Posted inଜାତୀୟ

ଛତିଶଗଡ଼ ରାଜନୀତିରେ ଲେମ୍ବୁ-ଲଙ୍କା ଏଣ୍ଟ୍ରି…

ରାଞ୍ଚି, ୩୧।୮ : ଲେମ୍ବୁ ଏବଂ ଲଙ୍କା ଏବେ ଛତିଶଗଡ ରାଜନୀତିରେ ଏଣ୍ଟ୍ରି କରିଛି। ରାଜ୍ୟରେ ବଢୁୁଥିବା ଅପରାଧ ସମ୍ପର୍କରେ ଭାଜପା ନେତାମାନେ କହିଛନ୍ତି ଯେ ପ୍ରତ୍ୟେକ ପୋଲିସ ଷ୍ଟେଶନରେ ଲେମ୍ବୁ ଏବଂ ଲଙ୍କା ଟାଙ୍ଗିବା ଉଚିତ। ପୋଲିସ ଦ୍ୱାରା ଅପରାଧ ହ୍ରାସ ପାଉନାହିଁ।

ତେଣୁ ଅନ୍ତତଃ ପକ୍ଷେ ଏହି କୌଶଳ ସହିତ ଅପରାଧରେ କିଛି ହ୍ରାସ ଘଟିପାରେ। ଭାଜପା ନେତାଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ ବିଭାଗର ସମୀକ୍ଷା ବୈଠକରେ ଜୁଆ ଖେଳ, ବେଆଇନ କାର୍ଯ୍ୟ ସହିତ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରକାଶ କରିଥିଲେ।

ଦୁର୍ବଳ ପୋଲିସ ବ୍ୟବସ୍ଥା ପାଇଁ ସାହୁ ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିଥିଲେ। ଏହା ପରେ ଗୋଟିଏ ଦିନ ପୂର୍ବରୁ ରାଜଧାନୀ ରାୟପୁରରେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ କାରରୁ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ତେବେ ଭାଜପାକୁ ଟାର୍ଗେଟ କରି କଂଗ୍ରେସ ମଧ୍ୟ ଏହାର ପ୍ରତିଶୋଧ ନେଇଛି। କଂଗ୍ରେସ ନେତାମାନେ କହିଛନ୍ତି ଯେ ଭାଜପା ନେତାମାନେ ଲେମ୍ବୁ ଏବଂ ଲଙ୍କାକୁ ନିଜ ଘର ଆଗରେ ଟାଙ୍ଗି ଦିଅନ୍ତୁ, ଯାହା ଦ୍ୱାରା ସେମାନଙ୍କର ପଦ ସୁରକ୍ଷିତ ରହିପାରିବ।

ବିରୋଧୀ ଦଳର ପୂର୍ବତନ ନେତା ଧରମଲାଲ କୌଶିକ କହିଛନ୍ତି ଯେ ରାଜ୍ୟରେ ଏପରି କୌଣସି ପୋଲିସ ଷ୍ଟେଶନ ରହିବ ନାହିଁ, ଯେଉଁଠାରେ ପ୍ରତିଦିନ ଅପରାଧ ପଞ୍ଜୀକୃତ ହେଉ ନାହିଁ। ଏହି ପୋଲିସ ଷ୍ଟେଶନଗୁଡିକର ଗ୍ରହ ଦୋଷ ଖରାପ ହୋଇଯାଇଛି।

ତେଣୁ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଲେମ୍ବୁ ଏବଂ ଲଙ୍କା ବାନ୍ଧିବା ଆବଶ୍ୟକ । ଏ ନେଇ ରାଜ୍ୟ ସରକାର ଏକ ଅଭିଯାନ ଚଳାଇବା ଉଚିତ। କୌଶିକ କହିଛନ୍ତି ଯେ ଦୁଃଖର ବିଷୟ ଯେ ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଗୃହମନ୍ତ୍ରୀଙ୍କୁ ପୋଲିସ କର୍ମଚାରୀଙ୍କୁ ବୁକି ଏବଂ ଜୁଆ ଖେଳ ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ତାଲିକା ଦେବାକୁ ପଡୁଛି। ପୋଲିସ ବିଭାଗ ଅପାରଗ ହୋଇ ଯାଇଥିବା କହି ସେ କଟାକ୍ଷ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri