‘କାଳିଆ ଟଙ୍କା ଆଦାୟ ସମ୍ପୂର୍ଣ୍ଣ ସ୍ଥଗିତ ହେଉ’

ଭୁବନେଶ୍ୱର,୧୧।୮ (ବ୍ୟୁରୋ): ଗତ ମାସରେ ରାଜ୍ୟ ସରକାରଙ୍କ କୃଷି ବିଭାଗ କାଳିଆ ଟଙ୍କା ହାତେଇଥିବା ଅଯୋଗ୍ୟ ହିତାଧିକାରୀମାନଙ୍କଠାରୁ ଅର୍ଥ ଆଦାୟ ସକାଶେ ଜିଲା କୃଷି ଅଧିକାରୀମାନଙ୍କୁ ଚିଠି କରିଥିଲା। ଏହା ମିଳିବାପରେ ରାଜ୍ୟର ଲକ୍ଷେ ଚାଷୀଙ୍କଠାରୁ ଟଙ୍କା ଆଦାୟ ଲାଗି ନିଷ୍ପତ୍ତି ସରିଥିଲା। ହେଲେ ରାଜ୍ୟ ସରକାର କୋଭିଡ୍‌-୧୯ ସ୍ଥିତି ଏବଂ ଖରିଫ ଚାଷକୁ ଦୃଷ୍ଟିରେ ରଖି ସାମୟିକଭାବେ ଏହାକୁ ସ୍ଥଗିତ ରଖିଛନ୍ତି। କିନ୍ତୁ ଭାଜପା ଏହାକୁ ବିରୋଧ କରିଛି। କାଳିଆ ଟଙ୍କା ଆଦାୟ ସାମୟିକଭାବେ ନୁହେଁ ବରଂ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି। ପ୍ରଦୀପ୍ତ କହିଛନ୍ତି, ଶାସକ ବିଜେଡି ନିର୍ବାଚନ ଜିତିବା ଏବଂ କ୍ଷମତା ହାତେଇବା ପାଇଁ ତରବରିଆ ଭାବେ କାଳିଆ ଯୋଜନା ଆରମ୍ଭ କରି ଦଳୀୟ କର୍ମୀଙ୍କୁ ହିତାଧିକାରୀ ଚିହ୍ନଟକରି ଟଙ୍କା ବାଣ୍ଟିଲା। ୨୦୧୯ ନିର୍ବାଚନ ଫଳ ଘୋଷଣା ହେବା ପରେ ୨ୟ କିସ୍ତି ଦେବେ ବୋଲି କହିଥିଲେ। ମାତ୍ର ନିର୍ବାଚନ ସରିବାର ବର୍ଷକ ପରେ ହିତାଧିକାରୀଙ୍କୁ ଅଯୋଗ୍ୟ କହି ୫ ହଜାର ଟଙ୍କା ଲେଖାଏ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ମାତ୍ର ଏବେ ସରକାର ମୁଣ୍ଡ ନୁଆଁଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଭାବେ ଭାଜପା ବାରମ୍ବାର ଏହି ନିର୍ଦ୍ଦେଶନାମାକୁ ବିରୋଧ କରିବା ଏବଂ ଚାଷୀମାନଙ୍କ ଆକ୍ରୋଶ ପରେ ଏହାକୁ ସ୍ଥଗିତ ରଖିଛନ୍ତି ବୋଲି ପ୍ରଦୀପ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅସାନି’ର ଆଖି ଦୃଶ୍ୟମାନ

ଭୁବନେଶ୍ବର,୧୦।୫(ବ୍ୟୁରୋ): ଦୃଶ୍ୟମାନ ହେଲା ବାତ୍ୟା ‘ଅସାନି’ ଆଖି । ମଙ୍ଗଳବାର ସକାଳ ୯ଟାରେ ମଛଲୀପାଟନମ ଡପ୍ଲର ରାଡ଼ାରରେ ଭୀଷଣ ବାତ୍ୟାର ରୂପ ନେଇଥିବା ଅସାନିର ଆଖି...

ଭୀମକୁଣ୍ଡରେ ବୁଡି ଯାଇ ପର୍ଯ୍ୟଟକ ନିଖୋଜ

ପାଟଣା/ଠାକୁରମୁଣ୍ଡା, ୨୫।୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ବୁଧବାର ଅପରାହ୍ନରେ ଜଣେ ପର୍ଯ୍ୟଟକ ପ୍ରଥମ କୁଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ...

ଡିଜେ ଆଜେକ୍ସଙ୍କ ପ୍ରେମିକାଙ୍କୁ ଏକ ଘଣ୍ଟା ଜେରା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣାରେ ପୋଲିସ ମଙ୍ଗଳବାର ତାଙ୍କ ପ୍ରେମିକାଙ୍କୁ ଜେରା କରିଛି। ଖାରବେଳନଗର ଥାନା ପୋଲିସ ପ୍ରାୟ ଏକ ଘଣ୍ଟା...

ରାସ୍ତା ଅବସ୍ଥାକୁ ଶୋଚନୀୟ କରିଛି ବନ୍ୟା

କେନ୍ଦ୍ରାପଡ଼ା ଅଫିସ, ୭ା୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ହୋଇଥିବା ବନ୍ୟା ଏବେ ସମ୍ପୂର୍ଣ୍ଣ ଛାଡ଼ିଯାଇଛି। ଏହି ବନ୍ୟାଞ୍ଚଳରେ କେତେକ ପାଟ କ୍ଷେତରେ ଜଳ...

ଫେରିଲା ନାଇଟ୍‌ କର୍ଫ୍ୟୁ, ଏସବୁରେ କଟକଣା ଲଗାଇଲେ ରାଜ୍ୟ ସରକାର; ଜାଣନ୍ତୁ…

ଭୁବନେଶ୍ୱର,୫।୧(ବ୍ୟୁରୋ): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ...

ଜାଲରେ ପଡୁନାହାନ୍ତି ବଡ଼ ଇଲିଶି

ଭୋଗରାଇ, ୨୪।୯(ଡି.ଏନ.ଏ.)- କଥାରେ ଅଛି ଚାକିରି କରିବ ପୋଲିସ, ମାଛ ଖାଇବ ଇଲିଶି। ଇଲିଶି ନଁା ଶୁଣିଲେ ଆମିଷ ପ୍ରେମୀଙ୍କ ପାଟିରୁ ଲାଳ ଗଡ଼େ। ଇଲିଶି...

ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ତଥା ‘ଧରିତ୍ରୀ’ର ଖବରଦାତା ପ୍ରଶାନ୍ତ ଦାଶଙ୍କ ଭାଇ ପ୍ରଭାତ ଦାଶ (୬୨)ଙ୍କ ଗୁରୁବାର ପରଲୋକ ହୋଇଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ...

ତାଲା ଭାଙ୍ଗି ଘରୁ ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍‌

ରଣପୁର,୧୪।୩(ସ୍ବ.ପ୍ର.): ଚାନ୍ଦପୁର ଥାନା କନ୍ଧନୟାଗଡ ଗଁ।ର ଭାଗୀରଥି ସାହୁଙ୍କ ଘର ଗ୍ରିଲ୍‌ ତାଲା ଭାଙ୍ଗି ଗୁରୁବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଆଲମାରୀରୁ ପ୍ରାୟ ୭ ଲକ୍ଷ ଟଙ୍କାର...

Advertisement
Archives

Model This Week