ଜାତିଭିତ୍ତିକ ଜନଗଣନା ହେଉ

ଭୁବନେଶ୍ୱର, ୧୨ା୮(ବ୍ୟୁରୋ): ପଛୁଆ ବର୍ଗ ଗଣନାକୁ ନେଇ ରାଜନୀତି ଜୋର ଧରିଛି। ଏହି ବର୍ଗଙ୍କ ପାଇଁ ବିିଭିନ୍ନ ରାଜ୍ୟରୁ ଦାବି ହେଉଥିବାବେଳେ ଓଡ଼ିଶା ପକ୍ଷରୁ ମଧ୍ୟ ଜନଗଣନାରେ ପଛୁଆବର୍ଗ ଜାତି ଗଣନା କରିବାକୁ ଦାବି କରାଯାଇଛି। ଏ ନେଇ ବିଜେଡି ସଂସଦୀୟ ଦଳ ପ୍ରତିନିଧି ମଣ୍ଡଳୀ ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପାର୍ଲାମେଣ୍ଟସ୍ଥିତ ତାଙ୍କ ଚାମ୍ବରରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ କରି ସଂରକ୍ଷଣକୁ ୫୦%ରୁ ଅଧିକ ବୃଦ୍ଧି କରିବା ଓ ଏସ୍‌ଇବିସି/ଓବିସିଗୁଡ଼ିକୁ ଚିହ୍ନଟ ଏବଂ ଜାତିଭିତ୍ତିକ ଜନଗଣନା କରିବା ବିଷୟରେ ପ୍ରସ୍ତାବ ଦିଆଯାଇଛି। ସମଗ୍ର ଦେଶରେ ଶିକ୍ଷାଗତ ଓ ଆର୍ଥିକ ଦୁର୍ବଳ ଶ୍ରେଣୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମଣ୍ଡଳ କମିଶନ ପଛୁଆ ଜାତି ଓ ବର୍ଗଙ୍କର ତାଲିକା ପ୍ରକାଶ କରିଛନ୍ତି। ୧୯୯୩ରେ ଏନ୍‌.କେ. ଦାସ କମିଶନଙ୍କ ୧୮୧ ଜାତି ସୁପାରିସ କରିଥିବାବେଳେ ଏହି ସଂଖ୍ୟା ଏବେ ୨୦୮କୁ ବୃଦ୍ଧିପାଇଛି। ତାହାକୁ ନେଇ ଓଡ଼ିଶା ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ର ସରକାର ୧୯୯୪ରେ ଓଡ଼ିଶା ପାଇଁ ଓବିସି ତାଲିକା ପ୍ରକାଶ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ୧୯୮ ଜାତି, ଶ୍ରେଣୀ, ବର୍ଗର ତାଲିକା ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟ ମଧ୍ୟ ଓବିସି/ଏସ୍‌ଇବିସିମାନଙ୍କର ବିକାଶ ପାଇଁ ନିଜସ୍ବ ସଂରକ୍ଷଣ ନୀତି କରିଛନ୍ତି, ଯାହାକୁ ବିଭିନ୍ନ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ବିଜେଡି ସଂସଦୀୟ ଦଳ ଦେଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟ ସଂରକ୍ଷଣ ନୀତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏସ୍‌ଇବିସି/ଓବିସି ସଂରକ୍ଷଣ ନୀତି ପାଇଁ ସମ୍ପୂର୍ଣ୍ଣ ବୈଜ୍ଞାନିକ ଡାଟାବେସ୍‌ ପ୍ରସ୍ତୁତ ହେବା ଦରକାର। ୨୦୨୦ ଜାନୁୟାରୀ ୧୧ରେ ରାଜ୍ୟ କ୍ୟାବିନେଟ ବୈଠକରେ ସାମାଜିକ, ଆର୍ଥିକ ଜାତି ଗଣନା ନେଇ ଏକ ସଂକଳ୍ପ ପାରିତ ହୋଇଥିଲା। ୨୦୨୦ ଜାନୁୟାରୀ ୧୩ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ୨୦୨୧ ଜନଗଣନାରେ ଏସ୍‌ଇବିସି ଏବଂ ଓବିସି ବର୍ଗଙ୍କର ଗଣନା କରିବାକୁ ପ୍ରସ୍ତାବ ଦେଇଥିଲେ। ଏପରି କି ୨୦୨୦ ଫେବୃୟାରୀ ୧୭ରେ ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା ଆୟୋଗ ଓବିସି/ଏସ୍‌ଇବିସି ଏବଂ ଅନ୍ୟ ଜାତି ଗଣନା କରିବାକୁ ପଦକ୍ଷେପ ନେଇଥିଲେ। ଓବିସି, ଏସ୍‌ଇବିସି ଓ ଅନ୍ୟ ଜାତି ତଥ୍ୟ ସଂଗ୍ରହ ଜନଗଣନା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଦର୍ଶାଇ ଏହାକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ସେହିପରି ଦଳଗତ ନିର୍ବିଶେଷରେ ଓଡ଼ିଶା ବିଧାନସଭାରେ ୨୦୨୦ ଫେବୃୟାରୀ ୧୭ ତାରିଖରେ ଆର୍ଥିକ ଶିକ୍ଷାଗତ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀ ଜାତି ବିଷୟରେ ଜାଣିବା ଲାଗି ଏକ ରିଜୋଲ୍ୟୁଶନ ପାସ୍‌ କରାଯାଇଥିଲା। ଏସ୍‌ଇବିସି/ଓବିସିମାନଙ୍କ ତଥ୍ୟ ନ ଥିବାରୁ ସେହି ବର୍ଗ ଲୋକମାନଙ୍କ ବିକାଶ ପାଇଁ କୌଣସି ଯୋଜନା କରାଯାଇ ପାରୁନାହିଁ। ବର୍ତ୍ତମାନ ପ୍ରକୃଷ୍ଟ ସମୟ। ଜନଗଣନାରେ ପଛୁଆ ବର୍ଗଙ୍କୁ ଗଣନା କରିବାକୁ ସଂସଦୀୟ ଦଳ ଦାବି କରିଛି। ଶାହା ସ୍ମାରକପତ୍ର ଗ୍ରହଣ କରି ବିଜେଡି ଏମ୍‌ପିଙ୍କ ସଂରକ୍ଷଣ ୫୦% ରୁ ଅଧିକ ବୃଦ୍ଧି ଏବଂ ଏସ୍‌ଇବିସି/ଓବିସି ପାଇଁ ଜାତିଭିତ୍ତିକ ଜନଗଣନା ପାଇଁ ଥିବା ଉଦ୍‌ବେଗକୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏନେଇ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?