ଘରୁ ସାଇକେଲ ନେଇ ବାହାରି ଯାଇଥିଲେ ଦାଦା- ପୁତୁରା: ସକାଳୁ ମିଳିଲା ମୃତଦେହ

ରେଢ଼ାଖୋଲ,୧୫।୧୦(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ସହର ଉପକଣ୍ଠସ୍ଥ ଡିମିରିକୁଦା ଗ୍ରାମ ନିକଟରେ ହାତୀ ଦଳିଦେବାରୁ କାକା-ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡିମିରିକୁଦା ଗ୍ରାମର ଦୁଃଶାସନ ଭୋଇ (୨୬) ଓ ପୁତୁରା ଲତିକ ଭୋଇ (୫)। ଖବରପାଇ ବନକର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।
ରେଢ଼ାଖୋଲରେ ହାତୀ ଆକ୍ରମଣରେ ବାରମ୍ବାର ଧନଜୀବନ ନଷ୍ଟ ହେଉଥିବା ବେଳେ ହାତୀ ଘଉଡ଼ାଇବା ନେଇ ବନବିଭାଗ କୌଣସି ପଦକ୍ଷେପ ନେଉ ନ ଥିବା ଯୋଗୁ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଛି। ଖବରପାଇ ଡିଏଫ୍‌ଓ ରମାକାନ୍ତ ନାୟକ ଓ ରେଞ୍ଜର ମୈତ୍ରୀରଞ୍ଜନ ବିଶ୍ବାଳ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ। ହାତୀ ଘଉଡ଼ାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଡିଏଫ୍‌ଓ ପ୍ରତିଶ୍ରୁତି ଦେବା ସହ ଉଭୟଙ୍କ ପରିବାରବର୍ଗଙ୍କୁ ତୁରନ୍ତ ୪୦ ହଜାର ଲେଖାଏ ଟଙ୍କା ଦିଆଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ କାକା ପୁତୁରା ଦୁହେଁ ସାଇକେଲ ଯୋଗେ ଗାଁ ଦେଇ ଯାଇଥିବା ରାଞ୍ଚି-ବିଜୟଓ୍ବାଡା ଜାତୀୟ ରାଜପଥରେ ଯାଉଥିଲେ। ଏହି ସମୟରେ ହଠାତ଼ ହାତୀକୁ ରାସ୍ତା ଉପରେ ଦେଖି ଭୟରେ ରାସ୍ତାକଡ ଜଙ୍ଗଲକୁ ସାଇକେଲ ଛାଡି ଦୌଡି ପଳାଇଥିଲେ। ତେବେ ହାତୀଟି ସେମାନଙ୍କୁ ଗୋଡାଇ ଉଭୟଙ୍କୁ ଦଳି ଦେଇଥିଲା। ଉଭୟ ଘରକୁ ନ ଫେରିବାରୁ ପରିବାରଲୋକେ ଖୋଜାଖୋଜି କରିଥିଲେ। ହେଲେ କୌଣସି ଖବର ମିଳି ନ ଥିଲା। ଶୁକ୍ରବାର ଭୋର୍‌ରେ ଖୋଜିବା ସମୟରେ ସାଇକେଲଟି ରାସ୍ତାକଡରେ ପଡିଥିବା ଦେଖି ଜଙ୍ଗଲରେ ଖୋଜିବା ବେଳେ ଉଭୟଙ୍କୁ ହାତୀ ଦଳିଦେଇଥିବା ଦେଖି ବନବିଭାଗକୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କଲେ ଅସହାୟ ମହିଳା: ରାଶନ ଯୋଗାଇଲା ଖଲିକୋଟ ପୋଲିସ

ଛତ୍ରପୁର,୨୬ା୪(ଡି.ଏନ୍‌.ଏ.) : ଓଡ଼ିଶା ରାଜ୍ୟ କଣ୍ଟ୍ରୋଲ ରୁମ୍‌କୁ ଗଞ୍ଜାମ ଜିଲା ଖଲିକୋଟ ବ୍ଲକ କେଶପୁରର ଜଣେ ଅସହାୟ ମହିଳା ସୁନୀତା ସୁବୁଦ୍ଧି ଫୋନ୍‌ କରିବାରୁ ତାଙ୍କ...

ଓଡିଶା ନିର୍ମାଣ ସଂଘର ବିକ୍ଷୋଭ

ଫୁଲବାଣୀ ଅଫିସ, ୨୦ା୧-ବିଭିନ୍ନ ଦାବି ନେଇ ଓଡିଶା ନିର୍ମାଣ ସଂଘ କନ୍ଧମାଳ ଶାଖା ପକ୍ଷରୁ ଫୁଲବାଣୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାଦିକୁନ୍ଦା ଛକଠାରେ ଶ୍ରମିକମାନେ...

୧୨ଟା ସୁଦ୍ଧା ହୀରାକୁଦ ଖୋଲିଲା ୯ଟି ଗେଟ୍‌

ସମ୍ବଲପୁର, ୧୫।୮(ବ୍ୟୁରୋ): ଗୁରୁବାର ୧୨ଟା ସୁଦ୍ଧା ହୀରାକୁଦ ଡ୍ୟାମର ୯ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଗୁରୁବାର ୧୬ଟି...

ସର୍ଭେ ନାହିଁ, ଚାଲିଛି ପ୍ରକଳ୍ପ ନିର୍ମାଣ

ନୟାଗଡ଼ ଅଫିସ,୨୭।୧୧: ନୟାଗଡ଼ ବ୍ଲକର ସୁନାଲଟି ଗଁା ନିକଟରେ କୁସୁମୀ ନଦୀ ଉପରେ ନିର୍ମାଣଧୀନ କୁସୁମୀ ବ୍ୟାରେଜକୁ ବିରୋଧ କରାଯାଇଛି। ବୁଡ଼ି ଅଞ୍ଚଳର ସର୍ଭେ କରା...

ବୃଦ୍ଧାଙ୍କୁ ଦଳିଦେଲା ହାତୀ

କେନ୍ଦୁଝର,୮ା୫(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ବନବିହାରୀପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଜହ୍ନି ଦେହୁରୀ। ତାଙ୍କ...

ଭୂତକୋଠି ପାଲଟିଛି ଜଳସେଚନ ବିଶ୍ରାମାଗାର

ଆରଡ଼ି, ୧୯।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଆରଡ଼ି ସନ୍ନିକଟ କୁଳେଇପଦା ପଡ଼ିଆରେ ନିର୍ମିତ ଜଳସେଚନ ବିଶ୍ରାମାଗାର ଏବେ ଭୂତକୋଠି ପାଲଟିଛି। ବର୍ଷତମାମ ଗୃହରେ ତାଲା...

ପ୍ରତୀକ୍ଷାରେ କଟିଲାଣି ୪ ବର୍ଷ

ଆରଡ଼ି,୧୭।୧(ଡି.ଏନ.ଏ.)  ପ୍ରତି ଘରକୁ ବିନା ମୂଲ୍ୟରେ ପାନୀୟ ଜଳ ଯୋଗାଇ ଦିଆଯିବ। ଆଉ ଜଳକଷ୍ଟ ରହିବ ନାହିଁ। ଭୂତଳ ଜଳ ବି ଖର୍ଚ୍ଚ ହେବନି। ନଦୀ...

ସପ୍ତାହକୁ ୪ ଦିନ ଶଟ୍‌ଡାଉନ୍‌, ୩ ଦିନ ଲକ୍‌ଡାଉନ ହେବ ଗଜପତି ଜିଲା

ଗଜପତି,୨୮।୭(ଡି.ଏନ୍‌.ଏ.): ଗଜପତି ଜିଲାରେ ସପ୍ତାହକୁ ୪ ଦିନ ଶଟ୍‌ଡାଉନ୍‌ ଓ ୩ ଦିନ ଲକ୍‌ଡାଉନ୍‌ ନିୟମ ଲାଗୁ ହେବ। ମଙ୍ଗଳବାର ଜିଲାରେ ସପ୍ତାହକୁ ୪ ଦିନ...

Advertisement
Archives

Model This Week