣ୍ଡ୍‌ ଯୋଗୁ କେନ୍ଦ୍ରରେ ଶାସନ କରୁଥିବା ଭାଜପା ଅନେକ ହଜାର କୋଟି ଟଙ୍କା ସଂଗ୍ରହ କରିପାରିଛି। ସୁପ୍ରିମ୍‌କୋର୍ଟଙ୍କ ଏହି ରାୟ ନିଶ୍ଚିତ ଭାବେ ଗଣତନ୍ତ୍ର ସପକ୍ଷବାଦୀ ଓ ସ୍ବାଗତଯୋଗ୍ୟ। ଅନ୍ୟପଟେ ସେହି ସୁପ୍ରିମ୍‌କୋର୍ଟ କୌଣସି ଭାବେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଏବଂ ପ୍ରିଭେନ୍‌ଶନ୍‌ ଅଫ୍‌ ମନି-ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଭଳି ଆଇନରେ ଅତି ଖରାପ ବ୍ୟବସ୍ଥାକୁ ଅତ୍ୟନ୍ତ ସହଜରେ ସିଦ୍ଧ କରିଚାଲିଛନ୍ତି। ଏହି ଦୁଇ ଆଇନ ସାହାଯ୍ୟରେ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳର ମୁଖ୍ୟ ନେତାମାନଙ୍କୁ ଭାଙ୍ଗିଦେବା ପାଇଁ ସହଜରେ ସକ୍ଷମ ହେଉଛନ୍ତିି। ବିନା ଶୁଣାଣି ଓ ବିନା ଜାମିନରେ ୧୯୦ ଦିନ ପର୍ଯ୍ୟନ୍ତ ଜେଲ୍‌ରେ ଶଢ଼ୁଥିବା ରାଜନୈତିକ ବ୍ୟକ୍ତିମାନଙ୍କୁ ଯେତେବେଳେ ପୋଲିସ ତରଫରୁ ନ୍ୟାୟାଳୟରେ ହାଜର କରାଯାଉଛି, ସେତେବେଳେ ଜାମିନ ମିଳୁନାହିଁ। ସତେଯେମିତି ବିଚାରପତିଙ୍କ ସନ୍ଦେହ ହେଉଛି ସବୁ ବିରୋଧୀ ଚୋର ପାଲଟିଯାଇଛନ୍ତି ଏବଂ ସମସ୍ତ କ୍ଷମତାସୀନ ବ୍ୟକ୍ତି ନିଜେ ସଚ୍ଚୋଟ ରହି କେବଳ ଚୋର ଧରିବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହିଭଳି ଦ୍ୱନ୍ଦ୍ୱକୁ ସମାଧାନ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ଏଥିରୁ ବୁଝିବାକୁ ହେବ ଯେ, ଗଣତନ୍ତ୍ର ପ୍ରତି ଘୋର ବିପଦ ଘନୀଭୂତ ହୋଇସାରିଲାଣି। ଏହି ବିପଦ ସାଧାରଣ ନାଗରିକଙ୍କ ସମେତ ଅଦାଲତକୁ ମଧ୍ୟ କଷ୍ଟ ଦେବ। ସେଥିପାଇଁ ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ହେଲେ କ୍ଷମତାସୀନ ବ୍ୟକ୍ତି ଉପରେ ଅଦାଲତ ଓ ଅମଲାତନ୍ତ୍ର ମିଶିକରି ଅଙ୍କୁଶ ଲଗାଇବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri