Posted inଜାତୀୟ

ଖେଳ ପଡିଆରୁ ରାଜନୀତି ମଇଦାନ

ଇମ୍ଫାଲ,୨୧ ।୩: ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭଜପା)କୁ ନିର୍ବାଚନରେ ବିଜୟୀ କରିବାରେ ଏନ୍ ବିରେନ ସିଂଙ୍କର ଖୁବ୍ ଅବଦାନ ରହିଛି । ପ୍ରଥମେ ଫୁଟବଲ ଖେଳାଳି ହେବାକୁ ଚାହୁଁଥିବା ବିରେନ୍ ସିଂ ଏହାପରେ ସୀମା ସୁରକ୍ଷା ବଳରେ ଯୋଗ ଦେଇଥିଲେ । ହେଲେ ଏତିକିରେ ତାଙ୍କର ମନ ବୁଝି ନ ଥିଲା । ଏକାଥରେ ଲମ୍ଫ ମାରିଥିଲେ ରାଜନୀତି ଦୁନିଆକୁ । ଆଉ ଏବେ ସେ ଦ୍ୱିତିୟ ଥର ଲାଗି ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ଏନ୍ ବିରେନ୍ ସିଂ ସୋମବାର ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ଏଲ ଗଣେଶନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଭାଜପାର କେତେଜଣ ବରିଷ୍ଠ ନତା ଉପସ୍ଥିତ ଥିଲେ । ବିରେନ୍ ସିଂ ଦ୍ୱିତୀୟ ଥର ଲାଗି ମଣିପୁର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ବିରେନ୍ ସିଂଙ୍କ ସହ ମେଚା କିପଗେନ, ୱାଇ ଖେମଚନ୍ଦ ସିଂ, ବିଶ୍ୱଜିତ ସିଂ, ଅବଗବୈ ନ୍ୟୁମାଇ ଓ ଗୋବିନ୍ଦଦାସ କୈଥୌଜନ ଇମ୍ଫାଲର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମଣ ଓ କିରଣ ରିଜିଜୁ ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ପତ୍ର ଦେଇଥିଲେ । ଯେଉଁଥିରେ ବିରେନ ସିଂଙ୍କୁ ସର୍ବସମ୍ମତିକ୍ରମେ ୩୨ ବିଧାୟକ ବିଧାୟକ ଦଳର ନେତା ନିର୍ବାଚିତ କରିଥିଲେ । ରବିବାର ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭: ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ…

CJPକୁ ସମର୍ଥନ କରି ଚାକିରି ଛାଡିଲେ ଉତ୍ତରାଖଣ୍ଡ ପୋଲିସ! ଆନ୍ଦୋଳନକୁ ନେଇ କଲେ ବଡ଼ ଖୁଲାସା,ଦେଶରେ ଚହଳ…

ନୂଆଦିଲ୍ଲୀ,୨୪।୭: CJP ମଞ୍ଚ ଏହାର ଚାଲିଥିବା ପ୍ରତିବାଦ ଯୋଗୁଁ ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ଏବେ, ସେଠାରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

ଆନ୍ଧ୍ରରୁ ଚୋରି ଗଞ୍ଜାମରେ ଚାଲାଣ: ୫ ଦାମୀ ବାଇକ ସହ ଯୁବକ ଗିରଫ

ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ୫ଟି ଦାମୀ ମୋଟରସାଇକେଲ ଚୋରି କରି ଗଞ୍ଜାମ ଜିଲାରେ ଚାଲାଣ କରୁଥିବା ଜଣେ ଯୁବକଙ୍କୁ…

ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ: କାଲିଠୁ ୨୭ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୨୪।୭ ବଙ୍ଗୋପସାଗରରେ ପାଣିପାଗ ପରିସ୍ଥିତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି।…

ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି, Gen-Z ଙ୍କ ସହ ମିଶିବା ପାଇଁ Insta ଖୋଲନ୍ତୁ…

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରୀମାନଙ୍କୁ ଜେନ୍-ଜି (Gen-Z) ବା ଆଜିକାଲିର ଯୁବବର୍ଗଙ୍କ ସହ ଯୋଡ଼ିହେବା ପାଇଁ ଇନ୍‌ଷ୍ଟାଗ୍ରାମ୍ (Instagram) ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।…

ଶ୍ରୀମନ୍ଦିର ଅଭିମୁଖେ ୩ ରଥ, ଘଣ୍ଟଘଣ୍ଟାରେ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଭିମୁଖେ ଗଡୁଛି ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ।…

କ୍ୟାବିନେଟ ମିଟିଂ ପରେ ଧର୍ମେନ୍ଦ୍ରଙ୍କୁ ନେଇ ଆସିଲା ବଡ଼ ଖବର, ଇସ୍ତଫା…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ।…

Bahuda Yatra 2026: ତାଳଧ୍ବଜ ପରେ ଗଡ଼ିଲା ଦେବଦଳନ

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ବଡ଼ଦାଣ୍ଡ ହୋଇପଡିଛି ଲୋକାରଣ୍ୟ। ମହାପ୍ରଭୁ ଜନ୍ମବେଦିରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri