ଅଙ୍କୁଶ ଲାଗୁ

ମଣିପୁର ହିଂସାକୁ ପାଖାପାଖି ବର୍ଷେ ହେବାକୁ ଯାଉଛି। ଏହା ପଛରେ ସେଠାକାର ହାଇକୋର୍ଟଙ୍କ ନିଷ୍ପତ୍ତି ଥିଲା ଅନ୍ୟତମ କାରଣ। ୨୭ ମାର୍ଚ୍ଚ ୨୦୨୩ରେ ମଣିପୁର ହାଇକୋର୍ଟ ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍‌ଟି) ମାନ୍ୟତା ଦିଆଯିବା ନିମନ୍ତେ ରାଜ୍ୟ ସରକାରଙ୍କୁ ବିଚାର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସରକାର ସେହି ରାୟକୁ କାର୍ଯ୍ୟକାରୀ କରାଇବାକୁ ଚେଷ୍ଟା କରିବାରୁ ହିଂସା ଜନ୍ମ ନେଇଥିଲା। ଏଥିରେ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ମହିଳାଙ୍କୁ ବଳାତ୍କାର କରାଯିବା ପରେ ଏବେ ସେହି ହାଇକୋର୍ଟ ପୂର୍ବ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି।
ଇମ୍ଫାଲ ଉପତ୍ୟକାରେ ରହୁଥିବା ମେଇତିମାନେ ସମୁଦାୟ ଜନସଂଖ୍ୟାର ୫୩ ଭାଗ। ଅନ୍ୟପକ୍ଷରେ ପାହାଡ଼ିଆ ଜିଲାରେ କୁକି, ନାଗା ଓ ଅନ୍ୟ ତଫସିଲଭୁକ୍ତ ଜନଜାତିର ଲୋକଙ୍କ ସଂଖ୍ୟା ଦେଖିଲେ ପ୍ରାୟ ୪୦ ପ୍ରତିଶତ। ମେଇତିମାନେ ଅପେକ୍ଷାକୃତ ସ୍ବଚ୍ଛଳ ବର୍ଗର ହୋଇଥିବା ବେଳେ ବିଶେଷକରି କୁକିମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ହାଇକୋର୍ଟ ମେଇତିମାନଙ୍କୁ ଏସ୍‌ଟି ସମ୍ପ୍ରଦାୟରେ ସାମିଲ ନେଇ ରାୟ ଦେବା ପରେ ନିଜ ଅଧିକାରରୁ ବଞ୍ଚତ୍ତ ହେବା ଭୟରେ କୁକିମାନେ ତାହାର ପ୍ରତିବାଦ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବ୍ୟାପକ ସଂଘର୍ଷ ଘଟିଥିଲା। ଏବେ ହାଇକୋର୍ଟ ପୂର୍ବ ନିର୍ଦ୍ଦେଶକୁ ରଦ୍ଦ କରିଥିବାରୁ କୁକିମାନେ ଏହାକୁ ସ୍ବାଗତ କରିଥିବା ବେଳେ ମେଇତିମାନେ ଏସ୍‌ଟି ମାନ୍ୟତା ପାଇଁ ସଂଗ୍ରାମ କରିବେ ବୋଲି କହିଛନ୍ତି। ଏବେ ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତି ରଦ୍ଦର ବେଳାକୁ ଦେଖିଲେ ଭିନ୍ନ ଚିତ୍ର ଦର୍ଶାଉଛି। କାରଣ ଆଉ କିଛି ମାସ ପରେ ଦେଶ ସାଧାରଣ ନିର୍ବାଚନ ଦେଖିବାକୁ ଯାଉଛି।
୨୨ ଫେବୃଆରୀ ୨୦୨୪ରେ ଜଷ୍ଟିସ୍‌ ଗୋଲମେଇ ଗୈଫୁଲଶିଲ୍ଲୁଙ୍କ ଜଣିକିଆ ଖଣ୍ଡପୀଠ ଏକ ରିଭ୍ୟୁ ପିଟିଶନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶନାମାକୁ ରଦ୍ଦ କରିଦେଇଛନ୍ତି। ଗତବର୍ଷର ରାୟ ଭୁଲ୍‌ ଥିଲା ବୋଲି ହାଇକୋର୍ଟ ସ୍ବୀକାର କରିବା ସହ ଏହା ଆଇନର ଭୁଲ ତର୍ଜମା ବୋଲି କହିଛନ୍ତି। କୌତୂହଳର କଥା ଯେ, ୨୦୨୩ ମାର୍ଚ୍ଚ ୨୭ରେ ମଣିପୁର ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ଜଷ୍ଟିସ୍‌ ଏମ୍‌. ଭି. ମୁରଲୀଧରନ୍‌ଙ୍କ ଜଣିକିଆ ଖଣ୍ଡପୀଠ ମେଇତିଙ୍କୁ ଏସ୍‌ଟି ମାନ୍ୟତା ଦେବା ସଂକ୍ରାନ୍ତରେ ବିଚାର କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୋଟେ ଜାତି କିମ୍ବା ସମ୍ପ୍ରଦାୟର ମାମଲା ସଂକ୍ରାନ୍ତ ବିଚାର କାହିଁକି ଜଣିକିଆ ଖଣ୍ଡପୀଠରେ କରାଯାଇଥାଏ, ତାହା ବୁଝିବା କଷ୍ଟକର। ଆଜିର ଭାରତରେ ସବୁ ସାମାଜିକ ସମସ୍ୟା ଅତି ସହଜରେ ରାଜନୈତିକ ରୂପ ଧାରଣ କରିଯାଉଛି। ସେଭଳି ସ୍ଥିତିରେ ନ୍ୟାୟପାଳିକାର ଦାୟିତ୍ୱ ବଢ଼ୁଥିବା ବେଳେ ବିଚାରପତିମାନଙ୍କ ଦକ୍ଷତା ଓ ନିରପେକ୍ଷତା ବୃଦ୍ଧି କରାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ।
ଉଦାହରଣସ୍ବରୂପ ନିକଟରେ ସୁପ୍ରିମ୍‌କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରି ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଇଲେକ୍ଟୋରାଲ୍‌ ବଣ୍ଡ୍‌ ବ୍ୟବସ୍ଥାକୁ ଅସାମ୍ବିଧାନିକ ଏବଂ ବେଆଇନ ବୋଲି ଦର୍ଶାଇଥିଲେ। ତତ୍‌ସହିତ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସଂଗ୍ରହ କରୁଥିବା ଏକମାତ୍ର ବ୍ୟାଙ୍କ-ଷ୍ଟେଟ୍‌ ବ୍ୟାଙ୍କ-କୁ ଅର୍ଥଦାତାଙ୍କ ସଂକ୍ରାନ୍ତରେ ତଥ୍ୟ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ସରକାରଙ୍କ ଉଦ୍ଦେଶ୍ୟ ଥିଲା ଏହି ଅର୍ଥଦାତାମାନଙ୍କ ନାମ ଗୋପନୀୟ ରହିବ। ଏହି ଇଲେକ୍ଟୋରାଲ୍‌ ବଣ୍ଡ୍‌ ଯୋଗୁ କେନ୍ଦ୍ରରେ ଶାସନ କରୁଥିବା ଭାଜପା ଅନେକ ହଜାର କୋଟି ଟଙ୍କା ସଂଗ୍ରହ କରିପାରିଛି। ସୁପ୍ରିମ୍‌କୋର୍ଟଙ୍କ ଏହି ରାୟ ନିଶ୍ଚିତ ଭାବେ ଗଣତନ୍ତ୍ର ସପକ୍ଷବାଦୀ ଓ ସ୍ବାଗତଯୋଗ୍ୟ। ଅନ୍ୟପଟେ ସେହି ସୁପ୍ରିମ୍‌କୋର୍ଟ କୌଣସି ଭାବେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଏବଂ ପ୍ରିଭେନ୍‌ଶନ୍‌ ଅଫ୍‌ ମନି-ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଭଳି ଆଇନରେ ଅତି ଖରାପ ବ୍ୟବସ୍ଥାକୁ ଅତ୍ୟନ୍ତ ସହଜରେ ସିଦ୍ଧ କରିଚାଲିଛନ୍ତି। ଏହି ଦୁଇ ଆଇନ ସାହାଯ୍ୟରେ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳର ମୁଖ୍ୟ ନେତାମାନଙ୍କୁ ଭାଙ୍ଗିଦେବା ପାଇଁ ସହଜରେ ସକ୍ଷମ ହେଉଛନ୍ତିି। ବିନା ଶୁଣାଣି ଓ ବିନା ଜାମିନରେ ୧୯୦ ଦିନ ପର୍ଯ୍ୟନ୍ତ ଜେଲ୍‌ରେ ଶଢ଼ୁଥିବା ରାଜନୈତିକ ବ୍ୟକ୍ତିମାନଙ୍କୁ ଯେତେବେଳେ ପୋଲିସ ତରଫରୁ ନ୍ୟାୟାଳୟରେ ହାଜର କରାଯାଉଛି, ସେତେବେଳେ ଜାମିନ ମିଳୁନାହିଁ। ସତେଯେମିତି ବିଚାରପତିଙ୍କ ସନ୍ଦେହ ହେଉଛି ସବୁ ବିରୋଧୀ ଚୋର ପାଲଟିଯାଇଛନ୍ତି ଏବଂ ସମସ୍ତ କ୍ଷମତାସୀନ ବ୍ୟକ୍ତି ନିଜେ ସଚ୍ଚୋଟ ରହି କେବଳ ଚୋର ଧରିବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହିଭଳି ଦ୍ୱନ୍ଦ୍ୱକୁ ସମାଧାନ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ଏଥିରୁ ବୁଝିବାକୁ ହେବ ଯେ, ଗଣତନ୍ତ୍ର ପ୍ରତି ଘୋର ବିପଦ ଘନୀଭୂତ ହୋଇସାରିଲାଣି। ଏହି ବିପଦ ସାଧାରଣ ନାଗରିକଙ୍କ ସମେତ ଅଦାଲତକୁ ମଧ୍ୟ କଷ୍ଟ ଦେବ। ସେଥିପାଇଁ ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ହେଲେ କ୍ଷମତାସୀନ ବ୍ୟକ୍ତି ଉପରେ ଅଦାଲତ ଓ ଅମଲାତନ୍ତ୍ର ମିଶିକରି ଅଙ୍କୁଶ ଲଗାଇବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?