Posted inଜାତୀୟ

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି ବାଢ଼ିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିବ। ଅଦାଲତ ପରିଚାଳନାରେ ଉନ୍ନତି ଏବଂ ବେଞ୍ଚ୍‌ଗୁଡ଼ିକ ମଧ୍ୟରେ କାର୍ଯ୍ୟ ସମୟର ନ୍ୟାୟସଙ୍ଗତ ବଣ୍ଟନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଏହି ସର୍କୁଲାର ଜାରି ହୋଇଛି। ତଦନୁଯାୟୀ ବରିଷ୍ଠ ଆଇନଜୀବୀ ଏବଂ ଯୁକ୍ତି ବାଢ଼ିବାକୁ ଥିବା ଓକିଲ ମୌଖିକ ଯୁକ୍ତି ବାଢ଼ିବା ପାଇଁ କେତେ ସମୟ ଚାହାନ୍ତି, ତାହା ଆଗୁଆ ଜଣାଇବେ। ଅଦାଲତର ଅନ୍‌ଲାଇନ ଆପିଏରାନ୍ସ ସ୍ଲିପ୍‌ ପୋର୍ଟାଲରେ ଉକ୍ତ ସମୟସୀମା ଶୁଣାଣିର ଅନୂ୍ୟନ ଗୋଟିଏ ଦିନ ପୂର୍ବରୁ ରଖାଯିବା ଆବଶ୍ୟକ। କୋର୍ଟର ପ୍ରଭାବୀ ପରିଚାଳନାକୁ ପ୍ରୋତ୍ସାହିତ କରିବା ଏବଂ କାର୍ଯ୍ୟସମୟର ନ୍ୟାୟୋଚିତ ବଣ୍ଟନ ଫଳରେ ନ୍ୟାୟିକ ପ୍ରଶାସନ ତ୍ୱରିତ ଏବଂ ଉପଯୁକ୍ତ ହୋଇପାରିବ। ଏଥିସହିତ ସମସ୍ତ ବରିଷ୍ଠ ଆଇନଜୀବୀ ଏବଂ ଯୁକ୍ତି ରଖିବାକୁ ଥିବା ଓକିଲ ସ୍ବଳ୍ପ ଲିଖିତ ଆବେଦନ ବା ଆଇନଗତ କାଗଜାତ ଦାଖଲ କରିବେ, ଯାହା ୫ ପୃଷ୍ଠାରେ ସୀମିତ ରହିବ। ଶୁଣାଣି ତାରିଖର ଅନୂ୍ୟନ ୩ ଦିନ ପୂର୍ବରୁ ଏହାକୁ ଦାଖଲ କରିବାକୁ ପଡ଼ିବ ବୋଲି ସର୍କୁଲାରରେ କୁହାଯାଇଛି। ଏହି ନୋଟ୍‌ଗୁଡ଼ିକୁ ଆଡଭୋକେଟ-ଅନ୍‌ ରେକର୍ଡ କିମ୍ବା କୋର୍ଟଙ୍କ ଦ୍ୱାରା ନିଯୁକ୍ତ କୌଣସି ନୋଡାଲ କାଉନସିଲ୍‌ଙ୍କ ଜରିଆରେ ଦାଖଲ କରିବାକୁ ହେବ ଏବଂ ଏହାର ଏକ ନକଲ ପ୍ରତିପକ୍ଷଙ୍କୁ ଦେବାକୁ ହେବ ବୋଲି କୁହାଯାଇଛି। ସମସ୍ତ ଓକିଲ ମୌଖିକ ଯୁକ୍ତି ଉପସ୍ଥାପନ ପାଇଁ ଧାର୍ଯ୍ୟ ସମୟସୀମାକୁ କଡ଼ାକଡ଼ି ପାଳନ କରିବାକୁ ହେବ। ବେଞ୍ଚ୍‌ଗୁଡ଼ିକୁ ମୋକଦ୍ଦମା ଶୁଣାଣି ଯୋଜନା ପ୍ରସ୍ତୁତ କରିବାରେ ଏହା ସହାୟକ ହେବା ସହ ପ୍ରତିଦିନ ଅଧିକ ମାମଲାର ଉପଯୁକ୍ତ ଶୁଣାଣି ହୋଇପାରିବ ବୋଲି ଆଶା କରାଯାଉଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

ପାଗଳ ବିଲୁଆ ଆତଙ୍କ: ଶିକ୍ଷୟିତ୍ରୀଙ୍କ ସହ ଏକାଧିକ ଲୋକ ଓ ପ୍ରାଣୀସମ୍ପଦ ଗୁରୁତର,ବନ ବିଭାଗ ଚୁପ

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳର ଗ୍ରୀନବାଡି ସମେତ ତାର ଆଖପାଖ ଅଞ୍ଚଳରେ ଗତ ୨ ଦିନ ହେଲା ପାଗଳ ବିଲୁଆ କାମୁଡ଼ାରେ ଏକାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri