Posted inଜାତୀୟ

ଆତଙ୍କବାଦ ବିରୋଧରେ ଏକଜୁଟ ହେଉ ବିଶ୍ୱ

ନୂଆଦିଲ୍ଲୀ, ୧୯ା୧୦: ୨୫ ବର୍ଷ ପରେ ଇଣ୍ଟରପୋଲ ସାଧାରଣ ସଭାର ୯୦ତମ ଅଧିବେଶନ ମଙ୍ଗଳବାର ଜାତୀୟ ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆରମ୍ଭ ହୋଇଛି। ୪ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୧୯୫ ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଉଦ୍‌ବୋଧନ ଦେଇ ଆତଙ୍କବାଦ, ଡ୍ରଗ୍ସ ଚାଲାଣ, ସାଇବର ଅପରାଧ ଏବଂ ବେଆଇନ କାର୍ଯକଳାପ ରୋକିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଆତଙ୍କବାଦ ଶେଷ କରିବା ପାଇଁ ବିଶ୍ୱ ସମୁଦାୟ ଏକଜୁଟ ହେବା ଜରୁରୀ। କୌଣସି ଗୋଟିଏ ସ୍ଥାନ ଯେପରି ଆତଙ୍କବାଦୀଙ୍କ ସ୍ବର୍ଗ ନ ପାଲଟେ ତାହା ସୁନିଶ୍ଚିତ କରିବା ସମସ୍ତଙ୍କ ଦାୟିତ୍ୱ। କେବଳ ଆଞ୍ଚଳିକ ସ୍ତରରେ ବୈଶ୍ୱିକ ବିପଦର ମୁକାବିଲା କରାଯାଇପାରିବ ନାହିଁ। ସମାଜର ମଙ୍ଗଳ ପାଇଁ ବିଶ୍ୱ ସମୁଦାୟର ସହଯୋଗ ଲୋଡ଼ା ବୋଲି ମୋଦି କହିଥିଲେ। ଏଥିସହ ଦୁର୍ନୀତି, ଆର୍ଥିକ ଅପରାଧ ମଧ୍ୟ ଅନେକ ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଜଳବାୟୁ ପରିବର୍ତ୍ତନ, କରୋନା ମହାମାରୀ ଭଳି ବୈଶ୍ୱିକ ବିପଦବେଳେ ଭାରତର ପଦକ୍ଷେପ ଏହା ଦର୍ଶାଉଛି ଯେ ଆମେ ଯେ କୌଣସି ବିପର୍ଯ୍ୟୟର ମୁକାବିଲା ନିମନ୍ତେ ନେତୃତ୍ୱ ନେବା ପାଇଁ ଦକ୍ଷ ଏବଂ ଇଚ୍ଛୁକ।
ମହାସଭାରେ ପାକିସ୍ତାନ ଫେଡେରାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏଫ୍‌ଆଇଏ) ମୁଖ୍ୟ ମୋହସିନ୍‌ ହାସନ ବଟ୍ଟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍‌ବୋଧନ ଶେଷ ହେବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ମୋହସିନ୍‌ଙ୍କୁ ୧୯୯୩ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ନେଇ ପ୍ରଶ୍ନ କରିଥିଲେ। ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ଦାଉଦ୍‌ଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିବ କି ବୋଲି ସେମାନେ ପଚାରିଥିଲେ। ଏଥିସହ ଜୈଶ-ଇ-ମହମ୍ମଦ ମୁଖ୍ୟ ମାଶୁଦ ଆଝାର, ୯/୧୧ ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦଙ୍କୁ ହସ୍ତାନ୍ତର କରିବା ଉପରେ ପ୍ରଶ୍ନ କରିଥିଲେ। ହେଲେ ଏହା ଉପରେ ମୋହସିନ୍‌ ନିଜ ଆଙ୍ଗୁଠିକୁ ଓଠ ଉପରେ ରଖି (ନୀରବ ରହିବାକୁ ଇଙ୍ଗିତ କରି) ସେଠାରୁ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡରୁଛନ୍ତି ରାହୁଲ-ପ୍ରିୟଙ୍କା: ଅର୍ଜୁନ ରାମ ମେଘଓ୍ବାଲ

ନୂଆଦିଲ୍ଲୀ,୨୮।୪: ବିକାନେର ଲୋକ ସଭା ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା...

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri