ପ୍ରଥମେ ସ୍ଥାୟୀ ଜମି ପଟ୍ଟା ଦିଅ, ତା’ପରେ ଶିଳ୍ପ କର

ମହାକାଳପଡ଼ା,୧୭ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହେବା ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ଏକ ମୃତ୍ତିକା ଖନନ ଟିମ୍‌ ସହ ସ୍ଥାନୀୟ ତହସିଲଦାର ମାନସ କୁମାର ତ୍ରିପାଠୀ, ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ପରେଶ ମହାନ୍ତି, ଏସ୍‌ଡିପିଓ ଜୟନ୍ତ ମହାପାତ୍ରଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ବ୍ଲକର ଖରିନାସୀ ପଞ୍ଚାୟତ ହରିଆବାଙ୍କ ଗାଁରେ ପ୍ରଶାସନ ପକ୍ଷରୁ ମୃତ୍ତିକା ଖନନ କରି ପରୀକ୍ଷା କରାଯାଉଥିଲା। ଏ ସମ୍ପର୍କରେ ଖବର ପାଇ ଗାଁର ୨ଶହରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ମିଳିତ ହୋଇ ମୃତ୍ତିକା ଖନନକୁ ବିରୋଧ କରିବା ସହ କାମ ବନ୍ଦ କରିଛନ୍ତି। ସେମାନଙ୍କ କହିବା କଥା, ପ୍ରଥମେ ଆମକୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କର, ପରେ ଶିଳ୍ପ କର ଏଥିରେ ଆମର ଆପତ୍ତି ନାହିଁ।
ଗାଁଲୋକଙ୍କ କହିବା କଥା, ଏହି ଅଞ୍ଚଳରେ ୭୦ରୁ ଊର୍ଦ୍ଧ୍ୱ ବର୍ଷ ହେବ ବସବାସ କରି ଆସୁଛୁ। ୧୯୭୬ରେ ଲୋକଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସରକାର ବଣ୍ଟନ କରିଥିବା ଜମି ପଟ୍ଟା ଜଙ୍ଗଲ କିସମ ବୋଲି ଜଣାପଡ଼ିଥିଲା। ହେଲେ ଏହି ଜମିରେ ସରକାରୀ ଭାବେ ଆବାସ ଗୃହ, ଆବାସିକ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ଆଦି ମିଳୁନାହିଁ। ଆମକୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ ନ କରିବା ପର୍ଯ୍ୟନ୍ତ ପ୍ରଶାସନ କାର୍ଯ୍ୟକୁ ବିରୋଧ କରାଯିବ ବୋଲି ଆନ୍ଦୋଳନକାରୀଙ୍କ ମଧ୍ୟମରେ ସତ୍ୟବ୍ରତ ମାଇତି, ରତନ କାଞ୍ଜିଲାଲ, ଜଗନ୍ନାଥ ସର୍ଦ୍ଦାର, ସନ୍ତୋଷ ସର୍ଦ୍ଦାର, ଗଜେନ୍ଦ୍ର ମଣ୍ଡଳ, ରେଣୁବାଳା ଜେନା, ଆରତି ମାଇତି, ପାର୍ବତୀ ଜେନା, ଅର୍ଚ୍ଚନା ପ୍ରଧାନ, ଗୀତାରାଣୀ ଶାବଳ, ତପତି ଶାବଳ, କବିତା ଆଡି, ଆଶାଲତା ମଣ୍ଡଳଙ୍କ ସମେତ ୨ ଶହରୁ ଅଧିକ ଲୋକ ଉପସ୍ଥିତ ରହି ମୃତ୍ତିକା ଖନନ ସ୍ଥାନର ଚତୁଃପାର୍ଶ୍ୱକୁ ଜଗି ରହିଥିଲେ। ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ମାନସ କୁମାର ତ୍ରିପାଠୀଙ୍କୁ ପଚାରିବାରେ ଲୋକମାନଙ୍କ ଜମି ଜମା ସମସ୍ୟାକୁ ନେଇ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଉଛି। ଏବେ ମୃତ୍ତିକା ଖନନ କରାଯାଇ ସ୍ଥିତି ପରଖା ଯାଉଛି। ଲୋକମାନଙ୍କୁ କେତେଜଣ ବ୍ୟକ୍ତି ସେମାନଙ୍କ ଜମି ଚାଲିଯିବ ବୋଲି କହୁଛନ୍ତି। କିନ୍ତୁ ଯେଉଁ ଜାଗାରେ ମୃତ୍ତିକା ପରୀକ୍ଷଣ କରାଯାଉଛି ତାହା ସରକାରୀ ଜମି। ତେଣୁ ଆଇନ ଅନୁସାରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦଳବଦଳରେ ଫାର୍ମାସିଷ୍ଟ କରୁଛନ୍ତି କାମ

ନାଉଗଁା,୨୦ା୯(ସ୍ବ.ପ୍ର.):ନାଉଗଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମନମୁଖୀ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି। ଏଠାରେ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟମାନେ ନିଯୁକ୍ତିଗୋଟିଏ ସ୍ଥାନରେ ପାଇଥିବାବେଳେ...

ରେଳପଥ ଆନ୍ଦୋଳନର କର୍ଣ୍ଣଧାର: ପୂର୍ବତନ ଏମ୍‌ପି ଶିବାଜୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ଅଫିସ,୨୩।୧୧: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ତଥା ପୂର୍ବତନ ଏମ୍‌ପି ଶିବାଜୀ ପଟ୍ଟନାୟକଙ୍କୁ ଶୁକ୍ରବାର ନୟାଗଡ଼ ରେଳ ଷ୍ଟେଶନଠାରେ ସ୍ବାଗତ କରାଯାଇଛି। ରେଲୱେ...

ସଙ୍ଗରୋଧ ଗୃହରେ ଟଳି ପଡିଲେ ସୁରଟ ଫେରନ୍ତା

ପୋଲସରା,୮ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୋଲସରା ବ୍ଲକ ଢୁଙ୍କାପଡା ପଞ୍ଚାୟତସ୍ଥିତ ଢୁଙ୍କାପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ୬୯ଜଣ ସୁରଟ ଫେରନ୍ତା ବୁଧବାର ଆସି ରହିଥିଲେ।...

କଟକ ସହରରୁ ୫୧ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୧।୧୦-କଟକ ସହରରୁ ଆଜି ମୋଟ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୨୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୯...

ସ୍କୁଲରୁ ଉଠାଇ ନେଇ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର

ବିଞ୍ଝାରପୁର,୬।୮(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ପ୍ରୀତିପୁର ଅଞ୍ଚଳର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଶୁକ୍ରବାର ସ୍କୁଲ୍‌ରୁ ଉଠାଇ ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।...

୧୩ ବଛର୍‌ରେ ୧୦ ଥର ଆବେଦନ: ପ୍ରଧାନମନ୍ତ୍ରୀ ଆବାସ ଆଶ୍‌ରେ ଜୟରାମ

ଲାଠୋର, ୨୨ା୮ (ଡି.ଏନ୍‌.ଏ.):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ୍‌...

ଛ’ଦେଶରେ ପଡୁନାହିଁ ବିକାଶ ଛାଇ

ଢେଙ୍କାନାଳ ଅଫିସ, ୨୧।୧୨: ବିଧାନସଭା କ୍ଷେତ୍ର ପୁନଃ ନିର୍ଦ୍ଧାରଣ ପରେ ଢେଙ୍କାନାଳ ଜିଲାର ଛ’ଦେଶ ଅଞ୍ଚଳକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ନିର୍ବାଚିତ ଜନପ୍ରତିନିଧିମାନେ ପ୍ରଶାସନ...

କ୍ୱାରାଣ୍ଟାଇନ୍‌ରେ ୯୬୫ ପ୍ରବାସୀ

ବନ୍ତ,୧୯।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ସୋମବାର ସୁଦ୍ଧା ୯୬୫ ଜଣ ପ୍ରବାସୀ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟରୁ ଘରକୁ ଫେରିବା ପାଇଁ ପ୍ରାୟ ୮୪୪୧...

Advertisement
Archives

Model This Week