ଅନ୍‌ଲାଇନରୁ ଶିଖ, ଅଫ୍‌ଲାଇନରେ ପ୍ରୟୋଗ କର

ନୂଆଦିଲ୍ଲୀ,(ପି.ଟି.)/ଭୁବନେଶ୍ୱର,୨।୪ (ବ୍ୟୁରୋ): ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଚର୍ଚ୍ଚା କରିବା ସହ ସେମାନଙ୍କୁ କେତେକ ମୂଲ୍ୟବାନ୍‌ ପରାମର୍ଶ ଦେଇଛନ୍ତି। ପରୀକ୍ଷା ପାଇଁ ବ୍ୟତିବ୍ୟସ୍ତ ନ ହୋଇ ଏହାକୁ ଉତ୍ସବ ଭାବେ ପାଳନ କରିବାକୁ ସେ ପିଲାମାନଙ୍କୁ କହିଛନ୍ତି। ସେହିପରି ଅଭିଭାବକ ଏବଂ ଶିକ୍ଷକମାନେ ମଧ୍ୟ ସେମାନଙ୍କ ଅଧୁରା ସ୍ବପ୍ନ ଓ ଆଶା ଆକାଂକ୍ଷାକୁ ପିଲାମାନଙ୍କ ଉପରେ ଚାପି ନ ଦେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପରୀକ୍ଷା ପ୍ରସ୍ତୁତିରେ ହ୍ବାଟ୍ସଆପ୍‌, ୟୁ-ଟ୍ୟୁବ୍‌ ଭଳି ସୋସିଆଲ ମିଡିଆ ଧ୍ୟାନ ଭଙ୍ଗ କରୁଥିବାରୁ ଏଥିରୁ ମୁକୁଳିବା ଲାଗି ଛାତ୍ରୀଛାତ୍ର ପ୍ରଧାନମନ୍ତ୍ରୀଙ୍କଠାରୁ ଟିପ୍ସ ଚାହିଁଥିଲେ। ତେବେ ମାଧ୍ୟମ ନୁହେଁ ଆମ ମନ ହିଁ ସମସ୍ୟା ବୋଲି ମୋଦି କହିଥିଲେ। ଅନ୍‌ଲାଇନ ହେଉ ବା ଅଫ୍‌ଲାଇନ, ଯେତେବେଳେ ମନ ପାଠ ସହ ଓତପ୍ରୋତ ଭାବେ ଜଡ଼ିତ ହୋଇଯିବ, ସେତେବେଳେ ଧ୍ୟାନଭଙ୍ଗ ହେବ ନାହିଁ। ଶିକ୍ଷାର ନୂଆ ମାଧ୍ୟମକୁ ଚ୍ୟାଲେଞ୍ଜ ନୁହେଁ, ଏକ ସୁଯୋଗ ଭାବେ ଗ୍ରହଣ କରାଯିବା ଆବଶ୍ୟକ। ଅଫ୍‌ଲାଇନ ଅଧ୍ୟୟନକୁ ଅନ୍‌ଲାଇନ ଆଗକୁ ବଢ଼ାଇବାରେ ସହାୟକ ହୋଇଥାଏ। ତେଣୁ ପିଲାମାନେ ଅନ୍‌ଲାଇନରେ ଶିକ୍ଷା ଗ୍ରହଣ କରି ଏହାକୁ ଅଫ୍‌ଲାଇନରେ ପ୍ରୟୋଗ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପିଲାମାନେ ପ୍ରଥମ ଥର ଲାଗି ପରୀକ୍ଷା ଦେଉନାହାନ୍ତି। ସେମାନେ ପୂର୍ବରୁ ପରୀକ୍ଷାକୁ ସଫଳତାର ସହ ସମ୍ମୁଖୀନ ହୋଇଛନ୍ତି। ତେଣୁ ଏହାକୁ ନେଇ ବିବ୍ରତ ହେବା ଆବଶ୍ୟକ ନାହିଁ। ସେମାନେ ଦୈନନ୍ଦିନ ଜୀବନରେ ଚିନ୍ତାମୁକ୍ତ ରୁହନ୍ତୁ। କାହାକୁ ଅନୁକରଣ କରିବା ଆବଶ୍ୟକ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପରୀକ୍ଷା ପେ ଚର୍ଚ୍ଚା ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଏହି ଅବସରରେ ସେ ପିଲାମାନଙ୍କଠାରୁ ଅନେକ ଶିଖିବାର ସୁଯୋଗ ପାଇଥାନ୍ତି ବୋଲି ତଲକତୋରା ଷ୍ଟାଡିୟମ୍‌ରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ କହିଥିଲେ। ତାଙ୍କ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜାତୀୟ ଶିକ୍ଷାନୀତିକୁ ଦେଶର ସବୁ ବର୍ଗ ସ୍ବାଗତ କରିଛନ୍ତି। ନୀତି ସରକାରଙ୍କ ଦ୍ୱାରା ନୁହେଁ ବରଂ ନାଗରିକ, ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କ ଦ୍ୱାରା ଦେଶର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜଭବନ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିଭଳି ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri