ସଂକଳ୍ପରେ ଅଟକିଛି ବିଧାନ ପରିଷଦ

ଭୁବନେଶ୍ୱର, ୧୨ା୨(ବ୍ୟୁରୋ): ରାଜ୍ୟ ସରକାର ୨୦୧୫ରୁ ବିଧାନ ପରିଷଦ ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ସରକାର ୫ ଜଣିଆ କମିଟି ଗଠନ କରିଛନ୍ତି। କମିଟି ସଦସ୍ୟମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ସରକାରଙ୍କୁ ରିପୋର୍ଟ ମଧ୍ୟ ଦେଇଛନ୍ତିି। ବିଧାନସଭାରେ ସଂକଳ୍ପ ପାରିତ ହେଲା। ବିଧାନସଭା ଗଠନ ପ୍ରକ୍ରିୟାକୁ ୭ ବର୍ଷ ପୂରିବାକୁ ବସିଥିବା ବେଳେ ଏହା କେବଳ ସଂକଳ୍ପରେ ଅଟକି ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଓଡ଼ିଶା ସରକାରଙ୍କଠାରୁ ଏଭଳି କୌଣସି ପ୍ରସ୍ତାବ ମିଳି ନ ଥିବା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିରୋଧୀ ଦଳ ସରକାରଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ଶାସକ ଦଳ ଏବଂ ଓଡ଼ିଶା ବିଧାନସଭାର ବାଚସ୍ପତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ବିଧାନ ପରିଷଦ ଗଠନ ପ୍ରସ୍ତାବ ସମ୍ପର୍କିତ କୌଣସି ସଂକଳ୍ପ ପାଇ ନ ଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ କହିବା ପରେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶୁକ୍ରବାର ଏ ସମ୍ପର୍କିତ ଏକ ବିବୃତି ଜାରି କରିଛନ୍ତି। ବାଚସ୍ପତି କହିଛନ୍ତି ଯେ ୨୦୧୮ ସେପ୍ଟେମ୍ବର ୬ରେ ବିଧାନସଭାରେ ବିଧାନ ପରିଷଦ ନେଇ ସଂକଳ୍ପ ପାରିତ ହୋଇଥିଲା ଓ ଏହାକୁ ତୁରନ୍ତ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ରାଜ୍ୟ ସରକାର, ବିଧାନସଭା ଓ ଜନସାଧାରଣଙ୍କୁ ସ୍ତମ୍ଭୀଭୂତ କରିଛି।
ବିଧାନ ପରିଷଦ ଗଠନ ନେଇ ୨୦୧୫ରେ ବିଧାୟକ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟି ଗଠନ କରାଯାଇଥିଲା। ସେଥିରେ ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ଭୁଜବଳ ମାଝି, ମନୋହର ରନ୍ଧାରୀ ଓ ନିତେଶ ଗଙ୍ଗଦେବ ପ୍ରମୁଖ ସଭ୍ୟ ଥିଲେ। ଏହି କମିଟିର ପ୍ରଥମ ବୈଠକ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ହୋଇଥିଲା। ୨୦୧୫ ଫେବୃୟାରୀ ୨, ମେ’ ୨୦, ୨୦୧୮ ଜୁଲାଇ ୪ ଏବଂ ୧୬ରେ କମିଟି ସଦସ୍ୟମାନେ କର୍ନାଟକ, ମହାରାଷ୍ଟ୍ର, ବିହାର ଓ ତେଲଙ୍ଗାନା ଗସ୍ତ କରି ସେଠାରେ ଥିବା ବିଧାନ ପରିଷଦ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ା ରାଜ୍ୟ ସରକାର ଏହି ରିପୋର୍ଟ ପାଇବା ପରେ ୨୦୧୮ ଅଗଷ୍ଟ ୨୯ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ନେଇ ଏକ ସଂକଳ୍ପ ବିଧାନସଭାକୁ ପଠାଇଥିଲେ। ଉକ୍ତ ପ୍ରସ୍ତାବକୁ ୨୦୧୮ ସେପ୍ଟେମ୍ବର ୫ ତାରିଖରେ ସମସ୍ତ ବିଧାୟକ, ବିଧାୟିକାଙ୍କ ମଧ୍ୟରେ ବଣ୍ଟା ଯାଇଥିଲା ା ସେପ୍ଟେମ୍ବର ୬ରେ ଏହି ପ୍ରସ୍ତାବ ବିଧାନସଭାରେ ଆଲୋଚନା ହୋଇ ଭୋଟିଂ ହୋଇଥିଲା। ବିଧାନସଭାର ୧୪୭ ଜଣ ସଦସ୍ୟଙ୍କ ମଧ୍ୟରୁ ୧୦୪ ଜଣ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ। ପ୍ରସ୍ତାବଟି ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ବିଧାନ ପରିଷଦ ଗଠନ ସକାଶେ ୨୦୧୮ ସେପ୍ଟେମ୍ବର ୧୮ରେ ବିଧାନସଭା ପକ୍ଷରୁ ପାରିତ ପ୍ରସ୍ତାବର ନକଲ ଲୋକ ସଭା ସେକ୍ରେଟାରି ଜେନେରାଲ ଓ ରାଜ୍ୟ ସଭା ସେକ୍ରେଟାରି ଜେନେରାଲ, କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସଚିବ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସଚିବ ଏବଂ ଓଡ଼ିଶା ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ ଏପରି ପ୍ରସ୍ତାବ ପାଇ ନ ଥିବା ନେଇ କେନ୍ଦ୍ରମନ୍ତ୍ରୀ କହିବା ରାଜ୍ୟ ସରକାର, ବିଧାନସଭା ଓ ଓଡ଼ିଶାର ଜନସାଧାରଣଙ୍କୁ ଚକିତ କରିଛି ବୋଲି ବାଚସ୍ପତି କହିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ସରକାର ୩ ବର୍ଷ ପୂର୍ବରୁ ବିଧାନ ପରିଷଦ ଗଠନ ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟ ଅଭାବକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଗୋଟିଏ ମନ୍ତ୍ରଣାଳୟ ଖବର ଅନ୍ୟ ମନ୍ତ୍ରଣାଳୟ ନିକଟରେ ରହୁନାହିଁ। ବିଜେଡି ସଂସଦୀୟ ଦଳର ସଦସ୍ୟମାନେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ସଂକଳ୍ପ ଦେଇଥିଲେ। ଏହା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାର୍ଲାମେଣ୍ଟରେ ଏହାକୁ ବିଲ୍‌ ଆକାରରେ ଉପସ୍ଥାପନ କରିବା କଥା । କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଅନୁମୋଦନ କଲା ପରେ ରାଜ୍ୟ ସରକାର ବିଧାନ ପରିଷଦ ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିପାରିବେ। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଖାମଖିଆଲ ଉତ୍ତର ଦେବା ଉଚିତ ନୁହେଁ। କେନ୍ଦ୍ର ସରକାର ଏଭଳି ଭୁଲକୁ ସଂଶୋଧନ କରିବେ ବୋଲି ସେ ଆଶା କରିଛନ୍ତି। ତେବେ ବିଧାନ ପରିଷଦ ଗଠନ ସଂକଳ୍ପ ପଠାଇବା ନେଇ କେନ୍ଦ୍ର ନା ରାଜ୍ୟ କିଏ ସତ କହୁଛନ୍ତି ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri