Posted inଫୁରସତ

ଲିଜର ଟାଇମ୍‌

ଅଧୁନା ସମସ୍ତେ ନିଜ କାର୍ଯ୍ୟକୁ ନେଇ ନିଜ ନିଜ କ୍ଷେତ୍ରରେ ବେଶ୍‌ ତତ୍ପର। ନିଜ ଲକ୍ଷ୍ୟ ପୂରଣ କରି ଜଣେ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ହେବାକୁ ମଧ୍ୟ ସେମାନେ ନିଜ ସଂଗ୍ରାମ ଜାରି ରଖନ୍ତି। ଖାଲି ଯେ ସଫଳ ହେବା ପାଇଁ ସେମାନେ ଦିନ ରାତି ଏକ କରିଦିଅନ୍ତି, ତା’ ନୁହେଁ ବରଂ ସେଥିରୁ ସମୟ ବାହାର କରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ନିଜକୁ ନିୟୋଜିତ କରନ୍ତି; ଯାହା ସେମାନଙ୍କୁ ମାନସିକ ଶାନ୍ତି ଦେବା ସହ ସେମାନଙ୍କଠାରେ ସୃଷ୍ଟି କରିଥାଏ ସକାରାତ୍ମକ ଭାବନା…
ଟ୍ୟୁଶନ୍‌ କରିପାରିବେ: କୁହାଯାଏ, ପଢ଼ିଥିବା ପାଠକୁ ଅନ୍ୟକୁ ପଢ଼ାଇଲେ ତାହା ବେଶି ମନେରୁହେ। ତେଣୁ, ଯଦି ଆପଣ ଭଲ ପାଠ ପଢ଼ୁଛନ୍ତି, ତେବେ ସେଥିରୁ ସମୟ ବାହାର କରି ପିଲାଙ୍କୁ ପଢ଼ାଇପାରିବେ। ଏହା ଦ୍ୱାରା ଆପଣ ନିଜ ଜ୍ଞାନର ପରିସରକୁ ବୃଦ୍ଧି କରିବା ସହ ନିଜ କମ୍ୟୁନିକେଶନ ସ୍କିଲ୍‌ ଏବଂ ଭୋକାବୁଲାରିକୁ ମଧ୍ୟ ଷ୍ଟ୍ରଙ୍ଗ୍‌ କରିପାରିବେ। ପଢ଼ାଉଥିବା ବିଷୟରେ ଅଧିକ ଜ୍ଞାନ ମଧ୍ୟ ଆହରଣ କରିପାରିବେ।
ପାର୍ଟ ଟାଇମ୍‌ ଜବ୍‌ରୁ କରିହେବ ରୋଜଗାର: ଯଦି ଆପଣ ଏବେ ଛାତ୍ର ଅଛନ୍ତି କିମ୍ବା କୌଣସି କାର୍ଯ୍ୟରେ ଜଡ଼ିତ, ତେବେ ଆପଣ ଚାହିଁଲେ ବିଭିନ୍ନ କ୍ଷେତ୍ରରେ ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ପାର୍ଟ ଟାଇମ୍‌ ଜବ୍‌ କରିପାରିବେ। ନିଜ ଫିଲ୍ଡ ବ୍ୟତୀତ ରୁଚି ଥିବା ଯେକୌଣସି ଦିଗ ଯଥା ଡ୍ରାଇଭିଂ, ଟେଲରିଂ ଆଦି କରିପାରିବେ। ଏଥିରୁ ଆପଣ ରୋଜଗାର ବି କରି ନିଜ ପଢ଼ା ଖର୍ଚ୍ଚ ତୁଲାଇ ପାରିବେ। ଲକ୍ଷ୍ୟ ପୂରଣ କରିବା ଦିଗରେ ଚେଷ୍ଟା ଜାରି ରଖିବା ସହ ଅନେକ ନୂଆ ନୂଆ କ୍ଷେତ୍ର ବିଷୟରେ ମଧ୍ୟ ଜାଣିପାରିବେ, ଯାହା ଭବିଷ୍ୟତରେ ବହୁତ ସାହାଯ୍ୟ କରିବ।
ମାନସିକ ଶାନ୍ତି ଦେବ ଗାର୍ଡେନିଂ: ବାସସ୍ଥାନ ଆଉ ବଗିଚା, ଉଭୟେ ପରସ୍ପରର ପରିପୂରକ। ଦିନସାରା କାର୍ଯ୍ୟବ୍ୟସ୍ତତା ମଧ୍ୟରେ ରହି ଯଦି କିଛି ସମୟ ବଗିଚାରେ ବିତାଉଛନ୍ତି, ତେବେ ଏହା ଆପଣଙ୍କୁ ନିଶ୍ଚୟ ରିଲାକ୍ସ ଫିଲ୍‌ କରାଇବ। ବଗିଚାରେ ଥିବା ଗଛଗୁଡ଼ିକର ହାଲୁକା ପବନ ସାଙ୍ଗକୁ ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ ମନକୁ ଶାନ୍ତି ପ୍ରଦାନ କରିବା ସହ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବା ପାଇଁ ଏହା ସକାରାତ୍ମକ ଭାବନା ସୃଷ୍ଟି କରିବ। ଗାର୍ଡେନିଂ ଏପରି ଏକ କାମ, ଯାହା ଆପଣଙ୍କୁ ଉଭୟ ଶାରୀରିକ ଓ ମାନସିକ ଭାବେ ଦୃଢ଼ କରିବାରେ ସାହାଯ୍ୟ କରିବ।
ଟ୍ରାଏ କରନ୍ତୁ ନୂଆ ରେସିପି: ବର୍ତ୍ତମାନ ହେଉଛି ସୋସିଆଲ ମିଡିଆର ଯୁଗ। ଯେ କୌଣସି ନୂଆ କାର୍ଯ୍ୟ କରିବାକୁ ଚାହିଁଲେ ଆମେ ଏଥିରୁ ସହଜରେ ଶିଖିପାରିବା। ଯଦି ଆପଣଙ୍କୁ ନୂଆ ନୂଆ ଆଇଟମ୍‌ ଖାଇବାକୁ ପସନ୍ଦ ଅବା କୁକିଂ ପ୍ରତି ରୁଚି ରହିଛି, ତେବେ ନିଜ ଦୈନନ୍ଦିନ ଜୀବନରୁ କିଛି ସମୟ ଫାଙ୍କା ପାଇଲେ କିଛି ନୂଆ ରେସିପି ଟ୍ରାଏ କରନ୍ତୁ।
ଘରେ ମା’ଙ୍କଠାରୁ ବି ନୂଆ ନୂଆ ରେସିପି ଶିଖି ରାନ୍ଧି ଅନ୍ୟମାନଙ୍କୁ ଖୁଆଇପାରିବେ। ଏହା ଏକ ପ୍ରକାର ଖୁସି ଦେବା ସହ ନୂଆ ନୂଆ ଜିନିଷ ଜାଣିବା ପାଇଁ ମନରେ ଆଗ୍ରହ ସୃଷ୍ଟି କରିବ।
ଲେଖାଲେଖି ବି କରିପାରିବେ: ଅନେକ ଲୋକ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ରହି ନିଜର ଅବସର ସମୟକୁ ଅଯଥାରେ ସାରିଦିଅନ୍ତି। ହେଲେ, ଯଦି ଆପଣଙ୍କର ଲେଖାଲେଖିରେ ରୁଚି ରହିଛି ଏବଂ ସମୟ ଅଭାବରୁ ଏହା କରିପାରୁନାହାନ୍ତି, ତେବେ ଏହି ଲିଜର୍‌ ଟାଇମ୍‌ ଆପଣଙ୍କ ପାଇଁ ବେଷ୍ଟ ସମୟ। ଲେଖିବା ଦ୍ୱାରା ଆପଣଙ୍କ ସୃଜନଶୀଳତା ବୃଦ୍ଧି ହେବ। କେବଳ ଏତିକି ନୁହେଁ, ବିଭିନ୍ନ ବିଷୟରେ ଲେଖାଲେଖି କରି ଖବରକାଗଜ, ମାଗାଜିନ୍‌ ଏବଂ ଓ୍ବେବ୍‌ସାଇଟ୍‌ ଆଦିକୁ ନିଜ ଲେଖା ପଠାଇ ଫ୍ରିଲାନ୍ସ ରାଇଟର୍‌ ଭାବେ କାର୍ଯ୍ୟ କରିପାରିବେ ଏବଂ କିଛି ଅର୍ଥ ରୋଜଗାର ବି କରିପାରିବେ।

ଘର ସଜାଇପାରିବେ: ନିଜ କାର୍ଯ୍ୟ କରିବା ମଧ୍ୟରେ ଯଦି କିଛି ସମୟ ପାଉଛନ୍ତି, ନିଜ ଇଚ୍ଛା ମୁତାବକ ଘରକୁ ସଜାଇପାରିବେ। ଯଦି ଡ୍ରଇଂ କିମ୍ବା କ୍ରାଫ୍ଟ କରିବାରେ ଆପଣଙ୍କର ଆଗ୍ରହ ଥାଏ, ତେବେ ପେପର୍‌ କିିମ୍ବା ଡ୍ରଇଂ ସିଟ୍‌ରେ ବିଭିନ୍ନ ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌ ପ୍ରସ୍ତୁତ କରି କାନ୍ଥରେ ଟାଙ୍ଗିପାରିବେ। ଏହା ଘରକୁ ଆକର୍ଷଣୀୟ ଲୁକ୍‌ ଦେବା ସହ କାମ କରିବା ପାଇଁ ଉତ୍ସାହ ଯୋଗାଇବ।

କ’ଣ କୁହନ୍ତି ଏମାନେ…

ସିତେଶ୍‌ କୁମାର ସାହୁ (କଣ୍ଟିଲୋ, ନୟାଗଡ଼)- ଆକ୍ଟିଂରେ କ୍ୟାରିୟର୍‌ ଗଢ଼ିବା ମୋ ଲକ୍ଷ୍ୟ, ହେଲେ ଯେହେତୁ ଏବେ ଛାତ୍ର ଅଛି ସେଥିପାଇଁ ପାଠକୁ ବେଶି ଗୁରୁତ୍ୱ ଦେଉଛି। ତଥାପି ଆକ୍ଟିଂ ଶିଖିବା ପାଇଁ ସମୟ ବାହାର କରୁଛି। ଏହା ସହ ଫାଙ୍କା ସମୟରେ ବାପା ବାହାରେ ରହୁଥିବାରୁ ଘର ପାଇଁ ପରିବା ଆଣିବା, ଇଲେକ୍ଟ୍ରି ବିଲ୍‌ ଦେବା, ସାନ ଭାଇ କଥା ବୁଝିବା ଆଦି ସବୁ ମଧ୍ୟ ବୁଝିଥାଏ। ତେଣୁ ପ୍ରତିଦିନ ଅବସର ସମୟକୁ ପରିବାର ସହ ହିଁ କଟାଏ। ସେମାନେ ବି ମୋତେ ଆକ୍ଟିଂ କରିବା ଦିଗରେ ଉତ୍ସାହିତ କରୁଥିବାରୁ ମୋତେ ଆଗକୁ ବଢ଼ିବାକୁ ଏହା ପ୍ରେରଣା ଦିଏ।
ସ୍ବାଗତିକା ହୋତା (ଦାରିଙ୍ଗବାଡ଼ି, କନ୍ଧମାଳ)- କୋଭିଡ୍‌ ପାଇଁ ଏବେ ଘରେ ରହୁଥିବାରୁ ପାଠକୁ ହିଁ ବେଶି ସମୟ ଦେଉଛି। ଯେହେତୁ ନୂଆ ନୂଆ ରେସିପି କରିବାକୁ ମୋତେ ଭଲ ଲାଗେ, ସେଥିପାଇଁ ପାଠରୁ ସମୟ ମିଳିଲେ ମା’ଙ୍କ ସହ ମିଶି ରୋଷେଇ କରେ ଏବଂ ତାଙ୍କଠାରୁ ନୂଆ ରେସିପି ମଧ୍ୟ ଶିଖେ। ଏଇ ୨ ବର୍ଷ ହେଲା ଘରେ ରହି ଅନେକ ଆଇଟମ୍‌ କରିବା ଶିଖିଗଲିଣି। ଏହା ଛଡ଼ା ଘର ସଜାଇବାରେ ରୁଚି ଥିବାରୁ ମଝିରେ ମଝିରେ ଘର ବି ସଜାଏ। ଘର ପାଖରେ ଛୋଟ ଛୋଟ ପିଲା ୨ଜଣ ଥିବାରୁ ସେମାନଙ୍କ ସହ ଖେଳେ ଆଉ ସେମାନଙ୍କୁ ପାଠ ବି ପଢ଼ାଏ।
ତିତିଲି ପାତ୍ର (ପୁରୀ)- ପଢ଼ାପଢ଼ି ଛଡ଼ା ଅବସର ବିନୋଦନ ପାଇଁ ମୋତେ ଟ୍ରାଭେଲିଂ କରିବାକୁ ଭଲ ଲାଗେ। ନୂଆ ଜାଗାକୁ ଯାଏ ଓ ନୂଆ ଲୋକଙ୍କ ସହ ମିଶି ସେମାନଙ୍କ ବିଷୟରେ ବି ଜାଣେ, ଖାସ୍‌ କରି ସେଠାକାର ଖାଇବା ଶୈଳୀ। ଆଉ ସେସବୁ ବିଷୟରେ ମୁଁ ସୋସିଆଲ ମିଡିଆରେ ଅପଲୋଡ୍‌ କରି ଖୁସି ବି ସାଉଁଟେ। ଫ୍ରି ସମୟରେ ସାଙ୍ଗମାନଙ୍କ ସହ ହିଁ ବୁଲିବାକୁ ପଳାଏ। ସବୁବେଳେ ସ୍କୁଟିରେ ଲଙ୍ଗ୍‌ ଡ୍ରାଇଭ୍‌ କରିବାକୁ ଭଲପାଏ। ଏମିତି ବାହାରେ ଟିକେ ବୁଲାବୁଲି କରି ଅବସର ସମୟରେ ଭରପୂର ମଜା ନିଏ।


Enter your email to get our daily news in your inbox.

All Right Reserved By Dharitri.Com

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?