କୋଟିଆରେ ସବୁ ଦଳର ନେତା

ପଟ୍ଟାଙ୍ଗୀ,୮ା୪(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ନେରେଡିବାଲସା ଗ୍ରାମରେ ଆନ୍ଧ୍ର ସରକାର ଜିଲା ପରିଷଦ ଓ ସମିତିସଭ୍ୟ ନିର୍ବାଚନ ଚଳାଇଥିଲେ। ଉକ୍ତ ନିର୍ବାଚନ ଉପରେ ମଙ୍ଗଳବାର ଆନ୍ଧ୍ର ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଏହି ସୁଯୋଗର ସଦ୍‌ବ୍ୟବହାର କରିବା ଲାଗି ଓଡ଼ିଶାର ସମସ୍ତ ରାଜନୈତିକ ଦଳର ନେତାମାନେ ଏକାଠି ହୋଇଛନ୍ତି। ସେମାନେ ମଙ୍ଗଳବାର ଏକ ବୈଠକ କରି ବୁଧବାର କୋଟିଆ ପଞ୍ଚାୟତ ଗସ୍ତ କରି ଆନ୍ଧ୍ରର ନିର୍ବାଚନ କାର୍ଯ୍ୟ ଯେପରି ଭଣ୍ଡୁର ହେବ ସେନେଇ ପଞ୍ଚାୟତବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଗସ୍ତରେ ଓଡ଼ିଶାରୁ କୋରାପୁଟ
ଜିଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗୀ, ଭାଜପାରୁ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ, କଂଗ୍ରେସରୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯାଇଥିଲେ। ସେମାନେ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବୈଠକ କରିଥିଲେ। ସରକାରୀ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଏହି ପଞ୍ଚାୟତର ପ୍ରତି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ଗ୍ରାମବାସୀଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ସେମାନେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ଜିଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଫଗୁଣସିନେରି ଓ ଫାଟୁସିନେରି ଗ୍ରାମକୁ ମଧ୍ୟ ରାଜନୈତିକ ଦଳ ଗସ୍ତ କରି ଗ୍ରାମବାସୀଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ପଚାରି ବୁଝିଥିଲେ। ଅନ୍ୟପକ୍ଷରେ କୋଟିଆ ପଞ୍ଚାୟତର ନେରେଡିବାଲସାରେ ଥିବା ଆନ୍ଧ୍ରର ଆଇଟିଡିଏ ଗୃହରେ ନିର୍ବାଚନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିବାରୁ ଏହି ଗ୍ରାମରେ ଜିଲାପାଳ ମହମ୍ମଦ ଅବଦଲ ଅଖତର, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଠୁପାଲି,ଏଡିଏମ୍‌ ଦେବେନ ପ୍ରଧାନ, ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ, ସୁନାବେଡା ଏସ୍‌ଡିପିଓ ନିରଞ୍ଜନ ବେହେରା, ଥାନା ଅଧିକାରୀ କୈବଲ୍ୟ ସେଠ ପ୍ରମୁଖ ପହଞ୍ଚତ୍ ପାରିପାଶର୍‌ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଓଡ଼ିଶା ସୀମା ନେରେଡିବାଲାସା ଛକ ସିଲ୍‌ କରାଯିବ ସେନେଇ ସେମାନେ ଆଲୋଚନା କରିଥିବା ଜଣାପଡିଛି। ସେଠାରୁ ଅଧିକାରୀମାନେ ପରଜାସିଉରା, ତାଡିଓ୍ବାଲାସା ହୋଇ ନେରେଡିବାଲାସାରେ ପହଞ୍ଚତ୍ଛନ୍ତି।

ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ
କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ନେରେଡିବାଲସା ଗ୍ରାମରେ ଆନ୍ଧ୍ର ସରକାର ଜିଲା ପରିଷଦ ଓ ସମିତିସଭ୍ୟ ପଦ ନିମନ୍ତେ ନିର୍ବାଚନ କରିବାକୁ ଜାରି କରିଥିବା ବିଜ୍ଞପ୍ତି ଉପରେ ମଙ୍ଗଳବାର ଆନ୍ଧ୍ର ହାଇକୋର୍ଟ ରହିତାଦେଶ ଜାରି କରିବା ପରେ ଆନ୍ଧ୍ରକୁ ହତାଶ ହେବାକୁ ପଡିଛି। ତଥାପି ବୁଧବାର ଆନ୍ଧ୍ର ସରକାର ଆନ୍ଧ୍ର ହାଇକୋର୍ଟଙ୍କ ରାୟ ବିରୋଧରେ ରହିତାଦେଶ ଆଣିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ରାୟ ସମ୍ପର୍କରେ ସୁପ୍ରିମକୋର୍ଟ କୌଣସି ହସକ୍ଷେପ କରିପାରିବେ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଥିଲେ। ଫଳରେ ସେଠାରୁ ନିରାଶ ହେବା ଆନ୍ଧ୍ରକୁ ଅନ୍ୟ ଏକ ଝଟକା ଦେଇଛି।

କୋଟିଆରେ ୧୪୪ ଧାରା
କୋରାପୁଟ ଜିଲାର କୋଟିଆରେ ଗତ ୩ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ବୁଧବାର ସନ୍ଧ୍ୟାରୁ କୋଟିଆ ପଞ୍ଚାୟତରେ ୧୪୪ ଧାରା ଜାରି କରାଯାଇଛି ା ଏନେଇ ଜିଲା ପ୍ରଶାସନ ପକ୍ଷରୁ ମାଇକ୍‌ ଯୋଗେ ଜନସାଧାରଣଙ୍କୁ ଏହି ୧୪୪ ଧାରାକୁ ପାଳନ କରିବାକୁ ନିବେଦନ କରାଯାଇଛି ା ଘରେ ରହି ସୁରକ୍ଷିତ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି ା ବୁଧବାରଠାରୁ ଶୁକ୍ରବାର ଯାଏ ୩ ଦିନ କୋଟିଆ ପଞ୍ଚାୟତ ଅଞ୍ଚଳରେ ଏହି ଧାରା ଜାରି ରହିବ। ଜିଲାପାଳ ଅବଦାଲ ମହମ୍ମଦ ଅଖତାର, ଏସ୍‌ପି ବରୁଣ ଗୁଣ୍ଟୁପାଲି, ଉପଜିଲାପାଳ ଲଳିତ କୁମାର କହଁରଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ କୋଟିଆରେ ରହି ପରିସ୍ଥିତି ତଦାରଖ କରୁଛନ୍ତି। ସୂଚନାଯୋଗ୍ୟ, ୫ ତାରିଖରେ କୋଟିଆରେ ଜଣେ, ୬ରେ ୪ ଜଣ ଓ ୭ରେ ୨ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଆଗକୁ ଯେପରି ସଂକ୍ରମଣ ବୃଦ୍ଧି ନ ପାଇବ ସେ ନେଇ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଫାଟୁସିନେରି ଓ ନାରେଡିବାଲସାଠାରେ ଆନ୍ଧ୍ର ରାସ୍ତାକୁ ସିଲ୍‌ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri