ଓଡ଼ିଶାରେ ଭାଜପା ଶାସନ ଆସିବ ବୋଲି ଆଶା ସୃଷ୍ଟି କରାଅ

ଭୁବନେଶ୍ବର,୧।୧୦(ବ୍ୟୁରୋ): ଗଁ।କୁ ଯାଇ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯାହା ଏଠି ଶୁଣିଲ ସେସବୁ କଥା ବତେଇବାକୁ ପଡ଼ିବ। ଏହାସହ ଲୋକଙ୍କ ମନରେ ଆଶା ସୃଷ୍ଟି କରିବାକୁ ପଡ଼ିବ କି ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଆସିବା ଦରକାର। ଯଦି କେନ୍ଦ୍ରରେ ମୋଦି ସରକାର ତେବେ ଓଡ଼ିଶାରେ ଭାଜପା ଶାସନ ଆସିବ ବୋଲି ଆଶା ସୃଷ୍ଟିକର, ଆଉ ଏଥିଲାଗି ଆମ ସମସ୍ତଙ୍କୁ କାମ କରିବାକୁ ପଡ଼ିବ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି।
ଜନତା ମଇଦାନଠାରେ ଶୁକ୍ରବାର ଦ୍ୱିତୀୟ ଦିନ ଲାଗି ଆୟୋଜିତ ସଂଯୁକ୍ତ ମୋର୍ଚ୍ଚା କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ଏବଂ ବ୍ରହ୍ମେଶ୍ୱର ମନ୍ଦିରର ଦେବତାଙ୍କୁ ପ୍ରଣାମ ସହ ଭାଷଣ ଆରମ୍ଭ କରି ନଡ୍ଡା କହିଛନ୍ତି, ଦଳର ଫ୍ରଣ୍ଟାଲ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କ କାର୍ଯ୍ୟ ହେଉଛି ଓଡ଼ିଶାରେ ନୂଆ କାର୍ଯ୍ୟକର୍ତ୍ତାଙ୍କୁ ଯୋଡ଼ିବା। କାର୍ଯ୍ୟକର୍ତ୍ତାମାନଙ୍କୁ ବଳ ଦେବା ଏବଂ ସେମାନଙ୍କୁ ଦଳର କାର୍ଯ୍ୟକ୍ରମ ସହିତ ଯୋଡ଼ିବା ଦରକାର। ସେମାନଙ୍କୁ ଦଳର କାର୍ଯ୍ୟକ୍ରମରେ ଯୋଡ଼ି ରଖିବା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ଲାଲ୍‌କିଲ୍ଲାରୁ ଗୋଟିଏ କଥା ଆହ୍ବାନ କରିଛନ୍ତି କି ଆଗକୁ ୨୫ ବର୍ଷ ଆପଣମାନଙ୍କର। ତେଣୁ ଏହି ସମୟରେ ଦେଶକୁ ବିକଶିତ ଭାରତ କରିବାର ଅଛି। ଭାଜପାର ପ୍ରତ୍ୟେକ ସିପାହି ନିଜର ମନ ଓ ପ୍ରାଣ ଲଗାଇ ଏହି କାମ କରିବା ଦରକାର। ଯଦି ରାଜପଥ କର୍ତ୍ତବ୍ୟପଥ ହୋଇପାରିବ ତେବେ ଓଡ଼ିଶା ମଧ୍ୟ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କ ପାଇଁ ସ୍ବୟଂସେବକ ହୋଇପାରିବ। ଏହା ସଫଳ କରିବାକୁ ହେଲେ ଆମକୁ ଦିନରାତି ପରିଶ୍ରମ କରିବାକୁ ପଡ଼ିବ। ସମାଜରେ ଏକତା ରଖିବା ପାଇଁ ଆମକୁ କାମ କରିବାକୁ ହେବ। ଏହି ୫ କଥାକୁ ଆପଣାଇବାକୁ ପଡିବ। ବିକଶିତ ଭାରତ ଦେଖିବାକୁ ହେଲେ ବିକଶିତ ଓଡ଼ିଶା ମଧ୍ୟ ଦେଖିବାକୁ ପଡ଼ିବ। ଯଦି ବିକଶିତ ଓଡ଼ିଶା ଦେଖିବାର ଅଛି ତେବେ ଆମକୁ ବିଜେଡି ମୁକ୍ତ ରାଜ୍ୟ ଦେଖିବାକୁ ପ୍ରଥମେ ପଡ଼ିବ। ଏଠାରେ ଭ୍ରଷ୍ଟାଚାରକୁ ଶେଷ କରିବାକୁ ପଡିବ। ଏଠି ପଦ୍ମ ଖେଳେଇବାକୁ ପଡ଼ିବ। ଯେତେବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଘରକୁ ବିଜୁ ପକ୍କାଘର ଷ୍ଟାମ୍ପ ଲଗାଇ ପ୍ରଚାର କରାଯାଉଛି ସେଥିରୁ ସବୁ ବୁଝାପଡିଯାଉଛି। ଏକଥା ତଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡିବ। ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା ସରକାର ଲାଗୁ ନ କରି ରାଜ୍ୟର ୬୦ ଲକ୍ଷ ପରିବାର ଏହି ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଏହି ଅନ୍ୟାୟ ବିରୋଧରେ ଲଢ଼ିବାକୁ ପଡ଼ିବ। ଏମ୍‌ଜିଏନ୍‌ଆର୍‌ଜିଏସ୍‌ ଅର୍ଥକୁ ଏମାନେ ନକଲ ବିଲ୍‌ କରି ଠକି ଖାଇଯାଉଛନ୍ତି। ମୋର୍ଚ୍ଚାର ସଦସ୍ୟଙ୍କୁ ଏହି ପ୍ରସଙ୍ଗରେ ଆଗକୁ ଯାଇ ଲଢେଇ କରିବାକୁ ପଡିବବୋଲି ନଡ୍ଡା କହିଛନ୍ତି।
ନଡ୍ଡା ଆହୁରି କହିଛନ୍ତି, ବିଜେଡି ଗୋଟିଏ ମନ୍ତବ୍ୟ ରଖିଛି କି ତାଙ୍କ ବସ୍‌ ଦିଲ୍ଲୀରେ ରୁହନ୍ତିନାହିଁ। ଦିଲ୍ଲୀରେ ବସ୍‌ ନୁହେଁ ଆମ ପ୍ରଧାନ ସେବକ ରହୁଛନ୍ତି। କେବଳ ଓଡ଼ିଶାର ସାଢେ ୪ କୋଟି ଓଡ଼ିଆ ନୁହନ୍ତି, ଦୁନିଆରେ ଯେତେ ଭାରତୀୟ ଅଛନ୍ତି ସମସ୍ତଙ୍କ ବସ୍‌ ହେଉଛନ୍ତି ସ୍ବୟଂ ପ୍ରଭୁ ଶ୍ରୀଜଗନ୍ନାଥ। ପ୍ରଧାନ ସେବକଙ୍କ ନେତୃତ୍ୱରେ ଭାରତ ଏବଂ ଓଡ଼ିଶା ସୁରକ୍ଷିତ ଅଛି। ଆମେ ବସ୍‌ କଥା ନୁହେଁ ସେବକ ଭାଷା ବୁଝୁ। ୨୦୨୪ରେ ଏଠି ସରକାର ହେବ ନା ନାହିଁ ବୋଲି ପ୍ରଶ୍ନ କରିବା ସହ ଜୟ ଜଗନ୍ନାଥ କହି ନଡ୍ଡା ତାଙ୍କ ଭାଷଣ ଶେଷ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷକରି ସେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଦଳର କୋର୍‌ କମିଟି ସଦସ୍ୟାମାନଙ୍କୁ ଭେଟି ଗୁରୁମନ୍ତ୍ର ଦେଇଛନ୍ତି। ସେଠାରୁ ଯାଇ ନଡ୍ଡା ‘ମୋ ବୁଥ୍‌, ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗଦେଲେ। ସେ ଭାଜପା ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୪ ନମ୍ବର ବୁଥ୍‌ର ୨୫ ଜଣିଆ କମିଟି ସଦସ୍ୟଙ୍କ ସହ ସାଙ୍ଗଠନିକ ଚର୍ଚ୍ଚା କରିଛନ୍ତି। ସେଠାରୁ ସେ ୨ ଦିନିଆ ଓଡିଶା କାର୍ଯ୍ୟକ୍ରମ ଶେଷ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାଜପା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ସହପ୍ରଭାରୀ ବିଜୟପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ଏମ୍‌ପି ଓ ବିଧାୟକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?