Posted inଜାତୀୟ

ଛତିଶଗଡ଼ ରାଜନୀତିରେ ଲେମ୍ବୁ-ଲଙ୍କା ଏଣ୍ଟ୍ରି…

ରାଞ୍ଚି, ୩୧।୮ : ଲେମ୍ବୁ ଏବଂ ଲଙ୍କା ଏବେ ଛତିଶଗଡ ରାଜନୀତିରେ ଏଣ୍ଟ୍ରି କରିଛି। ରାଜ୍ୟରେ ବଢୁୁଥିବା ଅପରାଧ ସମ୍ପର୍କରେ ଭାଜପା ନେତାମାନେ କହିଛନ୍ତି ଯେ ପ୍ରତ୍ୟେକ ପୋଲିସ ଷ୍ଟେଶନରେ ଲେମ୍ବୁ ଏବଂ ଲଙ୍କା ଟାଙ୍ଗିବା ଉଚିତ। ପୋଲିସ ଦ୍ୱାରା ଅପରାଧ ହ୍ରାସ ପାଉନାହିଁ।

ତେଣୁ ଅନ୍ତତଃ ପକ୍ଷେ ଏହି କୌଶଳ ସହିତ ଅପରାଧରେ କିଛି ହ୍ରାସ ଘଟିପାରେ। ଭାଜପା ନେତାଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ ବିଭାଗର ସମୀକ୍ଷା ବୈଠକରେ ଜୁଆ ଖେଳ, ବେଆଇନ କାର୍ଯ୍ୟ ସହିତ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରକାଶ କରିଥିଲେ।

ଦୁର୍ବଳ ପୋଲିସ ବ୍ୟବସ୍ଥା ପାଇଁ ସାହୁ ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିଥିଲେ। ଏହା ପରେ ଗୋଟିଏ ଦିନ ପୂର୍ବରୁ ରାଜଧାନୀ ରାୟପୁରରେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ କାରରୁ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ତେବେ ଭାଜପାକୁ ଟାର୍ଗେଟ କରି କଂଗ୍ରେସ ମଧ୍ୟ ଏହାର ପ୍ରତିଶୋଧ ନେଇଛି। କଂଗ୍ରେସ ନେତାମାନେ କହିଛନ୍ତି ଯେ ଭାଜପା ନେତାମାନେ ଲେମ୍ବୁ ଏବଂ ଲଙ୍କାକୁ ନିଜ ଘର ଆଗରେ ଟାଙ୍ଗି ଦିଅନ୍ତୁ, ଯାହା ଦ୍ୱାରା ସେମାନଙ୍କର ପଦ ସୁରକ୍ଷିତ ରହିପାରିବ।

ବିରୋଧୀ ଦଳର ପୂର୍ବତନ ନେତା ଧରମଲାଲ କୌଶିକ କହିଛନ୍ତି ଯେ ରାଜ୍ୟରେ ଏପରି କୌଣସି ପୋଲିସ ଷ୍ଟେଶନ ରହିବ ନାହିଁ, ଯେଉଁଠାରେ ପ୍ରତିଦିନ ଅପରାଧ ପଞ୍ଜୀକୃତ ହେଉ ନାହିଁ। ଏହି ପୋଲିସ ଷ୍ଟେଶନଗୁଡିକର ଗ୍ରହ ଦୋଷ ଖରାପ ହୋଇଯାଇଛି।

ତେଣୁ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଲେମ୍ବୁ ଏବଂ ଲଙ୍କା ବାନ୍ଧିବା ଆବଶ୍ୟକ । ଏ ନେଇ ରାଜ୍ୟ ସରକାର ଏକ ଅଭିଯାନ ଚଳାଇବା ଉଚିତ। କୌଶିକ କହିଛନ୍ତି ଯେ ଦୁଃଖର ବିଷୟ ଯେ ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଗୃହମନ୍ତ୍ରୀଙ୍କୁ ପୋଲିସ କର୍ମଚାରୀଙ୍କୁ ବୁକି ଏବଂ ଜୁଆ ଖେଳ ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ତାଲିକା ଦେବାକୁ ପଡୁଛି। ପୋଲିସ ବିଭାଗ ଅପାରଗ ହୋଇ ଯାଇଥିବା କହି ସେ କଟାକ୍ଷ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri