Posted inଜାତୀୟ

ଆତଙ୍କର ମାଷ୍ଟରମାଇଣ୍ଡଙ୍କୁ ଉତ୍ତରଦାୟୀ କରାଯାଉ

ନୂଆଦିଲ୍ଲୀ,୧୬ା୨: ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡଙ୍କୁ ସେମାନଙ୍କ କାର୍ଯ୍ୟ ଲାଗି ବିଶ୍ୱ ଉତ୍ତରଦାୟୀ କରିବା ଆବଶ୍ୟକ ବୋଲି ଜାତିସଂଘରେ ଭାରତ ଦାବି କରିଛି। ସେମାନେ ନିଜକୁ ଆତଙ୍କବାଦର ଶିକାର ବୋଲି ଚିତ୍ରଣ କରି ଅନ୍ତର୍ଜାତୀୟ ସମୁଦାୟଙ୍କୁ ବିଭ୍ରାନ୍ତ କରିବାକୁ ଦିଆ ନ ଯିବା ମଧ୍ୟ ଅନୁରୂପ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତ କହିଛି।
୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ, ୨୦୧୬ର ପଠାନକୋଟ ଆକ୍ରମଣ ଏବଂ ୨୦୧୯ର ପୁଲ୍‌ଓ୍ବାମା ଆକ୍ରମଣକୁ ସାରା ବିଶ୍ୱ ଦେଖିଛି। ଏହି ଅପରାଧୀମାନେ କେଉଁଠୁ ଆସିଥିଲେ, ତାହା ମଧ୍ୟ ସମସ୍ତେ ଜାଣନ୍ତି ବୋଲି ଜାତିସଂଘରେ ପାକିସ୍ତାନକୁ ଟାର୍ଗେଟ କରି ଭାରତର ସ୍ଥାୟୀ ମିଶନର କାଉସେଲର ରାଜେଶ ପରିହାର କହିଛନ୍ତି। ଅତ୍ୟନ୍ତ ପରିତାପର ବିଷୟ ଯେ, ଯେଉଁମାନେ ଏହିସବୁ ଆକ୍ରମଣ ଘଟାଇଥିଲେ, ସେମାନେ ଉକ୍ତ ରାଷ୍ଟ୍ରର ସମର୍ଥନ ଓ ଆତିଥେୟତା ପାଇଆସୁଛନ୍ତି। ଠିକ୍‌ ୩ ବର୍ଷ ପୂର୍ବେ ୨୦୧୯ ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ସୋମବାର ଜାତିସଂଘର ଆତଙ୍କବାଦ ନିରୋଧୀ କମିଟିର ଖୋଲା ଆଲୋଚନାରେ ରାଜେଶ ଉପରୋକ୍ତ ମନ୍ତବ୍ୟ ରଖିଥିଲେ। ଆକ୍ରମଣରେ ମୃତକମାନଙ୍କ ପରିବାରକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। ଅନ୍ୟ ପକ୍ଷରେ ଅପରାଧୀ, ସେମାନଙ୍କୁ ପ୍ରେରଣ କରିଥିବା ଏବଂ ଅର୍ଥ ଯୋଗାଇଥିବା ବ୍ୟକ୍ତିମାନେ ମୁକ୍ତ ଭାବରେ ବୁଲୁଛନ୍ତି ଏବଂ ରାଷ୍ଟ୍ର ସମର୍ଥନ ଓ ଆତିଥେୟତା ଉପଭୋଗ କରୁଛନ୍ତି ବୋଲି ପାକିସ୍ତାନର ନଁା ନ ନେଇ ରାଜେଶ କହିଛନ୍ତି। ଜାତିସଂଘ ୧୫୦ରୁ ଊର୍ଦ୍ଧ୍ୱ ସଂଗଠନ ଓ ଏହାର ନେତାଙ୍କୁ ଆତଙ୍କବାଦୀ ତାଲିକାରେ ସାମିଲ କରିଛି। ଏହି କୁଖ୍ୟାତ ଆତଙ୍କବାଦୀ ନେତାଙ୍କୁ ଶହୀଦ ଆଖ୍ୟା ଦିଆଯାଉଛି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଲ୍‌-କାଏଦାର ନିହତ ନେତା ଓସାମା ବିନ୍‌ ଲାଡେନଙ୍କୁ ଶହୀଦ ବୋଲି କହିଥିଲେ। ଆତଙ୍କବାଦ ସୃଷ୍ଟିର କେନ୍ଦ୍ରସ୍ଥଳ ବିରୋଧରେ ଅବିଳମ୍ବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଭାରତ ଅନ୍ତର୍ଜାତୀୟ ସମୁଦାୟଙ୍କୁ ଆହ୍ବାନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ନିଜର ହେବ ଶିକ୍ଷା ବୋର୍ଡ

ନୂଆଦିଲ୍ଲୀ,୬ ।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର କ୍ୟାବିନେଟ ବୈଠକ ପରେ ଡିଜିଟାଲ ପ୍ରେସ କନଫରେନ୍ସ ମାଧ୍ୟମରେ ଏକ ବଡ ଘୋଷଣା କରିଛନ୍ତି ।...

କିପରି ଉଠାଇବେ ଇପିଏଫ୍‌ ଟଙ୍କା

ନୂଆଦିଲ୍ଲୀ,୧୦।୪: କରୋନା ଜନିତ ଲକ୍‌ଡାଉନ ବେଳେ ଯଦି ଆପଣ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି, ତେବେ ଆପଣଙ୍କର କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍‌)ରୁ ଟଙ୍କା ଉଠାଇପାରିବେ। ଏଥିପାଇଁ...

ମାଲାୟଲମ ଗୀତିକାର ଅନିଲଙ୍କ ପରଲୋକ: କରୋନାରେ ହୋଇଥିଲେ ଆକ୍ରାନ୍ତ

ଥିରୁଭାନନ୍ତପୁରମ୍‌,୪।୧: ଲୋକପ୍ରିୟ ମାଲାୟଲମ ଗୀତିକାର ଅନିଲ ପାନାଚୋରାନ୍‌ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତ ଏକ ସପ୍ତାହ ଧରି ତାଙ୍କର...

ପାଣି ଟାଙ୍କି ଉପରୁ ଡେଇଁପଡ଼ି ଛାତ୍ରୀଙ୍କ ଆତ୍ମହତ୍ୟାା

ଭୋପାଳ,୨୫।୯: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ପାଣି ଟାଙ୍କି ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ପୋଲିସ...

ବିଦାହେବେ ବେଆଇନ ପ୍ରବାସୀ

ଓ୍ବାଶିଂଟନ,୧୯ା୬( ଆଇଏଏନ୍‌ଏସ୍‌): ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ପ୍ରବାସୀମାନଙ୍କୁ ସ୍ବଦେଶକୁ ପ୍ରତ୍ୟର୍ପଣ କରାଯିବ। ଏନେଇ ଦେଶର ଅପ୍ରବାସନ ପ୍ରବର୍ତ୍ତନ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହରେ ଅଭିଯାନ...

ପ୍ରଥମ ବିମୁଦ୍ରୀକରଣ ଭୁଲକୁ ଲୁଚାଇବା ପାଇଁ କରାଯାଇଛି ଦ୍ୱିତୀୟ ବିମୁଦ୍ରୀକରଣ, ଯାଞ୍ଚ୍‌ ଜରୁରୀ: ଖାର୍ଗେ…

ନୂଆଦିଲ୍ଲୀ,୨୦।୫ : ପ୍ରଥମ ବିମୁଦ୍ରୀକରଣ ଏକ ଭୁଲ ନିଷ୍ପତ୍ତି ଥିଲା। ଏହି ଭୁଲକୁ ଲୁଚାଇବା ପାଇ ଏବେ କେନ୍ଦ୍ର ସରକାର ’ଦ୍ୱିତୀୟ ବିମୁଦ୍ରୀକରଣ କରିଛନ୍ତି ବୋଲି...

ମୃତ୍ୟୁ ପୂର୍ବରୁ ପାକିସ୍ତାନ ନିକଟରେ ଥିଲେ ହମ୍‌ଜା

ନୂଆଦିଲ୍ଲୀ,୧୫।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଆତଙ୍କବାଦୀ ହମ୍‌ଜା ବିନ୍‌ ଲାଡେନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ଆଉ ଏବେ ଭାରତ ଏହାକୁ ନେଇ...

ମାମଲା ଲଢ଼ିବେ ନିର୍ଭୟା ଓକିଲ

ଲକ୍ଷ୍ନୌ,୩।୧୦: ହାଥ୍‌ରସ ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାର ସପକ୍ଷରେ ମାମଲା ଲଢ଼ିବେ ସୀମା କୁଶଓ୍ବାହ। ୨୦୧୨ ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ଓ...

Advertisement
Archives

Model This Week