Posted inଜାତୀୟ

ଆଇନ ପେଶାରେ ନାରୀବାଦୀ ଚିନ୍ତା ସାମିଲ କରାଯିବା ଜରୁରୀ: ବିଚାରପତି ଚନ୍ଦ୍ରଚୂଡ…

ନୂଆଦିଲ୍ଲୀ,୧୫।୧୦ : ନ୍ୟାୟିକ ବୃତ୍ତିକୁ ଅଧିକ ସୁଗମ ତଥା ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ କରିବା ଲାଗି ସୁପ୍ରିମକୋର୍ଟର ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଆଇନ ଛାତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ ଶନିବାର ଆଇନ ଛାତ୍ରମାନଙ୍କୁ ନାରୀବାଦୀ ଚିନ୍ତାଧାରାକୁ ଆଇନ ପେଶାରେ ସାମିଲ କରିବାକୁ କହିଛନ୍ତି। ରାଜଧାନୀ ଦିଲ୍ଲୀରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନଏଲୟୁ) ର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇ ସେ ଏହା କହିଛନ୍ତି।

ଏହି ସମୟରେ ସେ ବମ୍ବେ ହାଇକୋର୍ଟରେ ଜୁନିୟର ଜଜ ଭାବରେ ଜଷ୍ଟିସ ରଞ୍ଜନ ଦେଶାଇଙ୍କ ସହ ମାମଲାର ଶୁଣାଣି କରିବାର ଅଭିଜ୍ଞତାକୁ ମଧ୍ୟ ମନେ ପକାଇଥିଲେ। ସେ କହିଛନ୍ତି ଯେ ମୋର ବିଶ୍ୱାସ ଯେ ଆଇନକୁ ଦେଖିବା ଏବଂ ଏଥିରେ ସାମାଜିକ ଅନୁଭୂତି ପ୍ରୟୋଗ କରିବା ଦିଗରେ ଆମ ସମସ୍ତଙ୍କର ଅନେକ କିଛି ଶିଖିବାକୁ ଅଛି।

ଆଇନ ବୃତ୍ତିକୁ ଆସୁଥିବା ମହିଳାମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ପୁରୁଷ ପ୍ରାଧାନ୍ୟ ବୃତ୍ତିରେ କାର୍ଯ୍ୟ କରିବା ମହିଳା ଆଇନଜୀବୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ। କିନ୍ତୁ ସମୟ ବଦଳୁଛି। ମହିଳାମାନେ ଏହି ବୃତ୍ତିରେ ଯୋଗଦେବା ପଛରେ ପ୍ରାଦୌଗିକୀ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି ବୋଲି ସେ କହିଛନ୍ତି।

ଆଇନର ନିୟମ କେବଳ ସମ୍ବିଧାନ କିମ୍ବା ଆଇନ ଉପରେ ନିର୍ଭରଶୀଳ ନୁହେଁ। ଏହା ମୁଖ୍ୟତଃ ନାଗରିକମାନଙ୍କର ରାଜନୈତିକ ସଂସ୍କୃତି ଏବଂ ଅଭ୍ୟାସ ଉପରେ ନିର୍ଭର କରେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରମାନଙ୍କୁ ସେ କହିଥିଲେ ଆପଣ ସମସ୍ତେ ଆମର ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ପରମ୍ପରାର ଜଗୁଆଳି। ଆଇନର ସଂରକ୍ଷକର ଦାୟିତ୍ୱ ଆପଣଙ୍କ ଉପରେ ନ୍ୟସ୍ତ। ଯେତେବେଳେ ଆପଣମାନେ ଏହି ବ୍ୟବସ୍ଥାର ଏହାର ଏକ ଅଂଶ ହୋଇଥାନ୍ତି ସେତେବେଳେ, ଆଇନ ବ୍ୟବସ୍ଥାକୁ ଅଧିକ ଅନ୍ତର୍ଭୁକ୍ତ ଏବଂ ସୁଗମ କରିବା ପାଇଁ ଚେଷ୍ଟା କରିବା ଉଚିତ। ନ୍ୟାୟର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଏହାର ଏକମାତ୍ର ଉପାୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୟାମା ପ୍ରସାଦ ମୁର୍ଖାଜୀଙ୍କ ୧୨୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୋଦି

ନୂଆଦିଲ୍ଲୀ,୬।୭: ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁର୍ଖାଜୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି ଅବସରରେ ବିଦ୍ୱାନ ଓ...

ଗୁପ୍ତତଥ୍ୟ ପ୍ରଭାବିତ ହେଲେ ହ୍ବାଟସ୍‌ଆପ୍‌କୁ ଡିଲିଟ୍‌ କର: ହାଇକୋର୍ଟ

ନୂଆଦିଲ୍ଲୀ,୧୮।୧: ହ୍ବାଟସ୍‌ଆପ୍‌ ଦ୍ୱାରା ଯଦି ବ୍ୟବହାରକାରୀଙ୍କ ଗୁପ୍ତତଥ୍ୟ ପ୍ରଭାବିତ ହେଉଛି, ତେବେ ଏହାକୁ ସେମାନେ ଡିଲିଟ୍‌ କରିବା ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟ ସୋମବାର ପ୍ରକାଶ...

ବିଧାନସଭାରେ ମାରପିଟ ଘଟଣାରେ ୭ଭାଜପା ବିଧାୟକ ଆହତ

କୋଲକାତା,୨୮।୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ଶେଷ ଦିନରେ ଗୃହରେ ଉତ୍ତେଜନା ଦେଖାଦେଇଛି। ଭାଜପା ବୀରଭୂଇଁ ହିଂସା ଉପରେ ଚର୍ଚ୍ଚା କରିବାକୁ ଚାହୁଁଥିବା ବେଳେ...

ହଜାରେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା

ପୁଣେ,୩।୧୨: କରୋନା ଟିକା ମୂଲ୍ୟକୁ ନେଇ ଦୀର୍ଘ ଦିନରୁ ଆଲୋଚନା ହେଉଛି। ରବିବାର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏହି ଟିକା...

କାଲି ପ୍ରକାଶ ପାଇବ ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର, ୯।୭(ବ୍ୟୁରୋ): ଆସନ୍ତା ଶୁକ୍ରବାର ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା...

ଜୀବିତ ଫେରିବା ନୋହିଲା: ତପୋବନ ଟନେଲରୁ ଉଦ୍ଧାର ହେଉଛି ମୃତଦେହ

ଡେରାଡୁନ୍‌,୧୪।୨: ଉତ୍ତରାଖଣ୍ଡର ତପୋବନ ଟନେଲରେ ଅଟକି ଥିବା ୩୫ରୁ ଅଧିକ ଶ୍ରମିକଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ପରିବାର ବର୍ଗ ଶ୍ରମିକଙ୍କ...

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ମହାପଞ୍ଚାୟତ, ଟିକାଏତ କହିଲେ-ନିଷ୍ପତ୍ତି ସୁରକ୍ଷିତ, ହେଲେ…

ନୂଆଦିଲ୍ଲୀ,୧।୬: କୁସ୍ତିଯୋଦ୍ଧା ଏବଂ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ବିଦାୟୀ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ମଧ୍ୟରେ ଚାଲିଥିବା କଳହକୁ ନେଇ ଗୁରୁବାର ମୁଜାଫରନଗରର...

୭୨ ବର୍ଷରେ ପଦର୍ପଣ କଲେ ମୋଦି

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୨ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଜନ୍ମଦିନ ଅବସରରେ ମୋଦି ୪ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ...

Advertisement
Archives

Model This Week