Posted inଜାତୀୟ

ପି.ଟି ଉଷା, ଇଲିୟାରାଜା ରାଜ୍ୟ ସଭାକୁ ମନୋନୀତ

ନୂଆଦିଲ୍ଲୀ,୬।୭: ପ୍ରଖ୍ୟାତ ଆଥଲେଟ ପି.ଟି ଉଷା ଏବଂ ଗୀତିକାର ତଥା ଗାୟକ ଇଲିୟାରାଜାଙ୍କ ସମେତ ୪ ଜଣଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି। ସମାଜସେବୀ ବିରେନ୍ଦ୍ର ହେଗଡେ ଏବଂ ଫିଲ୍ମ ନିର୍ଦ୍ଦେଶକ ଭି. ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟ ସଭାକୁ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ପି.ଟି ଉଷାଙ୍କ ପାଇଁ ଲେଖିଛନ୍ତି, ପିଟି ଉଷା ଜୀ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା। କ୍ରୀଡ଼ାରେ ସଫଳତା ପାଇଁ ସେ ଜଣାଶୁଣା, ବର୍ଷ ବର୍ଷ ଧରି ଆଥଲେଟ୍‌ଙ୍କୁ ମାର୍ଗଦର୍ଶନ କରୁଥିବା କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ। ରାଜ୍ୟ ସଭାକୁ ମନୋନୀତ ହୋଇଥିବାରୁ ଅଭିନନ୍ଦନ।

ପ୍ରଧାନମନ୍ତ୍ରୀ ଭି.ବିଜୟେନ୍ଦ୍ର ପ୍ରସାଦଙ୍କ ପାଇଁ ଲେଖିଛନ୍ତି, ଭି ବିଜୟେନ୍ଦ୍ର ଗାରୁ ଦଶନ୍ଧି ଧରି ସୃଜନଶୀଳ ଜଗତ ସହିତ ଜଡିତ ଅଛନ୍ତି। ତାଙ୍କର ରଚନା ଭାରତର ଗୌରବମୟ ସଂସ୍କୃତିକୁ ପ୍ରତିଫଳିତ କରିଛି ଏବଂ ସର୍ବଭାରତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ରାଜ୍ୟ ସଭାକୁ ମନୋନୀତ ହୋଇଥିବାରୁ ଅଭିନନ୍ଦନ।

ବିରେନ୍ଦ୍ର ହେଗଡେଙ୍କ ପାଇଁ ପ୍ରଧାନମନ୍ତ୍ରୀ ଲେଖିଛନ୍ତି- ବିରେନ୍ଦ୍ର ହେଗଡେ ଜୀ ଉଲ୍ଲେଖନୀୟ ସମାଜ ସେବାରେ ଆଗରେ ଅଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ସେ ଅନେକ ମହତ୍‌ କାର୍ଯ୍ୟ କରିଛନ୍ତି। ସେ ନିଶ୍ଚିତ ଭାବରେ ସଂସଦୀୟ ପ୍ରକ୍ରିୟାକୁ ସମୃଦ୍ଧ କରିବେ।

ପ୍ରଧାନମନ୍ତ୍ରୀ ଇଲିୟାରାଜାଙ୍କ ପାଇଁ ଲେଖିଛନ୍ତି, ଇଲିୟାରାଜା ପିଢି ପରେ ପିଢି ଲୋକଙ୍କୁ ଆକର୍ଷିତ କରିଛନ୍ତି। ତାଙ୍କର କାର୍ଯ୍ୟଗୁଡ଼ିକ ଅନେକ ଭାବନାକୁ ସୁନ୍ଦର ଭାବରେ ଚିତ୍ରଣ କରିଥାଏ। ତାଙ୍କ ଜୀବନ ଯାତ୍ରା ମଧ୍ୟ ପ୍ରେରଣାଦାୟକ – ସେ ଏକ ନମ୍ର ପୃଷ୍ଠଭୂମିରୁ ଉଠି ଅନେକ କିଛି ହାସଲ କରିଛନ୍ତି। ସେ ରାଜ୍ୟସଭାରେ ମନୋନୀତ ହୋଇଥିବାରୁ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri