୧୪ ହଜାର ଫୁଟ ଉଚ୍ଚରେ ଦେଶଭକ୍ତି ଗୀତ ଗାଇ ଚହଳ ପକାଇଥିଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଆଜି ଜନ୍ମଦିନ। ୧୯୨୪ ଡିସେମ୍ବର ୨୪ ତାରିଖରେ ପଞ୍ଜାବର କୋଟଲ ସୁଲତାନ ସିଂହ ଗ୍ରାମରେ ହୋଇଥିଲା। ପିତା ହାଜି ଅଲ୍ଲୀ ମହମ୍ମଦଙ୍କର ଛଅଟି ସନ୍ତାନଙ୍କ ଭିତରୁ ରଫି ଥିଲେ ଦ୍ୱିତୀୟ। ତେଙ୍କୁ ଘରେ ସମସ୍ତେ ଫିକୋ ବୋଲି ଡାକୁଥିଲେ। ରାସ୍ତାରେ ଫକିରଙ୍କୁ ଗାଉଥିବା ଶୁଣି ରଫି ଗୀତ ଗାଇବା ଆରମ୍ଭ କଲେ।
୧୯୪୫ ମସିହାରେ ସେ ଗାଓଁ କି ଗୋରି ଚଳଚିତ୍ରରେ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ। ଏହା ପରେ ରଫି ସୁରେନ୍ଦ୍ର, ନୁର ଜାହାନ ଏବଂ ସୁରୟାଙ୍କ ଅଭିନୀତ ମେହବୁବ ଖାନଙ୍କ ଚଳଚ୍ଚିତ୍ର ଅନମୋଲ ଘଡିରେ ରେ ଗୀତ ଗାଇବାର ସୁଯୋଗ ପାଇଲେ। ଗୀତ ଗାଇବା ଛଡ଼ା ରଫିଙ୍କୁ ବ୍ୟାଡମିଣ୍ଟନ ଖେଳିବା ଓ ଗୁଡ଼ି ଉଡ଼ାଇବା ଖୁବ ଭଲ ଲାଗୁଥିଲା। ତତକାଳୀନ ପ୍ରାୟ ସମସ୍ତ ସଙ୍ଗୀତ ନିର୍ଦ୍ଦେଶକଙ୍କ ପାଇଁ ସେ ଗୀତ ଗାଇଥିଲେ। ଲତା ମଙ୍ଗେଶକରଙ୍କ ସହ ଅନେକ ହିଟ ଗୀତ ସେ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି। ୧୯୬୨ରେ ସଂଗଠିତ ହୋଇଥିଲା ଭାରତ-ଚାଇନା ଯୁଦ୍ଧ। ଏହି ଯୁଦ୍ଧ ସମୟରେ ଭାରତୀୟ ସୈନିକମାନଙ୍କ ସାହସ ଓ ଆତ୍ମବଳ ବୃଦ୍ଧି ପାଇଁ କଣ୍ଠଶିଳ୍ପୀ ମହମ୍ମଦ ରଫି ନିଜର ଯୋଗଦାନ ଦେଇଥିଲେ। ମହମ୍ମଦ ରଫି ଯୁଦ୍ଧକ୍ଷେତ୍ରକୁ ଯାଇଥିଲେ। ସେଠାରେ ସେ ୧୪ ହଜାର ଫୁଟ ଉଚ୍ଚ ସ୍ଥିତ ସାଙ୍ଗଲାରେ ଦେଶଭକ୍ତି ଗୀତ ଗାଇ ସୈନିକମାନଙ୍କର ମନୋବଳ ବୃଦ୍ଧି କରିଥିଲେ। କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ବିଷୟରେ ଗୋଟିଏ କଥା ଖୁବ କମ ଲୋକ ଜାଣନ୍ତି ଯେ ସେ ଗୀତ ଗାଇବା ପୂର୍ବରୁ ପାରିଶ୍ରମିକ ପ୍ରସଙ୍ଗ ଉଠାନ୍ତି ନାହିଁ। ଯଦି ସ୍ବର ତାଙ୍କ ମନକୁ ଛୁଏଁ ସେ ଖୁସିରେ ଗୀତ ଗାଇଥା’ନ୍ତି। ହେଲେ ଗୀତ ପାଇଁ ତାଙ୍କୁ କେତେ ଟଙ୍କା ପାରିଶ୍ରମିକ ମିଳିବ, ସେ କଥା ରଫି କେବେ ବି ସଙ୍ଗୀତକାରଙ୍କୁ ପଚାରନ୍ତି ନାହିଁ କି ଅନ୍ୟକାହାଠୁ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ। ମହମ୍ମଦ ରଫି କେତେକ ଗୀତ ମାତ୍ର ଏକ ଟଙ୍କା ନେଇ ବି ଗାଇଛନ୍ତି ବୋଲି କୁହାଯାଏ। ଆଜି ବି ସେ ତାଙ୍କ ଗୀତରେ ଅମର ହୋଇ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ଥ୍ରୀଲର ମୁଭି ‘ତେହରାନ’ରେ ନଜର ଆସିବେ ଜନ୍‌

ମୁମ୍ବାଇ: ବଲିଉଡ ଅଭିନେତା ଜନ୍ ଅବ୍ରାହମ ନିର୍ମାତା ଦିନେଶ ବିଜାନଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ତେହରାନ’ରେ ଖୁବଶୀଘ୍ର ନଜର ଆସିବେ । ସୋସିଆଲ ମିଡିଆ ମାଧ୍ୟମରେ...

ଅମ୍ବାନୀ ପରିବାରର ସୁରକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଜାଣନ୍ତୁ…

ବଡ଼ ବଡ଼ ଶିଳ୍ପପତି ନିଜର ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ।...

ବର୍ଷର ସବୁଠାରୁ ବଡ଼ ଠକେଇ ସୋନୁ ସୁଦଙ୍କ ସହାୟତା!

ମହାମାରୀ କରୋନା ଯୋଗୁ ଦେଶରେ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ଗରିବ ତଥା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ପ୍ରକୃତ...

ହସ୍ପିଟାଲରେ ସଞ୍ଜୟ ଦତ୍ତ

ମୁମ୍ବାଇ, ୯। ୮: ଅଭିନେତା ସଞ୍ଜୟ ଦତ୍ତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଶନିବାର ସନ୍ଧ୍ୟାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ହେବା...

ବାପା ହେବେ କପିଲ, ସ୍ତ୍ରୀ ଗିନ୍ନିଙ୍କ ସହ ‘ବେବିମୁନ୍‌’ରେ ଗଲେ କାନାଡ଼ା

ମୁମ୍ବାଇ: ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି କମେଡିକିଙ୍ଗ କପିଲ ଶର୍ମା। ଗତ କିଛି ଦିନ ଧରି ଏନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନିଜେ କପିଲ...

ଜୁଲାଇ ୯ରେ ପଡ଼ିବ ହାତଗଣ୍ଠି

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ସଂଗ୍ରାମ ସିଂ ଏବଂ ପାୟଲ ରୋହତଗୀ ହାତକୁ ଦୁଇ ହାତ ହେବେ। ବାର ବର୍ଷ ଧରି ପରସ୍ପରକୁ ଡେଟ୍‌...

ଲଣ୍ଡନ ଯାତ୍ରାରୁ ଫିଲ୍ମ ନିର୍ଦ୍ଦେଶକ : ଇଚ୍ଛା ନ ଥିଲେ ବି ଏମିତି ବଦଳିଥିଲା ଭାଗ୍ୟ

ଦାଦା ସାହେବ ଫାଲକେଙ୍କ ପରେ ଭାରତୀୟ ସିନେମାରେ ସବୁଠାରୁ ବଡ ନାମ ସତ୍ୟଜିତ ରାୟଙ୍କର । କୁହାଯାଏ ଯଦି ସେ ନ ଥାନ୍ତେ, ନା ହିନ୍ଦୀ...

ବିବାଦ ଘେରରେ ଗୁଞ୍ଜନ ସକ୍ସସେନା ବାୟୋପିକ୍‌

ମୁମ୍ବାଇ: ବୁଧବାର ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗୁଞ୍ଜନ ସକ୍ସସେନା ଏବେ ବିବାଦ ଘେରକୁ ଚାଲି ଆସିଛି। ଏହି ଫିଲ୍ମରେ ଅନାବଶ୍ୟକ ନକାରାତ୍ମକ ଦୃଶ୍ୟ ଦେଖାଯାଇଥିବା...

Advertisement
Archives

Model This Week