ଲେଫ୍ଟ ଫ୍ରି’ ନିୟମ କଡ଼ାକଡ଼ି ନିର୍ଦ୍ଦେଶ

ଭୁବନେଶ୍ୱର,୮।୧(ବ୍ୟୁରୋ): କଟକ-ଭୁବନେଶ୍ୱର କମିଶନରେଟ ପୋଲିସରେ ନୂଆ ଟ୍ରାଫିକ ଡିସିପି ଭାବେ ଏସ୍‌. ସୁଶ୍ରୀ ଯୋଗଦେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସୁଶ୍ରୀ ସହରର ଟ୍ରାଫିକ୍‌ ସମସ୍ୟାର ସମାଧାନ କରିବା ପାଇଁ ନିଜେ ରାସ୍ତାକୁ ଓହ୍ଲାଇବା ସହ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସେ ସହକର୍ମୀଙ୍କ ସହ ସହର ବୁଲି ସ୍ଥିତି ପରଖିଥିଲେ। ରାଜଧାନୀ ଭୁବନେଶ୍ୱରର ଏଜି, ମାଷ୍ଟରକ୍ୟାଣ୍ଟିନ, ରବୀନ୍ଦ୍ରମଣ୍ଡପ, କିଟ୍‌, ନାଲ୍‌କୋ ଛକକୁ ଯାଇ ଟ୍ରାଫିକ ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ। ମାଷ୍ଟରକ୍ୟାଣ୍ଟିନ ଟ୍ରାଫିକ ପୋଷ୍ଟରେ ଚଢ଼ି ଟ୍ରାଫିକ ପରିଚାଳନାକୁ ନିରୀକ୍ଷଣ କରିଥିଲେ। ଟ୍ରାଫିକ୍‌ ବ୍ୟବସ୍ଥାରେ କେଉଁଠି ଅସୁବିଧା ରହିଛି, କେଉଁ ଉପକରଣ ଆବଶ୍ୟକ, ସେନେଇ ଉପସ୍ଥିତ ଅଧିକାରୀଙ୍କ ସହ ଡିସିପି ଆଲୋଚନା କରିଥିଲେ। ଏପରି କି ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଟ୍ରାଫିକ୍‌ ନିୟମ ମାନିବାକୁ ସେ ସଚେତନ କରାଇଥିଲେ। ରାସ୍ତାରେ ଲୋକେ କିପରି ବିପଦମୁକ୍ତ ହୋଇ ଯାତାୟାତ କରିପାରିବେ ସେ ନେଇ ସେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ଟ୍ରାଫିକ ଛକରେ ଲେଫ୍ଟ ଫ୍ରି’ ନିୟମକୁ କଡ଼ାକଡ଼ି କରାଯିବା ସହ ଜେବ୍ରା କ୍ରସିଂର ନବୀକରଣ କରାଯିବ। ଜନସାଧାରଣ ଏହି ନିୟମକୁ ପାଳନ କରନ୍ତୁ, ନଚେତ୍‌ ପ୍ରଥମ ପର୍ଯ୍ୟାୟରେ ୫୦୦ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି।
ଟ୍ରାଫିକ ଛକରେ ରହିଥିବା ଜେବ୍ରା କ୍ରସିଂ ଚିହ୍ନ ସବୁ ଲିଭିଗଲାଣି। ଏହା ଡିସିପି ସୁଶ୍ରୀଙ୍କ ନଜରକୁ ଆସିବା ପରେ ସେଗୁଡିକ ରଙ୍ଗ ବା ନବୀକରଣ କରିବା ପାଇଁ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ସହ ଯୋଗାଯୋଗ କରାଯାଇଛି। ଏଥିସହ ଏଜି ଛକରେ କିଛି ନୂଆ ଉପକରଣ ଲଗାଇବା ପାଇଁ ମଧ୍ୟ ଯୋଜନା କରାଯାଇଛି। ସେହିପରି ଟ୍ରାଫିକ୍‌ ପୋଷ୍ଟରେ ରେଡ୍‌ ସିଗ୍‌ନାଲ ବେଳେ ରାସ୍ତାରେ ଧାଡି ଧାଡି କରି ବିଭିନ୍ନ ଯାନବାହନ ଅଟକି ରହୁଛି। ସେହି ସମୟରେ ଉକ୍ତ ରାସ୍ତା ଦେଇ ବାମ ପଟକୁ ଯିବାକୁ ଥିବା ଗାଡିଗୁଡିକ ଅନେକ ସମୟ ଧରି ଅଟକି ରହୁଛି। ବାମପଟକୁ ଯିବାକୁ ସବୁଜ ସିଗ୍‌ନାଲ୍‌ ଦିଆଯାଉଥିଲେ ମଧ୍ୟ ପ୍ରବଳ ଭିଡ଼ ଯୋଗୁ ଲୋକେ ଆଗକୁ ଯାଇପାରୁନାହାନ୍ତି। ଟ୍ରାଫିକ୍‌ ବ୍ୟବସ୍ଥାରେ ଏହା ଏକ ବଡ଼ ସମସ୍ୟା ପାଲଟିଥିବା ଡିସିପି ଦେଖିବା ପରେ ନିୟମକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ ଧାରା ୨୮ ଅନୁୟାୟୀ, ଏଣିକି ରାଜଧାନୀର ଟ୍ରାଫିକ ପୋଷ୍ଟ ନିକଟରେ ପାଦଚଲା ରାସ୍ତାକୁ ଲାଗିକି ଥିବା ବାମପାର୍ଶ୍ୱ ରାସ୍ତାରେ ତଥା ଫ୍ରି-ଲେଫ୍ଟରେ କୌଣସି ଗାଡ଼ି ରହିପାରିବ ନାହିଁ। ଗାଡିଗୁଡିକ କେବଳ ମଝି ରାସ୍ତାରେ ଛିଡ଼ା ହୋଇ ସିଗନାଲ୍‌କୁ ଅପେକ୍ଷା କରିବେ। ଉକ୍ତ ବାମପଟ ରାସ୍ତା ଜରୁରିକାଳୀନ ଯାନବାହନ ଯଥା ଆମ୍ବୁଲାନ୍ସ, ଫାୟାର ଓ ପୋଲିସ ଗାଡ଼ି ପାଇଁ ସବୁ ସମୟରେ ଖାଲି ରହିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri