ଜଗନ୍ନାଥଙ୍କ ଜମିରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ

ପୁରୀ ଅଫିସ, ୧୫ା୩: ମରୀଚିକୋଟ ଛକସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା। ବିଶେଷକରି ଏହି ମାର୍କେଟ କମ୍ପ୍ଲେକ୍ସ ପଛପଟେ ଏକ ପୁରାତନ ମନ୍ଦିର ଠାବ ହେବା ପରେ ଉକ୍ତ ଜମିକୁ ନେଇ ବିଭିନ୍ନ ଆଲୋଚନା ଶୁଣିବାକୁ ମିଳିଥିଲା। ଏ ନେଇ ତଦନ୍ତ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଥିଲା। ସମ୍ପ୍ରତି ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ବେଳେ ଶ୍ରୀଜଗନ୍ନାଥଙ୍କ ଜମି ଉପରେ ବେଆଇନ ଭାବେ ଉକ୍ତ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଥିବା ଜଣାପଡ଼ିଛି। ୨୫ ଡିସିମିଲ ଜମିରେ କମ୍ପ୍ଲେକ୍ସ ନିର୍ମିତ ହୋଇଛି। ୨୨ ଡିସିମିଲି ଜମି ମହାପ୍ରଭୁଙ୍କ ନାମରେ ଥିବାବେଳେ ୩ ଡିସିମିଲ ଜମି କମ୍ପ୍ଲେକ୍ସ ନାମରେ ରହିଛି। ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଅଗ୍ନିକାଣ୍ଡ ଘଟିବା ପରେ ଉକ୍ତ ଜମି ମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିଥିଲା। ଅନୁସନ୍ଧାନ ପରେ ଜଣାପଡ଼ିଥିଲା ଯେ, ଚୂଡ଼ଙ୍ଗ ସାହି ମୌଜା ଖତିଆନ କ୍ରମିକ ନମ୍ବର ୬୭ ଅନ୍ତର୍ଭୁକ୍ତ ଉକ୍ତ ଜମି। ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ସ୍ବତ୍ୱ ସ୍ଥିତିବାନ ପ୍ଲଟ ରହିଛି। ୨୨ ଡିସିମିଲ ଜମିରେ ଦୁଇଟି ପ୍ଲଟ ରହିଛି। ଏ ସଂକ୍ରାନ୍ତରେ ପଦକ୍ଷେପ ନେବା ପାଇଁ ସଦର ତହସିଲଦାରଙ୍କୁ କୁହାଯାଇଛି। ଉକ୍ତ ଜମିକୁ କିପରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ସେଥିଲାଗି ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ଚିଠି କରାଯାଇଛି। ଘରୋଇ ମାଲିକଙ୍କ ନାମରେ ୩.୫ ଡିସିମିଲ ଜମି ରହିଛି। ତେବେ ଉକ୍ତ ବ୍ୟକ୍ତି କେମିତି କେଉଁ ହିସାବରେ ମହାପ୍ରଭୁଙ୍କ ଜମି ଦଖଲ କରିଛନ୍ତି ଏହାର ତଦନ୍ତ ଚାଲିଛି। ଉକ୍ତ ଜମି ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିବା ଜେନା ପ୍ରକାଶ କରିଛନ୍ତି। ସେହିପରି ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଛନ୍ତି, ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ କର୍ମଚାରୀମାନେ ୩୬ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ପରେ ପ୍ରଶାସନ ପକ୍ଷରୁ ଏକ ଜଏଣ୍ଟ ଟିମ୍‌ ଗଠନ କରାଯାଇଥିଲା। ଯେଉଁଥିରେ ତହସିଲଦାର, ଡେପୁଟି ଫାୟାର ଅଫିସର ଏବଂ ଟାଉନ ଥାନା ଆଇଆଇସି ସଦସ୍ୟ ରହିଥିଲେ। ଉକ୍ତ ଟିମ୍‌ ପ୍ରାଥମିକ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛି। ତହସିଲଦାରଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ, ଉକ୍ତ ଜମିର କେତେକ ଅଂଶ ଶ୍ରୀଜଗନ୍ନାଥ ପ୍ରଶାସନ ନାମରେ ରହିଛି। ତେଣୁ ତାହାର ତଦନ୍ତ କରାଯିବ। ଅପରପକ୍ଷରେ ବିଲ୍‌ଡିଂର ଅବସ୍ଥା ବିପଦପୂର୍ଣ୍ଣ ବୋଲି ସେ ରିପୋର୍ଟରେ ଦର୍ଶାଇଛନ୍ତି। ତେଣୁ ପିଡବ୍ଲ୍ୟୁଡି ପକ୍ଷରୁ ଯାଞ୍ଚ କରାଯାଉଛି। ଏହି ତଦନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ବ୍ୟକ୍ତି ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ଆଣିଥିଲେ କି ନାହିଁ, ତାହା ଫାୟାର ଅଫିସର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ। କ୍ଷୟକ୍ଷତି ମଧ୍ୟ ଆକଳନ କରାଯିବ। ସମସ୍ତ ରିପୋର୍ଟ ମିଳିବା ପରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ। ସେହିପରି ଉକ୍ତ ଜମି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯିବ। ମହାପ୍ରଭୁଙ୍କ ଅନେକ ଜମିକୁ ଲୋକେ ମାଡ଼ିବସିଛନ୍ତି। କେତେକ ଜମି ଶ୍ରୀମନ୍ଦିର ପ୍ରଶାସନକୁ ଫେରିଛି। ଅନ୍ୟ ଜମି ଉଦ୍ଧାର ଲାଗି ଉଦ୍ୟମ ଚାଲିଛି। କେଉଁ ସ୍ଥାନରେ କେତେ ଜମି ରହିଛି ସେ ନେଇ ସର୍ଭେ ସରିଛି। ଖୁବ୍‌ଶୀଘ୍ର ସମସ୍ତ ଜମି ଶ୍ରୀମନ୍ଦିର ଖାତାକୁ ଫେରାଇ ଅଣାଯିବ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri