ଆଖିଦୃଶିଆ ଉନ୍ନୟନ ହେଉ

ଅନୁଗୋଳ ଅଫିସ,୧୭ା୩: ପୌର ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ଅନୁଗୋଳ ସହର। ଓ୍ବାର୍ଡର ଘର ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି ନଗରପାଳ ଓ କାଉନସିଲର ପ୍ରାର୍ଥୀ। ଏଥିସହ ବର୍ଷ ବର୍ଷ ଧରି ଥିବା ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ଅନୁଗୋଳ ପୌରାଞ୍ଚଳର ୮ନଂ. ଓ୍ବାର୍ଡରେ ମଧ୍ୟ ସମାନ ସ୍ଥିତି। ପୋଷ୍ଟର, ବ୍ୟାନରରେ ଛାଉଁଣି ହୋଇଗଲାଣି ବିଭିନ୍ନ ଛକ। ସପ୍ତାହେ ପରେ ଭୋଟ ଗ୍ରହଣ ଥିବାରୁ ଏଥିପାଇଁ ଉତ୍ସାହିତ ଅଛନ୍ତି ଭୋଟର। ରାସ୍ତା, ପାନୀୟ ଜଳ ଓ ଡ୍ରେନ୍‌ ସମସ୍ୟା ଏହି ଓ୍ବାର୍ଡରେ ସେପରି ନ ଥିଲେ ମଧ୍ୟ ଆଖିଦୃଶିଆ ଉନ୍ନୟନକୁ ଚାହିଁରହିଛନ୍ତି ଲୋକେ।
ଅନୁଗୋଳ ପୌରାଞ୍ଚଳର ହୁଲୁରିସିଂହା ଅଞ୍ଚଳକୁ ନେଇ ୮ନଂ. ଓ୍ବାର୍ଡ ଗଠିତ। ଏଠାକାର ଲୋକ ସଂଖ୍ୟା ୧୮୦୫ ହୋଇଥିବା ବେଳେ ୧୫୯୧ ଭୋଟର ଅଛନ୍ତି। ତେବେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଓ୍ବାର୍ଡରେ ଅଧିକ। ସହରର ଅନ୍ୟ ଓ୍ବାର୍ଡପରି ଏଠାରେ ଡ୍ରେନ୍‌ ଓ ଆବର୍ଜନା ପରିଚାଳନାରେ ଅବ୍ୟବସ୍ଥା ସେତେଟା ନାହିଁ। କିନ୍ତୁ ସ୍କୁଲ ପିଲାଙ୍କ ଖେଳକୁଦ ପାଇଁ ପାର୍କଟିଏ ନାହିଁ କି ସାମାଜିକ ଅବା ପାରିବାରିକ କାର୍ଯ୍ୟକ୍ରମ ପାଇଁ କଲ୍ୟାଣମଣ୍ଡପ ନିର୍ମାଣ କରାଯାଇ ନାହିଁ। ଏହି କାରଣରୁ ଓ୍ବାର୍ଡବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅତୀତରେ ଏଠାରୁ ବିଜୟୀ ହୋଇଥିବା ଅନେକ ଜନପ୍ରତିନିଧି ଏ ନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇପାରି ନାହିଁ। ଓ୍ବାର୍ଡବାସୀ ନୀଳାଞ୍ଚଳ ପ୍ରଧାନ କହିଛନ୍ତି, ଚଳିତ ନିର୍ବାଚନରେ ବିଜେଡିରୁ ବିଚିତ୍ର ନାଏକ, ଭାଜପାରୁ କୈଳାସ ପ୍ରଧାନ, କଂଗ୍ରେସରୁ ବିଜୁ ଭୋଇ ଓ ବିଷ୍ଣୁଚରଣ ମିଶ୍ର ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଯିଏ ବି କାଉନସିଲର ନିର୍ବାଚିତ ହେବେ, ସେ ପିଲାଙ୍କ ପାର୍କ ଓ କଲ୍ୟାଣମଣ୍ଡପ ନିର୍ମାଣ କରିପାରିଲେ ଲୋକେ ଖୁସି ହେବେ। ସେମାନଙ୍କ ଦୀର୍ଘବର୍ଷର ସମସ୍ୟାର ସମାଧାନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କୁ ମାଡ ମାରି ଯୁବକ ଗିରଫ

ତାଳଚେର, ୪ା୪(ନି.ପ୍ର.)- ତାଳଚେର ଉପଖଣ୍ଡ ଡାକ୍ତରଖାନାର କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ ତାଳଚେର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ...

୫୮ ମେଧାବୀଙ୍କୁ ଉତ୍କର୍ଷ ବୃତ୍ତି

କଣିହାଁ ,୨୩।୩(ଡି.ଏନ.ଏ.) – କଣିହାଁ ଏନ୍‌ଟିପିସି ପକ୍ଷରୁ ନିକଟବର୍ତ୍ତୀ ଗ୍ରାମର ୫୮ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ଉତ୍କର୍ଷ ବୃତ୍ତି ପ୍ରଦାନ କରାଯାଇଛି। ୨୦୨୦-୨୧ ଶିକ୍ଷା ବର୍ଷରେ...

ଚତୁର୍ଥ ଶନିବାର ବିଭାଗୀୟ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ : ପ୍ରତି ସପ୍ତାହରେ ଲୋକଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୨୫।୮ – ଅଗଷ୍ଟ ମାସର ଚତୁର୍ଥ ଶନିବାରରେ ଅନୁଗୋଳ ଜିଲାପାଳ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମସ୍ତ ଅଧିକାରୀଙ୍କୁ ଜିଲାପାଳ...

ଏନ୍‌ଟିପିସି ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ

ତାଳଚେର,୧୧ା୪(ନି.ପ୍ର.): କରୋନା ଭାଇରସ ସଂକ୍ରମଣ ରୋକିବାକୁ ଏନ୍‌ଟିପିସି କଣିହଁ। ବିଦ୍ୟୁତ୍‌ ପ୍ର୍ରକଳ୍ପ ପକ୍ଷରୁ ତ୍ୱରିତ ପଦକ୍ଷେପମାନ ଗ୍ରହଣ କରାଯାଉଛି। ସ୍ଥାନୀୟ ଟାଉନଶିପ୍‌ ଓ ଆଖପାଖ ଅଞ୍ଚଳକୁ...

କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା

ଅନଗୁଳ ସହର, ୩ା୩ ଅନୁଗୋଳ ସହର ହୁଲୁରିସିଙ୍ଗା ଜେମାଦେଈପୁର କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା। ଦୀର୍ଘ ବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୪୦...

ସହରର ହେବ ସୌନ୍ଦର୍ଯ୍ୟକରଣ

ଅନୁଗୋଳ ଅଫିସ, ୨୫।୧୧ – ଅନୁଗୋଳ ଜିଲାରେ ବ୍ୟାପକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ସେଲ୍‌ଫି ପଏଣ୍ଟଠାରୁ ଅତ୍ୟାଧୁନିକ ପାର୍କ, ଫୁଡ୍‌ କୋର୍ଟ ଆଦି ନିର୍ମାଣ ହେବ।...

୩ ସାଙ୍ଗଙ୍କୁ ଅଶ୍ରୁଳ ବିଦାୟ ଦେଲା କୁଲେଇ

ଛେଣ୍ଡିପଦା,୧୪ା୩(ସ୍ବ.ପ୍ର.): ଦୁର୍ଘଟଣାରେ ରବିବାର ୩ ସାଙ୍ଗଙ୍କ ମୃତ୍ୟୁ ଖବର ପହଞ୍ଚିବା ପରଠାରୁ ଶୋକରେ ଡୁବିଯାଇଥିଲା ଅନୁଗୋଳ ଜିଲା ଜରପଡ଼ା ଥାନା ତୁବେ ପଞ୍ଚାୟତର କୁଲେଇ ଗାଁ।...

ହୀରା ମୁଦି ଚୋରି ଘଟଣାର ଖୋଳତାଡ଼

ଅନୁଗୋଳ ଅଫିସ, ୨୩।୧୨: ଟ୍ରେନ୍‌ରୁ ଚୋରି ହୋଇଥିବା ହୀରା ମୁଦି, ମୋବାଇଲ, ୫୦ ହଜାର ଟଙ୍କାର ତଦନ୍ତ ପାଇଁ ବୁଧବାର ଅନୁଗୋଳ ଥାନାରେ ପହଞ୍ଚିଛି ଭୋପାଳ ପୋଲିସ।...

Advertisement
Archives

Model This Week