Posted inଜାତୀୟ

ସାଇକେଲ ଛାଡ଼ି ଅଲଗା ରାସ୍ତାରେ ବଙ୍କୁଲି ବାଡ଼ି…

ଲକ୍ଷ୍ନୌ, ୨୩।୭ : ଉତ୍ତରପ୍ରଦେଶ ରାଜନୀତିରେ ଶନିବାର ଉଷ୍ଣତା ଭରିବାରେ ଲାଗିଛି। ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ମାମୁ ଶିବପାଲ ସିଂ ଯାଦବ ଏବଂ ସୁହେଲଦେବ ଭାରତ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭରଙ୍କୁ ଏକ ଚିଠି ଲେଖିଛନ୍ତି ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଜାରି ରହିଛି। ଏସପିର ଚିଠି ପରେ ଏବେ ଅଖିଳେଶଙ୍କ ସାଇକେଲ ଛାଡ଼ି ରାଜଭରଙ୍କ ବଙ୍କୁଲିବାଡ଼ି ଅଲଗା ରାସ୍ତାରେ ଯିବା ପ୍ରାୟ ନିଶ୍ଚିତ ହୋଇଥିବା ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ରାଜଭର ଏନଡ଼ିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ଏହାପରେ ଅଖିଳେଶଙ୍କ ପକ୍ଷରୁ ତାଙ୍କ ଉଦ୍ଦେଶ୍ୟରେ ଚିଠି ଜାରି କରାଯାଇଥିଲା।

ରାଜନୈତିଜ୍ଞ ବିଶେଷଜ୍ଞମାନଙ୍କ ଅନୁସାରେ ନିର୍ବାଚନ ପରେ ସମାଜବାଦୀ ପାର୍ଟି ନିଜକୁ ପୁନର୍ବାର ନୂଆ ପ୍ରକାରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରେ। ଏହାର କାରଣ ହେଉଛି ଯେ ପାର୍ଟି ଚାହେଁ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ସେ ନିଜେ ପୁଣି ଏକାକି ଲଢ଼େଇ କରିବ। ତେଣୁ, ଫଳାଫଳ ବାହାରିବା ପରେ ହିଁ ସେ ମିଳିତ ମେଣ୍ଟର ଦଳଗୁଡ଼ିକୁ ଅଣଦେଖା କରିବା ଆରମ୍ଭ କରିଥାଏ। ବିଶେଷକରି ସେହି ଦଳଗୁଡିକ ରହିଲେ କାଳେ ଏସପିର କିଛି କ୍ଷତି ହେବ ଏହି ଭୟ ମନରେ ରହିଥାଏ। ଚଳିତ ଥର ମଧ୍ୟ ସମାନ ଘଟଣା ଘଟୁଛି।

ଏସପି ଆରଏଲଡି ସହିତ ଭଲ ସମ୍ପର୍କ ବଜାୟ ରଖିଛି। କାରଣ ଅଖିଳେଶ ଜାଣନ୍ତି ଯେ ସେ ଆରଏଲଡି ବିନା ପଶ୍ଚିମ ଉତ୍ତରପ୍ରଦେଶରେ କିଛି କରିପାରିବେ ନାହିଁ। ଏଥି ସହିତ ପ୍ରୂର୍ବାଞ୍ଚଳରେ ରାଜଭରଙ୍କ ସ୍ଥିତି ଦୁର୍ବଳ ବୋଲି ମନେ କରାଯାଉଛି। ଅଖିଳେଶ ଜାଣିଛନ୍ତି ଯେ ପୂର୍ବାଞ୍ଚଳରେ ଏସପି ନିଜେ ଶକ୍ତିଶାଳୀ ହୋଇପାରିବ। ତେଣୁ ସେ ରାଜଭରଙ୍କୁ ଅଲଗା କରିଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri