Posted inଜାତୀୟ

ଖେଳ ପଡିଆରୁ ରାଜନୀତି ମଇଦାନ

ଇମ୍ଫାଲ,୨୧ ।୩: ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭଜପା)କୁ ନିର୍ବାଚନରେ ବିଜୟୀ କରିବାରେ ଏନ୍ ବିରେନ ସିଂଙ୍କର ଖୁବ୍ ଅବଦାନ ରହିଛି । ପ୍ରଥମେ ଫୁଟବଲ ଖେଳାଳି ହେବାକୁ ଚାହୁଁଥିବା ବିରେନ୍ ସିଂ ଏହାପରେ ସୀମା ସୁରକ୍ଷା ବଳରେ ଯୋଗ ଦେଇଥିଲେ । ହେଲେ ଏତିକିରେ ତାଙ୍କର ମନ ବୁଝି ନ ଥିଲା । ଏକାଥରେ ଲମ୍ଫ ମାରିଥିଲେ ରାଜନୀତି ଦୁନିଆକୁ । ଆଉ ଏବେ ସେ ଦ୍ୱିତିୟ ଥର ଲାଗି ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ଏନ୍ ବିରେନ୍ ସିଂ ସୋମବାର ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ଏଲ ଗଣେଶନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଭାଜପାର କେତେଜଣ ବରିଷ୍ଠ ନତା ଉପସ୍ଥିତ ଥିଲେ । ବିରେନ୍ ସିଂ ଦ୍ୱିତୀୟ ଥର ଲାଗି ମଣିପୁର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ବିରେନ୍ ସିଂଙ୍କ ସହ ମେଚା କିପଗେନ, ୱାଇ ଖେମଚନ୍ଦ ସିଂ, ବିଶ୍ୱଜିତ ସିଂ, ଅବଗବୈ ନ୍ୟୁମାଇ ଓ ଗୋବିନ୍ଦଦାସ କୈଥୌଜନ ଇମ୍ଫାଲର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମଣ ଓ କିରଣ ରିଜିଜୁ ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ପତ୍ର ଦେଇଥିଲେ । ଯେଉଁଥିରେ ବିରେନ ସିଂଙ୍କୁ ସର୍ବସମ୍ମତିକ୍ରମେ ୩୨ ବିଧାୟକ ବିଧାୟକ ଦଳର ନେତା ନିର୍ବାଚିତ କରିଥିଲେ । ରବିବାର ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ କଲେ ଗୋଆ ମୁଖ୍ୟମନ୍ତ୍ରୀ

ପଣଜୀ,୨୭ ।୧: ଗୋଆ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରାର୍ଥିପତ୍ର ଦାଖଲ...

ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରୟାସ ଚାଲିଛି

ନୂଆଦିଲ୍ଲୀ,୭।୧: ଢ଼ିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ୨୦ ମିନିଟ୍‌ ପାଇଁ ଏକ ଫ୍ଲାଏଓଭରରେ ଫସି ରହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି...

ବିଭତ୍ସ ହତ୍ୟା: ବାଇକ୍‌ ପଛରେ ଯୁବକଙ୍କୁ ବାନ୍ଧି ୧୫ କିଲୋମିଟର ଘୋଷାଡି ମାରିଲେ ଦୃର୍ବୃତ୍ତ

ଲକ୍ଷ୍ନୌ,୨୫।୯:ଉତ୍ତରପ୍ରଦେଶର ମିରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ବେକରେ ରଶି ବାନ୍ଧି ବାଇକ୍‌ ପଛରେ ୧୫କିମି ଘୋଷାଡି ଘୋଷାଡି ହତ୍ୟା କରାଯାଇଛି। ତେବେ...

ମୁଖ୍ୟମନ୍ତ୍ରୀ ପଦ ଦିଅ ସମର୍ଥନ ନିଅ: ଜେଜେପି

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନର ଭୋଟଗଣତି ଜାରି ରହିଛି। ଏଠାରେ ଭାଜପା ବହୁମତ ହାସଲଠାରୁ ପଛରେ ପଡ଼ିଛି। ଅପରପକ୍ଷରେ କଂଗ୍ରେସ ଶାସକ ଦଳ ସହିତ କଡ଼ା...

ମୁମ୍ବାଇରେ ବୋମା ଆତଙ୍କ, ଫୋନ୍‌ରେ ଧମକ…

ମୁମ୍ବାଇ,୨୦।୧୦: ମୁମ୍ବାଇ ପୋଲିସକୁ ବୁଧବାର ଜଣେ ଅଜ୍ଞାତ ବ୍ୟକ୍ତି ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବାକୁ ଧମକ ଦେଇଥିଲେ। ସେ ପୋଲିସ ହେଲ୍ପଲାଇନ ନମ୍ବର ୧୧୨...

ସେନା କର୍ମଚାରୀଙ୍କ ଅବସର ବୟସ ସୀମା ବଢ଼ିବା ନେଇ ପ୍ରସ୍ତାବ

ନୂଆଦିଲ୍ଲୀ,୫।୧୧: ଭାରତୀୟ ସେନା କର୍ମଚାରୀଙ୍କ ଅବସର ବୟସ ସୀମା ବଢ଼ିବା ନେଇ ପ୍ରସ୍ତାବ ଦିଆଯାଇଛି। ସେନା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏଭଳି କରାଯାଉଥିବା ଚିଫ୍‌ ଅଫ୍‌...

ମୁସଲମାନ୍‌ ଆଇପିଏସ୍‌ ଅଫିସର ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ କଲେ ପୂଜାର୍ଚ୍ଚନା

ଲଳିତପୁର,୨୫।୮: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଥିବାବେଳେ ଉତ୍ତରପ୍ରଦେଶର ଜଣେ ମୁସଲମାନ୍‌ ଆଇପିଏସ୍‌ ଅଫିସର ସାମ୍ପ୍ରଦାୟିକ ସଦ୍‌ଭାବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।...

ନଭେମ୍ବର ୩୦ ଯାଏ ବଢ଼ିଲା କଣ୍ଟେନମେଣ୍ଟ କଟକଣା

ନୂଆଦିଲ୍ଲୀ, ୨୯।୧୦(ପି.ଟି.):କେତେକ ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଏହା ଜନସ୍ବାସ୍ଥ୍ୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେଥିପାଇଁ କେନ୍ଦ୍ର ସରକାର କୋଭିଡ୍‌...

Advertisement
Archives

Model This Week