୯୦ ବର୍ଷ ପରେ ବଡ଼ ମାନ୍ଦାବସ୍ଥା

ଓ୍ବାଶିଂଟନ,୧୬।୧୦:ଗତ ବର୍ଷ ଶେଷ ଆଡ଼କୁ ଆସିଥିବା କରୋନା ଭୂତାଣୁ ମହାମାରୀ ରୂପ ନେଇ ସାରା ବିଶ୍ୱ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଛି। ଏହି ଭାଇରସ୍‌ କେବଳ ଲୋକଙ୍କ ଜୀବନ ନେଇନାହିଁ, ଜୀବିକା ମଧ୍ୟ ଉଜାଡ଼ିଛି। କରୋନା ଲକ୍‌ଡାଉନ ୨୦୦ରୁ ଊର୍ଦ୍ଧ୍ୱ ଦେଶର ଆର୍ଥତ୍କ ସ୍ଥିତିକୁ ଦୋହଲାଇ ଦେଇଛି। ଏହାର ପ୍ରଭାବରେ ଶକ୍ତିଶାଳୀ ଆମେରିକା ସମେତ ଜାପାନ, ରୁଷିଆ, ଚାଇନା ଓ ଭାରତ ଭଳି ବୃହତ୍‌ ଅର୍ଥ ବ୍ୟବସ୍ଥା ଅଚଳାବସ୍ଥାକୁ ସାମ୍ନା କରୁଛି। ବଡ଼ ବଡ଼ ଶିଳ୍ପ ଓ କର୍ପୋରେଟ ହାଉସର ମେରୁଦଣ୍ଡ ଭାଙ୍ଗିଯିବା ପରେ ଦାରିଦ୍ର୍ୟ ତଥା ବେକାରି ସମସ୍ୟା ବୃଦ୍ଧି ପାଇ ଅନୁନ୍ନତ, ବିକାଶଶୀଳ ଏବଂ ବିକଶିତ ରାଷ୍ଟ୍ରଗୁଡିକ ପାଇଁ ଅଦ୍ଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି। ୧୯୩୦ ଦଶକର ‘ଗ୍ରେଟ୍‌ ଡିପ୍ରେସନ’ପରେ ଏଭଳି ସ୍ଥିତି ଦେଖିବାକୁ ମିଳି ନ ଥିଲା ବୋଲି ବିଶ୍ୱବ୍ୟାଙ୍କ କହିଛି।
୧୯୩୦ରେ ସାରା ବିଶ୍ୱରେ ଗ୍ରେଟ୍‌ ଡିପ୍ରେସନ ଦେଖାଦେଇଥିଲା। ଏହି ସମୟରେ ସାରା ବିଶ୍ୱ ଘୋର ମାନ୍ଦାବସ୍ଥା
ଦେଇ ଗତି କରିଥିଲା। ବର୍ତ୍ତମାନ କରୋନା ମହାମାରୀ ସାରା ପୃଥିବୀକୁ କବଳିତ କରି ରଖିଛି। ଏହା ସାରା ବିଶ୍ୱକୁ ବଡ଼ ଝଟକା ଦେଇଛି। ଗ୍ରେଟ୍‌ ଡିପ୍ରେସନ ପରଠାରୁ ବର୍ତ୍ତମାନ ସାରା ବିଶ୍ୱ ଭୟଙ୍କର ମାନ୍ଦାବସ୍ଥା ଦେଇ ଗତି କରୁଥିବା ଓ୍ବାର୍ଲଡ ବ୍ୟାଙ୍କର ସଭାପତି ଡେଭିଡ୍‌ ମାଲ୍‌ପାସ୍‌ ଗୁରୁବାର କହିଛନ୍ତି। ଏହି ମହାମାରୀ ବିଶ୍ୱର ଅଭିବୃଦ୍ଧିଶୀଳ ଏବଂ ଅନୁନ୍ନତ ଦେଶଗୁଡ଼ିକ ଲାଗି ଅଧିକ ସଙ୍କଟ ସୃଷ୍ଟି କରିଥିବା ସେ ମତ ରଖିଛନ୍ତି। ବର୍ତ୍ତମାନ ବିଭିନ୍ନ ଦେଶର ଅଭିବୃଦ୍ଧି ଲଗାତର ଖସୁଛି। ସେହିଭଳି ଋଣ ସଙ୍କଟ ଦେଶଗୁଡିକ ସାମ୍ନାରେ ନୂଆ ଆହ୍ବାନ ଭାବେ ଉଭା ହୋଇଛି। ଗରିବ ଏବଂ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଲାଗି କରୋନା ବିନାଶକାରୀ ଭାବେ ଉଭା ହୋଇଥିବାରୁ ମାଲ୍‌ପାସ୍‌ ଆଶଙ୍କା ପ୍ରକଟ କରିଛନ୍ତି।
ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଏବଂ ଓ୍ବାର୍ଲଡ ବ୍ୟାଙ୍କର ବାର୍ଷିକ ବୈଠକ ପରିପ୍ରେକ୍ଷୀରେ ବିଶ୍ୱ ବଜାର ସାମ୍ନା କରୁଥିବା ବିଭିନ୍ନ ଆର୍ଥତ୍କ ଚ୍ୟାଲେଞ୍ଜ ଉପରେ ସେ ମତ ରଖିଛନ୍ତି। ଦେଶଗୁଡ଼ିକର ଦାରିଦ୍ର୍ୟ ହାର ବଢିବା ନେଇ ମଧ୍ୟ ଓ୍ବାର୍ଲଡ ବ୍ୟାଙ୍କ ପୂର୍ବରୁ ରିପୋର୍ଟରେ କହି ସାରିଛି। ମାଲ୍‌ପାସ୍‌ କହିଛନ୍ତି, ଚଳିତ ଆର୍ଥତ୍କ ବର୍ଷରେ ଦେଶଗୁଡିକ ଅନେକ ଚ୍ୟାଲେଞ୍ଜ ଦେଇ ଗତି କରୁଥିବାରୁ ଏହାକୁ ବିଚାରକରି ଏକ ଉନ୍ନତ ଅଭିବୃଦ୍ଧି କାର୍ଯ୍ୟକ୍ରମ ଆଣିବା ଲାଗି ଯୋଜନା ରଖାଯାଇଛି। ନିକଟରେ ଓ୍ବାର୍ଲଡ ବ୍ୟାଙ୍କ ବ୍ୟୁରୋ ହେଲ୍‌ଥ ଏମର୍ଜେନ୍ସି କାର୍ଯ୍ୟକ୍ରମରେ ପାଣ୍ଠିକୁ ୧୨ ବିଲିୟନ ଡଲାରକୁ ବଢାଇବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଅନୁନ୍ନତ ଦେଶଗୁଡିକୁ ଟିକା ଏବଂ ସ୍ବାସ୍ଥ୍ୟ କିଟ୍‌ ଯୋଗାଣ ଦିଗରେ ଏହି ପାଣ୍ଠି କାର୍ଯ୍ୟ କରିବ ବୋଲି ଜଣାଯାଇଛି।
ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଶ୍ୱ ବର୍ତ୍ତମାନ ‘କେ’ ଆକୃତିରେ ଟ୍ରାକ୍‌କୁ ଫେରୁଛି। ଏହାର ଅର୍ଥ ହେଲା ବିକଶିତ ଦେଶଗୁଡ଼ିକରେ ଉନ୍ନତ ସମ୍ବଳ ରହିବା ଯୋଗୁ ଏହାର ଆର୍ଥତ୍କ ସ୍ଥିତି ଅପେକ୍ଷାକୃତ ଉନ୍ନତ ରହିଛି। ଏହି ଦେଶଗୁଡିକରେ ଲୋକମାନେ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ କରୁଛନ୍ତି। ସେହିଭଳି ଅନୁନ୍ନତ ଦେଶଗୁଡିକରେ ଲୋକମାନେ ଅନେକ ସଂଖ୍ୟାରେ ଚାକିରି ହରାଉଥିବା ଦେଖାଯାଉଛି। ଏହି ଦେଶର ବ୍ୟକ୍ତିବିଶେଷ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ଉପରେ ନିର୍ଭର କରୁଥିବା ନଜରକୁ ଆସିଛି।
ଏହାବାଦ୍‌ ଅଭିବୃଦ୍ଧିଶୀଳ ଦେଶଗୁଡ଼ିକରେ ନିଯୁକ୍ତି ହ୍ରାସ, ଆୟରେ ଅସମାନତା ଏବଂ ବିଦେଶରେ କାମ କରୁଥିବା କର୍ମଚାରୀଙ୍କୁ ଅର୍ଥ ପ୍ରେରଣରେ ହ୍ରାସ ଦେଖାଯାଇଛି। ମାଲ୍‌ପାସ୍‌ କହିଛନ୍ତି, ସମସ୍ୟାକୁ ବିଚାରକରି ଗରିବ ଦେଶଗୁଡ଼ିକରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଚଳାଇବାକୁ ଯୋଜନା ରହିଛି। ଏହାକୁ ଛାଡ଼ିଦେଲେ, କୃଷିକ୍ଷେତ୍ରରେ ରହିଥିବା ସମସ୍ୟାକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ରପ୍ତାନିକୁ ପ୍ରୋତ୍ସାହନ ଦେଉଥିବା ଦେଶ ଏବଂ ଲୋକଙ୍କ ଲାଗି ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ସବ୍‌ସିଡି ଖାଦ୍ୟଶସ୍ୟ ଉପଲବ୍ଧ କରାଉଥିବା ଦେଶଗୁଡିକୁ ମାଲ୍‌ପାସ୍‌ ଧନ୍ୟବାଦ ଦେଇଛନ୍ତି। ଲୋକଙ୍କ ଜୀବନ, ସ୍ବାସ୍ଥ୍ୟ ଏବଂ ସୁରକ୍ଷା ବର୍ତ୍ତମାନର ପ୍ରାଥମିକତା ହେବା ଆବଶ୍ୟକ। ସାମାଜିକ ଦୂରତ୍ୱ ବଜାୟ ରଖିବା ସହ କୋଭିଡ୍‌କୁ ପ୍ରତିହତ କରିବା ଲାଗି ନିୟମ ମାନିବା ସହ ଧୀରେ ଧୀରେ ଅର୍ଥ ବ୍ୟବସ୍ଥାଗୁଡିକୁ ମୁକ୍ତ କରିବା ନେଇ ସେ ମତ ରଖିଛନ୍ତି। ଏହାଦ୍ୱାରା ଲୋକମାନେ ପୁଣି ଥରେ ନିଯୁକ୍ତି ପାଇବା ସୁବିଧା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri