ଓକିଲଙ୍କ ଦୀର୍ଘ ଦିନର ଦାବି ପୁରଣ ହେଲା: ପୁରୁଷୋତ୍ତମପୁରରେ ଉଦଘାଟନ ହେଲା ସିନିୟର ଡିଭିଜନ ସିଭିଲ ଜଜ୍ କୋର୍ଟ 

ପୁରୁଷୋତ୍ତମପୁର, ୨୦/୫(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ଓକିଲ ସଂଘର ଦିନ ଦିନର ଦାବି ପୁରଣ ହୋଇଛି। ଶନିବାର ଏଠାରେ ସିନିୟର ଡିଭିଜନ ସିଭିଲ ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟର ଉଦଘାଟନ ହୋଇଛି। ମାନ୍ୟବର  ହାଇକୋର୍ଟର ମୂଖ୍ୟ ବିଚାରପତି ଡଃ ଏସ ମୁରଲିଧର ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଥିବା ବେଳେ  ଗଞ୍ଜାମ ଜିଲ୍ଲା ଜଜସିପ ପ୍ରଶାସନିକ ଦାଇତ୍ଯ ରେ ଥିବା ହାଇକୋର୍ଟର  ମାନ୍ଯବର ବିଚାରପତି ଜସଟିସ ଦେବବ୍ରତ୍ତ ଦାଶ ପୁରୁଷୋତ୍ତମପୁର କୋର୍ଟକୁ ଆସି ଉପସ୍ଥିତ ରହି ଉଦଘାଟନି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ତାଙ୍କୁ ବିରାଟ ଶୋଭାଯାତ୍ରାରେ ଓକିଲ ମାନେ ରାସ୍ତାରୁ କୋର୍ଟ ଉଦଘାଟନ ସ୍ଥଳକୁ  ପାଛୋଟି ନେଇଥିଲେ। ଓକିଲ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ଜଷ୍ଟିସ ଦାଶ  ଓକିଲମାନଙ୍କୁ ବିଭିନ୍ନ ପରାମର୍ଶ ମାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଦୌରାଜଜ୍ ଶ୍ରୀମତୀ ରୁପଶ୍ରୀ ଚୌଧୁରୀ, ରେଜିଷ୍ଟର ସୁଶାନ୍ତ କୁମାର ମିଶ୍ର, ପୁରୁଷୋତ୍ତମ ପୁର ସିନିୟର ଡିଭିଜନ ସିଭିଲ ଜଜ୍ କୋର୍ଟରେ ନୂତନ ଭାବେ ଯୋଗଦେଇଥିବା ବିଚାରପତି ଶରତ କୁମାର ସାହୁ, ଗଞ୍ଜାମଏସପି ଜଗନମୋହନମିନା ଉପସ୍ଥିତ ଥିଲେ। ଓକିଲ ସଂଘର ସଭାପତି ଉପେନ୍ଦ୍ର ପଣ୍ଡା, ସମ୍ପାଦକ ସିମାଞ୍ଚଳ ମିଶ୍ର, ଉପ ସଭାପତି ଗୌରିଶଙ୍କର ରାଉଳ, ସହ ସମ୍ପାଦକ ଅକ୍ଷୟ କୁମାର ବେହେରା, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଗୌଡ, ବରିଷ୍ଠ ଓକିଲ କେଦାରନାଥ ପଟ୍ଟନାୟକ, ପ୍ରଭାତ କୁମାର ପଟ୍ଟନାୟକ ,ଅରୁଣ କୁମାର ପଣ୍ଡା ଙ୍କ ସମେତ ସମସ୍ତ ଓକିଲ ଉପସ୍ଥିତ ଥିବା ବେଳେ ଆସିକା ଏମପି ପ୍ରମିଳାବିଷୋଇ, ଖଲିକୋଟବିଧାୟିକା ସୂର୍ଯ୍ଯମଣି ବୈଦ୍ଯ, ପୁରୁଷୋତ୍ତମ ପୁର ଏନସି ଅଧକ୍ଷା ପ୍ରିୟଙ୍କା ଗୌଡ, ଵ୍ଲକ ଅଧକ୍ଷା ପିଙ୍କିବେହେରା ପ୍ରମୁଖ ଯୋଗଦେଇ ଥିଲେ। ଦିର୍ଘ ଦିନର ଦାବୀ ପରେ ନୂତନ କୋର୍ଟ ଖୋଲିଥିବାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri