ପ୍ରଥମେ ସ୍ଥାୟୀ ଜମି ପଟ୍ଟା ଦିଅ, ତା’ପରେ ଶିଳ୍ପ କର

ମହାକାଳପଡ଼ା,୧୭ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହେବା ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ଏକ ମୃତ୍ତିକା ଖନନ ଟିମ୍‌ ସହ ସ୍ଥାନୀୟ ତହସିଲଦାର ମାନସ କୁମାର ତ୍ରିପାଠୀ, ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ପରେଶ ମହାନ୍ତି, ଏସ୍‌ଡିପିଓ ଜୟନ୍ତ ମହାପାତ୍ରଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ବ୍ଲକର ଖରିନାସୀ ପଞ୍ଚାୟତ ହରିଆବାଙ୍କ ଗାଁରେ ପ୍ରଶାସନ ପକ୍ଷରୁ ମୃତ୍ତିକା ଖନନ କରି ପରୀକ୍ଷା କରାଯାଉଥିଲା। ଏ ସମ୍ପର୍କରେ ଖବର ପାଇ ଗାଁର ୨ଶହରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ମିଳିତ ହୋଇ ମୃତ୍ତିକା ଖନନକୁ ବିରୋଧ କରିବା ସହ କାମ ବନ୍ଦ କରିଛନ୍ତି। ସେମାନଙ୍କ କହିବା କଥା, ପ୍ରଥମେ ଆମକୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କର, ପରେ ଶିଳ୍ପ କର ଏଥିରେ ଆମର ଆପତ୍ତି ନାହିଁ।
ଗାଁଲୋକଙ୍କ କହିବା କଥା, ଏହି ଅଞ୍ଚଳରେ ୭୦ରୁ ଊର୍ଦ୍ଧ୍ୱ ବର୍ଷ ହେବ ବସବାସ କରି ଆସୁଛୁ। ୧୯୭୬ରେ ଲୋକଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସରକାର ବଣ୍ଟନ କରିଥିବା ଜମି ପଟ୍ଟା ଜଙ୍ଗଲ କିସମ ବୋଲି ଜଣାପଡ଼ିଥିଲା। ହେଲେ ଏହି ଜମିରେ ସରକାରୀ ଭାବେ ଆବାସ ଗୃହ, ଆବାସିକ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ଆଦି ମିଳୁନାହିଁ। ଆମକୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ ନ କରିବା ପର୍ଯ୍ୟନ୍ତ ପ୍ରଶାସନ କାର୍ଯ୍ୟକୁ ବିରୋଧ କରାଯିବ ବୋଲି ଆନ୍ଦୋଳନକାରୀଙ୍କ ମଧ୍ୟମରେ ସତ୍ୟବ୍ରତ ମାଇତି, ରତନ କାଞ୍ଜିଲାଲ, ଜଗନ୍ନାଥ ସର୍ଦ୍ଦାର, ସନ୍ତୋଷ ସର୍ଦ୍ଦାର, ଗଜେନ୍ଦ୍ର ମଣ୍ଡଳ, ରେଣୁବାଳା ଜେନା, ଆରତି ମାଇତି, ପାର୍ବତୀ ଜେନା, ଅର୍ଚ୍ଚନା ପ୍ରଧାନ, ଗୀତାରାଣୀ ଶାବଳ, ତପତି ଶାବଳ, କବିତା ଆଡି, ଆଶାଲତା ମଣ୍ଡଳଙ୍କ ସମେତ ୨ ଶହରୁ ଅଧିକ ଲୋକ ଉପସ୍ଥିତ ରହି ମୃତ୍ତିକା ଖନନ ସ୍ଥାନର ଚତୁଃପାର୍ଶ୍ୱକୁ ଜଗି ରହିଥିଲେ। ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ମାନସ କୁମାର ତ୍ରିପାଠୀଙ୍କୁ ପଚାରିବାରେ ଲୋକମାନଙ୍କ ଜମି ଜମା ସମସ୍ୟାକୁ ନେଇ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଉଛି। ଏବେ ମୃତ୍ତିକା ଖନନ କରାଯାଇ ସ୍ଥିତି ପରଖା ଯାଉଛି। ଲୋକମାନଙ୍କୁ କେତେଜଣ ବ୍ୟକ୍ତି ସେମାନଙ୍କ ଜମି ଚାଲିଯିବ ବୋଲି କହୁଛନ୍ତି। କିନ୍ତୁ ଯେଉଁ ଜାଗାରେ ମୃତ୍ତିକା ପରୀକ୍ଷଣ କରାଯାଉଛି ତାହା ସରକାରୀ ଜମି। ତେଣୁ ଆଇନ ଅନୁସାରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?