Posted inଫୁରସତ

ସ୍କିପିଂ ଖେଳି କୁକୁରର ରେକର୍ଡ

ଝିଅମାନେ ସ୍କିପିଂ ନିଶ୍ଚୟ ଖେଳିଥିବେ। କେବେ ଏକା ଖେଳିଥିବେ ତ ଆଉ କେବେ ଦୁଇଜଣ ସାଙ୍ଗ ମୁହାଁମୁହିଁ ହୋଇ ରହି ଏକାସାଙ୍ଗରେ ଡେଇଁ ଡେଇଁ ସ୍କିପିଂ ଖେଳିଥିବେ। ଦୁଇଜଣ ମିଶି ସ୍କିପିଂ ଖେଳିବାରେ ଥାଏ ଏକ ଅଲଗା ମଜା। ଏଥିରେ ଦୁହିଁଙ୍କ ଭିତରେ ତାଳମେଳ ନିହାତି ଜରୁରୀ। ନଚେତ ଏହାକୁ ଖେଳିବା କଷ୍ଟକର। ତେବେ ଜଣେ ମହିଳା ଏକ କୁକୁର ସହ ମିଶି ସ୍କିପିଂ ଖେଳି ନା କେବଳ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ବରଂ ଦୁହେଁ ମିଶି ଗିନିଜ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ବି ପାଇଛନ୍ତି। ସେମାନେ ହେଉଛନ୍ତି ଲଣ୍ଡନର ରାସେଲ୍‌ ଗ୍ରିଲ୍‌ ଓ ତାଙ୍କ କୁକୁର ଜେସିକା। ଦୁହେଁ ଏକ ମିନିଟ୍‌ରେ ୫୯ ଥର ସ୍କିପିଂ କରିଥିଲେ। ଏହା ହେଉଛି ଏକ ମିନିଟ୍‌ରେ ଏକ କୁକୁର ଓ ମଣିଷ ଖେଳିଥିବା ସବୁଠାରୁ ଅଧିକ ସ୍କିପିଂ।

 


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri