ଜାଲ୍‌ ଦସ୍ତଖତରେ ପଟ୍ଟା ପ୍ରଦାନ

ଢେଙ୍କାନାଳ ଅଫିସ,୧୪।୪: ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟର ଦୁର୍ନୀତି ପିଛା ଛାଡୁନି। ୨୦୨୧ରେ ଚଞ୍ଚକତା କରି ଏକ ଜଳାଶୟର କିସମ ପରିବର୍ତ୍ତନ କରିବା ଘଟଣାରେ ଜଣେ ଅତିରିକ୍ତ ତହସିଲଦାରଙ୍କ ସମେତ ୨ କର୍ମଚାରୀ ଜେଲ ଯାଇଥିବାବେଳେ ଏବେ ଏହାର ପୁନରାବୃତ୍ତି ଘଟିଛି। ଜମି ମାଲିକଙ୍କ ଅଜାଣତରେ ଜାଲ୍‌ ଦସ୍ତଖତ କରି ଅନ୍ୟଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଘଟଣା ଜଣାପଡ଼ିବା ପରେ ଭାରପ୍ରାପ୍ତ ତହସିଲଦାର ବୁଧବାର ୨ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ଅଭିଯୋଗରୁ ଜଣାପଡ଼ିଛି, ସଦର ବ୍ଲକ ମଧୁସାହୁପାଟଣାର ଅଭିଯୋଗକାରୀ ସନାତନ ସାହୁଙ୍କ ମଧୁସାହୁପାଟଣା ମୌଜାର ଖାତା ନଂ. ୧୬୩ ଏବଂ ପ୍ଲଟ୍‌ ନଂ. ୧୨ରେ ୧୫ ଡିସିମିଲ ୪ କଡି ଜମି ରହିଛି। ସନାତନଙ୍କ ଅଜାଣତରେ ଜଣେ ବ୍ୟକ୍ତି ଉକ୍ତ ଜମିକୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଜରିଆରେ ରେଜିଷ୍ଟ୍ରି କରିଦେଇଥିଲେ। ଏହା ଜଣାପଡ଼ିବା ପରେ ସେ ୨୦୧୪ରେ ବାଲ୍ୟାମ୍ବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ସଦର ତହସିଲ କାର୍ଯ୍ୟାଳୟରେ ୩୧୮୧/୧୪ ମ୍ୟୁଟେଶନ ଖାରଜ ଲାଗି ଆବେଦନ କରିଥିଲେ। କିନ୍ତୁ ସନାତନଙ୍କୁ ନୋଟିସ୍‌ ନ କରି ତହସିଲ କାର୍ଯ୍ୟାଳୟରେ ୨୬୦୩/୨୦ରେ ନୂଆ ମ୍ୟୁଟେଶନ କେସ୍‌ କରି ଅଭିଯୁକ୍ତମାନେ ଜାଲ ଦସ୍ତଖତ ସହାୟତାରେ ପଟ୍ଟା କରି ନେଇଛନ୍ତି। ସନାତନ ଖଜଣା ପୈଠ କରିବାକୁ ଯାଇଥିବା ବେଳେ ଏହି ଘଟଣା ପଦାକୁ ଆସିଥିଲା। ନୂତନ ପଟ୍ଟାକୁ ଖାରଜ କରି ଉକ୍ତ ଜାଗାକୁ ପୁରୁଣା ପଟ୍ଟାରେ ମିଶାଇବା ନିମନ୍ତେ ସନାତନ ବୁଧବାର ସଦର ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଭାରପ୍ରାପ୍ତ ସଦର ତହସିଲଦାର ଅନୁପମା ମୁର୍ମୁ କୁହନ୍ତି, ଅଭିଯୋଗ ପାଇଛୁ। ଏହାକୁ ସଂଶୋଧନ କରାଯିବ। ଯେଉଁ କର୍ମଚାରୀମାନେ ଏଭଳି କରିଛନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏ ବିଷୟରେ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri