Posted inଖେଳ

ଲିଜେଣ୍ଡ ଅଫ୍‌ ଚେସ୍‌ ଟୁର୍ନାମେଣ୍ଟ: ଆନନ୍ଦଙ୍କ କ୍ରମାଗତ ପଞ୍ଚମ ପରାଜୟ

ଚେନ୍ନାଇ,୨୬।୭(ପି.ଟି.): ପୂର୍ବତନ ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କ ଖରାପ୍‌ ଫର୍ମ ଜାରି ରହିଛି। ଦେଢ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଅନ୍‌ ଲାଇନ୍‌ ଟୁର୍ନାମେଣ୍ଟରେ ଆନନ୍ଦ କ୍ରମାଗତ ପଞ୍ଚମ ପରାଜୟ ବରଣ କରିଛନ୍ତି। ପଞ୍ଚମ ରାଉଣ୍ଡ ମୁକାବିଲାରେ ସେ ହଙ୍ଗେରୀର ପିଟର ଲେକୋଙ୍କଠାରୁ ୨-୩ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ବେଷ୍ଟ ଅଫ୍‌ ଫୋର ଗେମ୍ସର ପ୍ରଥମ ଗେମ୍‌ ଜିତି ଆନନ୍ଦ ଭଲ ଆରମ୍ଭ କରିଥିଲେ। ଏହାପରେ ବାକି ଦୁଇଟି ଗେମ୍‌ ଡ୍ର ରହିଥିଲା। ତେବେ ଚତୁର୍ଥ ଗେମ୍‌ରେ ଲେକୋ ବିଜୟୀ ସ୍ଥିତି ସମାନ କରିଥିଲେ। ଏହାପରେ ଟାଇବ୍ରେକରରେ ଲୋକେ ବାଜି ମାରିଥଲେ। ଫଳରେ ଆନନ୍ଦ ବିନା ବିଜୟରେ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛନ୍ତି।
ମାଗ୍ନସ କାର୍ଲସେନ ଟୁରରେ ଆନନ୍ଦ ପ୍ରଥମଥର ପାଇଁ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିଛନ୍ତି। ଏହାପୂର୍ବରୁ ସେ ପିଟର ସ୍ବୀଡଲର, ମାଗ୍ନସ କାର୍ଲସେନ, ଭ୍ଲାଡିମିର କ୍ରାମନିକ ଓ ଅନିଶ ଗିରିଙ୍କଠାରୁ ପରାସ୍ତ ହୋଇଥିଲେ।

ଅନ୍ୟଏକ ମୁକାବିଲାରେ ମାଗ୍ନସ କାର୍ଲସେନ ଦୃଢ ପ୍ରତ୍ୟାବର୍ତ୍ତନ କରି ଅଳ୍ପକେ ପରାଜୟରୁ ବର୍ତ୍ତିବା ସହ ୩-୨ରେ ଅଭିଜ୍ଞ ଭାସିଲ ଇଭାନଚୁକ୍‌ଙ୍କୁ ପରାସ୍ତ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛନ୍ତି। ବଶ୍ୱର ଶ୍ରେଷ୍ଠ ତଥା ଅଭିଜ୍ଞ ଖେଳାଳିମାନଙ୍କୁ ନେଇ ଏହି ଟୁର୍ନାମେଣ୍ଟ ଆୟୋଜନ ହେଉଛି। ଏହି ଟୁର୍ନାମେଣ୍ଟ ମଧ୍ୟ ମାଗ୍ନସ କାର୍ଲସେନ ଚେସ୍‌ ଟୁରର ଏକ ଅଂଶବିଶେଷ। ଏହି ଟୁର୍ନାମେଣ୍ଟର ବିଜେତା ୩ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଗ୍ରାଣ୍ଡ ଫାଇନାଲରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇବେ। ଏହା ଅଗଷ୍ଟ ୯ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବ। ସେହିପରି ଅନ୍ୟ ଏକ ପଞ୍ଚମ ରାଉଣ୍ଡ ମୁକାବିଲାରେ କ୍ରାମନିକ ୨.୫- ୧.୫ରେ ଡିଙ୍ଗ ଲିରେନଙ୍କୁ ପରାସ୍ତ କରିଛନ୍ତି। ଅନିଶ ଗିରି ୨.୫-୧.୫ରେ ବୋରିସ୍‌ ଜେଲଫାଣ୍ଡ, ଇଆନ ନେପୋନିୟାଚି ପ୍ରତିପକ୍ଷ ପିଟର ସ୍ବୀଡଲରଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?