କୋଟିଆରେ ସବୁ ଦଳର ନେତା

ପଟ୍ଟାଙ୍ଗୀ,୮ା୪(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ନେରେଡିବାଲସା ଗ୍ରାମରେ ଆନ୍ଧ୍ର ସରକାର ଜିଲା ପରିଷଦ ଓ ସମିତିସଭ୍ୟ ନିର୍ବାଚନ ଚଳାଇଥିଲେ। ଉକ୍ତ ନିର୍ବାଚନ ଉପରେ ମଙ୍ଗଳବାର ଆନ୍ଧ୍ର ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଏହି ସୁଯୋଗର ସଦ୍‌ବ୍ୟବହାର କରିବା ଲାଗି ଓଡ଼ିଶାର ସମସ୍ତ ରାଜନୈତିକ ଦଳର ନେତାମାନେ ଏକାଠି ହୋଇଛନ୍ତି। ସେମାନେ ମଙ୍ଗଳବାର ଏକ ବୈଠକ କରି ବୁଧବାର କୋଟିଆ ପଞ୍ଚାୟତ ଗସ୍ତ କରି ଆନ୍ଧ୍ରର ନିର୍ବାଚନ କାର୍ଯ୍ୟ ଯେପରି ଭଣ୍ଡୁର ହେବ ସେନେଇ ପଞ୍ଚାୟତବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଗସ୍ତରେ ଓଡ଼ିଶାରୁ କୋରାପୁଟ
ଜିଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗୀ, ଭାଜପାରୁ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ, କଂଗ୍ରେସରୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯାଇଥିଲେ। ସେମାନେ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବୈଠକ କରିଥିଲେ। ସରକାରୀ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଏହି ପଞ୍ଚାୟତର ପ୍ରତି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ଗ୍ରାମବାସୀଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ସେମାନେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ଜିଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଫଗୁଣସିନେରି ଓ ଫାଟୁସିନେରି ଗ୍ରାମକୁ ମଧ୍ୟ ରାଜନୈତିକ ଦଳ ଗସ୍ତ କରି ଗ୍ରାମବାସୀଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ପଚାରି ବୁଝିଥିଲେ। ଅନ୍ୟପକ୍ଷରେ କୋଟିଆ ପଞ୍ଚାୟତର ନେରେଡିବାଲସାରେ ଥିବା ଆନ୍ଧ୍ରର ଆଇଟିଡିଏ ଗୃହରେ ନିର୍ବାଚନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିବାରୁ ଏହି ଗ୍ରାମରେ ଜିଲାପାଳ ମହମ୍ମଦ ଅବଦଲ ଅଖତର, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଠୁପାଲି,ଏଡିଏମ୍‌ ଦେବେନ ପ୍ରଧାନ, ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ, ସୁନାବେଡା ଏସ୍‌ଡିପିଓ ନିରଞ୍ଜନ ବେହେରା, ଥାନା ଅଧିକାରୀ କୈବଲ୍ୟ ସେଠ ପ୍ରମୁଖ ପହଞ୍ଚତ୍ ପାରିପାଶର୍‌ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଓଡ଼ିଶା ସୀମା ନେରେଡିବାଲାସା ଛକ ସିଲ୍‌ କରାଯିବ ସେନେଇ ସେମାନେ ଆଲୋଚନା କରିଥିବା ଜଣାପଡିଛି। ସେଠାରୁ ଅଧିକାରୀମାନେ ପରଜାସିଉରା, ତାଡିଓ୍ବାଲାସା ହୋଇ ନେରେଡିବାଲାସାରେ ପହଞ୍ଚତ୍ଛନ୍ତି।

ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ
କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ନେରେଡିବାଲସା ଗ୍ରାମରେ ଆନ୍ଧ୍ର ସରକାର ଜିଲା ପରିଷଦ ଓ ସମିତିସଭ୍ୟ ପଦ ନିମନ୍ତେ ନିର୍ବାଚନ କରିବାକୁ ଜାରି କରିଥିବା ବିଜ୍ଞପ୍ତି ଉପରେ ମଙ୍ଗଳବାର ଆନ୍ଧ୍ର ହାଇକୋର୍ଟ ରହିତାଦେଶ ଜାରି କରିବା ପରେ ଆନ୍ଧ୍ରକୁ ହତାଶ ହେବାକୁ ପଡିଛି। ତଥାପି ବୁଧବାର ଆନ୍ଧ୍ର ସରକାର ଆନ୍ଧ୍ର ହାଇକୋର୍ଟଙ୍କ ରାୟ ବିରୋଧରେ ରହିତାଦେଶ ଆଣିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ରାୟ ସମ୍ପର୍କରେ ସୁପ୍ରିମକୋର୍ଟ କୌଣସି ହସକ୍ଷେପ କରିପାରିବେ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଥିଲେ। ଫଳରେ ସେଠାରୁ ନିରାଶ ହେବା ଆନ୍ଧ୍ରକୁ ଅନ୍ୟ ଏକ ଝଟକା ଦେଇଛି।

କୋଟିଆରେ ୧୪୪ ଧାରା
କୋରାପୁଟ ଜିଲାର କୋଟିଆରେ ଗତ ୩ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ବୁଧବାର ସନ୍ଧ୍ୟାରୁ କୋଟିଆ ପଞ୍ଚାୟତରେ ୧୪୪ ଧାରା ଜାରି କରାଯାଇଛି ା ଏନେଇ ଜିଲା ପ୍ରଶାସନ ପକ୍ଷରୁ ମାଇକ୍‌ ଯୋଗେ ଜନସାଧାରଣଙ୍କୁ ଏହି ୧୪୪ ଧାରାକୁ ପାଳନ କରିବାକୁ ନିବେଦନ କରାଯାଇଛି ା ଘରେ ରହି ସୁରକ୍ଷିତ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି ା ବୁଧବାରଠାରୁ ଶୁକ୍ରବାର ଯାଏ ୩ ଦିନ କୋଟିଆ ପଞ୍ଚାୟତ ଅଞ୍ଚଳରେ ଏହି ଧାରା ଜାରି ରହିବ। ଜିଲାପାଳ ଅବଦାଲ ମହମ୍ମଦ ଅଖତାର, ଏସ୍‌ପି ବରୁଣ ଗୁଣ୍ଟୁପାଲି, ଉପଜିଲାପାଳ ଲଳିତ କୁମାର କହଁରଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ କୋଟିଆରେ ରହି ପରିସ୍ଥିତି ତଦାରଖ କରୁଛନ୍ତି। ସୂଚନାଯୋଗ୍ୟ, ୫ ତାରିଖରେ କୋଟିଆରେ ଜଣେ, ୬ରେ ୪ ଜଣ ଓ ୭ରେ ୨ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଆଗକୁ ଯେପରି ସଂକ୍ରମଣ ବୃଦ୍ଧି ନ ପାଇବ ସେ ନେଇ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଫାଟୁସିନେରି ଓ ନାରେଡିବାଲସାଠାରେ ଆନ୍ଧ୍ର ରାସ୍ତାକୁ ସିଲ୍‌ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?