ବଲାଙ୍ଗୀରରେ ବିଗୁଡୁଛି ଆଇନଶୃଙ୍ଖଳା

ବଲାଙ୍ଗୀର,୬ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ଧୀରେ ଧୀରେ ହୁଗୁଳା ହେବାରେ ଲାଗିଛି। ସହରରେ ଅସାମାଜିକ ତତ୍ତ୍ୱ, ନିଶାଖୋରଙ୍କ ଉପତ୍ାତ ବଢ଼ିବାରେ ଲାଗିଛି। ଖାଲି ସହର ନୁହେଁ ଏବେ ଗଁା ଗଁାରେ ଅଶାନ୍ତି ଓ ଉତ୍ତେଜନା ବଢ଼ିବାରେ ଲାଗିଲାଣି। ବଲାଙ୍ଗୀର ସହରରେ ଡ୍ରଗ୍ସ ଓ କଫ୍‌ ସିରଫ କାରବାର ବହୁ ମାତ୍ରାରେ ଚାଲିଛି। ପୋଲିସ କିଛି ସ୍ଥାନରେ ଚଢ଼ାଉ କରି ନିଶା ବେପାରୀଙ୍କୁ ଗିରଫ କରି ବିଶେଷକରି କଫ୍‌ ସିରଫ ଓ ଗଞ୍ଜେଇ ଜବତ କରୁଥିବା ଦେଖାଯାଉଥିଲେ ମଧ୍ୟ ଏହା ହାତୀର ଦେଖାଇବା ଦାନ୍ତ ଭଳି ଚର୍ଚ୍ଚା ହେଉଛି। ଯେତେ ମାତ୍ରାରେ କଫ୍‌ ସିରଫ ଏବଂ ନିଶା କାରବାର ହେଉଛି ତାର ୧୦ ପ୍ରତିଶତ ପୋଲିସ କାର୍ଯ୍ୟାନୁଷ୍ଠାନ ପରିଧିକୁ ଆସିପାରୁଥିବା ଚର୍ଚ୍ଚାର ବିଷୟ ହୋଇଛି। ମଙ୍ଗଳବାର ଦିନ ରେଲବାଇ ପୋଲିସ ଭୁବନେଶ୍ୱରରୁ ବଲାଙ୍ଗୀର ଚାଲାଣ ହେଉଥିବା ପ୍ରାୟ ୫୯୨ ବୋତଲ କପ୍‌ ସିରଫ ଜବତ କରିଥିଲା। ଏଥିରେ ଅଭିଯୁକ୍ତ ରାଜା ଜେନାଙ୍କୁ ଗିରଫ କରାଯାଇଥିଲା। ପ୍ରାୟ ପ୍ରତିଦିନ ସହରକୁ କଫ୍‌ ସିରଫ ଚାଲାଣ ହେଉଥିଲେ ମଧ୍ୟ ପୋଲିସ କେବଳ ଅଳ୍ପ ପରିମାଣର କଫ୍‌ ସିରଫ ଜବତ କରୁଥିବା ଅଭିଯୋଗ ହେଉଛି। କଫ୍‌ ସିରଫ ସେବନକାରୀମାନେ ବିଭିନ୍ନ ସମୟରେ ସହରର ବିଭିନ୍ନ ସ୍ଥାନରେ ଅଶାନ୍ତି ସୃଷ୍ଟି କରୁଥିବାରୁ ସହରର ଲୋକେ ଭୟଭୀତ ହୋଇପଡିଛନ୍ତି। ସହରରେ ସ୍ପିଡ୍‌ ବାଇକରଙ୍କ ଉପତ୍ାତ ବଢ଼ିବାରେ ଲାଗିଛି। ସେମାନେ ଖୋଲାଖୋଲି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି।
ଏହାଛଡା ଗତ କିଛି ଦିନ ହେଲା ବଲାଙ୍ଗୀର ଜିଲାର ବିଭିନ୍ନ ଗଁାରେ ଅଶାନ୍ତ ପରିସ୍ଥିତି ସାମ୍ନାକୁ ଆସିଛି। ଦେଓଗଁା ଥାନାର ଦେଓଗଁାରେ କିଛିଦିନ ହେଲା ଅଶାନ୍ତି ଲାଗି ରହିଛି। ଗତ ଅକ୍ଟୋବାର ୧୩ ତାରିଖ ଦିନ ଦେଓଗଁାରେ କେତେଜଣ ଅସାମାଜିକ ତତ୍ତ୍ୱ ବନ୍ଧୁକ ଓ ମାରଣାସ୍ତ୍ର ଧରି ବିଭିନ୍ନ ଲୋକଙ୍କୁ ଧମକ ଚମକ ଦେଇ ଭୟଭୀତ କରିଥିଲେ। ଏହାର ପ୍ରତିବାଦରେ ଦେଓଗଁାର ଲୋକେ ଦୋକାନ ବଜାର ବନ୍ଦ କରି ଅଭିଯୁକ୍ତମାନଙ୍କ ଗିରଫ ଦାବି କରିଥିଲେ। ଏହି ଘଟଣାରେ ପୋଲିସ ପଶ୍ଚିମବଙ୍ଗରୁ ଆସି ସେଠାରେ ରହି ବ୍ୟବସାୟୀ କରୁଥିବା ଜଣେ ବ୍ୟକ୍ତିଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା । ସେମାନେ ଗତ ୨୨ ତାରିଖ ଦିନ ଜାମିନରେ ବାହାରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାୟ ୪୦ରୁ ୫୦ ଜଣ ଲୋକ ସଂଘବଦ୍ଧ ଭାବେ ଗତ ୨ ତାରିଖ ଦିନ ସମ୍ପୃକ୍ତ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ଘରେ ନିଅଁା ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏଥିରେ ବ୍ୟବସାୟୀଙ୍କ ଘର, ବାଇକ୍‌ ଏବଂ କପଡା ଦୋକାନ ପୋଡି ଯାଇଥିଲା। ସେହି ଘଟଣାକୁ ନେଇ ଦେଓଗଁାରେ ଉତ୍ତେଜନାମୂଳକ ପରିସ୍ଥିିତି ଦେଖାଦେଇଛି। ପୋଲିସ ଇତିମଧ୍ୟରେ ୧୨ ଜଣଙ୍କୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଥିବା ଅନେକଙ୍କୁ ଗିରଫ କରାଯିବ ବୋଲି ସଦର ଏସଡିପିଓ କହିଛନ୍ତି। ଦେଓଗଁା ଅଶାନ୍ତି ଏବେ ସାମାନ୍ୟ ଶାନ୍ତ ପଡିଥିଲେ ମଧ୍ୟ ସେଠାରେ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ଅନ୍ୟପକ୍ଷରେ ଗତ ୧ ତାରିଖ ଦିନ ପୁଇଁନ୍ତଲା ଥାନାର ଆଟଗଁାରେ ଗୋଷ୍ଠୀ ସଂଘର୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। କେତେଜଣ ବ୍ୟକ୍ତି ପୋଲିସ ଗାଡିର କାଚ ଭାଙ୍ଗି ଦେଇଥିଲେ। ଏଠାରେ ଲୋକେ ଦୀର୍ଘ ସମୟ ଧରି ପୋଲିସ ଓ ଗାଡିକୁ ଅଟକାଇ ରଖିଥିଲେ। ପୋଲିସ ଉଭୟ ପକ୍ଷରୁ ମାମଲା ରୁଜୁ କରି ଶାନ୍ତି କମିଟି ଗଠନ କରି ପରିସ୍ଥିତିକୁ ଶାନ୍ତ କରିବାକୁ ଷ୍ଟୋ କରିଛି। ତେବେ ଜିଲାର ବିଭିନ୍ନ ସ୍ଥାନରେ ନିଶା କାରବାର ବୃଦ୍ଧି ଏବଂ ପୋଲିସର କ୍ରମାଗତ ଅବହେଳାରୁ ଏଭଳି ଅଶାନ୍ତି ସୃଷ୍ଟି ହେଉଥିବା ଚର୍ଚ୍ଚାର ବିଷୟ ହୋଇଛି। ଏ ଦିଗରେ ପୋଲିସ ପ୍ରଶାସନ ଏବଂ ଜିଲା ପ୍ରଶାସନ ତପତ୍ରତା ପ୍ରକାଶ କରୁ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ଅଶାନ୍ତି ବୃଦ୍ଧି ପାଉଛି।

ଗତ କିଛି ସପ୍ତାହ ହେଲା ଶାନ୍ତିପୂର୍ଣ୍ଣ ଦେଓଗାଁରେ ଅଶାନ୍ତି ଲାଗି ରହିଥିବାରୁ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର। ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଥିବାରୁ ପୋଲିସ ଏ କ୍ଷେତ୍ରରେ ଅଧିକ ଯନତ୍ବାନ ହେବା ଆବଶ୍ୟକ ବୋଲି କହିଛନ୍ତି। ସେଠାରେ ଯାହା କିଛି ଘଟଣା ଘଟିଯାଇଛି ତାର ନିରପେକ୍ଷ ତଦନ୍ତ କରିବା ଆବଶ୍ୟକ ଏବଂ ଏହି ଘଟଣାରେ ନିରୀହ ଲୋକଙ୍କୁ ପୋଲିସ ଗିରଫ ନ କରି ପ୍ରକୃତ ଦୋଷୀକୁ ଗିରଫ କରୁ ବୋଲି ବୁଧବାର ଏକ ପ୍ରେସ ବିବୃତିରେ କହିଛନ୍ତି।
ସେ ଆହୁରି କହିଛନ୍ତି, ସ୍ଥାନୀୟ ପୋଲିସ ଆଇଆଇସି ବିନା ତଦନ୍ତରେ ନିରୀହ ଲୋକଙ୍କୁ ଉଠାଇ ଆଣୁଥିବାରୁ ଦେଓଗାଁ ଅଞ୍ଚଳରେ ଏବେ କୋକୁଆ ଭୟ ଦେଖାଦେଇଛି। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି ା ଏପରିକି କାର୍ତ୍ତିକ ପୂର୍ଣ୍ଣମୀ ଦିନ ମଧ୍ୟ ଲୋକେ ମନ୍ଦିର ଦର୍ଶନ କରିବାକୁ ଭୟ କରିଛନ୍ତି ା ଲୋକଙ୍କ ମନରେ ଥିବା ଭୟକୁ ଦୂର କରିବା ପାଇଁ ପୋଲିସ ଶୀଘ୍ର ପଦକ୍ଷେପ ନେଉ ବୋଲି ସେ କହିଛନ୍ତି। ଗତ ମାସ ୧୩ ତାରିଖ ଦିନ କେତେଜଣ ସଂଖ୍ୟାଲଘୁ ଯୁବକ ଦେଓଗାଁ ଅଞ୍ଚଳରେ ଖଣ୍ଡା ତଥା ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରିଥିଲେ ା ଏହା ଯେପରି ଆଗକୁ ଉଗ୍ର ରୂପ ନ ନିଏ ସେଦିଗରେ ପୋଲିସ ଯନତ୍ବାନ ହେଉ ଏବଂ ଉଚିତ୍‌ ପଦକ୍ଷେପ ଗ୍ରହଣ କରୁ ବୋଲି ମିଶ୍ର କହିଛନ୍ତି। ଜିଲା ଆରକ୍ଷୀ ଅଧୀକ୍ଷକ ଯେତେଶୀଘ୍ର ସମ୍ଭବ ଏହି ଘଟଣାରେ ହସ୍ତକ୍ଷେପ କରି ଦେଓଗାଁ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଶାନ୍ତି କମିଟି ଗଠନ କରନ୍ତୁ ବୋଲି ମିଶ୍ର ପରାମର୍ଶ ଦେଇଛନ୍ତି। ଏହାଛଡା ପୋଲିସ ଏଫଆଇଆରରେ ଯେଉଁ ଲୋକଙ୍କ ନାଁ ନାହିଁ ସେମାନଙ୍କୁ ଗିରଫ ନ କରିବାକୁ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?