ଜାତିଭିତ୍ତିକ ଜନଗଣନା ହେଉ

ଭୁବନେଶ୍ୱର, ୧୨ା୮(ବ୍ୟୁରୋ): ପଛୁଆ ବର୍ଗ ଗଣନାକୁ ନେଇ ରାଜନୀତି ଜୋର ଧରିଛି। ଏହି ବର୍ଗଙ୍କ ପାଇଁ ବିିଭିନ୍ନ ରାଜ୍ୟରୁ ଦାବି ହେଉଥିବାବେଳେ ଓଡ଼ିଶା ପକ୍ଷରୁ ମଧ୍ୟ ଜନଗଣନାରେ ପଛୁଆବର୍ଗ ଜାତି ଗଣନା କରିବାକୁ ଦାବି କରାଯାଇଛି। ଏ ନେଇ ବିଜେଡି ସଂସଦୀୟ ଦଳ ପ୍ରତିନିଧି ମଣ୍ଡଳୀ ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପାର୍ଲାମେଣ୍ଟସ୍ଥିତ ତାଙ୍କ ଚାମ୍ବରରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ କରି ସଂରକ୍ଷଣକୁ ୫୦%ରୁ ଅଧିକ ବୃଦ୍ଧି କରିବା ଓ ଏସ୍‌ଇବିସି/ଓବିସିଗୁଡ଼ିକୁ ଚିହ୍ନଟ ଏବଂ ଜାତିଭିତ୍ତିକ ଜନଗଣନା କରିବା ବିଷୟରେ ପ୍ରସ୍ତାବ ଦିଆଯାଇଛି। ସମଗ୍ର ଦେଶରେ ଶିକ୍ଷାଗତ ଓ ଆର୍ଥିକ ଦୁର୍ବଳ ଶ୍ରେଣୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମଣ୍ଡଳ କମିଶନ ପଛୁଆ ଜାତି ଓ ବର୍ଗଙ୍କର ତାଲିକା ପ୍ରକାଶ କରିଛନ୍ତି। ୧୯୯୩ରେ ଏନ୍‌.କେ. ଦାସ କମିଶନଙ୍କ ୧୮୧ ଜାତି ସୁପାରିସ କରିଥିବାବେଳେ ଏହି ସଂଖ୍ୟା ଏବେ ୨୦୮କୁ ବୃଦ୍ଧିପାଇଛି। ତାହାକୁ ନେଇ ଓଡ଼ିଶା ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ର ସରକାର ୧୯୯୪ରେ ଓଡ଼ିଶା ପାଇଁ ଓବିସି ତାଲିକା ପ୍ରକାଶ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ୧୯୮ ଜାତି, ଶ୍ରେଣୀ, ବର୍ଗର ତାଲିକା ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟ ମଧ୍ୟ ଓବିସି/ଏସ୍‌ଇବିସିମାନଙ୍କର ବିକାଶ ପାଇଁ ନିଜସ୍ବ ସଂରକ୍ଷଣ ନୀତି କରିଛନ୍ତି, ଯାହାକୁ ବିଭିନ୍ନ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ବିଜେଡି ସଂସଦୀୟ ଦଳ ଦେଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟ ସଂରକ୍ଷଣ ନୀତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏସ୍‌ଇବିସି/ଓବିସି ସଂରକ୍ଷଣ ନୀତି ପାଇଁ ସମ୍ପୂର୍ଣ୍ଣ ବୈଜ୍ଞାନିକ ଡାଟାବେସ୍‌ ପ୍ରସ୍ତୁତ ହେବା ଦରକାର। ୨୦୨୦ ଜାନୁୟାରୀ ୧୧ରେ ରାଜ୍ୟ କ୍ୟାବିନେଟ ବୈଠକରେ ସାମାଜିକ, ଆର୍ଥିକ ଜାତି ଗଣନା ନେଇ ଏକ ସଂକଳ୍ପ ପାରିତ ହୋଇଥିଲା। ୨୦୨୦ ଜାନୁୟାରୀ ୧୩ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ୨୦୨୧ ଜନଗଣନାରେ ଏସ୍‌ଇବିସି ଏବଂ ଓବିସି ବର୍ଗଙ୍କର ଗଣନା କରିବାକୁ ପ୍ରସ୍ତାବ ଦେଇଥିଲେ। ଏପରି କି ୨୦୨୦ ଫେବୃୟାରୀ ୧୭ରେ ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା ଆୟୋଗ ଓବିସି/ଏସ୍‌ଇବିସି ଏବଂ ଅନ୍ୟ ଜାତି ଗଣନା କରିବାକୁ ପଦକ୍ଷେପ ନେଇଥିଲେ। ଓବିସି, ଏସ୍‌ଇବିସି ଓ ଅନ୍ୟ ଜାତି ତଥ୍ୟ ସଂଗ୍ରହ ଜନଗଣନା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଦର୍ଶାଇ ଏହାକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ସେହିପରି ଦଳଗତ ନିର୍ବିଶେଷରେ ଓଡ଼ିଶା ବିଧାନସଭାରେ ୨୦୨୦ ଫେବୃୟାରୀ ୧୭ ତାରିଖରେ ଆର୍ଥିକ ଶିକ୍ଷାଗତ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀ ଜାତି ବିଷୟରେ ଜାଣିବା ଲାଗି ଏକ ରିଜୋଲ୍ୟୁଶନ ପାସ୍‌ କରାଯାଇଥିଲା। ଏସ୍‌ଇବିସି/ଓବିସିମାନଙ୍କ ତଥ୍ୟ ନ ଥିବାରୁ ସେହି ବର୍ଗ ଲୋକମାନଙ୍କ ବିକାଶ ପାଇଁ କୌଣସି ଯୋଜନା କରାଯାଇ ପାରୁନାହିଁ। ବର୍ତ୍ତମାନ ପ୍ରକୃଷ୍ଟ ସମୟ। ଜନଗଣନାରେ ପଛୁଆ ବର୍ଗଙ୍କୁ ଗଣନା କରିବାକୁ ସଂସଦୀୟ ଦଳ ଦାବି କରିଛି। ଶାହା ସ୍ମାରକପତ୍ର ଗ୍ରହଣ କରି ବିଜେଡି ଏମ୍‌ପିଙ୍କ ସଂରକ୍ଷଣ ୫୦% ରୁ ଅଧିକ ବୃଦ୍ଧି ଏବଂ ଏସ୍‌ଇବିସି/ଓବିସି ପାଇଁ ଜାତିଭିତ୍ତିକ ଜନଗଣନା ପାଇଁ ଥିବା ଉଦ୍‌ବେଗକୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏନେଇ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri