Posted inଫୁରସତ

ଏଲଇଡି ସ୍ଲିପର୍ସ, ଅନ୍ଧାରରେ ଆଉ ଝୁଣ୍ଟିବେ ନାହିଁ…

ଅନେକ ସମୟରେ ଏମିତି ହୁଏ, ରାତି ଅଧରେ ଶୋଷ ଲାଗିଲେ ନିଦ ଭାଙ୍ଗିଯାଏ। ଆଉ ନିଦୁଆ ଆଖିକୁ ମଳି ମଳି ଅନ୍ଧାରରେ ଆମେ ବାହାରି ଯାଉ ପାଣି ପିଇବାକୁ। ଏମିତି ଅନ୍ଧାରରେ ଗଲାବେଳେ ଅନେକ ସମୟରେ ଆମେ ଝୁଣ୍ଟିପଡୁ ଓ ଆଙ୍ଗୁଠିରେ ଆଘାତ ଲାଗିଯାଏ। ଏହାକୁ ନଜରରେ ରଖି ଆସି ଯାଇଛି ଏଭଳି ଏକ ସ୍ଲିପର୍‌ ବା ଚପଲ, ଯାହାକି ଏହି ସମସ୍ୟାକୁ ଅନେକାଂଶରେ ଏଡାଇଦେବ। କାରଣ ଏ ହେଉଛି ଏଲ୍‌ଇଡି ସ୍ଲିପର୍ସ। ଉକ୍ତ ସ୍ଲିପର୍ସ ବା ଚପଲର ସାମ୍‌ନା ଭାଗରେ ଏଲ୍‌ଇଡି ଲାଇଟ୍‌ ଲାଗିଛି। ଆଉ ଏହାକୁ ପିନ୍ଧି ଗୋଡ ଆଙ୍ଗୁଠିରେ ଏକ ସୁଇଚ୍‌କୁ ଦବାଇଦେଲେ ଲାଇଟ୍‌ ଜଳିଯିବ। ଫଳରେ ଅନ୍ଧାରରେ ବି ରାସ୍ତା ଆଲୋକିତ ହୋଇଯିବ। ଆଉ ଆପଣ ଆରାମରେ ଅନ୍ଧାର ରାସ୍ତା ଦେଖି ଚାଲିପାରିବେ। ଯଦ୍ୱାରା ଆଉ ଝୁଣ୍ଟିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri