Posted inଖେଳ

ଲିଜେଣ୍ଡ ଅଫ୍‌ ଚେସ୍‌ ଟୁର୍ନାମେଣ୍ଟ: ଆନନ୍ଦଙ୍କ କ୍ରମାଗତ ପଞ୍ଚମ ପରାଜୟ

ଚେନ୍ନାଇ,୨୬।୭(ପି.ଟି.): ପୂର୍ବତନ ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କ ଖରାପ୍‌ ଫର୍ମ ଜାରି ରହିଛି। ଦେଢ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଅନ୍‌ ଲାଇନ୍‌ ଟୁର୍ନାମେଣ୍ଟରେ ଆନନ୍ଦ କ୍ରମାଗତ ପଞ୍ଚମ ପରାଜୟ ବରଣ କରିଛନ୍ତି। ପଞ୍ଚମ ରାଉଣ୍ଡ ମୁକାବିଲାରେ ସେ ହଙ୍ଗେରୀର ପିଟର ଲେକୋଙ୍କଠାରୁ ୨-୩ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ବେଷ୍ଟ ଅଫ୍‌ ଫୋର ଗେମ୍ସର ପ୍ରଥମ ଗେମ୍‌ ଜିତି ଆନନ୍ଦ ଭଲ ଆରମ୍ଭ କରିଥିଲେ। ଏହାପରେ ବାକି ଦୁଇଟି ଗେମ୍‌ ଡ୍ର ରହିଥିଲା। ତେବେ ଚତୁର୍ଥ ଗେମ୍‌ରେ ଲେକୋ ବିଜୟୀ ସ୍ଥିତି ସମାନ କରିଥିଲେ। ଏହାପରେ ଟାଇବ୍ରେକରରେ ଲୋକେ ବାଜି ମାରିଥଲେ। ଫଳରେ ଆନନ୍ଦ ବିନା ବିଜୟରେ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛନ୍ତି।
ମାଗ୍ନସ କାର୍ଲସେନ ଟୁରରେ ଆନନ୍ଦ ପ୍ରଥମଥର ପାଇଁ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିଛନ୍ତି। ଏହାପୂର୍ବରୁ ସେ ପିଟର ସ୍ବୀଡଲର, ମାଗ୍ନସ କାର୍ଲସେନ, ଭ୍ଲାଡିମିର କ୍ରାମନିକ ଓ ଅନିଶ ଗିରିଙ୍କଠାରୁ ପରାସ୍ତ ହୋଇଥିଲେ।

ଅନ୍ୟଏକ ମୁକାବିଲାରେ ମାଗ୍ନସ କାର୍ଲସେନ ଦୃଢ ପ୍ରତ୍ୟାବର୍ତ୍ତନ କରି ଅଳ୍ପକେ ପରାଜୟରୁ ବର୍ତ୍ତିବା ସହ ୩-୨ରେ ଅଭିଜ୍ଞ ଭାସିଲ ଇଭାନଚୁକ୍‌ଙ୍କୁ ପରାସ୍ତ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛନ୍ତି। ବଶ୍ୱର ଶ୍ରେଷ୍ଠ ତଥା ଅଭିଜ୍ଞ ଖେଳାଳିମାନଙ୍କୁ ନେଇ ଏହି ଟୁର୍ନାମେଣ୍ଟ ଆୟୋଜନ ହେଉଛି। ଏହି ଟୁର୍ନାମେଣ୍ଟ ମଧ୍ୟ ମାଗ୍ନସ କାର୍ଲସେନ ଚେସ୍‌ ଟୁରର ଏକ ଅଂଶବିଶେଷ। ଏହି ଟୁର୍ନାମେଣ୍ଟର ବିଜେତା ୩ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଗ୍ରାଣ୍ଡ ଫାଇନାଲରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇବେ। ଏହା ଅଗଷ୍ଟ ୯ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବ। ସେହିପରି ଅନ୍ୟ ଏକ ପଞ୍ଚମ ରାଉଣ୍ଡ ମୁକାବିଲାରେ କ୍ରାମନିକ ୨.୫- ୧.୫ରେ ଡିଙ୍ଗ ଲିରେନଙ୍କୁ ପରାସ୍ତ କରିଛନ୍ତି। ଅନିଶ ଗିରି ୨.୫-୧.୫ରେ ବୋରିସ୍‌ ଜେଲଫାଣ୍ଡ, ଇଆନ ନେପୋନିୟାଚି ପ୍ରତିପକ୍ଷ ପିଟର ସ୍ବୀଡଲରଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri