୯୦ ବର୍ଷ ପରେ ବଡ଼ ମାନ୍ଦାବସ୍ଥା

ଓ୍ବାଶିଂଟନ,୧୬।୧୦:ଗତ ବର୍ଷ ଶେଷ ଆଡ଼କୁ ଆସିଥିବା କରୋନା ଭୂତାଣୁ ମହାମାରୀ ରୂପ ନେଇ ସାରା ବିଶ୍ୱ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଛି। ଏହି ଭାଇରସ୍‌ କେବଳ ଲୋକଙ୍କ ଜୀବନ ନେଇନାହିଁ, ଜୀବିକା ମଧ୍ୟ ଉଜାଡ଼ିଛି। କରୋନା ଲକ୍‌ଡାଉନ ୨୦୦ରୁ ଊର୍ଦ୍ଧ୍ୱ ଦେଶର ଆର୍ଥତ୍କ ସ୍ଥିତିକୁ ଦୋହଲାଇ ଦେଇଛି। ଏହାର ପ୍ରଭାବରେ ଶକ୍ତିଶାଳୀ ଆମେରିକା ସମେତ ଜାପାନ, ରୁଷିଆ, ଚାଇନା ଓ ଭାରତ ଭଳି ବୃହତ୍‌ ଅର୍ଥ ବ୍ୟବସ୍ଥା ଅଚଳାବସ୍ଥାକୁ ସାମ୍ନା କରୁଛି। ବଡ଼ ବଡ଼ ଶିଳ୍ପ ଓ କର୍ପୋରେଟ ହାଉସର ମେରୁଦଣ୍ଡ ଭାଙ୍ଗିଯିବା ପରେ ଦାରିଦ୍ର୍ୟ ତଥା ବେକାରି ସମସ୍ୟା ବୃଦ୍ଧି ପାଇ ଅନୁନ୍ନତ, ବିକାଶଶୀଳ ଏବଂ ବିକଶିତ ରାଷ୍ଟ୍ରଗୁଡିକ ପାଇଁ ଅଦ୍ଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି। ୧୯୩୦ ଦଶକର ‘ଗ୍ରେଟ୍‌ ଡିପ୍ରେସନ’ପରେ ଏଭଳି ସ୍ଥିତି ଦେଖିବାକୁ ମିଳି ନ ଥିଲା ବୋଲି ବିଶ୍ୱବ୍ୟାଙ୍କ କହିଛି।
୧୯୩୦ରେ ସାରା ବିଶ୍ୱରେ ଗ୍ରେଟ୍‌ ଡିପ୍ରେସନ ଦେଖାଦେଇଥିଲା। ଏହି ସମୟରେ ସାରା ବିଶ୍ୱ ଘୋର ମାନ୍ଦାବସ୍ଥା
ଦେଇ ଗତି କରିଥିଲା। ବର୍ତ୍ତମାନ କରୋନା ମହାମାରୀ ସାରା ପୃଥିବୀକୁ କବଳିତ କରି ରଖିଛି। ଏହା ସାରା ବିଶ୍ୱକୁ ବଡ଼ ଝଟକା ଦେଇଛି। ଗ୍ରେଟ୍‌ ଡିପ୍ରେସନ ପରଠାରୁ ବର୍ତ୍ତମାନ ସାରା ବିଶ୍ୱ ଭୟଙ୍କର ମାନ୍ଦାବସ୍ଥା ଦେଇ ଗତି କରୁଥିବା ଓ୍ବାର୍ଲଡ ବ୍ୟାଙ୍କର ସଭାପତି ଡେଭିଡ୍‌ ମାଲ୍‌ପାସ୍‌ ଗୁରୁବାର କହିଛନ୍ତି। ଏହି ମହାମାରୀ ବିଶ୍ୱର ଅଭିବୃଦ୍ଧିଶୀଳ ଏବଂ ଅନୁନ୍ନତ ଦେଶଗୁଡ଼ିକ ଲାଗି ଅଧିକ ସଙ୍କଟ ସୃଷ୍ଟି କରିଥିବା ସେ ମତ ରଖିଛନ୍ତି। ବର୍ତ୍ତମାନ ବିଭିନ୍ନ ଦେଶର ଅଭିବୃଦ୍ଧି ଲଗାତର ଖସୁଛି। ସେହିଭଳି ଋଣ ସଙ୍କଟ ଦେଶଗୁଡିକ ସାମ୍ନାରେ ନୂଆ ଆହ୍ବାନ ଭାବେ ଉଭା ହୋଇଛି। ଗରିବ ଏବଂ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଲାଗି କରୋନା ବିନାଶକାରୀ ଭାବେ ଉଭା ହୋଇଥିବାରୁ ମାଲ୍‌ପାସ୍‌ ଆଶଙ୍କା ପ୍ରକଟ କରିଛନ୍ତି।
ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଏବଂ ଓ୍ବାର୍ଲଡ ବ୍ୟାଙ୍କର ବାର୍ଷିକ ବୈଠକ ପରିପ୍ରେକ୍ଷୀରେ ବିଶ୍ୱ ବଜାର ସାମ୍ନା କରୁଥିବା ବିଭିନ୍ନ ଆର୍ଥତ୍କ ଚ୍ୟାଲେଞ୍ଜ ଉପରେ ସେ ମତ ରଖିଛନ୍ତି। ଦେଶଗୁଡ଼ିକର ଦାରିଦ୍ର୍ୟ ହାର ବଢିବା ନେଇ ମଧ୍ୟ ଓ୍ବାର୍ଲଡ ବ୍ୟାଙ୍କ ପୂର୍ବରୁ ରିପୋର୍ଟରେ କହି ସାରିଛି। ମାଲ୍‌ପାସ୍‌ କହିଛନ୍ତି, ଚଳିତ ଆର୍ଥତ୍କ ବର୍ଷରେ ଦେଶଗୁଡିକ ଅନେକ ଚ୍ୟାଲେଞ୍ଜ ଦେଇ ଗତି କରୁଥିବାରୁ ଏହାକୁ ବିଚାରକରି ଏକ ଉନ୍ନତ ଅଭିବୃଦ୍ଧି କାର୍ଯ୍ୟକ୍ରମ ଆଣିବା ଲାଗି ଯୋଜନା ରଖାଯାଇଛି। ନିକଟରେ ଓ୍ବାର୍ଲଡ ବ୍ୟାଙ୍କ ବ୍ୟୁରୋ ହେଲ୍‌ଥ ଏମର୍ଜେନ୍ସି କାର୍ଯ୍ୟକ୍ରମରେ ପାଣ୍ଠିକୁ ୧୨ ବିଲିୟନ ଡଲାରକୁ ବଢାଇବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଅନୁନ୍ନତ ଦେଶଗୁଡିକୁ ଟିକା ଏବଂ ସ୍ବାସ୍ଥ୍ୟ କିଟ୍‌ ଯୋଗାଣ ଦିଗରେ ଏହି ପାଣ୍ଠି କାର୍ଯ୍ୟ କରିବ ବୋଲି ଜଣାଯାଇଛି।
ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଶ୍ୱ ବର୍ତ୍ତମାନ ‘କେ’ ଆକୃତିରେ ଟ୍ରାକ୍‌କୁ ଫେରୁଛି। ଏହାର ଅର୍ଥ ହେଲା ବିକଶିତ ଦେଶଗୁଡ଼ିକରେ ଉନ୍ନତ ସମ୍ବଳ ରହିବା ଯୋଗୁ ଏହାର ଆର୍ଥତ୍କ ସ୍ଥିତି ଅପେକ୍ଷାକୃତ ଉନ୍ନତ ରହିଛି। ଏହି ଦେଶଗୁଡିକରେ ଲୋକମାନେ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ କରୁଛନ୍ତି। ସେହିଭଳି ଅନୁନ୍ନତ ଦେଶଗୁଡିକରେ ଲୋକମାନେ ଅନେକ ସଂଖ୍ୟାରେ ଚାକିରି ହରାଉଥିବା ଦେଖାଯାଉଛି। ଏହି ଦେଶର ବ୍ୟକ୍ତିବିଶେଷ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ଉପରେ ନିର୍ଭର କରୁଥିବା ନଜରକୁ ଆସିଛି।
ଏହାବାଦ୍‌ ଅଭିବୃଦ୍ଧିଶୀଳ ଦେଶଗୁଡ଼ିକରେ ନିଯୁକ୍ତି ହ୍ରାସ, ଆୟରେ ଅସମାନତା ଏବଂ ବିଦେଶରେ କାମ କରୁଥିବା କର୍ମଚାରୀଙ୍କୁ ଅର୍ଥ ପ୍ରେରଣରେ ହ୍ରାସ ଦେଖାଯାଇଛି। ମାଲ୍‌ପାସ୍‌ କହିଛନ୍ତି, ସମସ୍ୟାକୁ ବିଚାରକରି ଗରିବ ଦେଶଗୁଡ଼ିକରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଚଳାଇବାକୁ ଯୋଜନା ରହିଛି। ଏହାକୁ ଛାଡ଼ିଦେଲେ, କୃଷିକ୍ଷେତ୍ରରେ ରହିଥିବା ସମସ୍ୟାକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ରପ୍ତାନିକୁ ପ୍ରୋତ୍ସାହନ ଦେଉଥିବା ଦେଶ ଏବଂ ଲୋକଙ୍କ ଲାଗି ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ସବ୍‌ସିଡି ଖାଦ୍ୟଶସ୍ୟ ଉପଲବ୍ଧ କରାଉଥିବା ଦେଶଗୁଡିକୁ ମାଲ୍‌ପାସ୍‌ ଧନ୍ୟବାଦ ଦେଇଛନ୍ତି। ଲୋକଙ୍କ ଜୀବନ, ସ୍ବାସ୍ଥ୍ୟ ଏବଂ ସୁରକ୍ଷା ବର୍ତ୍ତମାନର ପ୍ରାଥମିକତା ହେବା ଆବଶ୍ୟକ। ସାମାଜିକ ଦୂରତ୍ୱ ବଜାୟ ରଖିବା ସହ କୋଭିଡ୍‌କୁ ପ୍ରତିହତ କରିବା ଲାଗି ନିୟମ ମାନିବା ସହ ଧୀରେ ଧୀରେ ଅର୍ଥ ବ୍ୟବସ୍ଥାଗୁଡିକୁ ମୁକ୍ତ କରିବା ନେଇ ସେ ମତ ରଖିଛନ୍ତି। ଏହାଦ୍ୱାରା ଲୋକମାନେ ପୁଣି ଥରେ ନିଯୁକ୍ତି ପାଇବା ସୁବିଧା ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri