ବିଧାୟକ ପାଣ୍ଠି ସଂଶୋଧନ କର

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ବିଧାୟକ ପାଣ୍ଠି (ଏମ୍‌ଏଲ୍‌ଏ ଲ୍ୟାଡ୍‌ ଫଣ୍ଡ)କୁ କୋଭିଡ୍‌ ପରିଚାଳନା ଭିତ୍ତିିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଆଣିଥିବା ଗାଇଡ୍‌ଲାଇନରେ ଆବଶ୍ୟକ ସଂଶୋଧନ କରିବାକୁ ଭାଜପା ବିଧାୟକମାନେ ଦାବି କରିଛନ୍ତି। କେବଳ ମାସ୍କ ପାଇଁ ନୁହେଁ ବରଂ ରାଜ୍ୟର ସମସ୍ତ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ଏବଂ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ରୋଗୀଙ୍କ ପାଇଁ ସଙ୍ଗରୋଧ କକ୍ଷ (ଆଇସୋଲେଶନ ରୁମ୍‌), ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍‌ କେୟାର ରୁମ୍‌, ଅକ୍ସିଜେନ ଓ ଭେଣ୍ଟିଲେଟର ସଂଯୁକ୍ତ ଶଯ୍ୟା, ଅକ୍ସିଜେନ ଓ ଭେଣ୍ଟିଲେଟର ସଂଯୁକ୍ତ ଅତ୍ୟାଧୁନିକ ଆମ୍ବୁଲାନ୍ସ, କୋଭିଡ୍‌ ପରୀକ୍ଷା ଓ ଚିକିତ୍ସା ପାଇଁ ଆବଶ୍ୟକ ମେଡିକାଲ ଯନ୍ତ୍ରପାତି ଓ କିଟ୍‌, ଉପଖଣ୍ଡସ୍ତରୀୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ୍‌ ପ୍ଲାଣ୍ଟର ନିର୍ମାଣ କରିବା ଦାବିରେ ଏମ୍‌ଏଲଏ ଲ୍ୟାଡ୍‌ ଫଣ୍ଡ ସଂଶୋଧନ କରିବାକୁ ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି। କୋଭିଡ୍‌ ମହାମାରୀ କବଳରୁ ଓଡ଼ିଶାବାସୀଙ୍କୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ସହ ମିଳିତ ଉଦ୍ୟମ କରିବା ପାଇଁ ଭାଜପା ପ୍ରତିଶ୍ରୁତିବଦ୍ଧ। କୋଭିଡ୍‌ ମୁକାବିଲା ପାଇଁ ଓଡ଼ିଶାବାସୀଙ୍କୁ ମାସ୍କ ବଣ୍ଟନ ଲାଗି ପ୍ରତି ନିର୍ବାଚନମଣ୍ଡଳୀରେ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଛି।
କୋଭିଡ୍‌ ସଂକ୍ରମଣର ୨ୟ ଲହର ପରେ ୩ୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ରାଜ୍ୟର ସମସ୍ତ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ଏବଂ ଉପ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିକୁ ବର୍ତ୍ତମାନ ସୁଦ୍ଧା ସୁଦୃଢ଼ କରାଯାଇ ପାରିନାହିଁ। ଦ୍ୱିତୀୟ ଲହରରେ ଗ୍ରାମାଞ୍ଚଳବାସୀ କୋଭିଡ୍‌ ସଂକ୍ରମଣର ବେଶି ଶିକାର ହୋଇଛନ୍ତି। କୋଭିଡ୍‌ ସଂକ୍ରମଣର ୧ମ ଓ ୨ୟ ଲହରରେ ରାଜ୍ୟ ସରକାର ପଯର୍‌ୟାପ୍ତ ପରିମାଣର ମାସ୍କ କିଣିଛନ୍ତି। ଏଥିସହ ବିଭିନ୍ନ ବେସରକାରୀ ସଂସ୍ଥା ଓ ସଂଗଠନ, ଶିଳ୍ପାନୁଷ୍ଠାନ, ପିଏସ୍‌ୟୁ ସଂସ୍ଥା, ସ୍ବେଚ୍ଛାସେବୀ ସଂଗଠନମାନେ ନିଜସ୍ବ ପାଣ୍ଠିିରୁ ପଯର୍‌ୟାପ୍ତ ପରିମାଣର ମାସ୍କ ବଣ୍ଟନ କରିଛନ୍ତି। କୋଭିଡ୍‌ ମହାମାରୀ ସମୟରେ ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ନିରନ୍ତର ଭାବେ ଯୋଗାଇ ଦେବା ନିମନ୍ତେ ବିଧାୟକ ପାଣ୍ଠି (ଏମ୍‌ଏଲ୍‌ଏ ଲ୍ୟାଡ୍‌) ଗାଇଡ୍‌ଲାଇନରେ ଆବଶ୍ୟକ ସଂଶୋଧନ କରିବା ଦରକାର ବୋଲି ବିଧାୟକମାନେ ଦାବି କରିଛନ୍ତି। ପୂର୍ବରୁ ଏହି ପାଣ୍ଠି ଅର୍ଥରୁ କେବଳ ମାସ୍କ, ଗ୍ଲୋବ୍ସ, ପିପିଇ କିଟ୍‌ କ୍ରୟ କରିବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନର ସ୍ବାସ୍ଥ୍ୟସେବା ସ୍ଥିତିକୁ ସମୀକ୍ଷା କଲେ ଏହି ସଂଶୋଧନ ନିହାତି ଆବଶ୍ୟକ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି।
ଏହି ଅଭିଯାନରେ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାସ ପାଣିଗ୍ରାହୀ, କୁସୁମ ଟେଟେ, ଶଙ୍କର ଓରାମ, ଭବାନୀ ଭୋଇ, ବୁଧନ ମୁର୍ମୁ, ନବ ଚରଣ ମାଝି, ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?