ଫାଟିଲା ଲକ୍ଷ୍ମୀବରାହ ଜୀଉ ମନ୍ଦିର ଦଧିନଉତି: ଶ୍ରଦ୍ଧାଳୁ କହିଲେ…

ଆଳି,୨୧ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ସମାଧାନ ଦିଗରେ ମନ୍ଦିର ଟ୍ରଷ୍ଟ ନା ପ୍ରଶାସନିକ କଳ କେହି ଚେଷ୍ଟା କରୁନାହାନ୍ତି। ମନ୍ଦିରକୁ ଅଣଦେଖା କରାଯାଉଥିବାବେଳେ ଉନ୍ନତି ହେଉ ନ ଥିବାରୁ ଶ୍ରଦ୍ଧାଳୁମାନଙ୍କୁ ସୁବିଧା ମିଳୁନି। ମନ୍ଦିର ଦଧିନଉତିରେ ଫାଟ ସୃଷ୍ଟି ହୋଇଥିବାବେଳେ ୪ ମାସ ହେବ ବାନା ବଦଳା ଯାଇନାହିଁ। ମନ୍ଦିରର ଉପର ଭାଗରେ ବର, ଓସ୍ତ ଗଛ ଉଠି ବିପଦ ସୃଷ୍ଟି କରିଛି। ଏପରି କି ପୂର୍ବ ସରକାର ସମୟରେ ୮ କୋଟି ଟଙ୍କା ଅନୁଦାନ ଆସିଥିବାବେଳେ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଠିକାଦାର କାମ ଛାଡ଼ି ପଳାଇଛନ୍ତି। ମନ୍ଦିର ଟ୍ରଷ୍ଟ ବୋର୍ଡ କିମ୍ବା ପ୍ରଶାସନ କେହି ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ନେଇ ସେବାୟତମାନେ ଅଭିଯୋଗ ଉଠାଇଛନ୍ତି।
ସେବାୟତମାନଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟରେ ଆଳିର ଆରାଧ୍ୟ ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିରର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଲକ୍ଷ୍ମୀବରାହ ମନ୍ଦିରକୁ ଦର୍ଶନ ନିମନ୍ତେ ଆସିଥାନ୍ତି। ପୂଜା ପାର୍ବଣରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା ନାହିଁ। ମନ୍ଦିର ନିକଟରେ ଥିବା ବରାହ କୁଣ୍ଡରେ ଦଳ ହୋଇଥିବାରୁ ସେଠାରେ ଗୋଡ଼ ବୁଡାଇବାକୁ ଶ୍ରଦ୍ଧାଳୁ ଅମଙ୍ଗ ହେଉଛନ୍ତି। ମହିଳାପୁରୁଷଙ୍କ ନିମନ୍ତେ ମନ୍ଦିର ନିକଟରେ ଶୌଚାଳୟର ବ୍ୟବସ୍ଥା ମଧ୍ୟ ନାହିଁ। ଏପରି କି ସା ସମୟରେ ମନ୍ଦିର ସମ୍ମୁଖକୁ ଆଲୋକିତ କରୁଥିବା ହାଇମାଷ୍ଟ ଲାଇଟ ଅଚଳ ହୋଇପଡ଼ିଥିବାବେଳେ ତାହା ମଧ୍ୟ ମରାମତି କରାଯାଉନି। ଫଳରେ ଶ୍ରଦ୍ଧାଳୁମାନେ ସାରେ ଅନ୍ଧାରରେ ଯାତାୟାତ କରୁଛନ୍ତି। ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ମନ୍ଦିର ସମ୍ମୁଖରେ ବର୍ଷା ପାଣି ଜମି ରହୁଛି। ଶ୍ରଦ୍ଧାଳୁମାନେ ଆଣ୍ଠୁଏ ପାଣିରେ ପଶି ମନ୍ଦିରକୁ ଆସୁଛନ୍ତି। ମନ୍ଦିରରେ ଏସବୁ ସମସ୍ୟା ଲାଗି ରହୁଥିବାବେଳେ ଏହାର ସମାଧାନ ନିମନ୍ତେ ବ୍ୟବସ୍ଥା ହେଉ ନ ଥିବାରୁ ମନ୍ଦିରକୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ମନ୍ଦିର ଉପରେ ଥିବା ନୀଳଚକ୍ର ଭାଙ୍ଗି ଯାଇଥିବାବେଳେ ଦଧିନଉତି ଉପରେ ବର, ଓସ୍ତ ଆଦି ଗଛ ଉଠିଥିବାରୁ ମନ୍ଦିର ଫାଟି ପାଣି ଗଳୁଛି। ଏପରି କି ନୀଳଚକ୍ରର ନିମ୍ନ ଭାଗରେ ମହୁଫେଣା ହୋଇଥିବାରୁ ୪ ମାସ ହେବ ବାନା ବଦଳା ଯାଇନାହିଁ। ଫଳରେ ମନ୍ଦିର ଉପରେ ଚିରା ବାନାଟି ଉଡୁଛି। ମନ୍ଦିରରେ ଦୀପ ଲଗାଇବାକୁ ଷ୍ଟାଣ୍ଡ ନ ଥିବାରୁ ଶ୍ରଦ୍ଧାଳୁମାନେ ଏଣେ ତେଣେ ଦୀପ ଲଗାଉଛନ୍ତି। ଫଳରେ ଗତ ସାବିତ୍ରୀ ବ୍ରତରେ ଜଣେ ମହିଳା ଦୀପ ଲଗାଉଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଏବେ ସେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଭୋଗ ପ୍ରସ୍ତୁତ ନିମନ୍ତେ ସ୍ବତନ୍ତ୍ର ଘର ନ ଥିବାରୁ ସେବକମାନେ ରୋଷ ଘରେ ଭୋଗ ପ୍ରସ୍ତୁତ କରୁଛନ୍ତି। ରୋଷ ଘରେ ଲାଇଟ ଓ ଏକ୍‌ଜିଟ୍‌ ଫ୍ୟାନ ନ ଥିବାରୁ ପ୍ରସାଦ ପ୍ରସ୍ତୁତିରେ ସମସ୍ୟା ଉପୁଜୁଛି। ଏପରି କି ପୂର୍ବ ସରକାର ସମୟରେ ଏହି ମନ୍ଦିର ଉନ୍ନତି ନିମନ୍ତେ ଅନୁଦାନ ଆସିଥିଲା। ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ ଆରମ୍ଭ ହୋଇଥିଲା, ମାତ୍ର ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରାରେ ଏହି କାର୍ଯ୍ୟ ହେଉଥିଲା। କାର୍ଯ୍ୟର ସୂଚନାଫଳକ ନ ଥିବାରୁ କ’ଣ କାମ ହେବ, କେତେ ଟଙ୍କାର କାମ ଓ କେବେ କାମ ସରିବ ସେ ନେଇ ମଧ୍ୟ କେହି ଜାଣି ପାରୁନାହାନ୍ତି। ଠିକାସଂସ୍ଥା ମନ୍ଦିର ପରିସରରେ ପଥର ବିଛା କାମ ଅଧାରେ ବନ୍ଦ କରି ଦେଇଛନ୍ତି। ମନ୍ଦିର ପଛ ପଟରେ ମନମୁଖି ଭାବେ କିଛି କାର୍ଯ୍ୟ କରି ଚାଲିଯାଇଛନ୍ତି। ମନ୍ଦିର ପରିସରରେ ଅଧା ପଥର ବିଛା ହୋଇଥିବାରୁ ଶ୍ରଦ୍ଧାଳୁ ଅନେକ ସମୟରେ ଝୁଣ୍ଟି ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ମନ୍ଦିର ପରିସରରେ ଗୋରୁ ଅବାଧରେ ପ୍ରବେଶ କରି ମଳ ତ୍ୟାଗ କରି ଅପରିଷ୍କାର କରୁଛନ୍ତି। ଏ ନେଇ ଆଳି ଲକ୍ଷ୍ମୀବରାହ ଜୀଉ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ଆଳି ରାଜା ବ୍ରଜକେଶରୀ ଦେବଙ୍କୁ ପଚାରିବାରୁ ମନ୍ଦିର ମଧ୍ୟରେ ଥିବା ସମସ୍ୟା ସମ୍ପର୍କରେ ସେବାୟତମାନଙ୍କ ନିକଟରୁ ଅଭିଯୋଗ ପାଇବା ପରେ ଟ୍ରଷ୍ଟ ବୋର୍ଡର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ରଥଯାତ୍ରା ମଧ୍ୟରେ ମନ୍ଦିର ସମସ୍ୟା ସମାଧାନ ଲାଗି ଆଲୋଚନା ହୋଇଥିଲା। ମନ୍ଦିରର ଉପରି ଭାଗରେ ଉଠିଥିବା ଗଛକୁ ପଥର କାର୍ଯ୍ୟ କରୁଥିବା ସ୍ବତନ୍ତ୍ର କାରିଗରଙ୍କ ମାଧ୍ୟମରେ କଟାଯିବ। ସେହିପରି ମନ୍ଦିରରେ ସୃଷ୍ଟି ହୋଇଥିବା ଫାଟ ସମ୍ପର୍କରେ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ଏଏସ୍‌ଆଇକୁ ଲିଖିତ ଭାବେ ଜଣାଯାଇଛି। ବର୍ଷାଦିନ ପରେ ସେହି କାର୍ଯ୍ୟ କରାଯିବ ବୋଲି ଶ୍ରୀଦେବ ସୂଚନା ଦେଇଛନ୍ତି। ମନ୍ଦିର ବାହାରେ ଶ୍ରଦ୍ଧାଳୁମାନଙ୍କ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ସ୍ଥାନୀୟ ପ୍ରଶାସନର କାର୍ଯ୍ୟ। ସେମାନେ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ। ମନ୍ଦିରର ଅଧାପନ୍ତରିଆ କାମ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧିକାରୀ କହିପାରିବେ ବୋଲି ସେ କହିଛନ୍ତି। ମନ୍ଦିର ଟ୍ରଷ୍ଟ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମନ୍ବୟ ନ ଥିବାରୁ ପ୍ରାଚୀନ ମନ୍ଦିର ସମସ୍ୟା ମଧ୍ୟକୁ ଠେଲି ହୋଇଯାଉଛି। ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେବାୟତ ଓ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?