‘ସିବିଆଇ, ଏସ୍‌ଆଇଟି ତଦନ୍ତ ହେଉ’

ଭୁବନେଶ୍ୱର, ୫।୮ (ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ୨୩ରୁ ଊର୍ଦ୍ଧ୍ୱ ଦିନ ବିତିଗଲାଣି। ମାତ୍ର ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟୁନାହିଁ। ଏପରି ସ୍ଥିତିରେ ପୋଲିସର ତଦନ୍ତ ନେଇ ସୌମ୍ୟଙ୍କ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି। ପୋଲିସ ନିରପେକ୍ଷ ଭାବେ ତଦନ୍ତ କରୁ ନ ଥିବା ଏବଂ ଅଭିଯୁକ୍ତମାନଙ୍କୁ ଧରିବାରେ ବିଳମ୍ବ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ବୁଧବାର ସୌମ୍ୟଙ୍କ ଭାଇ ଓ ସମ୍ପର୍କୀୟମାନେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ପୋଲିସ ଜାଣିଶୁଣି ତଦନ୍ତ ପ୍ରକ୍ରିୟାରେ ବିଳମ୍ବ କରୁଥିବାବେଳେ କ୍ଷମତାଶାଳୀ ବ୍ୟକ୍ତିଙ୍କ ପ୍ରଭାବରେ ଅଭିଯୁକ୍ତମାନଙ୍କୁ ଖସିଯିବାରେ ସାହାଯ୍ୟ କରୁଛି। ଏପରି କି ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ପୋଲିସ କ୍ଲିନ୍‌ଚିଟ୍‌ ମଧ୍ୟ ଦେଇଛି। ତେଣୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇ କିମ୍ବା ଏସ୍‌ଆଇଟିକୁ ମାମଲା ହସ୍ତାନ୍ତର କରାଯାଉ। ଆବଶ୍ୟକ ପଡ଼ିଲେ ହାଇକୋର୍ଟଙ୍କ ଜରିଆରେ ଏହାର ତଦନ୍ତ କରାଯାଉ ବୋଲି ସୌମ୍ୟଙ୍କ ସମ୍ପର୍କୀୟ ଭାଇ ମାନସ ରଞ୍ଜନ ପାଢୀ ଦାବି କରିଛନ୍ତି। ଏପରି କି ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତଦନ୍ତ ବିଳମ୍ବ ହେଲେ ଦୋଷୀଙ୍କୁ ପ୍ରମାଣ ନଷ୍ଟ ପାଇଁ ଅଧିକ ସମୟ ମିଳିବ ବୋଲି ପାଢୀ କହିଛନ୍ତି। ଏହାପରେ ସୌମ୍ୟଙ୍କ ପରିବାର ଲୋକେ ପୋଲିସ ମହାନିର୍ଦ୍ଦେଶକଙ୍କ କ୍ୟାମ୍ପ ଅଫିସକୁ ଯାଇ ଅଭିଯୋଗପତ୍ର ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୁକ୍ତମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri