Posted inଖେଳ

ଆଇସିସି ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲି ଯୋଗ୍ୟ: ସାଙ୍ଗକାରା

ନୂଆଦିଲ୍ଲୀ,୨୬।୭(ପି.ଟି.): ଶ୍ରୀଲଙ୍କା କ୍ରିକେଟ ଲିଜେଣ୍ଡ କୁମାର ସାଙ୍ଗକାରା ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଡ୍ରୋଲ ବୋର୍ଡ (ବିସିସିଆଇ) ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲି ଯୋଗ୍ୟ ପ୍ରର୍ଥୀ ବୋଲି ସେ କହିଛନ୍ତି। ଗାଙ୍ଗୁଲିଙ୍କ ଚତୁର ତଥା ତୀକ୍ଷ୍ମ ମସ୍ତିସ୍କ ରହିଛି। କ୍ରକେଟ ପ୍ରଶାସନ ନେଇ ତାଙ୍କ ପାଖରେ ମଧ୍ୟ ବହୁତ ଅଭିଜ୍ଞତା ରହିଛି। ତେଣୁ ସେ ହାଇପ୍ରୋଫାଇଲ ପଦ ପାଇଁ ସବୁଠାରୁ ଯୋଗ୍ୟ ବୋଲି ସାଙ୍ଗକାର ସ୍ପଷ୍ଟ କରିଛନ୍ତି। ସେ ଗାଙ୍ଗୁଲିଙ୍କ ଜଣେ ବଡ଼ ପ୍ରଶଂସକ ବୋଲି ସ୍ବୀକାର କରିଛନ୍ତି। ତାଙ୍କ ପାଖରେ ବିଶ୍ୱସ୍ତରୀୟ ମାନସିକତା ଥିବାରୁ ସେ ନିରପେକ୍ଷ ଭାବେ ଏହି ଉଚ୍ଚପଦରେ ରହି କାର୍ଯ୍ୟ କରିପାରିବେ । ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ହେଲେ କ୍ରିକେଟରେ ବହୁତ କିଛି ସକାରାତ୍ମ ପରିବର୍ତ୍ତନ ଆସିପାରିବ ବୋଲି ମେରିଲବୋନ୍‌ କ୍ରିକେଟ କ୍ଲବ (ଏମ୍‌ସିସି) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ସାଙ୍ଗକାରା କହିଛନ୍ତି। କ୍ରିକେଟ ସହିତ ଗାଙ୍ଗୁଲି ଅଙ୍ଗାଅଙ୍ଗୀ ଭାବେ ଜଡିତ। କ୍ରିକେଟ ତାଙ୍କ ହୃଦୟରେ ରହିଛି। ଅଧ୍ୟକ୍ଷ ପଦକୁ ନିର୍ବାଚିତ ହେବା ପରେ ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବେ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବେ। ନିଜକୁ ଭାରତୀୟ ହିସାବରେ ସୀମିତ ନ ରଖି ଜଣେ କ୍ରିକେଟର ଭାବେ ଚିନ୍ତା କରି ସେ କାର୍ଯ୍ୟତୁଲାଇ ପାରିବେ। ତାଙ୍କ କାର୍ଯ୍ୟକାଳରେ କ୍ରିକେଟର ଉନ୍ନତି ହୋଇପାରିବ ବୋଲି ସାଙ୍ଗକାରା ଆଶା ପ୍ରକାଶ କରିଛନ୍ତି। ସମ୍ପର୍କ ଗଢିବାରେ ଗାଙ୍ଗୁଲି ସିଦ୍ଧହସ୍ତ ଓ ଏହା ବିଶ୍ୱ କ୍ରିକେଟ ପାଇଁ ଅପରିହାର୍ଯ୍ୟ। ବିଶ୍ୱବ୍ୟାପୀ କ୍ରିକେଟରମାନଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି ବୋଲି ସାଙ୍ଗକାରା କହିଛନ୍ତି। ସାଙ୍କକାରାଙ୍କୁ ବାଦ୍‌ ଦେଲେ ପୂର୍ବରୁ ଦକ୍ଷିଣ ଆଫ୍ରିକା ପୂର୍ବତନ ଅଧିନାୟକ ଓ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) ନିର୍ଦ୍ଦେଷକ ଗ୍ରେମ୍‌ ସ୍ମିଥ୍‌ ମଧ୍ୟ ଆଇସିସି ଅଧ୍ୟକ୍ଷ ପାଇଁ ଗାଙ୍ଗୁଲିକୁ ସମର୍ଥନ କରି ମନ୍ତବ୍ୟ ଦେଇଥିଲେ। ତେବେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ଆଦୌ ବ୍ୟଗ୍ର ନାହିଁ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଥାଉ କି, ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଶଶାଙ୍କ ମନୋହର ଚଳିତ ମାସ ପ୍ରାରମ୍ଭରେ ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ମନୋହରଙ୍କ ଡେପୁଟି ଥିବା ହଂକଂର ଇମ୍ରାନ ଖ୍ବାଜା ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

ଟିମ ଇଣ୍ଡିଆକୁ ଘାରିଲାଣି 2026 ଟି-20 ବିଶ୍ୱକପରୁ ବାହାରି ଯିବାର ଭୟ; ଗୋଟିଏ ପରାଜୟ ବଢାଇଲା ଟେନସନ

ନୂଆଦିଲ୍ଲୀ,୨୨।୬: ଜୁନ ୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲା। ଏହି ଫଳାଫଳ ଗ୍ରୁପ ୧ ପଏଣ୍ଟ ଟେବୁଲର ଗତିଶୀଳତାକୁ ସମ୍ପୂର୍ଣ୍ଣ…

ପିତୃ ଦିବସରେ ବାପାଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଏହି କ୍ରିକେଟର, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୬: ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତ ସମୟରେ, ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ପାଞ୍ଚଟି ଟି-୨୦ ମ୍ୟାଚ…

ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହେବା ପରେ ସମାଲୋଚକମାନଙ୍କୁ କଡ଼ା ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୨।୬: ଶ୍ରୀଲଙ୍କା ଏ’କୁ ପରାସ୍ତ କରିବା ପରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ବିବେଚିତ ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି ଯେ ସେ ପ୍ରଥମ ୧୦ ଓଭରର ଫାଇଦା…

ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri