ନୀତି କାର୍ଯ୍ୟକାରୀ ହେଉ

ଏବକାର ମାନ୍ଦା ଅର୍ଥ ବ୍ୟବସ୍ଥାରେ ରିୟଲ ଇଷ୍ଟେଟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାସହ ଏହି ସେକ୍ଟର ପ୍ରଚୁର ରୋଜଗାର ସୃଷ୍ଟି କରିଥାଏ। ରିୟଲ ଇଷ୍ଟେଟର ଅନ୍ୟ ସେକ୍ଟର ଓ ଶିଳ୍ପ ସହ ଆନ୍ତଃ ଯୋଗାଯୋଗ ରହିଛି। ଏହି କାରଣରୁ ରିୟଲ ଇଷ୍ଟେଟକୁ ଦେଶରେ ପୁଣି ଚାଲୁକରିବା ଦ୍ୱାରା ଏହା ଅନ୍ୟ ସେକ୍ଟରଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ତାହାକୁ ମଧ୍ୟ ଚାଲୁକରିବାରେ ସାହାଯ୍ୟ କରିବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଶରେ ଲକ୍‌ଡାଉନ ଲାଗୁ ହେବା ଦ୍ୱାରା ହାଉସିଂ ସେକ୍ଟରକୁ କ୍ଷତି ପହଞ୍ଚିଛି। ଏହାଯୋଗୁ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଲକ୍‌ଡାଉନ ପରେ ଘରକୁ ଫେରି ଆସିଥିବା ସଂଖ୍ୟାଧିକ ପ୍ରବାସୀ ଶ୍ରମିକ ମୁଖ୍ୟତଃ ମେଟ୍ରୋସହର କିମ୍ବା ଦ୍ୱିତୀୟ ଶ୍ରେଣୀର ସହରଗୁଡ଼ିକରେ ରିୟଲ ଇଷ୍ଟେଟରେ କାମ କରୁଥିତ୍ଲେ। ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରେ ଏମାନେ ଏକ ସିଂହଭାଗ ଥିଲେ। ଏହି ପରିପ୍ରେକ୍ଷୀରେ ରିଜର୍ଭବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ) ମାର୍ଚ୍ଚ ୩୧,୨୦୨୨ ପର୍ଯ୍ୟନ୍ତ ମଞ୍ଜୁର ହେବାକୁ ଥିତ୍ବା ନୂଆ ଋଣର ରିସ୍କ ଓ୍ବେଟ୍‌ ଏବଂ ଲୋନ-ଟୁ-ଭାଲ୍ୟୁ( ଏଲ୍‌ଟିଭି) ଅନୁପାତର ପୁନର୍ଗଠନ କରି ଏକ ଉତ୍ତମ ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଗ୍ରାହକମାନଙ୍କୁ ଅଧିକ ଟଙ୍କା ଦେବାରେ କୌଣସି ବାଧା ରହିବନି। ଦେଶରେ ରିୟଲ ଇଷ୍ଟେଟ ସେକ୍ଟରକୁ ଆଗକୁ ନେବା ଲାଗି ଆବଶ୍ୟକ ରହିଥିବା ଜରୁରୀ ପାଣ୍ଠି ଯୋଗାଡ କରିବାରେ ଏହି ପଦକ୍ଷେପ ସାହାଯ୍ୟ କରିବ। ଗ୍ରାହକଙ୍କ ପାଇଁ ଗୃହଋଣ ଶସ୍ତାହେବ ଓ ସହଜରେ ବି ମିଳିପାରିବ। ପୂର୍ବରୁ ଋଣ ପରିମାଣ ସ୍ଥିର କରି ତାହାକୁ ଗ୍ରାହକଙ୍କୁ ଦେବା ପୂର୍ବରୁ ବ୍ୟାଙ୍କଗୁଡ଼ିକ ବିଭିନ୍ନ ଦିଗକୁ ଭଲଭାବେ ଦେଖୁଥିଲେ। ସେମାନେ ଗ୍ରାହକଙ୍କ କ୍ରେଡିଟ ପ୍ରୋଫାଇଲକୁ ଏହା ସହ ସାମିଲ କରୁଥିଲେ। ବିଭିନ୍ନ ନୀତିନିୟମ ଦୃଷ୍ଟିରୁ ଋଣଦାତା ଋଣ ଦେବା ଲାଗି ଅସମର୍ଥ ହେଉଥିଲେ। ଉଦାହରଣ ସ୍ବରୂପ; ଯଦି ଗୋଟିଏ ବ୍ୟାଙ୍କ ଗ୍ରାହକଙ୍କୁ ୭୫ ଲକ୍ଷ ଟଙ୍କାର ଋଣ ଦିଏ ସେ କ୍ଷେତ୍ରରେ ଗ୍ରାହକକୁ ୧୫ ଲକ୍ଷ ଟଙ୍କା ଯୋଗାଡ କରିବାକୁ କୁହାଯାଉଥିଲା ଓ ପରେ ଋଣଦାତା ୬୦ ଲକ୍ଷ ଦେଉଥିଲା। ଏ କ୍ଷେତ୍ରରେ ୬୦ ଲକ୍ଷ( ଲୋନ୍‌ ଭାଲ୍ୟୁ)ଟଙ୍କାକୁ ୭୫ ଲକ୍ଷ ଟଙ୍କା( କିଣିଥିବା ଗୃହର ମୂଲ୍ୟ)ରେ ଭାଗ କଲେ ଯାହା ହେବ ତାହା ହିଁ ଏଲ୍‌ଟିଭି। ଏଲ୍‌ଟିଭି ୦.୮ ପ୍ରତିଶତ ହେବ। ଯଦି ଏଲ୍‌ଟିଭି ବୃଦ୍ଧିପାଏ ତେବେ ଆଡଭାନ୍ସ ପାଇଁ ବ୍ୟାଙ୍କର ରିସ୍କଓ୍ବେଟ୍‌ ବଢିଯିବ। ଏଲ୍‌ଟିଭି ବୃଦ୍ଧିପାଇବା ଦ୍ୱାରା ଲୋନର ରିସ୍କ ୍‌ଓ୍ବେଟ କମିବ। ଏହାଦ୍ୱାରା ଆଗକୁ ଗ୍ରାହକଙ୍କୁ ବ୍ୟାଙ୍କଗୁଡ଼ିକ ସହଜରେ ଋଣ ଦେଇପାରିବେ।
ବ୍ୟାଙ୍କଗୁଡିକ ଖୁବ୍‌ ଶୀଘ୍ର ସେମାନଙ୍କ ଋଣ ରାଶି ଗୃହକ୍ରେତାଙ୍କ ପାଇଁ ଖୋଲିଦେବେ କହିବା ଖୁବ ସହଜ ହୋଇପାରେ। ନୀତି ଗୋଟିଏ ସ୍ତରରେ ଥାଏ,କିନ୍ତୁ ଯେତେବେଳେ ଏହା କାର୍ଯ୍ୟକାରୀ ହୁଏ ସେତେବେଳେ ବ୍ୟାଙ୍କଗୁଡ଼ିକ ସ୍ବାଧୀନ ଭାବେ ନିଷ୍ପତ୍ତି ନିଅନ୍ତି। ନିକଟରେ ମହାମାରୀ ଭଳି ଦୁର୍ଦ୍ଦିନରେ ଲୋକମାନଙ୍କ ଆର୍ଥିକ କଷ୍ଟ ଦୂର କରିବା ଲାଗି ସେଣ୍ଟ୍ରାଲ ବ୍ୟାଙ୍କ୍‌ ଗୋଲ୍ଡ ଲୋନ ବା ସୁନା ଋଣ ପାଇଁ ଏଲ୍‌ଟିଭି ଅନୁପାତକୁ ପୂର୍ବ ୭୫ ପ୍ରତିଶତରୁ ୯୦ ପ୍ରତିଶତକୁ ବୃଦ୍ଧି କରିଥିଲା। ପ୍ରାୟ ବ୍ୟାଙ୍କ ଏହି ନିୟମ ପାଳନ କଲେନାହିଁ। ଗୃହଋଣ ସମ୍ପର୍କରେ ଆର୍‌ବିଆଇର ଏବକାର ନିର୍ଦ୍ଦେଶ ସମଦଶା ଭୋଗ କରିପାରେ। ଏବକାର ଋଣଗ୍ରହୀତାଙ୍କୁ ନୂଆ ଯୋଜନା ବାହାରେ ରଖିବାକୁ ମଧ୍ୟ ସହଜରେ ଗ୍ରହଣ ହେଉନାହିଁ। ଋଣନେଇଥିବା ଗ୍ରାହକ ସେମାନଙ୍କ ସମ୍ପତ୍ତି ବନ୍ଧକ ରଖି ଅଧିକ ଟଙ୍କା ଚାହିଁପାରନ୍ତି, ଯାହାକୁ କମ୍‌ ଏଲ୍‌ଟିଭି କାରଣରୁ କୌଣସି କ୍ଷେତ୍ରରେ ଅବମୂଲ୍ୟାୟନ କରାଯାଇପାରେ। ଋଣଦାତାମାନେ ଋଣ ନେଇଥିବା ଏବକାର ଗ୍ରାହକଙ୍କୁ ଏଥିରେ ସାମିଲ କରିବା ସହ ସେମାନଙ୍କୁ ଅଧିକ ଏଲ୍‌ଟିଭି ଆଧାରରେ ଲାଭ ଦେବା ଉଚିତ। ଏମିତି ସଂଖ୍ୟାଧିକ ଋଣ ଗ୍ରହୀତାଙ୍କୁ ଅଧିକ ଏଲ୍‌ଟିଭିର ଲାଭରୁ ବଞ୍ଚିତ କରି ରଖିଲେ ଆର୍‌ବିଆଇର ଏହି ପଦକ୍ଷେପର ଅସଲ ଉଦ୍ଦେଶ୍ୟ ପୂରଣ ହୋଇପାରିବନି। ଗୃହଋଣର ଏଲ୍‌ଟିଭି ବୃଦ୍ଧିକରିବା ଦ୍ୱାରା ବ୍ୟାଙ୍କଗୁଡ଼ିକର ରିସ୍କଓ୍ବେଟ ନିଶ୍ଚିତ କମିବା ସହ ଏହାକୁ ବିଭିନ୍ନ ନୀତିନିୟମରୁ ମୁକ୍ତ କରିବ। ହେଲେ ଏହା ବ୍ୟାଙ୍କଗୁଡ଼ିକର ଇଚ୍ଛା ଉପରେ ନିର୍ଭର କରେ। ସେମାନେ ଯାହା ଚାହିଁବେ ସେଥିପାଇଁ ସ୍ବାଧୀନ ଭାବେ ନିଷ୍ପତ୍ତି ନେଇପାରିବେ। ଗ୍ରହଣ କରିବାକୁ ହେବ ଯେ, ବ୍ୟାଙ୍କଗୁଡ଼ିକ ସୁଧହାର କମାଇ ଆଗକୁ ଘର କିଣିବାକୁ ଚାହଁୁଥିବା ଗ୍ରାହକଙ୍କୁ ଲୋନ ନେବା ଲାଗି ଉତ୍ସାହିତ କରିବ। କିନ୍ତୁ ଗୋଲ୍ଡ ଲୋନର ଏଲ୍‌ଟିଭି ବୃଦ୍ଧି କ୍ଷେତ୍ରରେ ଯାହା ଘଟିଲା ଗୃହଋଣ କ୍ଷେତ୍ରରେ ଏଲ୍‌ଟିଭି ବୃଦ୍ଧିକରିବା ଦ୍ୱାରା ସମାନ ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। କାଗଜ କଲମରେ କୌଣସି ନୀତି ଲାଗୁ ହୋଇଗଲେ ଯେ ତାହା ହିତାଧିକାରୀମାନଙ୍କ ପାଇଁ ଲାଭ ପହଞ୍ଚିବ ତାହା ଭାବିକା ଭୁଲ। ବ୍ୟାଙ୍କଗୁଡ଼ିକ କ୍ଷେତ୍ରରେ ନୀତି ଓ ତା କାର୍ଯ୍ୟକାରିତା ମଧ୍ୟରେ ବିରାଟ ପାଚେରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri