Posted inଫୁରସତ

ଯେଉଁ ଶିକ୍ଷକଙ୍କୁ ପ୍ରେମ କରୁଥିଲେ ଯୁବତୀ, ସେହି ଶିକ୍ଷକଙ୍କ ମୃତ ସ୍ତ୍ରୀ ଦେଖାଦେଲେ ଇନ୍‌ଷ୍ଟାଗ୍ରାମରେ

ମଣିଷ ପ୍ରେମରେ ବେଳେବେଳେ ଏମିତି ଧୋକା ଖାଏ ଯେ, ଚାହିଁଲେ ବି କିଛି କରିବାର କ୍ଷମତା ନ ଥାଏ। ସେମିତି ଏକ ଘଟଣା ଘଟିଛି ଜଣେ ଯୁବତୀଙ୍କ କ୍ଷେତ୍ରରେ। ପ୍ରେମରେ ଧୋକା ଖାଇବା ପରେ ସିସି ହାକ୍‌ଶା ନାମକ ଜଣେ ଯୁବତୀ ସୋସିଆଲ ମିଡିଆରେ ତାଙ୍କ ପ୍ରେମ କାହାଣୀ ଶେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି, ମୁଁ ଜଣେ ଯୁବକଙ୍କୁ ଦୀର୍ଘଦିନ ଧରି ପ୍ରେମ କରିଆସୁଥିଲି। ଯିଏ କି ଜଣେ ଶିକ୍ଷକ। ସେ ମୋତେ କହିଥିଲେ ତାଙ୍କ ସ୍ତ୍ରୀ ମରିଯାଇଛନ୍ତି। କିନ୍ତୁ ମୁଁ ପରେ ଜାଣିବାକୁ ପାଇଲି ତାଙ୍କର ସ୍ତ୍ରୀ ଏବଂ ଦୁଇ ପିଲା ଅଛନ୍ତି।

ଏହି କଥା ତାଙ୍କୁ ଜଣାପଡ଼ିଲା ଯେତେବେଳେ ସେହି ଶିକ୍ଷକଙ୍କ ସ୍ତ୍ରୀ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କଲେ। ସେ କହିଛନ୍ତି, ମୁଁ ଶିକ୍ଷକଙ୍କୁ ବହୁତ ବିଶ୍ୱାସ କରୁଥିଲି। ତାଙ୍କୁ ନେଇ ମୁଁ ଅନେକ ସ୍ବପ୍ନ ଦେଖିଥିଲି। କାରଣ ସେ ମୋତେ କହିଥିଲେ ତାଙ୍କର ସ୍ତ୍ରୀ କେବେଠାରୁ ମରିସାରିଛନ୍ତି। ତାଙ୍କର କୌଣସି ପିଲା ନାହାନ୍ତି। କିନ୍ତୁ ସୋସିଆଲ ମିଡିଆରୁ ଜଣାପଡ଼ିଲା ତାଙ୍କର ସ୍ତ୍ରୀ ଅଛନ୍ତି ଏବଂ ଦୁହେଁ ଏକାଠି ମଧ୍ୟ ରହୁଛନ୍ତି। ଏନେଇ ସିସି ଶିକ୍ଷକଙ୍କୁ ପଚାରିବାରୁ ସେ କହିଲେ, ମୁଁ ମିଛ କହିଥିଲି। ତାଙ୍କ ସ୍ତ୍ରୀ ବଞ୍ଚିଛନ୍ତି।

ସିସିଙ୍କ ପୋଷ୍ଟରେ ୟୁଜରମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆରେ ବାଃ ସିରିୟଲ କିଲରଙ୍କ ସ୍ତ୍ରୀ ଯେମିତି’। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମୁଁ ଜଣେ ବ୍ୟକ୍ତିଙ୍କ ସହ ଡେଟ୍‌ କରୁଥିଲି। ଯିଏକି ମୋତେ କହିଥିଲେ ତାଙ୍କ ସ୍ତ୍ରୀ ମରିଯାଇଛନ୍ତି। ମୁଁ ଏବେ ଭାବୁଛି ସତ କଥା କ’ଣ? ସେ ସହରଠୁ ବାହାରେ ଥିଲେ କି? ସିସି କହିଛନ୍ତି, ମୁଁ ଇନ୍‌ଷ୍ଟାଗ୍ରାମରେ ତାଙ୍କ ସ୍ତ୍ରୀଙ୍କୁ ମେସେଜ କରିଥିଲି, ଯାହା ସେ ଆଜି ପର୍ଯ୍ୟନ୍ତ ଦେଖିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିପ୍‌ଷ୍ଟିକ୍‌ରୁ ବାହାରିବ ଗୁଳି: ରୋଡ୍‌ ସାଇଡ୍‌ ରୋମିଓ ପାଇବେ ପାନେ !

ବାରାଣସୀ,୯।୧: ଏବେ ରୋଡ୍‌ ସାଇଡ୍‌ ରୋମିଓଙ୍କୁ ପାନେ ମିଳିବ। ବାରାଣସୀର ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ପ୍ରକାରର ଲିପ୍‌ ଷ୍ଟିକ୍‌ ତିଆରି...

ଯଦି ବାଟରେ ଯିବାବେଳେ ଟଙ୍କା ମିଳେ..

ବେଳେ ବେଳେ ରାସ୍ତାରେ ଗଲାବେଳେ ଟଙ୍କା ବା ନୋଟ୍‌ ପଡିଥିବାର ଦେଖିଥାନ୍ତି । କେତେ ଜଣ ଏହାକୁ ଗୋଟାଇ ନିଜ ପାଖରେ ରଖୁଥିବା ବେଳେ ଅନ୍ୟ...

ଗୋଟିଏ ବିଲେଇ କାମୁଡ଼ି ଗୋଡ଼ାଉଥିବା ବେଳେ ଅନ୍ୟଟି କରୁଛି ଏପରି ଆକ୍ଟିଂ, ଦେଖନ୍ତୁ ଭିଡ଼ିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଇରାନରେ ବଳି ପଡୁଛନ୍ତି ମହିଳା

ନୂଆଦିଲ୍ଲୀ: ପୁରୁଷ ପ୍ରାଧାନ୍ୟ ଇରାନରେ ‘ଓମେନ କିଲିଂ’ ବା ମହିଳାଙ୍କୁ ହତ୍ୟା ଏକ ସାଧାରଣ କଥା। ଗତ ମାସରେ ୩ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା...

ଥର୍‌ ମରୁଭୂମିରେ ନଦୀର ସନ୍ଧାନ: ଲକ୍ଷେ ୭୨ ହଜାର ବର୍ଷ ତଳେ ହେଉଥିଲା ପ୍ରବାହିତ

ଜୟପୁର, ୨୨।୧୦: ରାଜସ୍ଥାନ ଥର୍‌ ମରୁଭୂମିରେ ପ୍ରବାହିତ ହେଉଥିବା ଏକ ନଦୀର ସନ୍ଧାନ ମିଳିଛି। ବିକାନେର୍‌ ନିକଟରେ ଷ୍ଟୋନ୍‌ ଏଜ୍‌ ସମୟରେ ନଦୀ ପ୍ରବାହିତ ହେଉଥିଲା।...

ପ୍ରେମିକଙ୍କୁ ବିବାହ କରିବା ଜିଦ୍‌ରେ ହୋଡିଂ ଉପରେ ଚଢ଼ିଗଲେ ନାବାଳିକା: ଆଉ ତା’ ପରେ…

ଇନ୍ଦୋର: ପ୍ରଥମେ ଜଣଙ୍କୁ ହୃଦୟ ଦେଇ ବସିଲେ। ନାବାଳିକା ସତ୍ତ୍ୱେ ବିବାହ କରିବାକୁ ଜିଦ୍‌ ଧରିଲେ। ହେଲେ ତାଙ୍କ ମା’ ଏହାକୁ ଗ୍ରହଣ କରି ନ...

ଘୋଡା ଉପରେ ବସିବାକୁ ଉଦ୍ୟମ କରୁଥିଲେ ଯୁବକ: ଆଉ ତା ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଜଣେ ଯୁବକ ଘୋଡା ଉପରେ ବସିବାକୁ ଉଦ୍ୟମ କରୁଥିବା ଭିଡିଓ ଭାଇରାଲ ହୋଇଛି।...

ଚାକିରି ମିଳିଯିବା ପରେ ଖୁସିରେ ଡ୍ୟାନ୍ସ କଲେ ଏହି ଯୁବତୀ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଚାକିରି ମିଳିଯିବା ପରେ ଯୁବତୀ ଜଣକ ଅଫିସ ବାହାରେ ଡ୍ୟାନ୍ସ କରୁଛନ୍ତି। ଯାହାକି...

Advertisement


Archives

Model This Week

Why Dharitri