ଜଗନ୍ନାଥଙ୍କ ଜମିରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ

ପୁରୀ ଅଫିସ, ୧୫ା୩: ମରୀଚିକୋଟ ଛକସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା। ବିଶେଷକରି ଏହି ମାର୍କେଟ କମ୍ପ୍ଲେକ୍ସ ପଛପଟେ ଏକ ପୁରାତନ ମନ୍ଦିର ଠାବ ହେବା ପରେ ଉକ୍ତ ଜମିକୁ ନେଇ ବିଭିନ୍ନ ଆଲୋଚନା ଶୁଣିବାକୁ ମିଳିଥିଲା। ଏ ନେଇ ତଦନ୍ତ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଥିଲା। ସମ୍ପ୍ରତି ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ବେଳେ ଶ୍ରୀଜଗନ୍ନାଥଙ୍କ ଜମି ଉପରେ ବେଆଇନ ଭାବେ ଉକ୍ତ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଥିବା ଜଣାପଡ଼ିଛି। ୨୫ ଡିସିମିଲ ଜମିରେ କମ୍ପ୍ଲେକ୍ସ ନିର୍ମିତ ହୋଇଛି। ୨୨ ଡିସିମିଲି ଜମି ମହାପ୍ରଭୁଙ୍କ ନାମରେ ଥିବାବେଳେ ୩ ଡିସିମିଲ ଜମି କମ୍ପ୍ଲେକ୍ସ ନାମରେ ରହିଛି। ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଅଗ୍ନିକାଣ୍ଡ ଘଟିବା ପରେ ଉକ୍ତ ଜମି ମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିଥିଲା। ଅନୁସନ୍ଧାନ ପରେ ଜଣାପଡ଼ିଥିଲା ଯେ, ଚୂଡ଼ଙ୍ଗ ସାହି ମୌଜା ଖତିଆନ କ୍ରମିକ ନମ୍ବର ୬୭ ଅନ୍ତର୍ଭୁକ୍ତ ଉକ୍ତ ଜମି। ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ସ୍ବତ୍ୱ ସ୍ଥିତିବାନ ପ୍ଲଟ ରହିଛି। ୨୨ ଡିସିମିଲ ଜମିରେ ଦୁଇଟି ପ୍ଲଟ ରହିଛି। ଏ ସଂକ୍ରାନ୍ତରେ ପଦକ୍ଷେପ ନେବା ପାଇଁ ସଦର ତହସିଲଦାରଙ୍କୁ କୁହାଯାଇଛି। ଉକ୍ତ ଜମିକୁ କିପରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ସେଥିଲାଗି ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ଚିଠି କରାଯାଇଛି। ଘରୋଇ ମାଲିକଙ୍କ ନାମରେ ୩.୫ ଡିସିମିଲ ଜମି ରହିଛି। ତେବେ ଉକ୍ତ ବ୍ୟକ୍ତି କେମିତି କେଉଁ ହିସାବରେ ମହାପ୍ରଭୁଙ୍କ ଜମି ଦଖଲ କରିଛନ୍ତି ଏହାର ତଦନ୍ତ ଚାଲିଛି। ଉକ୍ତ ଜମି ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିବା ଜେନା ପ୍ରକାଶ କରିଛନ୍ତି। ସେହିପରି ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଛନ୍ତି, ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ କର୍ମଚାରୀମାନେ ୩୬ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ପରେ ପ୍ରଶାସନ ପକ୍ଷରୁ ଏକ ଜଏଣ୍ଟ ଟିମ୍‌ ଗଠନ କରାଯାଇଥିଲା। ଯେଉଁଥିରେ ତହସିଲଦାର, ଡେପୁଟି ଫାୟାର ଅଫିସର ଏବଂ ଟାଉନ ଥାନା ଆଇଆଇସି ସଦସ୍ୟ ରହିଥିଲେ। ଉକ୍ତ ଟିମ୍‌ ପ୍ରାଥମିକ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛି। ତହସିଲଦାରଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ, ଉକ୍ତ ଜମିର କେତେକ ଅଂଶ ଶ୍ରୀଜଗନ୍ନାଥ ପ୍ରଶାସନ ନାମରେ ରହିଛି। ତେଣୁ ତାହାର ତଦନ୍ତ କରାଯିବ। ଅପରପକ୍ଷରେ ବିଲ୍‌ଡିଂର ଅବସ୍ଥା ବିପଦପୂର୍ଣ୍ଣ ବୋଲି ସେ ରିପୋର୍ଟରେ ଦର୍ଶାଇଛନ୍ତି। ତେଣୁ ପିଡବ୍ଲ୍ୟୁଡି ପକ୍ଷରୁ ଯାଞ୍ଚ କରାଯାଉଛି। ଏହି ତଦନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ବ୍ୟକ୍ତି ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ଆଣିଥିଲେ କି ନାହିଁ, ତାହା ଫାୟାର ଅଫିସର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ। କ୍ଷୟକ୍ଷତି ମଧ୍ୟ ଆକଳନ କରାଯିବ। ସମସ୍ତ ରିପୋର୍ଟ ମିଳିବା ପରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ। ସେହିପରି ଉକ୍ତ ଜମି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯିବ। ମହାପ୍ରଭୁଙ୍କ ଅନେକ ଜମିକୁ ଲୋକେ ମାଡ଼ିବସିଛନ୍ତି। କେତେକ ଜମି ଶ୍ରୀମନ୍ଦିର ପ୍ରଶାସନକୁ ଫେରିଛି। ଅନ୍ୟ ଜମି ଉଦ୍ଧାର ଲାଗି ଉଦ୍ୟମ ଚାଲିଛି। କେଉଁ ସ୍ଥାନରେ କେତେ ଜମି ରହିଛି ସେ ନେଇ ସର୍ଭେ ସରିଛି। ଖୁବ୍‌ଶୀଘ୍ର ସମସ୍ତ ଜମି ଶ୍ରୀମନ୍ଦିର ଖାତାକୁ ଫେରାଇ ଅଣାଯିବ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶରୁ ଫେରିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ନାମକୁ ପଞ୍ଜୀକୃତ କଲେ ନବୀନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ସତର୍କତାମୂଳକ ପଦକ୍ଷେପସ୍ବରୂପ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଉଣୀ...

ଉଲଗ୍ନ କରି ଚଲାଇଲେ ରାସ୍ତାରେ

ସାରସକଣା,୧ା୪- ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆଠାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୋଖରୀ ଖନନକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ଆକ୍ରମଣକାରୀମାନେ ତାଙ୍କୁ ଉଲଗ୍ନ...

ବନ୍ଦରର ବର୍ଦ୍ଧିତ ପ୍ରକଳ୍ପ ଉପରେ ସମୀକ୍ଷା

ପାରାଦୀପ, ୧୧ା୧(ସ୍ବ.ପ୍ର.): କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସଚିବ ଡା.ସଞ୍ଜୀବ ରଞ୍ଜନ ସୋମବାର ପ୍ରଥମ ଥର ପାଇଁ ପାରାଦୀପ ଗସ୍ତ କରିଛନ୍ତି।...

ହାତୀ ଘଉଡ଼ାଇବା ବେଳେ ବାଣ ନିଆଁ କାଳ ହେଲା: ଜଳିଗଲା ଘର, ୪ ଗାଈ ଜୀବନ୍ତ ଦଗ୍ଧ

ଜଳେଶ୍ୱର, ୮।୨(ସ୍ବ.ପ୍ର.): ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ବାଣରେ ନିଆଁ ଲଗାଇ ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଉଥିବା...

ପୋଲିସକୁ ୪୩ ହଜାର ଟଙ୍କା ଦେଲେ ୬ଷ୍ଠ ଶ୍ରେଣୀ ଛାତ୍ର

ଭୁବନେଶ୍ୱର,୧୮।୫(ବ୍ୟୁରୋ): କରୋନା ସମୟରେ ସମ୍ମୁଖ ଯୋଦ୍ଧା ଭାବେ ଅନେକ ପୋଲିସ କର୍ମଚାରୀ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। ଏପରି ସ୍ଥଳେ ସେମାନଙ୍କୁ ସହଯୋଗର ହାତ...

CORONAVIRUS UPDATE: ଭଦ୍ରକରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଲା

ଭୁବନେଶ୍ୱର, ୮।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଶୁକ୍ରବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ସେ ଭଦ୍ରକ ଜିଲାର ୩୩ ବର୍ଷୀୟ ଯୁବକ। ନିକଟରେ ସେ...

ଭଦ୍ରକ କଲେଜରେ ଛାତ୍ର ଅଶାନ୍ତି, କ୍ଲାସ ବର୍ଜନ କରି ଫାଟକ ସମ୍ମୁଖରେ ଧାରଣା

ଭଦ୍ରକ ଅଫିସ,୪।୧୧: ଭଦ୍ରକ କଲେଜରେ ଥିବା ବିଭିନ୍ନ ସମସ୍ୟା ପ୍ରତି ଦୀର୍ଘବର୍ଷ ଧରି ଅଣଦେଖା କରାଯାଉଥିବାରୁ ଛାତ୍ର ଅଶାନ୍ତି ଦେଖାଦେଇଛି। ଫଳରେ ଛାତ୍ରୀଛାତ୍ର କ୍ଲାସ ବର୍ଜନ...

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ହାଇକୋର୍ଟରେ ସିବିଆଇର ଚାର୍ଜଶିଟ୍‌ ଦାଖଲ

କଟକ ଅଫିସ, ୨୨ା୮: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ଏଥିରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ତେବେ ତଦନ୍ତରୁ କ’ଣ ମିଳିଛି...

Advertisement
Archives

Model This Week