ଅନ୍‌ଲାଇନରୁ ଶିଖ, ଅଫ୍‌ଲାଇନରେ ପ୍ରୟୋଗ କର

ନୂଆଦିଲ୍ଲୀ,(ପି.ଟି.)/ଭୁବନେଶ୍ୱର,୨।୪ (ବ୍ୟୁରୋ): ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଚର୍ଚ୍ଚା କରିବା ସହ ସେମାନଙ୍କୁ କେତେକ ମୂଲ୍ୟବାନ୍‌ ପରାମର୍ଶ ଦେଇଛନ୍ତି। ପରୀକ୍ଷା ପାଇଁ ବ୍ୟତିବ୍ୟସ୍ତ ନ ହୋଇ ଏହାକୁ ଉତ୍ସବ ଭାବେ ପାଳନ କରିବାକୁ ସେ ପିଲାମାନଙ୍କୁ କହିଛନ୍ତି। ସେହିପରି ଅଭିଭାବକ ଏବଂ ଶିକ୍ଷକମାନେ ମଧ୍ୟ ସେମାନଙ୍କ ଅଧୁରା ସ୍ବପ୍ନ ଓ ଆଶା ଆକାଂକ୍ଷାକୁ ପିଲାମାନଙ୍କ ଉପରେ ଚାପି ନ ଦେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପରୀକ୍ଷା ପ୍ରସ୍ତୁତିରେ ହ୍ବାଟ୍ସଆପ୍‌, ୟୁ-ଟ୍ୟୁବ୍‌ ଭଳି ସୋସିଆଲ ମିଡିଆ ଧ୍ୟାନ ଭଙ୍ଗ କରୁଥିବାରୁ ଏଥିରୁ ମୁକୁଳିବା ଲାଗି ଛାତ୍ରୀଛାତ୍ର ପ୍ରଧାନମନ୍ତ୍ରୀଙ୍କଠାରୁ ଟିପ୍ସ ଚାହିଁଥିଲେ। ତେବେ ମାଧ୍ୟମ ନୁହେଁ ଆମ ମନ ହିଁ ସମସ୍ୟା ବୋଲି ମୋଦି କହିଥିଲେ। ଅନ୍‌ଲାଇନ ହେଉ ବା ଅଫ୍‌ଲାଇନ, ଯେତେବେଳେ ମନ ପାଠ ସହ ଓତପ୍ରୋତ ଭାବେ ଜଡ଼ିତ ହୋଇଯିବ, ସେତେବେଳେ ଧ୍ୟାନଭଙ୍ଗ ହେବ ନାହିଁ। ଶିକ୍ଷାର ନୂଆ ମାଧ୍ୟମକୁ ଚ୍ୟାଲେଞ୍ଜ ନୁହେଁ, ଏକ ସୁଯୋଗ ଭାବେ ଗ୍ରହଣ କରାଯିବା ଆବଶ୍ୟକ। ଅଫ୍‌ଲାଇନ ଅଧ୍ୟୟନକୁ ଅନ୍‌ଲାଇନ ଆଗକୁ ବଢ଼ାଇବାରେ ସହାୟକ ହୋଇଥାଏ। ତେଣୁ ପିଲାମାନେ ଅନ୍‌ଲାଇନରେ ଶିକ୍ଷା ଗ୍ରହଣ କରି ଏହାକୁ ଅଫ୍‌ଲାଇନରେ ପ୍ରୟୋଗ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପିଲାମାନେ ପ୍ରଥମ ଥର ଲାଗି ପରୀକ୍ଷା ଦେଉନାହାନ୍ତି। ସେମାନେ ପୂର୍ବରୁ ପରୀକ୍ଷାକୁ ସଫଳତାର ସହ ସମ୍ମୁଖୀନ ହୋଇଛନ୍ତି। ତେଣୁ ଏହାକୁ ନେଇ ବିବ୍ରତ ହେବା ଆବଶ୍ୟକ ନାହିଁ। ସେମାନେ ଦୈନନ୍ଦିନ ଜୀବନରେ ଚିନ୍ତାମୁକ୍ତ ରୁହନ୍ତୁ। କାହାକୁ ଅନୁକରଣ କରିବା ଆବଶ୍ୟକ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପରୀକ୍ଷା ପେ ଚର୍ଚ୍ଚା ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଏହି ଅବସରରେ ସେ ପିଲାମାନଙ୍କଠାରୁ ଅନେକ ଶିଖିବାର ସୁଯୋଗ ପାଇଥାନ୍ତି ବୋଲି ତଲକତୋରା ଷ୍ଟାଡିୟମ୍‌ରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ କହିଥିଲେ। ତାଙ୍କ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜାତୀୟ ଶିକ୍ଷାନୀତିକୁ ଦେଶର ସବୁ ବର୍ଗ ସ୍ବାଗତ କରିଛନ୍ତି। ନୀତି ସରକାରଙ୍କ ଦ୍ୱାରା ନୁହେଁ ବରଂ ନାଗରିକ, ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କ ଦ୍ୱାରା ଦେଶର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜଭବନ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିଭଳି ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜୋର୍‌ ଧରିଲା: ନିର୍ଭୁଲ ମାର୍କିଂ ପାଇଁ ଡିଜିପିଏସ୍‌ ସର୍ଭେ;ଖୋଲିଲା କଣ୍ଟ୍ରୋଲ ରୁମ୍‌, ସିଧା ସଳଖ କଥା ହେବେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୧୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ଥିବା ମଠ, ହୋଟେଲ, ଲଜିଂ, ଧର୍ମଶାଳା, ଦୋକାନ...

ପାଲଲହଡ଼ାକୁ ଅଣଦେଖା

ପାଲଲହଡ଼ା,୧୩।୬(ଡି.ଏନ୍‌.ଏ.)  ଅନୁଗୋଳ ଜିଲାର ସମସ୍ତ ପେଟ୍ରୋଲ ପମ୍ପରେ କରୋନା ସଂକ୍ରମିତଙ୍କ ଲାଗି ନିଃଶୁଳ୍କ ଅକ୍ସିଜେନ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହେଲେ ଏଥିରେ ପାଲଲହଡ଼ା...

ବଜେଟ ଅଧିବେଶନ ଆରମ୍ଭରୁ ବିଧାୟକଙ୍କ ହଟ୍ଟଗୋଳ, ରାଜ୍ୟପାଳ ପଢିପାରିଲେନି ଅଭିଭାଷଣ

କୋଲକାତା,୨ ।୭: ପଶ୍ଚିମବଙ୍ଗ ନିର୍ବାଚନ ପରେ ଶୁକ୍ରବାର ପ୍ରଥମ କରି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ହେଲେ ଆରମ୍ଭରୁ ବିଧାୟକଙ୍କ ବିରୋଧ ଫଳରେ ଗୃହକୁ...

CORONAVIRUS UPDATE: ରାଜ୍ୟରେ ଆଜି ୨୬୧୭ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୨୬୧୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫...

ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ରହିବ ଜାରି : ଶାହା…

ହାଇଦ୍ରାବାଦ,୧୨।୩ : ହାଇଦ୍ରାବାଦରେ ସିଆଇଏସଏଫର ୫୪ ତମ ସ୍ଥାପନା ଦିବସ ପରେଡରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ଦେଶରେ ଆତଙ୍କବାଦ, ମାଓବାଦ ଏବଂ...

ଛତ୍ରପତି ଶିବାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ମା ଭାରତୀଙ୍କ...

ଜେଲ ହାଜତକୁ ଗଲେ ଦିଶା ରବି

ନୂଆଦିଲ୍ଲୀ,୧୯।୨: ଟୁଲ୍‌କିଟ୍‌ ମାମଲାରେ ୨୨ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ପଟିଆଲା ହାଉସ କୋର୍ଟ ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।...

ହୋଲିରେ ଦୁର୍ଘଟଣା: କେନ୍ଦୁଗୁଡ଼ା ଡ୍ୟାମ୍‌ରେ ବୁଡ଼ି ୩ ମୃତ

ରାୟଗଡ଼ା ଅଫିସ,୧୦ା୩: ରାୟଗଡ଼ା ଜିଲା ପଦ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ହୋଲି ଖେଳି ୩ ସାଙ୍ଗ ଅପରାହ୍ନରେ ଗାଧୋଇବାକୁ ଯାଇଥିବାବେଳେ କେନ୍ଦୁଗୁଡ଼ା ବଡ଼ନାଳ ଡ୍ୟାମରେ...

Advertisement
Archives

Model This Week