Posted inଫୁରସତ

ମାତ୍ର ୮ ବର୍ଷ ବୟସରେ ପକ୍ଷାଘାତ ଯୋଗୁ ଅଚଳ ହୋଇଯାଇଥିଲା ଶରୀରର ଅଧା ଅଙ୍ଗ: ଏପରି ଲଢ଼ି ସୁସ୍ଥ ହୋଇଥିଲେ ବାବା ରାମଦେବ

ବର୍ତ୍ତମାନ ସମୟରେ ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ। ଯୋଗ ଶିକ୍ଷା ହେଉ ଅଥବା ବ୍ୟବସାୟକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ରାମଦେବଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ପ୍ରେରଣାଦାୟୀ।

ହରିୟାଣାର ମହିନ୍ଦରଗଡ଼ ଜିଲାର ଏକ ଛୋଟ ଗାଁରେ ରାମଦେବଙ୍କ ଜନ୍ମ ହୋଇଥିଲା। ସେଠାରେ ଥିବା ସରକାରୀ ସ୍କୁଲରୁ ସେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ପରେ ସେ ଗୁରୁକୁଳରୁ ସଂସ୍କୃତ ଏବଂ ଯୋଗ ଶିକ୍ଷା ଲାଭ କରିଥିଲେ।

ତେବେ ସ୍କୁଲରେ ପଢ଼ିବା ସମୟରେ ରାମଦେବଙ୍କ ବାମ ପଟ ଅଙ୍ଗ ପାରାଲିସିସ୍‌ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୮ ବର୍ଷ ହୋଇଥିଲା। ପାଠପଢ଼ା ସାରି ସାଙ୍ଗମାନଙ୍କ ସହ ଘରକୁ ଫେରୁଥିବା ସମୟରେ ହଠାତ୍‌ ସେ ଭୂମିରେ ଟଳିପଡ଼ିଥିଲେ। ସେ ଛଟପଟ ହେଉଥିବା ଦେଖି ତାଙ୍କ ବନ୍ଧୁମାନେ ଡରି ଯାଇଥିଲେ ଏବଂ ଏନେଇ ପରିବାରଲୋକଙ୍କୁ ଜଣାଇଥିଲେ।

ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ପାରାଲିସିସ୍‌ ହୋଇଯାଇଥିବା କହିଥିଲେ। ଏପରିକି ସେ ଆଉ ନିଜର ବାମ ଅଙ୍ଗଗୁଡ଼ିକୁ ବ୍ୟବହାର କରିପାରିବେ ନାହିଁ ବୋଲି କହିଥିଲେ। ଏହାଶୁଣି ହାର ମାନି ନ ଥିଲେ ରାମଦେବ। ପକ୍ଷାଘାତ ହେବାରୁ ସେ ସାଙ୍ଗମାନଙ୍କ ସହ ଖେଳିପାରି ନ ଥିଲେ। ହେଲେ ସେ ପାଠପଢ଼ା ଛାଡ଼ି ନ ଥିଲେ। ଏକଦା ତାଙ୍କୁ ଏକ ବହି ମିଳିଥିଲା। ଯୋଗଦ୍ୱାରା ଶରୀର ଏବଂ ଆତ୍ମାକୁ ନିଜ କବଳରେ କରାଯାଇପାରିବ ବୋଲି ଲେଖାଯାଇଥିଲା। ଏହା ଦେଖି ରାମଦେବ ଯୋଗ ପ୍ରତି ଅଧିକ ଆକର୍ଷିତ ହୋଇଯାଇଥିଲେ।

ନିୟମିତ ଯୋଗ କରିବାଦ୍ୱାରା ଧିରେ ଧିରେ ତାଙ୍କ ବାମପଟ ଅଙ୍ଗ ଠିକ୍‌ ହୋଇଥିଲା। ଏବେ ରାମଦେବଙ୍କ ବାମପଟ ଅଂଶ ସମ୍ପୂର୍ଣ୍ଣ ଠିକ୍‌ ହୋଇଯାଇଛି। ହେଲେ ବାମଆଖିରେ ଦେଖିବାରେ ସାମାନ୍ୟ ଅସୁବିଧା ହୋଇଥାଏ। ଆଖି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁ ତାଙ୍କୁ ଦେଖାଯାଉ ନ ଥିଲା। ସେତେବେଳେ ସେ ଯୋଗକୁ ଏକ ଚିକିତ୍ସା ପ୍ରଣାଳୀ ଭାବେ ଜୀବନରେ ସାମିଲକରିଥିଲେ। ଏବେ ଏହା ତାଙ୍କୁ ଖ୍ୟାତି ଦେଇଛି। ସେ ଏବେ ଦେଶବିଦେଶରେ ଯୋଗ ଶିକ୍ଷାକୁ ବ୍ୟବହାର କରି ରୋଗରୁ ସୁସ୍ଥ ହେବାକୁ ପରାମର୍ଶ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?